ETV Bharat / opinion

ଡିଜିଟାଲ ଠକେଇ: କେମିତି କରିବେ ମୁକାବିଲା ? - Cyber Crime In India

Digital Deception: ବଢି ଚାଲିଛି ସାଇବର ଅପରାଧ । ଏହାର ମୁକାବିଲା ପାଇଁ କେଉଁ ସବୁ ଉପାୟ ଅବଲମ୍ବନ କରିବା ଜରୁରୀ ଜାଣିବା ପାଇଁ ପଢନ୍ତୁ ସାଇବର ଲ' ବିଶେଷଜ୍ଞ ଭିଭି ହରିପ୍ରସାଦଙ୍କ ଆଲେଖ୍ୟ

Cyber Crime
Cyber Crime
author img

By ETV Bharat Odisha Team

Published : Mar 16, 2024, 7:37 PM IST

ଲେଖକ- ଭିଭି ହରିପ୍ରସାଦ

ବିଶେଷଜ୍ଞ, ସାଇବର ଲ'

ହାଇଦ୍ରାବାଦ: ବିଶ୍ବରେ କାୟା ମେଲାଉଛି ସାଇବର ଅପରାଧ । ଭାରତ ମଧ୍ୟ ଅନେକ ସାଇବର ଅପରାଧର ସାକ୍ଷୀ ରହିଛି । ବିଶେଷ କରି ସରକାରୀ, କର୍ପୋରେଟ୍, ତଥା ବଡ଼ ବଡ଼ ବ୍ୟକ୍ତି ବିଶେଷଙ୍କ ତଥ୍ୟ ଗୁଡିକ ଚୋରି କରିବା ପାଇଁ ସାଇବର ଅପରାଧୀମାନେ ପ୍ରଚେଷ୍ଟା କରିଥାନ୍ତି । ୨୦୨୧ ମସିହାରେ ଭାରତରେ ୧୪.୦୨ ଲକ୍ଷ ସାଇବର ଅପରାଧ ମାମଲା ସାମ୍ନାକୁ ଆସିଥିଲା । ୨୦୨୨ରେ ୧୩.୯ଲକ୍ଷରୁ ଉର୍ଦ୍ଧ୍ବ ମାମଲା ରେକର୍ଡ ହୋଇଥିଲା । ୨୦୨୧ ତୁଳନାରେ ୨୦୨୨ରେ ବିଶ୍ବରେ ସାଇବର ଅପରାଧ ମାମଲା ୩୮ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି । ସାଇବର ସୁରକ୍ଷା ଚ୍ୟାଲେଞ୍ଜର ସାମନା କରିବ ଯେତିକି କଷ୍ଟକର ସେତିକି ସମୟ ସାପେକ୍ଷ ।

ସାଇବର ଅପରାଧୀଙ୍କ କବଳରେ ବହୁ ଲୋକେ:

ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟାଙ୍କ ସେବା, ବାଣିଜ୍ୟ ଭଳି କାମରେ ସୁବିନିଯୋଗ କରାଯାଏ । ହେଲେ ସାଇବର ଅପରାଧୀମାନେ ଏହାକୁ ତଥ୍ୟ ଲିକ୍ କରିବାରେ ବ୍ୟବହାର କରିଥାନ୍ତି । ଡିଜିଟାଲ ଭିତ୍ତିଭୂମିରୁ ବ୍ୟକ୍ତିଗତ ତଥ୍ୟ ନେଇ ସେମାନେ ବ୍ଲାକମେଲ କରିଥାନ୍ତି। ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ରହିଥାଏ ଅର୍ଥ ଲୁଟ୍ । ଏହାକୁ ନଜରରେ ରଖି ସାଇବର ନିରାପତ୍ତା ଉପରେ ଭାରତ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିଛି । Computer Emergency Response Team (CERT-In) ଏଜେନ୍ସି ଏହି ସାଇବର କ୍ରାଇମ ଗୁଡିକର ରେକର୍ଡ ଅନୁଧ୍ୟାନ କରିଥାନ୍ତି । ସାଇବର ସୁରକ୍ଷେ ଦିଗରେ ବିଶେଷଜ୍ଞମାନେ ପଦକ୍ଷେପ ଗ୍ରହଣ କରିଥାନ୍ତି । କେବଳ ୨୦୨୦ରେ ପାଖାପାଖି ୧୧.୫୮ ଲକ୍ଷ ଅଭିଯୋଗ ଆସିଥିବା ନେଇ CERT ରିପୋର୍ଟରୁ ଜଣାପଡ଼ିଛି ।

AIIMS ସର୍ଭରକୁ ହ୍ୟାକରଙ୍କ ଟାର୍ଗେଟ୍:

ସାଇବର ଅପରାଧୀମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ବିଭିନ୍ନ ପ୍ରକାର କୌଶଳ ଆପଣାଇଥାନ୍ତି । ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥାର ସଫ୍ଟୱେୟାରକୁ ଟାର୍ଗେଟ୍ କରିବା ସହ ସାଇବର ଅପରାଧୀମାନେ ହ୍ୟାକ୍ କରୁଥିବା ନଜିର ରହିଛି । ଯାହା ଏମରଜେନ୍ସି ରେସପନ୍ସ ଫୋର୍ସ ଦ୍ବାରା ପରିଚାଳନା କରିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା । ୨୦୨୨ ମସିହା ନଭେମ୍ବରରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ (AIIMS)ର ବୈଷୟିକ ଭିତ୍ତିଭୂମି ଉପରେ ନଜର ପକାଇଥିଲେ ସାଇବର ଅପରାଧୀ । ଅବୈଧ ଭାବରେ ୪ କୋଟିରୁ ଅଧିକ ସମ୍ବେଦନଶୀଳ ତଥ୍ୟ ହାତେଇଥିଲେ। ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତଥ୍ୟ ମଧ୍ୟ ରହିଥିଲା ।

ମୁଖ୍ୟ ଉଦ୍ଦେଶ୍ୟ 'ଟଙ୍କା ହଡ଼ପ':

ପରବର୍ତ୍ତୀ ସମୟରେ ଜୁନ ୨୦୨୩ରେ ପୁଣି ଥରେ ସାଇବର ଅପରାଧୀମାନେ ପୁଣି ଥରେ ସମାନ ସଂସ୍ଥା ଉପରେ କରିଥିଲେ ସାଇବର ଆଟାକ୍ । ସାଇବର ଅପରାଧୀମାନେ ବ୍ୟକ୍ତିଗତ ତଥ୍ୟ ହାସଲ ଓ ବ୍ୟବସାୟୀଙ୍କୁ ଶୋଷଣ କରିବା ପାଇଁ ଏକ ବିପଜ୍ଜନକ ପ୍ରକାରର ସଫ୍ଟୱେୟାର 'ରାନସମୱେୟାର' ର ବ୍ୟବହାର କରିଥାନ୍ତି । ଯାହାକି ଏକ ବିପଦପୂର୍ଣ୍ଣ ସଫ୍ଟୱାୟାର ହୋଇଥିବାବେଳେ ଏହା ଦ୍ବାରା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରିଥାନ୍ତି ଅପରାଧୀ । ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ରହିଥାଏ ବ୍ଲାକମେଲ କରି ଟଙ୍କା ହଡ଼ପ କରିବା ।

ସାଇବର ଅପରାଧୀଙ୍କ ତରିକା:

ପ୍ରଥମେ ପ୍ରଥମେ ଏହି ସଫ୍ଟୱାୟାର ବ୍ୟବହାର କରି ସେମାନେ ଟାର୍ଗେଟ୍ କରିଥିବା ବ୍ୟକ୍ତିଙ୍କ ତଥ୍ୟ ଚୋରି କରିଥାନ୍ତି । ପରେ ପରେ ଏହି ତଥ୍ୟର ବ୍ୟବହାର କରି ସେମାନେ ବ୍ଲାକମେଲ କରିଥାନ୍ତି । ତେଣୁ ସାଇବର ଆକ୍ରମଣର ପଦ୍ଧତି, ଚିହ୍ନଟ, ଏହାକୁ ମୁକାବିଲା କରିବା ଦିଗରେ ପଦକ୍ଷେପ ନେବା ଦିଗରେ ସମସ୍ତେ ସଚେତନ ହେବା ଆବଶ୍ୟକ । ଏଥିପାଇଁ ସମସ୍ତଙ୍କୁ ଶିକ୍ଷା ଦେବା ଜରୁରୀ । ବିଶେଷକରି ବିଦ୍ୟାଳୟ, ଡାକ୍ତରଖାନା ଏବଂ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ସଚେତନତା ଅଭିଯାନ ନିହାତି ଗୁରୁତ୍ବପୂର୍ଣ୍ଣ । ସାଇବର ବିପଦକୁ ସଫଳତାର ସହ ମୁକାବିଲା କରିବା ପାଇଁ ବିଶ୍ବ ସ୍ତରରେ ଉନ୍ନତ ଜ୍ଞାନକୌଶଳ ଏବଂ ବିଶେଷଜ୍ଞ ଦଳ ନିୟୋଜନ ହେବାର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢନ୍ତୁ...କିପରି ରହିବ AIର ଭବିଷ୍ୟତ ? ବିଶେଷଜ୍ଞଙ୍କ ମତ ଲାଭଠାରୁ ହେବ ଅଧିକ କ୍ଷତି

ସାଇବର ସୁରକ୍ଷା ସଚେତନତା:

ସାଇବର ଆଟାକ୍ କରିବା ପାଇଁ ଅପରାଧୀମାନେ ଅନେକ ସମୟରେ ନକଲି ୱେବସାଇଟ୍ ବ୍ୟବହାର କରିଥାନ୍ତି । ଏହି ନକଲି ୱେବସାଇଟ ଦ୍ବାରା ଠକାମୀର ଶିକାର ହୋଇଥାନ୍ତି ଲୋକେ । ସଚେନତତା ଅଭାବରୁ ଠକଙ୍କ ବାହୁଡ଼ରେ ପଡି ବହୁ ଅର୍ଥ ହରାଇବାକୁ ପଡେ । ତେଣୁ ଏସବୁରୁ ମୁକ୍ତି ପାଇବାକୁ ହେଲେ ସାଇବର ସଚେତନତା ସୃଷ୍ଟି କରାୟିବା ଦରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.