ETV Bharat / opinion

ନାନ୍ସି ପେଲୋସିଙ୍କ ଧର୍ମଶାଳା ଗସ୍ତ, ବିସ୍ତାରବାଦୀ ଚୀନକୁ ଦେଲା କଡ଼ା ସନ୍ଦେଶ - Nancy Pelosi in Dharamshala - NANCY PELOSI IN DHARAMSHALA

Decoding Nancy Meet Dalai Lama: ଗତ ସପ୍ତାହରେ ଆମେରିକାର ପୂର୍ବତନ ବାଚସ୍ପତି ନାନ୍ସି ପେଲୋସି ହିମାଚଳ ପ୍ରଦେଶର ଧର୍ମଶାଳାରେ ତିବ୍ବତର ଆଧ୍ୟାତ୍ମିକ ଗୁରୁ ଦଲାଇଲାମାଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ନିଜର ସମ୍ବୋଧନରେ ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗକୁ କଡା ସମାଲୋଚନା କରିଥିଲେ । ପେଲୋସିଙ୍କ ଏହି ଧର୍ମଶାଳା ଗସ୍ତ, ଦଲାଇଲାମା ଏବଂ ତାଙ୍କର ଧାର୍ମିକ ଉଦ୍ଦେଶ୍ୟକୁ ଭାରତ ସମର୍ଥନ କରୁଥିବା ନେଇ ବିସ୍ତାରବାଦୀ ଦେଶ ଚୀନ ପାଇଁ କଡ଼ା ସନ୍ଦେଶ ଥିଲା । ପଢନ୍ତୁ ଏନେଇ ଅବସରପ୍ରାପ୍ତ ମେଜର ଜେନେରାଲ ହର୍ଷ କକ୍କରଙ୍କ ଆଲେଖ୍ୟ

ନାନ୍ସି ପେଲୋସିଙ୍କ ଧର୍ମଶାଳା ଗସ୍ତ, ଚୀନ ପାଇଁ ଥିଲା କଡ଼ା ସନ୍ଦେଶ
ନାନ୍ସି ପେଲୋସିଙ୍କ ଧର୍ମଶାଳା ଗସ୍ତ, ଚୀନ ପାଇଁ ଥିଲା କଡ଼ା ସନ୍ଦେଶ (ETV Bharat Odisha)
author img

By Major General Harsha Kakar

Published : Jun 27, 2024, 7:38 PM IST

ହାଇଦ୍ରାବାଦ: ଚୀନ-ତିବ୍ବତ ବିବାଦ ଦୀର୍ଘ ୭ ଦଶନ୍ଧି ପୁରୁଣା । ଏକଦା ଏକ ସ୍ବତନ୍ତ୍ର ରାଷ୍ଟ୍ର ଥିବା ତିବ୍ବତ ଏବେ ଚୀନର ଦଖଲରେ । ତିବ୍ବତୀୟମାନେ ତିବ୍ବତ ଏବଂ ତିବ୍ବତ ବାହାରେ ନିଜର ସ୍ବାଧୀନତା ପାଇଁ ବର୍ଷ ବର୍ଷ ହେଲାଣି ଲଢେଇ ଜାରି ରଖିଛନ୍ତି । ଅନ୍ୟପଟେ ଚୀନର ବିସ୍ତାରବାଦୀ ନୀତିକୁ ରୋକିବାକୁ ଆମେରିକା ଭଳି ବିଶ୍ବର ଅନେକ ରାଷ୍ଟ୍ର ତିବ୍ବତ ପ୍ରସଙ୍ଗକୁ ଅନ୍ତର୍ଜାତୀୟ ରାଜନୀତିର ଅଂଶ ଭାବୁଛନ୍ତି । ଯେଉଁଥିପାଇଁ ତାଇୱାନ ପରେ ତିବ୍ବତକୁ ନେଇ ମଧ୍ୟ ଦୁଇ ସୁପରପାୱାର ରାଷ୍ଟ୍ର ଆମେରିକା ଓ ଚୀନ ମୁହାଁମୁହିଁ ହେଉଛନ୍ତି । ଏହାରି ମଧ୍ୟରେ ଗତ ସପ୍ତାହରେ ଆମେରିକାର ପୂର୍ବତନ ବାଚସ୍ପତି ନାନ୍ସି ପେଲୋସି ଏବଂ ଆମେରିକୀୟ ସାଂସଦଙ୍କ ଏକ ୭ ଜଣିଆ ଟିମ୍ ଚୀନର ଆପତ୍ତି ସତ୍ତ୍ବେ ହିମାଚଳ ପ୍ରଦେଶର ଧର୍ମଶାଳା ଗସ୍ତ କରି ତିବ୍ବତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମାଙ୍କୁ ସାକ୍ଷାତ କରିଥିଲେ । ଏହି ଗସ୍ତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।

ତେବେ ନାନ୍ସି ପେଲୋସି ସେହି ସମୟରେ ଭାରତ ଆସିଥିଲେ, ଯେତେବେଳେ ଆମେରିକା ସଂସଦରେ ତିବ୍ବତ-ଚୀନ ବିବାଦ ଉପରେ 'Resolve Tibet Act’ ପାରିତ ହୋଇଥିଲା । ଏହି ଆକ୍ଟର ଉଦ୍ଦେଶ୍ୟ ୨୦୧୦ରୁ ବେଜିଂ ଏବଂ ତିବ୍ବତ ନେତାଙ୍କ ମଧ୍ୟ ବନ୍ଦ ଥିବା ଆଲୋଚନା ପୁଣିଥରେ ଆରମ୍ଭ କରିବାକୁ ଚାପ ପକାଇବା । ଯେଉଁ କାରଣରୁ ପେଲୋସିଙ୍କ ଗସ୍ତ ଉପରେ ଚୀନ ଆପତ୍ତି ଉଠାଇଥିଲା ।

ତିବ୍ବତ ପ୍ରସଙ୍ଗ ପ୍ରତି ଆମେରିକାର ସମର୍ଥନ ଦର୍ଶାଇବାକୁ ଯାଇ ପେଲୋସି ଧର୍ମଶାଳାରେ ଦୁଇଦିନ ରହିଥିଲେ । ସେଠାରେ ସେ ଦଲାଇଲାମା ଓ ନିର୍ବାସିତ ତିବ୍ବତ ସରକାରଙ୍କୁ ଭେଟିବା ସହିତ ତିବ୍ବତୀୟ ସମୁଦାୟକୁ ସମ୍ବୋଧନ କରିଥିଲେ । ନିଜ ସମ୍ବୋଧନରେ ପେଲୋସି ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ କଟୁ ସମାଲୋଚନା କରି କହିଥିଲେ, ''ଧର୍ମଗୁରୁ ଦଲାଇଲାମା ନିଜର ଶାନ୍ତି ସନ୍ଦେଶ, ଜ୍ଞାନ, ପରମ୍ପରା, କରୁଣା ଓ ସୌହାର୍ଦ୍ଦ୍ୟ ଓ ଦୟାଭାବ ପାଇଁ ଚିରକାଳ ସ୍ମରଣୀୟ ରହିବେ । ହେଲେ ଚୀନ ରାଷ୍ଟ୍ରପତି ! ଆପଣ ଦୁନିଆରୁ ଯିବା ପରେ କେହି ବି ଆପଣଙ୍କୁ କୌଣସି କାମ ପାଇଁ ଶ୍ରେୟ ଦେବେନି ।''

ସେପଟେ ପେଲୋସିଙ୍କ ଗସ୍ତ ପୂର୍ବରୁ ଚୀନ ମନ୍ତ୍ରୀ-କାଉନସେଲର ଜୋଉ ଜଙ୍ଗ ୱାସିଂଟନ ସ୍ଥିତ ଦୂତାବାସରେ କହିଥିଲେ, ଏହି ଗସ୍ତ ଚୀନର ଆଭ୍ୟନ୍ତରୀଣ ବ୍ୟାପାରରେ ଅଯଥା ହସ୍ତକ୍ଷେପ ଅଟେ, ଯାହାକି ଦେଶର ସାର୍ବଭୌମତ୍ବ ଓ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଂଘନ କରୁଛି । ଚୀନ ଏହାର କଡା ନିନ୍ଦା କରୁଛି । ତ୍ରୟଦଶ ଶତାବ୍ଦୀରେ ୟୁଆନ ରାଜବଂଶ ସମୟରୁ ଜିଜାଙ୍ଗ (ତିବ୍ବତ) ଚୀନର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଛି । ଚୀନ ସରକାର ପୂର୍ବରୁ ମଧ୍ୟ ଆମେରିକା ସରକାରଙ୍କୁ ତିବ୍ବତ ଗସ୍ତ ରବ୍ଦ ପାଇଁ ଚେତାବନୀ ଦେଇଥିଲେ, ମାତ୍ର ସେ ଏହାକୁ ଅଣଦେଖା କରିଦେଇଥିଲେ ।

ସେହିପରି ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲିନ ଜିୟାନ ଦଲାଇଲାମାଙ୍କୁ ସମାଲୋଚନା କରି କହିଥିଲେ, ''୧୪ତମ ଦଲାଇଲାମା କୌଣସି ଶୁଦ୍ଧ ଆଧ୍ୟାତ୍ମିକ ଗୁରୁ ନୁହଁନ୍ତି, ବରଂ ଧର୍ମ ଆଢୁଆଳରେ ଚୀନ ବିରୋଧୀ ବିଚ୍ଛିନ୍ନତାବାଦୀ ଗତିବିଧିରେ ସମ୍ପୃକ୍ତ ଜଣେ ରାଜନୀତିକ ନିର୍ବାସିତ ବ୍ୟକ୍ତି ଅଟନ୍ତି ।''

ଏସବୁ ଭିତରେ ଏକ ଭାରତୀୟ ପ୍ରେସନୋଟରେ କୁହାଯାଇଥିଲା, ଆମେରିକୀୟ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ଏବଂ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ଜଣାଇଥିଲେ । ଏଥିସହ ସଦ୍ୟ ସମ୍ପନ୍ନ ବିଶ୍ବର ସବୁଠୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଓ ନିରପେକ୍ଷତା ପାଇଁ ପ୍ରଶଂସା କରିଥିଲେ । ଟିମ୍ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ମଧ୍ୟ ସାକ୍ଷାତ କରିଥିଲା । ଏହି ସୌଜନ୍ୟମୂଳକ ସାକ୍ଷାତକାର, ଆମେରିକୀୟ ପ୍ରତିନିଧିମଣ୍ଡଳୀର ଗସ୍ତ ପ୍ରତି ଭାରତର ସମର୍ଥନକୁ ପ୍ରଦର୍ଶିତ କରିଥିଲା ।

ପ୍ରଧାନମନ୍ତ୍ରୀ ମଧ୍ୟ ଏକ ଏକ୍ସ ପୋଷ୍ଟରେ ଆମେରିକା ସାଂସଦଙ୍କ ଏହି ପ୍ରତିନିଧିମଣ୍ଡଳୀ ସହ ଭଲ ଆଲୋଚନା ହୋଇଥିବା କହିଥିଲେ । ତେବେ ଏଥିରେ ଧର୍ମଶାଳା ଯାତ୍ରା ନେଇ କୌଣସି ଉଲ୍ଲେଖ କରାଯାଇନଥିଲା । ଏଠି ବଡ଼ କଥା ହେଲା, ଦଲାଇଲାମା ଏମିତିରେ ବି ଚିକିତ୍ସା ପାଇଁ ଆମେରିକା ଯାଉଥିଲେ । ସେଠାରେ ଏହି ପ୍ରତିନିଧିମଣ୍ଡଳୀ ତାଙ୍କୁ ଭେଟି ପାରିଥାନ୍ତେ । ହେଲେ ସେମାନେ ଧର୍ମଶାଳା ଆସିବା, ଏହା ପଛରେ ନିଶ୍ଚୟ କିଛି ବଡ ଉଦ୍ଦେଶ୍ୟ ଥାଇପାରେ । ଆହୁରିମଧ୍ୟ,ଏହି ଗସ୍ତ ଭାରତ ସରକାରଙ୍କ ଅନୁମତି ବିନା ସମ୍ଭବ ହୋଇନଥାନ୍ତା । ତେଣୁ ଏହି ସବୁ ଘଟଣା କିଛି ନିର୍ଦ୍ଦିଷ୍ଟ ବାର୍ତ୍ତା ଦେଉଛି ।

ପ୍ରଥମତଃ, ଏହା ଦଲାଇଲାମା ଏବଂ ତାଙ୍କର ଧାର୍ମିକ ଉଦ୍ଦେଶ୍ୟ ପ୍ରତି ଭାରତର ସମର୍ଥନକୁ ଦର୍ଶାଉଛି । ଭାରତର ବୈଦେଶିକ ବିଭାଗ ମୁଖପାତ୍ର ଉଲ୍ଲେଖ କରିଥିଲେ ଯେ, ଆଧ୍ୟାତ୍ମିକ ଗୁରୁ ଦଲାଇଲାମାଙ୍କୁ ନେଇ ଭାରତ ସରକାରଙ୍କ ସ୍ଥିତି ସ୍ପଷ୍ଟ ଏବ ସୁସଂଗତ । ସେ ଜଣେ ପ୍ରତିଷ୍ଠିତ ଧାର୍ମିକ ନେତା ଏବଂ ଭାରତର ଲୋକେ ତାଙ୍କୁ ଖୁବ୍ ସମ୍ମାନ କରନ୍ତି । ନିଜର ଧାର୍ମିକ ଏବଂ ଆଧ୍ୟାତ୍ମିକ ଗତିବିଧିର ସଂଚାଳନ ପାଇଁ ତାଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି ।

ଦ୍ବିତୀୟରେ, ଏହା ଦର୍ଶାଉଛି ଯେ ଆମେରିକା ଏବଂ ଭାରତ ଦୁଇ ଘନିଷ୍ଠ ସହଯୋଗୀ । ତିବ୍ବତ ଓ ଚୀନ ସମେତ ଅନେକ ପ୍ରସଙ୍ଗରେ ଦୁଇ ଦେଶର ଆଭିମୁଖ୍ୟ ସମାନ । ତୃତୀୟରେ, ପ୍ରତିନିଧିମଣ୍ଡଳୀ ବୈଶ୍ବିକ ତିବ୍ବତ ସମୁଦାୟଙ୍କୁ ସେମାନଙ୍କ ସବୁଠୁ ଗୁରୁତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବଡ ସନ୍ଦେଶ ଦେଇଛନ୍ତି, ଯାହାକି ୧୫ତମ ଦଲାଇଲାମାଙ୍କ ଚୟନ ଅଟେ । ସେପଟେ ଚୀନ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାକୁ ବ୍ୟଗ୍ର ରହିଛି । ଯଦ୍ବାରା ଚୀନ ତାଙ୍କୁ ଏକ କାଠକଣ୍ଢେଇ ଭଳି ପରିଚାଳିତ କରିପାରିବ । କାରଣ ଚୀନ ଜାଣିଛି ଦଲାଇଲାମାଙ୍କ ବିନା, ତିବ୍ବତ ଉପରେ ତା'ର ନିୟନ୍ତ୍ରଣ ଅସମ୍ପୂର୍ଣ୍ଣ ଅଟେ ।

ପ୍ରତିନିଧିମଣ୍ଡଳୀ ଭାରତ ଆସିବା ଏବଂ 'Resolve Tibet Act' ପାରିତ ନେଇ ଘୋଷଣା କରିବା, ଯେଉଁଥିରେ ତିବ୍ବତ ଲୋକଙ୍କ ଆତ୍ମନିର୍ଣ୍ଣୟ ଓ ମାନବାଧିକାର ସାମିଲ ଏହା ସାରା ବିଶ୍ବରେ ଥିବା ତିବ୍ବତ ସମୁଦାୟଙ୍କ ପାଇଁ ବଡ ଆଶ୍ବସ୍ତି ଥିଲା । ଏହି ଆକ୍ଟ ଉପରେ ଏବେ କେବଳ ଆମେରିକା ରାଷ୍ଟ୍ରପତିଙ୍କ ଦସ୍ତଖତକୁ ଅପେକ୍ଷା ରହିଛି । କେନ୍ଦ୍ରୀୟ ତିବ୍ବତୀୟ ପ୍ରଶାସନ ଅନୁସାରେ, ଏହି ଆକ୍ଟ ତିବ୍ବତ ଲୋକଙ୍କ ସାମାଜିକ-ସାଂସ୍କୃତିକ ପରିଚୟକୁ ମାନ୍ୟତା ଦିଏ । ଏହାଦ୍ବାରା ତାଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କରିବା ପାଇଁ ବୈଶ୍ବିକ ସମର୍ଥନ ମିଳିଥାଏ ।

୨୦୨୦ରେ ବାଇଡେନ ନିର୍ବାଚନ ପ୍ରଚାର ସମୟରେ ଦଲାଇଲାମାଙ୍କୁ ଭେଟିବାକୁ ଘୋଷଣା କରିଥିଲେ । ଏ କ୍ଷେତ୍ରରେ ଆମେରିକାରେ ଦଲାଇଲାମାଙ୍କ ଆଗାମୀ ଚିକିତ୍ସା ଏକ ଉପଯୁକ୍ତ କ୍ଷଣ ହେବ ଏବଂ ବାଇଡେନଙ୍କ ଅଭିଯାନକୁ ପ୍ରୋତ୍ସାହନ କରିବ । ଯଦି ଏହା ହୁଏ ତାହେଲେ ଚୀନ ପାଇଁ ଏହାଠୁ ଆଉ କିଛି ସ୍ପଷ୍ଟ ସନ୍ଦେଶ ନହୋଇପାରେ ।

୨୦୨୨ରେ ଆମେରିକା ସଂସଦ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ତାଇୱାନ ଷ୍ଟ୍ରେଟରେ ଉତ୍ତେଜନା ସୃଷ୍ଟି କରିଥିଲା । ଚୀନ ଦୀପ ଉପରେ ବାଲାଷ୍ଟିକ ମିଶାଇଲ ନିକ୍ଷେପ କରିଥିଲା । ଏହି ସମୟରେ କିଛି ମିସାଇଲ ଜାପାନ ଜଳଭାଗରେ ମଧ୍ୟ ପଡିଥିଲା । ସେହି ସମୟରେ ଚୀନ ତାଇୱାନ ଉପରେ ବଡ ସାଇବର ଆଟାକ ମଧ୍ୟ କରିଥିଲା । ହେଲେ ଭାରତ ତାଇୱାନ ନୁହେଁ । ତାକୁ ଏଭଳି ଭାବେ ଦବାଇ ଦିଆଯାଇପାରିବ ନାହିଁ ।

ଚୀନ ବିରୋଧରେ ଭାରତ ସାମରିକ ସ୍ତରରେ ନିଜର ସ୍ଥିତି ମଜଭୁତ କରିଛି । ସୀମାରେ ସମାନ ଜୋସର ସହ ଚୀନ ସେନାକୁ କଡା ଜବାବ ଦେଉଛି । ଭାରତ ବେଜିଂକୁ ସନ୍ଦେଶ ଦେଇଛି ଯେ, ଯେ ପର୍ଯ୍ୟନ୍ତ ସୀମା ବିବାଦର ସମାଧାନ ହେବ ନାହିଁ, ସେପର୍ଯ୍ୟନ୍ତ ଚୀନ ସହ ଦ୍ବିପାକ୍ଷିକ ସମ୍ପର୍କ ମଧ୍ୟ ସ୍ବାଭାବିକ ହେବନି । ଏହାର ଅର୍ଥ ଭାରତ ଚୀନ ବିରୋଧି କାର୍ଯ୍ୟାନୁଷ୍ଠାନର ସମର୍ଥନ କରିବ । ଏଥିସହ ଭାରତ ଆମେରିକୀୟ ପ୍ରତିନିଧିମଣ୍ଡଳୀ ଗସ୍ତକୁ ଅନୁମତି ଦେବା ଏବଂ ଜିନପିଙ୍ଗଙ୍କୁ ସମାଲୋଚନା କରିବାକୁ ସୁଯୋଗ ଦେବା ଚୀନକୁ ଏହି ସନ୍ଦେଶ ଦେବାର ଅନ୍ୟ ଏକ ତରିକା ଥିଲା ଯେ, ତା' ସହିତ ସମ୍ପର୍କ ଖରାପ ହୋଇସାରିଛି । ଏହାକୁ ସୁଧାରିବାର ଦାୟିତ୍ବ ଚୀନର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.