ଲେଖକ-ସିପି ରାଜେନ୍ଦ୍ରନ, ଭୂତତ୍ତ୍ବବିତ୍
ହାଇଦ୍ରାବାଦ: ପ୍ରାକ୍ ଶିଳ୍ପ ଯୁଗ (1850-1900)ରେ ତାପମାତ୍ରା ବୃଦ୍ଧି କମ୍ ପରିମାଣରେ ହେଉଥିଲା । ଏହି ଟ୍ରେଣ୍ଡ ସମୟକ୍ରମେ ବୃଦ୍ଧି ପାଇବାକୁ ଲାଗିଲା। 2016, 2017, 2019, 2020 ଓ 2023 ସୁଦ୍ଧା 1.5 ଡିଗ୍ରୀ ବୃଦ୍ଧି ଘଟିଲା । 2024କୁ ଏହି ତାପମାତ୍ରା ବିଶ୍ବବ୍ୟାପୀ ବୃଦ୍ଧି ଘଟିପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବୈଜ୍ଞାନିକ । ବିଶେଷଜ୍ଞଙ୍କ କହିବା ଅନୁସାରେ, 2050 ସୁଦ୍ଧା ଭାରତ ସମେତ ବିଶ୍ବର ବିଭିନ୍ନ ସ୍ଥାନରେ ସହନଶୀଳତାଠାରୁ ଅଧିକ ମାତ୍ରାରେ ତାପମାତ୍ରା ବୃଦ୍ଧି ପାଇବ। ମାତ୍ରାଧିକ ଉତ୍ତାପ ଯୋଗୁ ବରଫାବୃତ୍ତ ଅଞ୍ଚଳରେ ବରଫ ତରଳିବ । ଫଳରେ ହିମାଳୟ ପର୍ବତମାଳାର ପାଦ ଦେଶରେ ବସବାସ କରୁଥିବା ଜନଜୀବନ ପ୍ରଭାବିତ ହେବେ । ଏହା ମନୁଷ୍ୟରୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତଙ୍କ ଜୀବନଯାତ୍ରାକୁ ପ୍ରଭାବିତ କରିବ । ତେଣୁ ଏଭଳି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ଆମକୁ ଖାପ ଖୁଆଇବା ପାଇଁ ସମ୍ବଳ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଆମେ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସିଛୁ । ଭାରତ ସମେତ ବିଶ୍ବର ବିଭିନ୍ନ ସ୍ଥାନ ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲରେ ନିଆଁ ଲାଗିବା, ବନ୍ୟା, ବାତ୍ୟା ଦ୍ବାରା ପ୍ରଭାବିତ ହେଉଛନ୍ତି । ଫଳରେ ବହୁ ଧନଜୀବନ ହାନି ହେଉଛି । ୟୁଏନ ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ (UN Intergovernmental Panel) ଗ୍ଲୋବାଲ ୱାର୍ମିଂ ପାଇଁ ସତର୍କ କରାଇଛି।
ଏହି ପ୍ୟାନେଲ କହିଛି, "ଶତାବ୍ଦୀ ଶତାବ୍ଦୀ ଧରି ସମୁଦ୍ର ପତ୍ତନ, ବରଫାବୃତ୍ତ ଅଞ୍ଚଳ ଆଦି ପରିବର୍ତ୍ତନଶୀଳ ନଥିଲା । ବର୍ତ୍ତମାନ ଅନୁସନ୍ଧାନରୁ ଜଣାପଡ଼ିଥିବା ତଥ୍ୟ ଚିନ୍ତାର କାରଣ ସାଜିଛି । ଏଣୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ହେଲେ ଆମକୁ ପରିବର୍ତ୍ତିତ ପାଣିପାଗ ପ୍ରତି ଧ୍ୟାନ ଦେବାକୁ ହେବ। ଗ୍ରୀନ ହାଉସ ଗ୍ୟାସର ପରିମାଣ ହ୍ରାସ ଦିଗରେ ଯତ୍ନବାନ ହେବାକୁ ପଡ଼ିବ।" ଜଳବାୟୁ ପରିବର୍ତ୍ତନ ଆମ ଆଗରେ ବର୍ତ୍ତମାନ ଆହ୍ବାନ ହୋଇ ଛିଡ଼ା ହୋଇଥିବାବେଳେ ନିର୍ଗତ ହେଉଥିବା କାର୍ବନ ଗ୍ୟାସ ପରିମାମର ହ୍ରାସ କରିବା ଦିଗରେ ଆମେ ଯତ୍ନବାନ ହେବା ଆବଶ୍ୟକ । 2022 ର ରେକର୍ଡ ଅନୁଯାୟୀ, ବାୟୁମଣ୍ଡଳୀରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧି 417 (ପିପିଏମ Parts Per Million) ରହିଥିଲା । ଜଳବାୟୁ ପରିବର୍ତ୍ତନ ପାଇଁ ପ୍ରୋତ୍ସାହନ ଦିଗରେ ଏକ ମାଇଲଖୁଣ୍ଟ ସାଜିଛି COP (Conference Of Parties)। ଏହି ବୈଠକରେ ଜୟବାୟୁ ଆନ୍ଦୋଳନ, ମାନକ ସ୍ଥିର କରିବା, ନିର୍ଗତ ଅଙ୍ଗାରକାମ୍ଳ ପରିମାଣକୁ ହ୍ରସ କରିବା ଆଦି ଦିଗରେ ଆଲୋଚନା ପରେ ପଦକ୍ଷେପ ନିଆଯାଏ।
ବର୍ତ୍ତମାନ ସମୟରେ ଏକ ସ୍ଥାୟୀ ଜଳବାୟୁ ସୃଷ୍ଟି କରିବାକୁ ଗ୍ଲୋବାଲ ଆଡାପ୍ଟେସନ ପ୍ରୋଗ୍ରାମ (Global Adaptation Programme) କରାଯାଉଛି । ଏନେଇ ପ୍ୟାରିସ ତରଫରୁ ଏକ ଚୁକ୍ତି ହୋଇଛି । ଯାହାକି ପରିବର୍ତ୍ତନଶୀଳ ଜଳବାୟୁକୁ ସ୍ଥାୟୀ କରିବାରେ ସହାୟକ ହେବ । ତେବେ ଅଞ୍ଚଳ ଅନୁସାରେ ଥିବା ଆବଶ୍ୟକତା ପୂରଣ ଦିଗରେ ପ୍ରଥମେ ଧ୍ୟାନ ଦେବାକୁ ହେବ । ଅଞ୍ଚଳରେ ବସବାସ କରୁଥିବା ଉଦ୍ଭିଦ ଓ ଜୀବଜନ୍ତରୁ ଆରମ୍ଭ କରି ମନୁଷ୍ୟ ସମସ୍ତଙ୍କର ପ୍ରକୃତି ଓ ଚରିତ୍ର ବିଷୟରେ ଅବଗତ ରହିଲେ ଏ ଦିଗରେ ପଦକ୍ଷେପ ନେଇହେବ । ଯାହା ଫଳରେ ସେମାନେ ପରିବେଶ ସହ ନିଜକୁ ଖାପଖୁଆଇ ଚଳିପାରିବେ।
ନୂଆ ଟେକ୍ନୋଲୋଜି ବ୍ୟବହାର ଦ୍ବାରା ମଣିଷ ଜଲବାୟୁ ପରିବର୍ତ୍ତନ ସତ୍ତ୍ବେ ସମସ୍ତ ପରିବେଶରେ ଖାପଖୁଆଇ ଚଳିବାରେ ସକ୍ଷମ ହୋଇପାରିବ । ଅବକ୍ଷୟ ହୋଇଥିବା ଜୀବ ସନ୍ତୁଳନ ପୁନରୁଦ୍ଧାର ହୋଇପାରିବ । ଏହାସହ ଉତ୍ତପ୍ତ ପାଣିପାଗ ଓ ସମୁଦ୍ର ପତ୍ତନରୁ ବୃଦ୍ଧି ଆଦିକୁ ରୋକିହେବ । ଏହାସହ ଜନସାଧାରଣଙ୍କୁ ଏଦିଗରେ ସତର୍କ କରାଇବା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଟେ । ବ୍ୟବସାୟ ମଡେଲଗୁଡିକରେ ଗ୍ରୀନ ଟେକ୍ନୋଲୋଜିର କାର୍ଯ୍ୟକାରିତା ଦ୍ବାରା ଅଙ୍ଗାରକାମ୍ଲର ପରିମାଣ ହ୍ରାସ ପାଇବ । ଯେଉଁମାନଙ୍କର ଆଡାପ୍ଟେସନ୍ ବା ଖାପଖୁଆଇବା ଦିଗରେ କମ୍ କ୍ଷମତା ଥାଏ ସେମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏହାସହ ଦାରିଦ୍ର୍ୟ ହ୍ରାସ କରି ଅର୍ଥନୈତିକ ଅଭିବୃଦ୍ଧି ସହ ଲିଙ୍ଗଗତ ଅସମାନତାକୁ ହ୍ରାସ କରାଯିବାର ମଧ୍ୟ ଆବଶ୍ୟକତା ରହିଛି । ସେହିପରି ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ସମସ୍ତଙ୍କର ପ୍ରଯାସ ହେବା ଜରୁରୀ । ନଚେତ୍ ଏଥିରେ ରାଜନୀତିକରଣ ବା ଏକକୀକରଣ କରାଗଲେ ସମସ୍ୟା ଉପୁଜିବାରେ ।
ଏହା ମଧ୍ୟ ପଢନ୍ତୁ...'ଅଲ ନିନୋ' ଓ 'ଲା ନୀନା': ଜଳବାୟୁ ପରିବର୍ତ୍ତନରେ କିପରି ପ୍ରଭାବ ପକାଉଛନ୍ତି ଏହି ଯୁଗଳବନ୍ଦୀ ?
2023 ମସିହା ଜୁଲାଇ 5 ତାରିଖରେ ୟୁଏନ ପ୍ରତିଷ୍ଠା ଦିବସ ଅବସରରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଗ୍ଲୋବାଲ ଗୋଲରେ 'ଲିଟିଲ କନକ୍ରିଟ ପ୍ରୋଗ୍ରେସ' ଅର୍ଥାତ୍ ସାମାନ୍ୟ ପ୍ରଗତି ହୋଇଥିବା ଦର୍ଶାଯାଇଥିଲା । ପ୍ୟାରିସ ଚୁକ୍ତିନାମା 2015 ମୁତାବକ, ଗ୍ଲୋବାଲ ଗୋଲ ଅନ ଆଡାପ୍ଟେସନ (GGA) ଅନୁସାରେ ଥିବା ଟାର୍ଗେଟ୍ ବିଷୟରେ ଦର୍ଶାଇଛି । ଜଳବାୟୁ ପରିବର୍ତ୍ତନକୁ ନେଇ ଥିବା ଆହ୍ବାନର ସାମ୍ନା କରିବା ବିଶ୍ବସ୍ତରୀୟ ଲକ୍ଷ୍ୟ ହୋଇଥିବାବେଳେ ଗତବର୍ଷ ଦୁବାଇରେ ଆୟୋଜିତ COP 28ବୈଠକରେ ଏ ବାବଦରେ ଆଲୋଚନା ହୋଇଛି।ପ୍ରଭାବିତ ଦେଶମାନେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଲିୟନ ବିଲିୟନ ଅର୍ଥରାଶି ଆବଶ୍ୟକତା ଥିବା ଦାବି କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏହା 700 ମିଲିୟନ ଡଲାର ବୋଲି ଧାର୍ଯ୍ୟ କରାଯାଇଛି । ଏହି ପାଣ୍ଠିର ଆବଶ୍ୟକତା ପୂରଣ କରିବାକୁ ଆଗକୁ COP 28କୁ ଅଧିକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ । ବିଶେଷଙ୍କ କହିବା କଥା, ପୂର୍ବରୁ ଏ ଦିଗରେ ଥିବା ନିଷ୍କ୍ରିୟତା ବର୍ତ୍ତମାନ କାର୍ଯ୍ୟକାରୀ ହେବା ନିହାତି ଫଳପ୍ରଦ ହେବ ।