ETV Bharat / opinion

SDGର ଏଜେଣ୍ଡା: 2030 ସୁଦ୍ଧା ଭାରତର ରୂପାନ୍ତର

2030 Agenda For SDG: 2030 ବର୍ଷ ସୁଦ୍ଧା ବିଶ୍ବକୁ ଦାରିଦ୍ର୍ୟ, ରୋଗ ଏବଂ କ୍ଷୁଧା ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି ଜାତିସଂଘ । ଯାହା ସଫଳ ହେବ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ପଢନ୍ତୁ ଶ୍ରୀରାମ ଚେକୁରିଙ୍କ ଆଲେଖ୍ୟ,

author img

By ETV Bharat Odisha Team

Published : Mar 9, 2024, 5:03 PM IST

SDGର ଏଜେଣ୍ଡା
SDGର ଏଜେଣ୍ଡା

ଲେଖକ: ଶ୍ରୀରାମ ଚେକୁରି

ସ୍ତମ୍ଭକାର

ହାଇଦ୍ରାବାଦ: 1947 ମସିହାରେ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା ଭାରତ । 1950ରେ ଏକ ଗଣତନ୍ତ୍ର ରାଷ୍ଟ୍ର ଭାବେ ପରିଗଣିତ ହେଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରାଗଲା । 1951-52ରେ ଦେଶରେ ପ୍ରଥମ ଥର ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହେଲା। ମାନବାଧିକାର ବଜାୟ ରଖିବାକୁ ସେବେଠାରୁ ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି । ତଥାପି ଭାରତ ଏକ ଗରିବ ଦେଶ ଭାବେ ପରିଗଣିତ ହୋଇ ରହିଛି । 76 ବର୍ଷର ସ୍ବାଧୀନତା ପରେ ମଧ୍ୟ ମୁଣ୍ଡପିଛା ଆୟ 2,600 ଡଲାର ରହିଛି । ଦେଶ ବହୁ ପ୍ରାକୃତିକ ସମ୍ପଦରେ ଭରପୁର ରହିଥିଲେ ବି ଦାରିଦ୍ର୍ୟ ଦୂରୀକରଣ ହୋଇନି। ଏବେବି କ୍ଷୁଧା ମେଣ୍ଟାଇବାକୁ ସଂଘର୍ଷ କରୁଛନ୍ତି ଲୋକେ । ତେଣୁ ମିଳିତ ଜାତିସଂଘ ତଥା ସମସ୍ତ ଦେଶର ସରକାରୀ ସଂଗଠନ ଦାରିଦ୍ର୍ୟ ଦୂରୀକରଣ ଏବଂ ବିଶ୍ବରୁ କ୍ଷୁଧା ନିବାରଣ ଦିଗରେ ପଦକ୍ଷେପ ନେଲା। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିକାଶ, ପୁଷ୍ଟିକର ଖାଦ୍ୟ ଯୋଗାଣ, ଉଚ୍ଚଶିକ୍ଷା, ପରିଷ୍କାର ଜଳବାୟୁକୁ ଗୁରୁତ୍ବ ଦିଆଗଲା ।

ତଥାପି ଦାରିଦ୍ର୍ୟ ଦୂରୀକରଣ ସମ୍ଭବ ହୋଇନାହିଁ । ଜାତିସଂଘର ମୂଳ ଉଦ୍ଦେଶ୍ୟ ହେଉଛି ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ବିକଶିତ ଦେଶ ଗଠନ କରିବା । ଏହାସହ ସମସ୍ତ ଦେଶରେ ପାନୀୟ ଜଳ, ପରିମଳ ଏବଂ ଶାନ୍ତିପୂର୍ଣ୍ଣ ସହଭାଗିତା ଉପରେ ପଦକ୍ଷେପ ଗ୍ରହଣ କରିବା । ଯଦିଓ SDG ସୂଚକାଙ୍କରେ ଭାରତ ମାନ୍ୟତା ପ୍ରଦର୍ଶନକାରୀ ଗୋଷ୍ଠୀରେ ସାମିଲ ଅଛି କିନ୍ତୁ ସଫଳ ଦେଶ ତାଲିକାରେ ନାହିଁ । ନାଗରିକଙ୍କ ମଧ୍ୟରେ ଥିବା ଅସମାନତାର ମୁକାବିଲା, ଶାନ୍ତି ପ୍ରତିଷ୍ଠା, ମାନବିକ ଅଧିକାରର ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ତଥା ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଆଦି ଲକ୍ଷ୍ୟ ରଖିଛି ଜାତିସଂଘ । ଏଜେଣ୍ଡାର 17 ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ରହିଛି । SDG ସୂଚକାଙ୍କ ଅନୁସାରେ, ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ସହିତ ସମସ୍ତ ଦେଶର ସ୍ଥିତିକୁ ଆକଳନ କରିବା ପାଇଁ ବିଶ୍ବସ୍ତରୀୟ ଅଧ୍ୟୟନର ଆବଶ୍ୟକତା ରହିଛି ।

ମିଲେନିୟମ ଡେଭଲପମେଣ୍ଟ ଗୋଲ୍ସ(MDG) ସୂଚକାଙ୍କ ଭଳି SDG କେବଳ ବିକାଶଶୀଳ ଦେଶ ନୁହେଁ ବରଂ ଦେଶରେ ଶିଳ୍ପର ବିକାଶ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ମିଳିତ ଜାତିସଂଘର ସମସ୍ତ ସଦସ୍ୟ 2030 ବର୍ଷ ସୁଦ୍ଧା ବିଶ୍ବକୁ ଦାରିଦ୍ର୍ୟ, ରୋଗ ଏବଂ କ୍ଷୁଧା ମୁକ୍ତ କରିବା ପାଇଁ ଲକ୍ଷ୍ୟ ହାସଲ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବର୍ତ୍ତମାନ 60 ପ୍ରତିଶତରୁ ଅଧିକ ସମୟ ବିତିଯାଇଥିଲେ ବି ପଛୁଆ ଦେଶରେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ସଫଳତା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ...ଓପନ ସୋର୍ସ ଇଣ୍ଟେଲିଜେନ୍ସ, ବଡ୍ ବିପଦ !

ଲକ୍ଷ୍ୟ ହାସଲ କରିବାକୁ, ପ୍ରତ୍ୟେକ ଦେଶର ସରକାର ସ୍ଥାୟୀ ଅଭିବୃଦ୍ଧି ଏବଂ ବିକାଶ ପାଇଁ SDG ସୂଚକାଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ସୂଚକାଙ୍କ ଅନୁଯାୟୀ ବିଭିନ୍ନ ନିୟମାବଳୀ ନେଇ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ SDG ସୂଚକାଙ୍କରେ ଶୀର୍ଷରେ ଥିବା 10 ଦେଶ ହେଲା ଫିନଲ୍ୟାଣ୍ଡ, ସ୍ବିଡେନ, ଡେନମାର୍କ, ଜର୍ମାନୀ, ବେଲଜିୟମ, ଅଷ୍ଟ୍ରିଆ, ନରୱେ, ଫ୍ରାନ୍ସ, ସ୍ଲୋଭେନିଆ ଏବଂ ଏଷ୍ଟୋନିଆ । ଯେଉଁଥିରେ ଭାରତର 120ତମ ସ୍ଥାନରେ ରହିଥିବାବେଳେ, ଦେଶର ସ୍କୋର ରହିଛି 60.07 । ତେବେ ଭାରତକୁ ଏକ ବିକାଶଶୀଳ ଦେଶ ଭାବେ ଗଢ଼ି ତୋଳିବାକୁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଯୋଜନା ଅନବରତ କାର୍ଯ୍ୟ କରୁଛି । ଭାରତରେ, SDG ଇଣ୍ଡିଆ ଇଣ୍ଡେକ୍ସ କାର୍ଯ୍ୟକାରୀ ହୋଇଛି । ଯାହାକି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବିଷୟରେ ତଥ୍ୟ ପ୍ରଦାନ କରୁଛି । ଏହି କ୍ରମରେ 75 ପଏଣ୍ଟ ହାସଲ କରି କେରଳ ତୃତୀୟ ଥର ପାଇଁ ଆଗୁଆ ରହିଛି । ହିମାଚଳ ପ୍ରଦେଶ ଏବଂ ତାମିଲନାଡୁ 72 ପଏଣ୍ଟ ଲେଖାଏଁ ସ୍କୋର କରିଛନ୍ତି । କେରଳ, ତାମିଲନାଡୁ, ଏବଂ ହିମାଚଳ ପ୍ରଦେଶ ଭଲ ପ୍ରଦର୍ଶନକାରୀ ରାଜ୍ୟ ହୋଇଥିବାବେଳେ ଆସାମ, ଝାଡ଼ଖଣ୍ଡ ଏବଂ ବିହାର ସବୁଠାରୁ ଖରାପ ପ୍ରଦର୍ଶନକାରୀ ରାଜ୍ୟ ବୋଲି ରିପୋର୍ଟରୁ ଜଣାପଡ଼ିଛି । ତେବେ ସମସ୍ତ ରାଜ୍ୟ ସେମାନଙ୍କର ସାମଗ୍ରିକ ସ୍କୋରରେ କ୍ରମାଗତ ବୃଦ୍ଧି ଦେଖାଇଥିବା ସ୍ପଷ୍ଟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.