ETV Bharat / lifestyle

ଶୀତୁଆ ସନ୍ଧ୍ୟାରେ ଚୁଟ୍‌କିରେ ଘରେ ବନାନ୍ତୁ ଭେଜ୍ ସୁପ୍ - WINTER SPECIAL SOUP RECIPE

ଶୀତ ଦିନେ ସନ୍ଧ୍ୟାରେ କିଛି ହେଲ୍‌ଦି ଓ ଟେଷ୍ଟି ଖାଇବାକୁ ମନ ହେଉଛି ? ତାହେଲେ ଘରେ ବନାନ୍ତୁ ଟେଷ୍ଟି ଭେଜିଟେବୁଲ ସୁପ୍ । ଜାଣନ୍ତୁ ରେସିପି

ଶୀତୁଆ ସନ୍ଧ୍ୟାରେ ଏମିତି ଘରେ ବନାନ୍ତୁ ଭେଜ୍ ସୁପ୍
ଶୀତୁଆ ସନ୍ଧ୍ୟାରେ ଏମିତି ଘରେ ବନାନ୍ତୁ ଭେଜ୍ ସୁପ୍ (ETV Bharat)
author img

By ETV Bharat Lifestyle Team

Published : Dec 7, 2024, 2:12 PM IST

ଶୀତ ଦିନେ ସକାଳେ ସନ୍ଧ୍ୟାରେ ଗରମ ଗରମ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ଖାସ୍ କରି ସନ୍ଧ୍ୟାବେଳେ ସମସ୍ତେ କିଛି ହେଲ୍‌ଦି ଓ ଟେଷ୍ଟି ଖାଇବାକୁ ମନ ବଳାଇଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସୁଛୁ ଭେଜ୍ ସୁପ୍ ରେସିପି । ଏହା ପାଟିକୁ ଯେମିତି ସୁଆଦିଆ ଦେହ ପାଇଁ ବି ସେମିତି ହିତକର । ଆପଣ ଘରେ ପୁରା ରେସ୍ତୋରାଁ ଷ୍ଟାଇଲରେ ଏହି ଭେଜିଟେବୁଲ ସୁପ୍ ପ୍ରସ୍ତୁତ କରି ନିଜ ପରିବାର ଲୋକଙ୍କୁ ପରଷି ପାରିବେ । ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ

ଆବଶ୍ୟକୀୟ ସାମଗ୍ରୀ:

  • ବଟର
  • କଟା ଅଦା, ରସୁଣ
  • ମକା
  • ଗ୍ରୀନ ମଟର
  • ବିନ୍ସ
  • ଗାଜର
  • ସ୍ପ୍ରିଙ୍ଗ ଓନିଅନ
  • କ୍ୟାପ୍ସିକମ
  • କଟା ପତ୍ରକୋବି
  • ବ୍ରୋକଲି (ଚାହିଁଲେ)
  • କନଫ୍ଲୋର
  • ଭିନେଗାର
  • ଗୋଲମରିଚ ଗୁଣ୍ଡ
  • ସ୍ବାଦ ଅନୁସାରେ ଲୁଣ
  • ଟମାଟୋ ସସ୍, ଚିଲି ସସ୍

ସବୁ ପରିବାକୁ ଟିକିଟିକି କରି କାଟି ରଖନ୍ତୁ ।

ପ୍ରସ୍ତୁତି ପ୍ରଣାଳୀ

  1. ପ୍ରଥମେ ଗ୍ୟାସରେ କଡେଇ ବସାଇ ଦୁଇ ଚାମଚ ବଟର ପକାନ୍ତୁ । ଏଥିରେ କଟା ଅଦା ଓ ରସୁଣ ପକାଇ ଭାଜନ୍ତୁ ।
  2. ଅଦା ରସୁଣ ବାଦାମୀ ରଙ୍ଗ ଦେଖାଗଲେ ସ୍ପ୍ରିଙ୍ଗ ଓନିଅନ ପକାଇ କିଛି ସେକେଣ୍ଡ ଭାଜନ୍ତୁ ।
  3. ଏବେ ସବୁ ପରିବା- ମକା, ଗାଜର, ବିନ୍ସ, କୋବି, ଗ୍ରୀନ ମଟର, ବ୍ରୋକଲି ପକାଇ କିଛି ସମୟ ଫ୍ରାଏ କରନ୍ତୁ । ଭଲ ଭାବେ ଫ୍ରାଏ ହେଲା ପରେ ଆପଣ ନିଜ ଆବଶ୍ୟକତା ଅନୁସାରେ ପାଣି କମ୍ ବେଶୀ ଦେଇପାରିବେ ।
  4. ଏହା ଫୁଟିଲା ପରେ ଅଳ୍ପ ଗୋଲମରିଚ ଗୁଣ୍ଡ ପକାନ୍ତୁ । ସ୍ବାଦ ଅନୁସାରେ ଲୁଣ ଓ ଅଧା ଚାମଚ ଭିନେଗାର ପକାଇ ଘୋଡାଇ ଦିଅନ୍ତୁ । ଭିନେଗାର ପକାଇଲେ ସ୍ବାଦ ଭଲ ଆସେ ।
  5. ଏହି ସୁପ୍‌କୁ 5ରୁ 6 ମିନିଟ୍ ଫୁଟିବାକୁ ଛାଡନ୍ତୁ । ଏହାପରେ ଦେଢ ଚାମଚ କନଫ୍ଲୋରକୁ ପାଣିରେ ଭଲ ଭାବେ ଗୋଳାଇ ସୁପରେ ଦିଅନ୍ତୁ । ଏଥିରେ ସୁପ୍ ବହଳିଆ ହୁଏ ।
  6. ଏବେ ପୁଣି କିଛି ମିନିଟ୍ ଫୁଟିବାକୁ ଦିଅନ୍ତୁ । ଏହାପରେ ପୁଣି ଅଳ୍ପ ଗୋଲମରିଚ ଗୁଣ୍ଡ ପକାନ୍ତୁ । ଶେଷ ବେଳକୁ ଦୁଇ ଚାମଚ ଟମାଟୋ ସସ୍ ଓ ଗୋଟିଏ ଚାମଚ ଚିଲି ସସ୍ ଗୋଳାଇ ସୁପରେ ଦିଅନ୍ତୁ । ଗୋଟିଏରୁ ଦୁଇ ମିନିଟ୍ ଫୁଟିବା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ ।
  7. ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଭେଜିଟେବୁଲ ସୁପ୍ । ସନ୍ଧ୍ୟାରେ ପୁରା ପରିବାର ସହ ମିଶି ଗରମ ଗରମ ସୁପ୍‌ର ମଜା ନିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ: ବିବାହ ପୂର୍ବରୁ ଅଣଦେଖା କରନ୍ତୁନି ଏସବୁ କଥା, ନହେଲେ ହଇରାଣ ହେବେ

ଏହା ମଧ୍ୟ ପଢନ୍ତୁ: ହାର୍ଟ ଫେଲିୟର ହେଲେ ଦେଖାଯାଏ ଏସବୁ ଲକ୍ଷଣ

ଏହା ମଧ୍ୟ ପଢନ୍ତୁ: ଏହି ଦେଶରେ କେବଳ ମୋଟା ଝିଅଙ୍କୁ ବାହା ହୁଅନ୍ତି ପୁଅ, ବାହାଘର ପୂର୍ବରୁ ଯାଆନ୍ତି ଫ୍ୟାଟ୍ କ୍ୟାମ୍ପ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.