ETV Bharat / lifestyle

ଶୀତ ଦିନିଆ ଡ୍ରାଏ ସ୍କିନକୁ ନେଇ ଚିନ୍ତିତ କି ? କ୍ଷୀର-ମହୁ-ନଡିଆ ତେଲ କରିଦେବ କମାଲ - WINTER SKIN CARE

ଶୀତ ଦିନିଆ ଡ୍ରାଏନେସ ଦୂର କରିବାକୁ ଚାହାଁନ୍ତି । କ୍ଷୀର, ନଡ଼ିଆ ତେଲ ଓ ମହୁ ଭଳି ପ୍ରାକୃତିକ ଜିନିଷରେ ଚମକିବ ତ୍ବଚା, ରହିବନି ଡ୍ରାଏ ସମସ୍ୟା । ଜାଣନ୍ତୁ କେମିତି

ଶୀତ ଦିନିଆ ଡ୍ରାଏ ସ୍କିନକୁ ନେଇ ଚିନ୍ତିତ କି
ଶୀତ ଦିନିଆ ଡ୍ରାଏ ସ୍କିନକୁ ନେଇ ଚିନ୍ତିତ କି (ETV Bharat)
author img

By ETV Bharat Odisha Team

Published : Dec 7, 2024, 2:19 PM IST

ଶୀତ ଋତୁରେ ସ୍କିନ ବା ଚର୍ମ ଉପରେ ଗଭୀର ପ୍ରଭାବ ପଡିଥାଏ । ଥଣ୍ଡା ପବନ ଓ କମ୍ ଆର୍ଦ୍ରତା ତ୍ବଚାକୁ ଶୁଷ୍କ ଓ ମଳିନ କରିଦିଏ । ତ୍ବଚାର ରଙ୍ଗ ଫିକା ପଡିବା, ଚର୍ମ କୁଣ୍ଡେଇ ହେବା, ଫାଟିବା ଭଳି ସମସ୍ୟା ଅଧିକ ଦେଖାଯାଏ । ଏଥିପାଇଁ ଶୀତ ଦିନେ ସ୍କିନକୁ ମଇଶ୍ଚରାଇଜ କରିବା ଅଧିକ ଜରୁରୀ ହୋଇଥାଏ । କାରଣ ଥଣ୍ଡାରେ ସ୍କିନରୁ ପ୍ରାକୃତିକ ତୈଳ ଶୁଖିବାକୁ ଲାଗେ । ଏହି ସମୟରେ ତ୍ବଚାର ସୁନ୍ଦରତା ବଜାୟ ରଖିବାକୁ ସ୍କିନ କେୟାର ରୁଟିନ ଆପଣାଇବା ଆବଶ୍ୟକ । ଏଥିଲାଗି ଆପଣଙ୍କୁ ମହଙ୍ଗା କ୍ରିମ କିମ୍ବା ଅନ୍ୟ କୌଣସି ବ୍ୟୁଟି ପ୍ରଡକ୍ଟ ଦରକାର ନାହିଁ । କିଛି ଘରୋଇ ସାମଗ୍ରୀରେ ଆପଣ ନିଜ ସ୍କିନକୁ ସୁସ୍ଥ ଓ ସୁନ୍ଦର ରଖିପାରିବେ । ଦେଶୀ ଘିଅ, କଞ୍ଚା କ୍ଷୀର, ମହୁ ଓ ନଡିଆ ତେଲ ଭଳି ପ୍ରାକୃତିକ ଜିନିଷ ଶୀତ ଦିନେ ସ୍କିନକୁ ଉପଯୁକ୍ତ ପୋଷଣ ଯୋଗାଇ ଏହାକୁ ଗ୍ଲୋଇଂ ବନାଇଥାଏ । ଜାଣନ୍ତୁ କେମିତି...

ନଡିଆ ତେଲ:

ନଡିଆ ତେଲ ଏକ ପ୍ରାକୃତିକ ମଇଶ୍ଚରାଇଜର ଅଟେ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଫଙ୍ଗଲ ଗୁଣ ଥାଏ । ଏହା ସ୍କିନକୁ ହାଇଡ୍ରେଟ, ମଇଶ୍ଚରାଇଜ କରିବା ସହ ଡ୍ରାଏନେସ୍‌ ଦୂର କରେ । ଏହା ସ୍କିନ ଭିତର ପର୍ଯ୍ୟନ୍ତ ପୋଷଣ ପହଞ୍ଚାଏ ଏବଂ ଡ୍ରାଏ ହେବାରୁ ରୋକେ । ହାତରେ ଅଳ୍ପ ନଡିଆ ତେଲ ନେଇ ନିଜ ମୁହଁ ଓ ଶରୀରରେ ଲଗାନ୍ତୁ । ଏହା ସ୍କିନକୁ ନରମ ଓ ଚମକଦାର ରଖେ ।

ମହୁ:

ମହୁ ଏକ ଭଲ ହାଇଡ୍ରେଟିଂ ଏଜେଷ୍ଟ ଯାହାକି ତ୍ବଚାକୁ ଡିପ୍ ମଇଶ୍ଚରାଇଜ କରିଥାଏ । ଏହା ତ୍ବଚାକୁ କୋମଳ ଓ ଚମକଦାର ବନାଇଥାଏ । ମହୁରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଛି । ସ୍କିନ ଇନଫେକ୍ସନ, ସ୍କିନ ଆଲର୍ଜି, କଳାଦାଗ ଦୂର କରିବାରେ ସାହାଯ୍ୟ କରେ । ଆପଣ ମହୁକୁ ଫେସ ମାସ୍କ ଭଳି ବ୍ୟବହାର କରିପାରିବେ । ଏଥିପାଇଁ ଅଳ୍ପ ମହୁ ନେଇ ପୁରା ମୁହଁରେ ଲଗାନ୍ତୁ ଏବଂ 15-20 ମିନିଟ୍ ପରେ ଧୋଇଦିଅନ୍ତୁ ।

ଦେଶୀ ଘିଅ:

ଦେଶୀ ଘିଅରେ ଭିଟାମିନ ଏ, ଡି, ଇ ସହ ଅନେକ ପୋଷଣ ତତ୍ତ୍ବ ଭରି ରହିଛି । ଏହା ସ୍କିନକୁ ଡିପ୍ ମଇଶ୍ଚର ଓ ନରିସମେଣ୍ଟ ପ୍ରଦାନ କରିଥାଏ । ଶୀତରେ ଯେବେ ସ୍କିନ ଡ୍ରାଏ ହେବାକୁ ଲାଗେ, ସେତେବେଳେ ଆପଣ ଶୋଇବା ପୂର୍ବରୁ ମୁହଁରେ ଟିକିଏ ଦେଶୀ ଘିଅ ଲଗାଇ ହାତରେ ଧୀରେ ଧୀରେ ମାଲିସ କରନ୍ତୁ । ଏହା ସ୍କିନକୁ କୋମଳ ଓ ସୁସ୍ଥ ରଖିବାରେ ସାହାଯ୍ୟ କରେ । ତ୍ବଚାର ରଙ୍ଗ ଉଜ୍ଜ୍ବଳ କରାଯାଏ । ଶୀତ ଦିନେ ସ୍କିନକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଦେଶୀ ଘିଅ ବ୍ୟବହାର ଏକ ଭଲ ବିକଳ୍ପ ।

କଞ୍ଚା କ୍ଷୀର:

କଞ୍ଚା କ୍ଷୀରରେ ଲାକ୍ଟିକ ଏସିଡ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ତ୍ବଚାକୁ କୋମଳ ତଥା ମୁଲାୟମ କରିଥାଏ । ଆପଣ ଏକ କଟନ ବଲ‌୍‌ରେ କ୍ଷୀରକୁ ନେଇ ସିଧାସଳଖ ଚେହେରାରେ ଲଗାଇ ହାତରେ ହାଲ୍‌କା ମସାଜ କରନ୍ତୁ । କିଛି ସମୟ ପରେ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କ ଚେହେରା କେମିତି ଉଜ୍ଜ୍ବଳ ଦିଶିବ । କୌଣସି ମହଙ୍ଗା ବ୍ୟୁଟି ପ୍ରଡକ୍ଟ ଅପେକ୍ଷା ଏହିସବୁ ପ୍ରାକୃତିକ ଜିନିଷ ବ୍ୟବହାର କରି ଆପଣ ଶୀତ ଦିନେ ନିଜ ସ୍କିନକୁ ସୁସ୍ଥ ଓ ମୁଲାୟମ ରଖିପାରିବେ ।

ଏହା ମଧ୍ୟ ପଢନ୍ତୁ: ପାର୍ଲର ଭଳି ଗ୍ଲୋ ଚାହାଁନ୍ତି ? ଘରେ ଏମିତି ବନାନ୍ତୁ ଷ୍ଟ୍ରବେରୀ ଫେସ ମାସ୍କ

ଏହା ମଧ୍ୟ ପଢନ୍ତୁ: ବିବାହ ପୂର୍ବରୁ ପାର୍ଟନରଙ୍କ ଏହି 7 ମେଡିକାଲ ଟେଷ୍ଟ କରାନ୍ତୁ, ନହେଲେ...

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ । ଏହି ସୂଚନା ନେଇ ଇଟିଭି ଭାରତ କୌଣସି ସ୍ପଷ୍ଟୀକରଣ ଦିଏ ନାହିଁ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.