ETV Bharat / lifestyle

ଟ୍ରେନରେ ରାଜପ୍ରସାଦ ଭ୍ରମ, ଦେଖିଲେ ଝଲସିଯିବ ଆଖି, ଏତିକି ଟିକେଟ ଦାମ୍ - Palace on Wheels - PALACE ON WHEELS

ଟ୍ରେନରେ ରାଜପ୍ରସାଦ ଅନୁଭୂତି । ଆଜ୍ଞା ହଁ ! ରାଜପ୍ରସାଦର ଭ୍ରମ ସୃଷ୍ଟି କରୁଥିବା ଟ୍ରେନ 'ପ୍ୟାଲେସ ଅନ ହ୍ବିଲ୍ସ' ରାଜଧାନୀରୁ ନିଜର ଯାତ୍ରା ଆରମ୍ଭ କରିସାରିଛି ।

ଟ୍ରେନରେ ରାଜପ୍ରସାଦ ଭ୍ରମ, ଦେଖିଲେ ଝଲସିଯିବ ଆଖି, ଏତିକି ଟିକେଟ ଦାମ୍
ଟ୍ରେନରେ ରାଜପ୍ରସାଦ ଭ୍ରମ, ଦେଖିଲେ ଝଲସିଯିବ ଆଖି, ଏତିକି ଟିକେଟ ଦାମ୍ (IRCTC)
author img

By ETV Bharat Lifestyle Team

Published : Oct 4, 2024, 7:33 PM IST

Palace on wheels: ପାର୍ବଣ ଋତୁ ଓ ଛୁଟିଦିନ ଆରମ୍ଭ ହୋଇସାରିଛି । ଏମିତିରେ ଯଦି ଆପଣ କୌଣସି ଟ୍ରିପ ପ୍ଲାନ କରୁଛନ୍ତି, ତାହେଲେ ଏହି ଖବର ଆପଣଙ୍କ ପାଇଁ । ଭାରତର ସର୍ବପୁରାତନ ହେରିଟେଜ୍ ଟ୍ରେନ ମଧ୍ୟରୁ ଗୋଟିଏ 'ପ୍ୟାଲେସ ଅନ ହ୍ବିଲ୍ସ' ଦିଲ୍ଲୀରୁ ନିଜର ଋତୁକାଳୀନ ଯାତ୍ରା ଆରମ୍ଭ କରିସାରିଛି । ଆପଣ ଭାବୁଥିବେ ଏଠି କାହିଁକି ଆମେ ଟ୍ରେନ କଥା କହୁଛୁ ! କାରଣ ଏହା କୌଣସି ସାଧାରଣ ଟ୍ରେନ ନୁହେଁ । ଏଥିରେ ଆପଣଙ୍କୁ ରାଜପ୍ରସାଦ ବା ରାଜମହଲରେ ରହିବା ଭଳି ଅନୁଭୂତି ମିଳିଥାଏ । ଏହାର ଆଖି ଝଲସିଲା ଭଳି ଆକର୍ଷଣୀୟ ସାଜ୍ଜସଜ୍ଜା ପ୍ୟାଲେସର ଭ୍ରମ ସୃଷ୍ଟି କରେ । ଆପଣ ବି ଦେଖିଲେ, ଏହା ଟ୍ରେନ କି ରାଜପ୍ରାସାଦ ଭ୍ରମରେ ପଡିଯିବେ ।

ଏହି ଟ୍ରେନକୁ ସମ୍ପୂର୍ଣ୍ଣ ରାଜକୀୟ ଶୈଳୀରେ ସଜ୍ଜା ଯାଇଛି । ଏହି ସାଜସଜ୍ଜା ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଏଥିରେ ଥରୁଟିଏ ଯାତ୍ରା ଯାତ୍ରୀଙ୍କୁ ସାରା ଜୀବନ ଭୁଲି ହୁଏନା । ତେଣୁ 'ପ୍ୟାଲେସ ଅନ ହ୍ବିଲ୍ସ'ରେ ଯାତ୍ରା କରିବାକୁ ଲୋକେ ବର୍ଷ ତମାମ୍ ଅପେକ୍ଷାରେ ଥାଆନ୍ତି ।

ଟ୍ରେନରେ ରାଜପ୍ରସାଦ ଭ୍ରମ, ଦେଖିଲେ ଝଲସିଯିବ ଆଖି, ଏତିକି ଟିକେଟ ଦାମ୍
ଟ୍ରେନରେ ରାଜପ୍ରସାଦ ଭ୍ରମ, ଦେଖିଲେ ଝଲସିଯିବ ଆଖି, ଏତିକି ଟିକେଟ ଦାମ୍ (IRCTC)

ନୂଆଦିଲ୍ଲୀର ସଫଦରଗଞ୍ଜ ଷ୍ଟେସନରୁ ଆରମ୍ଭ:

ରାଜସ୍ଥାନର ସବୁଠୁ ରାଜକୀୟ ଟ୍ରେନ ପ୍ୟାଲେସ ଅନ ହ୍ବିଲ୍ସର ଯାତ୍ରା ଚଳିତ ବର୍ଷ ସେପ୍ଟେମ୍ବର 25ରୁ ଆରମ୍ଭ ହୋଇଯାଇଛି । ଦିଲ୍ଲୀର ସଫଦରଗଞ୍ଜ ରେଳ ଷ୍ଟେସନରୁ ଆରମ୍ଭ ହୋଇଥିବା ଏହି 8 ଦିବସୀୟ ଯାତ୍ରା ରାଜସ୍ଥାନ, ଗୁଜୁରାଟ, ଉତ୍ତର ପ୍ରଦେଶ ଦେଇ ଗତି କରିବ । ଟ୍ରେନରେ ଥିବା ଯାତ୍ରୀମାନେ ଜୟପୁର, ଜୈସାଲମିର, ଯୋଧପୁର, ଉଦୟପୁର, ଭରତପୁର ଓ ଆଗ୍ରା ସହିତ ଅନେକ ପର୍ଯ୍ୟଟନସ୍ଥଳୀ ଯାତ୍ରା କରିପାରିବେ । ଏହାପରେ ନିଜର ମୂଳ ଷ୍ଟେସନ ଦିଲ୍ଲୀ ଫେରିଆସିବେ ।

ଟିକେଟ:

ପ୍ୟାଲେସ ଅନ ହ୍ବିଲ୍ସର ଟିକେଟ ଋତୁକାଳୀନ ଚାହିଦା ଓ କ୍ୟାଟାଗୋରୀ ଉପରେ ଆଧାରିତ । ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ପିକ୍ ସିଜନରେ ଏହାର ପ୍ରେସିଡେନସିଆଲ ସୁଟ୍ ଟିକେଟ ଦର ରାତି ପିଛା 2 ଲକ୍ଷ 91 ହଜାର 330 ଟଙ୍କା ରହେ । ସିଙ୍ଗଲ ଅକ୍ୟୁପାନ୍ସି (ପ୍ରତି ଯାତ୍ରୀ) ପାଇଁ ଦର 1 ଲକ୍ଷ 24 ହଜାର 538 ଟଙ୍କା । ଦୁଇ ଜଣଙ୍କ ପାଇଁ ଭଡା 81.008 ଟଙ୍କା ଅଟେ ।

ବିଳାସପୂର୍ଣ୍ଣ କ୍ୟାବିନ:

ଏହି ଟ୍ରେନରେ 14ଟି ବିଳାସପୂର୍ଣ୍ଣ ଡିଲକ୍ସ କୋଚ ରହିଛି । ପ୍ରତ୍ୟେକ କୋଚ ନାଁ ପ୍ରାଚୀନ ରାଜପୂତ ରାଜ୍ୟଗୁଡିକ ନାମରେ ରଖାଯାଇଛି । ପ୍ରତି କୋଚରେ ଏହାର ନାମ ଅନୁସାରେ ସେହି କ୍ଷେତ୍ରର ସାଂସ୍କୃତିକ ବିଭବର ଝଲକ ଦେଖିବାକୁ ମିଳେ । କ୍ୟାବିନଗୁଡିକ ଏୟାରକଣ୍ଡସନିଂ, ୱାଇ-ଫାଇ, ଆଟାଚ୍ ବାଥରୁମ ସହ ବିଭିନ୍ନ ଅତ୍ୟାଧୁନିକ ସୁବିଧାରେ ସୁସଜ୍ଜିତ । ପ୍ରତ୍ୟେକ କ୍ୟାବିନରେ ଦେଖିବାକୁ ମିଳେ ରାଜକୀୟ ସାଜସଜ୍ଜା ।

ଦୁଇଟି ରେସ୍ତୋରାଁ:

ଟ୍ରେନ ଭିତରେ ଦୁଇଟି ଡାଇନିଂ କାର ରହିଛି, ଏହାର ନାମ ମହାରାଜା ଓ ମହାରାଣୀ । ଏଥିରେ ରାଜସ୍ଥାନୀ, କଣ୍ଟିନେଣ୍ଟାଲ, ଭାରତୀୟ, ଚାଇନିଜ ସମେତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ମିଳିଥାଏ, ଯାହାକୁ ଜଣାଶୁଣା ସେଫ୍ ପ୍ରସ୍ତୁତ କରନ୍ତି । ଏହି ଖାଦ୍ୟ ସ୍ବାଦିଷ୍ଟ ହେବା ସଙ୍ଗେ ସଙ୍ଗେ ପୁରୁଣା ଦିନକୁ ମନେ ପକାଇଥାଏ ।

ବାର, ଲାଉଞ୍ଜ, ସ୍ପା:

ଯେଉଁ ଲୋକେ ମଦ୍ୟପାନ ସଉକ ରଖନ୍ତି, ସେମାନଙ୍କ ପାଇଁ ଟ୍ରେନରେ 'ଦ ରୟାଲ ବାର୍' ରହିଛି । ଏଥିରେ ବିଭିନ୍ନ ପ୍ରକାରର ସ୍ପିରିଟ, ୱାଇନ ଓ କକ୍‌ଟେଲ ଉପଲବ୍ଧ । ଏକ ବିଶାଳ ଲାଉଞ୍ଜ ଏରିଆ ଯାତ୍ରୀଙ୍କୁ ଆକର୍ଷଣୀୟ ସାଜସଜ୍ଜା ସହ ଆରାମ କରିବାକୁ ସୁବିଧା ଦିଏ । ଟ୍ରେନରେ ସ୍ପା ବ୍ୟବସ୍ଥା ମଧ୍ୟ ଉପଲବ୍ଧ । ଏମିତିକି ପ୍ରତି କୋଚରେ ବ୍ୟକ୍ତିଗତ ସେବା ପ୍ରଦାନ ପାଇଁ ଜଣେ ଜଣେ ଜଣେ ସହାୟକ ରହିଥାନ୍ତି ।

ଏହି ରାଜକୀୟ ଟ୍ରେନର ସବୁଠୁ ବଡ଼ ବିଶେଷତ୍ବ ହେଲା ଏହାର ଇଣ୍ଟେରିୟର ଓ ରାଜସ୍ଥାନୀ ରାଜମହଲ । ଏହା ମଧ୍ୟରେ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ଦେଖିବାକୁ ମିଳେ । କାନ୍ଥରେ ଚିତ୍ରିତ କଳାକୃତି ଓ ପେଣ୍ଟିଂ ଭାରତର ସାଂସ୍କୃତିକ ବିଭାବକୁ ଦର୍ଶାଇଥାଏ ।

ଏହା ମଧ୍ୟ ପଢନ୍ତୁ: ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ - Visa Free Countries For Indians

ଏହା ମଧ୍ୟ ପଢନ୍ତୁ: ନବରାତ୍ରିରେ ଫଲୋ କରନ୍ତୁ ଏହି ସେଲିବ୍ରିଟିଙ୍କ ପାରମ୍ପରିକ ଲୁକ୍ - Celebrity inspired dresses for Puja

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.