ETV Bharat / lifestyle

ଭାରତର ଏପରି 7 ରହସ୍ୟମୟ ସ୍ଥାନ, ନାଁ ଶୁଣିଲେ ଡରନ୍ତି ଲୋକେ - HAUNTED PLACES IN INDIA

ଭାରତ ଅନେକ ରହସ୍ୟମୟ ସ୍ଥାନରେ ଭରପୁର । ଏଠି ଏମିତି କିଛି ଜାଗା ଅଛି ଯେଉଁଠି ଯିବା ତ ଦୂରର କଥା, ନାଁ ଶୁଣିବା ମାତ୍ରେ ଲୋକଙ୍କ ଲୋମ ଟାଙ୍କୁରିଯାଏ ।

ଭାରତର ଏପରି 7 ରହସ୍ୟମୟ ସ୍ଥାନ, ନାଁ ଶୁଣିଲେ ଡରନ୍ତି ଲୋକେ
ଭାରତର ଏପରି 7 ରହସ୍ୟମୟ ସ୍ଥାନ, ନାଁ ଶୁଣିଲେ ଡରନ୍ତି ଲୋକେ (ETV Bharat)
author img

By ETV Bharat Lifestyle Team

Published : Nov 19, 2024, 4:12 PM IST

ନଦନଦୀ, ସମୁଦ୍ର, ହ୍ରଦ, ସୁଉଚ୍ଚ ପାହାଡ, ଘଞ୍ଚ ଅରଣ୍ୟ ନାନାଦି ପ୍ରାକୃତିକ ଶୋଭାରାଜିରେ ଭରପୂର ଭାରତ । ଏହାସହିତ ଏଠାରେ ଏମିତି ମଧ୍ୟ କେତେକ ରହସ୍ୟମୟ ସ୍ଥାନ ରହିଛି, ଯାହାର ରହସ୍ୟ ଆଜି ଯାଏଁ କେହି ଭେଦ କରିପାରିନାହାନ୍ତି । ଯେଉଁ ସ୍ଥାନଗୁଡିକୁ ଯିବା ତ ଦୂରର କଥା, ନାଁ ଶୁଣିବା ମାତ୍ରେ ଲୋକଙ୍କ ଲୋମଟାଙ୍କୁରି ଉଠେ । ଜନମାନସରେ ଏସବୁ ସ୍ଥାନକୁ ନେଇ ଅନେକ ଭୂତ-ପ୍ରେତ କାହାଣୀ ପ୍ରଚଳିତ । କେହି ଏହାକୁ ଅନ୍ଧବିଶ୍ବାସ କହୁଥିବାବେଳେ ଆଉ ଏହାର ବାସ୍ତବତା ନେଇ ଦାବି କରନ୍ତି । ଚାଲନ୍ତୁ ଜାଣିବା ସେହି ରହସ୍ୟମୟ ସ୍ଥାନଗୁଡିକ ସମ୍ପର୍କରେ...

ଭାନଗଡ କିଲ୍ଲା, ରାଜସ୍ଥାନ:

ଭାରତର ସବୁଠୁ ରହସ୍ୟମୟ ସ୍ଥାନ ମଧ୍ୟରୁ ଅନ୍ୟତମ ରାଜସ୍ଥାନର ଭାନଗଡ କିଲ୍ଲା । ଏହାକୁ 'ଭୂତିଆ କିଲ୍ଲା' କୁହାଯାଏ । ଏହି ସ୍ଥାନ ବିଷୟରେ ଭାବିବା ମାତ୍ରେ ଲୋକଙ୍କ ଲୋମଟାଙ୍କୁରି ଯାଏ । ଭାନଗଡ ଏକ ଜଙ୍ଗଲ ନିକଟରେ ଅବସ୍ଥିତ ଏବଂ ନିଜର ଭୂତପ୍ରେତ କାହାଣୀ ପାଇଁ ସାରା ଦେଶରେ ଜଣାଯାଏ । ସୂର୍ଯ୍ୟାସ୍ତ ପରେ କୌଣସି ପର୍ଯ୍ୟଟକଙ୍କୁ ଏହି ଜାଗାକୁ ଯିବାକୁ ଅନୁମତି ମିଳେନି । ଲୋକମାନେ କୁହନ୍ତି, ଜଣେ ଯାଦୁଗର ଏହି ଅଞ୍ଚଳର ରାଜକୁମାରୀଙ୍କୁ ପ୍ରେମ କରୁଥିଲା । ସେ ରାଜକୁମାରୀଙ୍କୁ ନିଜ ବଶରେ କରିବାକୁ କଳାଯାଦୁର ସାହାଯ୍ୟ ନେଇଥିଲା । ଏ କଥା ରାଜକୁମାରୀ ଜାଣିବା ପରେ ତାକୁ ହତ୍ୟା କରିଥିଲେ । ମରିବା ସମୟରେ ଯାଦୁଗର ଏହି କିଲ୍ଲାକୁ ଅଭିଶାପ ଦେଇଥିବାରୁ ସେବେଠୁ ଏହା ଶ୍ରାପିତ ସ୍ଥାନ ହୋଇରହିଛି । ଏଠାକୁ ରାତି ସମୟରେ ଯିବା ମରଣକୁ ନିୟନ୍ତ୍ରଣ କରିବା ସହ ସମାନ ବୋଲି କୁହାଯାଏ ।

ଭାରତର ରହସ୍ୟମୟ ସ୍ଥାନ
ଭାରତର ରହସ୍ୟମୟ ସ୍ଥାନ (ETV Bharat)

କୁଲଧରା ଗାଁ, ରାଜସ୍ଥାନ:

ରାଜସ୍ଥାନରେ ଏପରି ଆଉ ଏକ ସ୍ଥାନ ହେଲା କୁଲଧରା ଗ୍ରାମ । ଏହି ଗାଁ ଖୁବ୍ ନିର୍ଜନ ଏବଂ ଭୂତିଆ ଗାଁ ରୂପେ ପରିଚିତ । ଏଠି ମଣିଷ ତ ଦୂରର କଥା ପକ୍ଷୀଟିଏ ବି ବସା ବାନ୍ଧି ନାହିଁ । କୁହାଯାଏ ଏହି ଗାଁ ଅଭିଶପ୍ତ ଏବଂ ଏଠାରେ ଭୂତମାନେ ବାସ କରନ୍ତି । ଅନେକ ପୈଶାଚିକ ଘଟଣା ଦେଖାଯାଉଥିବାରୁ ଏହି ଗାଁକୁ ଯିବାକୁ ଆଖପାଖର ଲୋକେ ଭୟ କରନ୍ତି । 1291 ମସିହାରେ ପଲିୱାଲ ବ୍ରାହ୍ମଣଙ୍କ ଦ୍ବାରା କୁଲଧରା ଗାଁ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଏହା କୃଷି ଜ୍ଞାନକୌଶଳ ଓ ବେପାର ବାଣିଜ୍ୟରେ ବେଶ୍ ସମୃଦ୍ଧ ଥିଲା । ହେଲେ 1825 ମସିହାରେ ହଠାତ୍ ଗାଁରୁ ସବୁ ଲୋକ ଖାଲି ହୋଇଗଲେ । ସେବେଠାରୁ ଏହି ଅଞ୍ଚଳ ଜନଶୂନ୍ୟ ହୋଇପଡିଛି ।

ଜାତିଙ୍ଗା, ଆସାମ:

ଆସାମର ଜାତିଙ୍ଗାରେ ଅନେକ ରହସ୍ୟମୟ ଓ ବିଚିତ୍ର ଘଟଣା ଦେଖିବାକୁ ମିଳେ । ଯାହାର ରହସ୍ୟ ଆଜି ଯାଏ କେହି ଭେଦ କରିପାରି ନାହାନ୍ତି । ଏହି ସ୍ଥାନ ଆସାମର ଡିମା ହାସାଓ ଜିଲ୍ଲାରେ ଅବସ୍ଥିତ । ଏଠାରେ ପ୍ରତିବର୍ଷ ମୌସୁମୀ ଋତୁ ଶେଷ ବେଳକୁ ପକ୍ଷୀଙ୍କ ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳେ । ଖାସ୍ କରି ଅମାବାସ୍ୟାର ଘନ ଅନ୍ଧାର ରାତିରେ ସନ୍ଧ୍ୟା 6ଟାରୁ ରାତି 10ଟା ମଧ୍ୟରେ ଶହ ଶହ ପକ୍ଷୀ ଏଠାକୁ ଆସି ଆତ୍ମହତ୍ୟା କରିଥାନ୍ତି । କିପରି ଏହି ପକ୍ଷୀମାନଙ୍କର ମୃତ୍ୟୁ ହୁଏ ତାହାର କାରଣ ଆଜି ଯାଏଁ ରହସ୍ୟ ହୋଇରହିଛି । ଏହି ଘଟଣା ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟନ୍ବିତ କରିଥାଏ ।

ଶାନିୱାରୱାଡା ଦୁର୍ଗ, ପୁଣେ:

ମହାରାଷ୍ଟ୍ରର ପୁଣେ ସହରରେ ରହିଛି ଶାନିୱାରୱାଡା ଦୁର୍ଗ । 1818 ମସିହା ଯାଏଁ ଏଠି ମରହଟ୍ଟା ପେଶୱାମାନଙ୍କ ରାଜତ୍ବ ଥିଲା । କୁହାଯାଏ ପୂର୍ଣ୍ଣିମା ରାତିରେ ଏଠି ଅଧିକ ଅଲୌକିକ ଗତିବିଧି ଦେଖାଯାଏ । ଏହା ପଛର କାହାଣୀ ଶୁଣିବାକୁ ମିଳେ କି, ଜଣେ ରାଜକୁମାରୀଙ୍କୁ ଏହି ସ୍ଥାନରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସେବେଠୁ ତାଙ୍କର ଆତ୍ମା ଏଠି ଘୁରି ବୁଲିଛି । ରାତି ସମୟରେ ଏଠାରେ ଭୟାନକ ଚିତ୍କାର ଶୁଣାଯାଉଥିବାର ସ୍ଥାନୀୟ ଲୋକେ କୁହନ୍ତି ।

ଡୁମାସ ବେଳାଭୂମି, ଗୁଜୁରାଟ:

ଭାରତର ଜଣାଶୁଣା ଭୂତିଆ ସ୍ଥାନଗୁଡିକ ମଧ୍ୟରୁ ଅନ୍ୟତମ ଗୁଜୁରାଟର ଡୁମାସ ବେଳାଭୂମି । ଏଠାରେ ଦେଖାଯାଉଥିବା କଳା ବାଲି ଏହାକୁ ଅଧିକ ରହସ୍ୟମୟ କରାଏ । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ବେଳାଭୂମିରେ ଅତୃପ୍ତ ଆତ୍ମାମାନେ ଘୁରି ବୁଲନ୍ତି । ଏହି କାରଣରୁ ପୈଶାଚିକ ଘଟଣାମାନ ଦେଖାଯାଏ । ବେଳାଭୂମିକୁ ବୁଲିବାକୁ ଆସୁଥିବା କେତେକ ପର୍ଯ୍ୟଟକ ମଧ୍ୟ ଅଜବ ଓ ଭୟାନକ ଶବ୍ଦ ଶୁଣିଥିବାର କୁହନ୍ତି । ରାତି ସମୟରେ ଏଠି ବୁଲିବା ମରଣ ଠାରୁ କମ୍ ନୁହେଁ ବୋଲି ଲୋକମାନେ ବିଶ୍ବାସ କରନ୍ତି । ବହୁ ବର୍ଷ ପୂର୍ବେ ଏହି ସ୍ଥାନ ଏକ ଶ୍ମଶାନ ଘାଟ ଥିଲା । ଏଥିପାଇଁ ଏଠିକାର ବାଲି କଳା ରଙ୍ଗର ବୋଲି କୁହାଯାଏ । ଦୂରଦୂରାନ୍ତରୁ ଲୋକମାନେ ଡୁମାସ ବେଳାଭୂମି ବୁଲିବାକୁ ଆସୁଥିଲେ ହେଁ ସନ୍ଧ୍ୟା ହେବା କ୍ଷଣି କେହି ରୁହନ୍ତି ନାହିଁ ।

ଡାଉ ହିଲ୍, ଦାର୍ଜିଲିଂ:

ପଶ୍ଚିମବଙ୍ଗର ଦାର୍ଜିଲିଂରେ ଥିବା ଡାଉ ହିଲକୁ ନେଇ ଅନେକ ଭୟାନକ କାହାଣୀ ପ୍ରଚଳିତ । ସ୍ଥାନୀୟ ଲୋକଙ୍କ ଅନୁସାରେ, ଏହି ଜଙ୍ଗଲରେ ମଣିଷ ହାଡ ଦେଖିବା ଅତି ସାଧାରଣ କଥା । ଏହି କାରଣରୁ ଡାଉ ଜଙ୍ଗଲକୁ ରହସ୍ୟମୟ ଓ ଭୟାନକ ସ୍ଥାନ ମନେ କରାଯାଏ । ରାତି ସମୟରେ ଏଠାକୁ ଯିବାଆସିବା ବାରଣ କରାଯାଏ । କୁହାଯାଏ ଯଦି କେହି ରାତିରେ ଜଙ୍ଗଲକୁ ଯାଏ ତେବେ ତାର ମୃତ୍ୟୁ ନିଶ୍ଚିତ । ଏମିତିକି ଏଠି ମୁଣ୍ଡ କଟା ଭୂତ ଦେଖିବାକୁ ମିଳୁଥିବା ଲୋକେ କୁହନ୍ତି । ଏହି ଜଙ୍ଗଲ ପାଖରେ ଭିକ୍ଟୋରିଆ ବଏଜ୍ ହାଇସ୍କୁଲ ରହିଛି । ସ୍କୁଲ ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶୀତ ଛୁଟି ଲାଗି ବନ୍ଦ ରହୁଥିବା ସମୟରେ ସ୍ଥାନୀୟ ଲୋକେ ଏଠାରେ ଭୟାନକ ଚିତ୍କାର ଓ ପାଦ ଶବ୍ଦ ଶୁଣିବାକୁ ପାଆନ୍ତି । ହେଲେ ଏନେଇ ଆଜି ଯାଏଁ କୌଣସି ପ୍ରମାଣ ମିଳିନି ।

ଅଗ୍ରସେନକି ବାଉଲି, ଦିଲ୍ଲୀ:

ଦିଲ୍ଲୀର ବିଭିନ୍ନ ଐତିହାସିକ ସ୍ମାରକୀ ମଧ୍ୟରୁ ଅନ୍ୟତମ ଅଗ୍ରସେନକି ବାଉଲି । କିଛି ଲୋକ ଏହାକୁ ଭୂତିଆ ସ୍ମାରକୀ କହିଥାନ୍ତି । ଏଠି ରାତି ସମୟରେ ଅଲୌକିକ ଘଟଣା ଘଟୁଥିବା ଶୁଣିବାକୁ ମିଳେ । କୁହାଯାଏ, ଏଠାରେ ଥିବା କୂଅରେ ପୂର୍ବରୁ କଳା ପାଣି ଥିଲା । ଏହି ପାଣିକୁ ଦେଖି ଲୋକମାନେ ସମ୍ମୋହିତ ହୋଇ ସେଥିରେ ଡେଇଁ ପଡୁଥିଲେ । ସେଥିପାଇଁ ରାତିରେ ଏହି ସ୍ଥାନକୁ ଆସିବାକୁ ଲୋକମାନେ ଭୟ କରିଥାନ୍ତି । କିନ୍ତୁ ଏହି ତଥାକଥିତ କାହାଣୀ କେତେ ସତ କେତେ ମିଛ ଜଣାନାହିଁ । ଅଗ୍ରସେନକି ବାଉଲିରେ ପିକେ ଓ ସୁଲତାନ ଭଳି ବଲିଉଡ ଫିଲ୍ମ ସୁଟିଂ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ନିଦ ଭାଙ୍ଗିଲା ପରେ ଏମିତି ଅନୁଭବ କରୁଛନ୍ତି କି ? ହୋଇପାରେ ସ୍ଲିପ୍ ପାରାଲିସିସ୍

ଏହା ମଧ୍ୟ ପଢନ୍ତୁ: ସୂର୍ଯ୍ୟାସ୍ତ ପରେ କରନ୍ତୁନି ଏହି କାମ; ହୋଇଥାଏ ଅଶୁଭ, ଘରୁ ହଜିଯାଏ ସୁଖ-ଶାନ୍ତି

(Disclaimer- ଏଠାରେ ଦିଆଯାଇଥିବା ସୂଚନା ସୋସିଆଲ ମିଡିଆ ଏବଂ ବିଭିନ୍ନ ମିଡିଆ ରିପୋର୍ଟ ଉପରେ ଆଧାରିତ । ଏନେଇ ଇଟିଭି ଭାରତ କୌଣସି ସ୍ପଷ୍ଟୀକରଣ ଦିଏ ନାହିଁ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.