ETV Bharat / lifestyle

ହିଟର ରଡ୍‌ରେ କରୁଛନ୍ତି କି ପାଣି ଗରମ ? ସ୍ବିଚ ଅନ୍ କରିବା ପୂର୍ବରୁ ଜାଣନ୍ତୁ ଏହି ଜରୁରୀ କଥା - WATER HEATER ROD SAFETY TIPS

ଶୀତ ଦିନ ପାଣି ଗରମ ପାଇଁ ୱାଟର ହିଟର ରଡ୍ ବ୍ୟବହାର କରୁଛନ୍ତି କି ? ଏହା ପୂର୍ବରୁ ଜାଣି ରଖନ୍ତୁ କିଛି ଜରୁରୀ କଥା ।

ହିଟର ରଡ୍‌ରେ କରୁଛନ୍ତି କି ପାଣି ଗରମ ? ସ୍ବିଚ ଅନ୍ କରିବା ପୂର୍ବରୁ ଜାଣନ୍ତୁ ଏହି ଜରୁରୀ କଥା
ହିଟର ରଡ୍‌ରେ କରୁଛନ୍ତି କି ପାଣି ଗରମ ? ସ୍ବିଚ ଅନ୍ କରିବା ପୂର୍ବରୁ ଜାଣନ୍ତୁ ଏହି ଜରୁରୀ କଥା (ETV Bharat)
author img

By ETV Bharat Lifestyle Team

Published : Nov 14, 2024, 5:07 PM IST

ଶୀତ ଦିନେ ଥଣ୍ଡା ପାଣିକୁ ସମସ୍ତେ ଡରନ୍ତି । ଉଷୁମ ପାଣିରେ ଗାଧୋଇବାକୁ କିଛି ଲୋକ ଘରେ ଗିଜର ଲଗାଇଥାନ୍ତି । କିନ୍ତୁ ଗିଜର ମହଙ୍ଗା ହୋଇଥିବାରୁ ସମସ୍ତେ ଏହା କିଣି ପାରନ୍ତି ନାହିଁ । ତେଣୁକରି ଅଧିକାଂଶ ଲୋକେ ୱାଟର ହିଟର ରଡ୍ ବ୍ୟବହାର କରିଥାନ୍ତି । ଯଦି ଆପଣ ବି ଶୀତ ଦିନେ ପାଣି ଗରମ ପାଇଁ ୱାଟର ହିଟର ରଡ୍ ବ୍ୟବହାର କରୁଛନ୍ତି ତେବେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ । କାରଣ ଏହି ୱାଟର ହିଟର ବ୍ୟବହାର କରିବା ଏକ ବିପଦପୂର୍ଣ୍ଣ କାମ । ଗୋଟିଏ ଛୋଟ ଭୁଲ୍ ଆପଣଙ୍କୁ ବଡ଼ ବିପଦରେ ପକାଇପାରେ । ବେଳେବେଳେ ଏହା ମୃତ୍ୟୁର କାରଣ ହୋଇଥାଏ । ଏହି ଖବରରେ ଜାଣନ୍ତୁ ହିଟର ରଡ୍ ବ୍ୟବହାର କରିବା ସମୟରେ କ'ଣ ସବୁ ସାବଧାନତା ଆପଣାଇବା ଜରୁରୀ

ହିଟର ରଡ୍ ବ୍ୟବହାର କରିବା ସମୟରେ ସାବଧାନତା:

  • ୱାଟର ହିଟର ରଡକୁ ସବୁବେଳେ ପ୍ଲାଷ୍ଟିକ ବାଲ୍‌ଟିରେ ବ୍ୟବହାର କରନ୍ତୁ । ଏହାକୁ ପାଣିରେ ରଖିବା ପୂର୍ବରୁ କେବେ ବି ଗରମ କରନ୍ତୁ ନାହିଁ ।
  • ହିଟର ରଡ୍ ପାଣିରେ ରଖି ସାରିବା ପରେ ସ୍ବିଚ୍ ଅନ କରନ୍ତୁ । ଏହାପରେ ଭୁଲରେ ବି ସେହି ବାଲ୍‌ଟିକୁ ଛୁଅନ୍ତୁ ନାହିଁ ।
  • ୱାଟର ହିଟର ଲଗାଇବା ବେଳେ ଚପଲ ପିନ୍ଧନ୍ତୁ । ଏହାକୁ ବନ୍ଦ କରିବା ପରେ ଅତିକମରେ 10ରୁ 15 ସେକେଣ୍ଡ ପର୍ଯ୍ୟନ୍ତ ଉଭୟ ପାଣି ଓ ହିଟରକୁ ସ୍ପର୍ଶ କରନ୍ତୁ ନାହିଁ ।
  • ୱାଟର ହିଟର ରଡ୍ ଦୀର୍ଘ ଦିନ ଯାଏ ଖରାପ ହୁଏନି । ତେଣୁ ବର୍ଷ ବର୍ଷ ଧରି ଲୋକେ ଏହାକୁ ବ୍ୟବହାର କରିଥାନ୍ତି । ହେଲେ ଆପଣ ଏହି ଭୁଲ କରନ୍ତୁନି । ଗୋଟିଏ ହିଟର ରଡକୁ ଦୁଇ ବର୍ଷରୁ ଅଧିକ ବ୍ୟବହାର କରିବା ଅନୁଚିତ୍ । ଏହା ବିପଦପୂର୍ଣ୍ଣ ହୋଇଥାଏ ।
  • ୱାଟର ହିଟର ରଡ୍ ବ୍ୟବହାର ପୂର୍ବରୁ କୌଣସି ଇଲେକ୍ଟ୍ରିସିଆନକୁ ଡାକି ଚେକ୍ କରାଇପାରିବେ ।
  • କିଛି ଲୋକ ପଇସା ବଞ୍ଚାଇବାକୁ ଶସ୍ତା ୱାଟର ହିଟର ରଡ୍ କିଣିଥାନ୍ତି । ଏହି ଶସ୍ତା ରଡରେ କରେଣ୍ଟ ଲାଗିବାର ବିପଦ ଅଧିକ ଥାଏ ଏବଂ ଶୀଘ୍ର ଖରାପ ମଧ୍ୟ ହୋଇଯାଏ । ତେଣୁ ଶସ୍ତା ୱାଟର ହିଟର ରଡ୍ କିଣନ୍ତୁ ନାହିଁ । ଆଇଏସଆଇ ମାର୍କ ଥିବା ହିଟର କିଣିବା ଉଚିତ୍ । କିଣିବା ବେଳେ ଏହା କେତେ ୱାଟ ବିଶିଷ୍ଟ ଚେକ୍ କରନ୍ତୁ ।
  • ହିଟରରେ ପାଣି ଗରମ କରିବା ପରେ ସ୍ବିଚ ବନ୍ଦ କରିବା ସହ ପ୍ଲଗ ବାହାର କରନ୍ତୁ ।
  • ଥରେ ସ୍ବିଚ୍ ଅନ କଲା ପରେ ପାଣିକୁ ଛୁଅନ୍ତୁ ନାହିଁ । ସ୍ବିଚ୍ ବନ୍ଦ କରିବାର 10-15 ସେକେଣ୍ଡ ପରେ ହିଟର ରଡ୍ ବାହାର କରନ୍ତୁ ।
  • ଘରେ ଛୋଟ ଛୁଆଙ୍କୁ ଏହି ହିଟର ଠାରୁ ଦୂରେଇ ରଖନ୍ତୁ । ବିଦ୍ୟୁତ ଆଘାତ ଲାଗିବାର ଆଶଙ୍କା ଥାଏ ।
  • ଘଣ୍ଟା ଘଣ୍ଟା ଧରି ହିଟରକୁ ଚଲାନ୍ତୁ ନାହିଁ । ଏହା ଗରମ ଥିବାବେଳେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ଉପରେ ରଖନ୍ତୁ ନାହିଁ ।
  • ଏହି ହିଟର ରଡ ଲଗାତାର ବ୍ୟବହାର କରିବା ଦ୍ବାରା ଏହା ଉପରେ କଳଙ୍କି ଓ ଧଳା ପରସ୍ତ ଜମିଯାଏ । ଯେଉଁ କାରଣରୁ ପାଣି ଜଲଦି ଗରମ ହୁଏ ନାହିଁ ଏବଂ ଅଧିକ ବିଜୁଳି ଲାଗିଥାଏ । ତେଣୁ ଏହାକୁ ବ୍ରସରେ ଘଷି ସଫା କରିପାରିବେ ।
  • ସ୍ବିଚ ଅନ୍ ବେଳେ ଦେଖନ୍ତୁ ଯେମିତି ହିଟର ରଡ୍ ପାଣିରେ ବୁଡିକି ଥିବ । ପ୍ରଥମେ ସ୍ବିଚ୍ ଅଫ କରି ପରେ ପ୍ଲଗ ବାହାର କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ ପନିର ଦୋ ପ୍ୟାଜା

ଏହା ମଧ୍ୟ ପଢନ୍ତୁ: ସୂର୍ଯ୍ୟାସ୍ତ ପରେ କରନ୍ତୁନି ଏହି କାମ; ହୋଇଥାଏ ଅଶୁଭ, ଘରୁ ହଜିଯାଏ ସୁଖ-ଶାନ୍ତି

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.