ETV Bharat / lifestyle

ସଫଳତା ପାଇବାକୁ ଚାହୁଁଛନ୍ତି ? ମାନନ୍ତୁ ଗୀତାରେ ଶ୍ରୀକୃଷ୍ଣଙ୍କ ଏହି 7 ଉପଦେଶ - LIFE LESSONS FROM BHAGAVAD GITA

ଗୀତାରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ବାଣୀ ମଣିଷକୁ ବଞ୍ଚିବାର ମନ୍ତ୍ର ଶିଖାଏ । ସେଥିମଧ୍ୟରୁ 7ଟି ଉପଦେଶ ଅନୁସରଣ କଲେ ମଣିଷ ସଫଳତା ପ୍ରାପ୍ତ କରେ । ଜାଣନ୍ତୁ କ'ଣ

ଗୀତାରେ ଏହି 5 ଉପଦେଶ, ଜୀବନରେ ସଫଳ ହେବାକୁ ଦେଖାଏ ବାଟ
ଗୀତାରେ ଏହି 5 ଉପଦେଶ, ଜୀବନରେ ସଫଳ ହେବାକୁ ଦେଖାଏ ବାଟ (ETV Bharat)
author img

By ETV Bharat Lifestyle Team

Published : Dec 13, 2024, 11:44 AM IST

Updated : Dec 13, 2024, 12:41 PM IST

ଶ୍ରୀମଦ୍ ଭଗବତ ଗୀତା ହିନ୍ଦୁ ଧର୍ମର ସବୁଠୁ ପବିତ୍ର ଗ୍ରନ୍ଥ ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଦୁର୍ମୂଲ୍ୟ ଉପଦେଶ ବର୍ଣ୍ଣିତ ରହିଛି । ଏହି ଉପଦେଶ ଭଗବାନ ମହାଭାରତ ଯୁଦ୍ଧଭୂମିରେ ସଖା ଅର୍ଜୁନଙ୍କୁ ଦେଇଥିଲେ । ଗୀତା ଜ୍ଞାନର ଅସରନ୍ତି ଭଣ୍ଡାର । ଗୀତାରେ ପ୍ରଦତ୍ତ ପ୍ରତିଟି ସନ୍ଦେଶ ଆଜି ବି ମାନବ ଜାତି ପାଇଁ ସେତିକି ପ୍ରାସଙ୍ଗିକ । ଏହା କେବଳ ଜୀବନର ଅର୍ଥ ଓ ମର୍ମ ସମ୍ପର୍କରେ ଶିକ୍ଷା ଦିଏ ନାହିଁ ବରଂ ମନୁଷ୍ୟର ଜୀବନର ତମାମ୍ ସମସ୍ୟାର ସମାଧାନ ମିଳେ । ଗୀତା ଆଜିର ଚାପଗ୍ରସ୍ତ, ଜଞ୍ଜାଳମୟ ଜୀବନରେ ବଞ୍ଚିବାର ପଥ ପ୍ରଦର୍ଶନ କରେ । ଆଜି ଆମେ ଗୀତାରେ ବର୍ଣ୍ଣିତ ଶ୍ରୀକୃଷ୍ଣ ମୁଖ ନିସୃତ 7ଟି ଅମୃତ ବାଣୀ ସମ୍ପର୍କରେ କହିବୁ ଯାହାକୁ ପାଳନ କରି ଜଣେ ସଫଳତା ହାସଲ କରିବା ସହ ସୁଖମୟ ଜୀବନ ଜିଇଁପାରିବ ।

  • କର୍ମ କର ଫଳର ଆଶା ରଖ ନାହିଁ:

ଗୀତା ବାଣୀରେ ଶ୍ରୀକୃଷ୍ଣ କହିଛନ୍ତି ଯେ, ମଣିଷ ଫଳର ଆଶା ନରଖି ନିଜ କର୍ମ ଉପରେ ଧ୍ୟାନ ଦେଉ । ମଣିଷ ଯାହା ବି କର୍ମ କରେ ସେଇ ଅନୁଯାୟୀ ଫଳ ପାଇଥାଏ । କର୍ମ ନକଲେ ଆଶାନୁରୂପ ଫଳ ମିଳିବ ନାହିଁ । ତେଣୁ ଜଣେ ବ୍ୟକ୍ତି ଭଲ କର୍ମ ଜାରି ରଖିବା ଉଚିତ୍ । ଶ୍ରୀକୃଷ୍ଣଙ୍କ ଏହି ଉପଦେଶ ମନୁଷ୍ୟକୁ ଜୀବନର ପଥ ପ୍ରଦର୍ଶନ କରିଥାଏ ।

  • କ୍ରୋଧ ମନୁଷ୍ୟର ବଡ ଶତ୍ରୁ:

ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ, କ୍ରୋଧ ମନୁଷ୍ୟର ବଡ ଶତ୍ରୁ । କ୍ରୋଧ ଦ୍ବାରା ବୁଦ୍ଧି ନାଶ ହୁଏ । ବୁଦ୍ଧି ନାଶ ହେଲେ ମନୁଷ୍ୟ ନିଜର ହିଁ ବିନାଶ କରି ବସେ । ଅର୍ଥାତ୍ ମଣିଷ କ୍ରୋଧରେ ଭୁଲ ଠିକ୍‌ ବିଚାର କରିପାରେ ନାହିଁ । ତେଣୁ କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବାକୁ ହେଲେ ନିଜର କ୍ରୋଧ ତ୍ୟାଗ କରନ୍ତୁ ଏବଂ ମନକୁ ଶାନ୍ତ, ସ୍ଥିର ରଖନ୍ତୁ ।

  • ଅତ୍ୟଧିକ ଆସକ୍ତି ହାନିକାରକ:

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇଥିଲେ ଯେ, କୌଣସି ଜିନିଷ (ବସ୍ତୁ ହେଉକି ମାନବ) ପ୍ରତି ଅତ୍ୟଧିକ ଆସକ୍ତି ମନୁଷ୍ୟ ହୃଦୟରେ କ୍ରୋଧ ଓ ନିରାଶା ସୃଷ୍ଟି କରିଥାଏ । କାରଣ ସେହି ଜିନିଷ ଯେତେବେଳେ ମନୁଷ୍ୟକୁ ନ ମିଳେ ତେବେ ହତାଶା ଓ କ୍ରୋଧ ଆସିଥାଏ । ଯାହାଦ୍ବାରା ସବୁ କାମ ବିଗିଡିଯାଇଥାଏ । ତେଣୁ କୌଣସି ଜିନିଷ ପ୍ରତି ଅଧିକ ଆସକ୍ତିଭାବ ହାନିକାରକ ।

  • ସନ୍ଦେହ ମଣିଷକୁ ଦୁଃଖ ଦିଏ:

ଗୀତାର ଶ୍ଲୋକରେ ସନ୍ଦେହକୁ ମଣିଷ ଶତ୍ରୁ ଭାବେ ବର୍ଣ୍ଣନା କରାଯାଇଛି । ଯେଉଁ ବ୍ୟକ୍ତି ସନ୍ଦେହ କରନ୍ତି ସେ କେବେ ବି ସୁଖ ଶାନ୍ତିରେ ରହିପାରନ୍ତି ନାହିଁ । ସନ୍ଦେହୀ ମଣିଷ ସ୍ବୟଂର ବିନାଶ କରିଥାଏ । ତେଣୁ ଜୀବନରେ ପ୍ରସନ୍ନ ରହିବାକୁ ହେଲେ ସନ୍ଦେହ ତ୍ୟାଗ କରିବା ଉଚିତ୍ ।

  • ଖାଲି ହାତରେ ଆସିଥିଲେ ଖାଲି ହାତରେ ଯିବା:

ଗୀତାରେ ବର୍ଣ୍ଣନା ଅନୁଯାୟୀ, ଯୁଦ୍ଧଭୂମିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଆମେ ଦୁନିଆକୁ ଖାଲି ହାତରେ ଆସିଥିଲେ । ସେହିଭଳି ଯିବାବେଳେ ଖାଲି ହାତରେ ଯିବା । ସାଙ୍ଗରେ କୌଣସି ଧନ ସମ୍ପତ୍ତି ନେଇପାରିବା ନାହିଁ । ଏହି ବାଣୀ ବୁଝାଇଥାଏ ଯେ, ଆମେ ଯେଉଁ ଭୌତିକ ବସ୍ତୁ ପଛରେ ଗୋଡାଉଛୁ ଏହା କେବଳ ଏକ ନିଶ୍ଚିତ ସମୟ ପାଇଁ ଆମ ପାଖରେ ରହିବ । ଏହି ସତ୍ୟକୁ ବୁଝିଲେ ଆମେ ଆଜିର ପ୍ରତିଯୋଗିତାମୂଳକ ଜୀବନରେ ଶାନ୍ତିରେ ରହିପାରିବା ।

  • ଆତ୍ମା ପତନର ତିନୋଟି ମାର୍ଗ- କାମ, କ୍ରୋଧ, ଲୋଭ

ଗୀତାରେ ଶ୍ରୀକୃଷ୍ଣ ମନୁଷ୍ୟକୁ କାମ, କ୍ରୋଧ ଓ ଲୋଭ ନେଇ ଚେତାଇଛନ୍ତି । କାମନା, କ୍ରୋଧ ଓ ଲୋଭ ମନୁଷ୍ୟ ଭିତରର ତିନି ଶତ୍ରୁ । ଏମାନେ ଆତ୍ମାର ନାଶ କରନ୍ତି । ଆତ୍ମାର ନାଶ ହେଲେ ମନୁଷ୍ୟକୁ ବିନାଶ ଆଡକୁ ଅଗ୍ରସର ହୋଇଥାଏ ।

  • ଇଶ୍ବରଙ୍କ ନିକଟରେ ପୂର୍ଣ୍ଣ ସମର୍ପଣ:

ଭଗବତ ଗୀତାର ଅନ୍ତିମ ଉପଦେଶରେ ଶରଣଗତି ବା ସର୍ବଶକ୍ତିମାନ ଈଶ୍ବରଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବା ଉପରେ ଗୁରୁତ୍ବ ଦିଆଯାଇଛି: 'ସର୍ବ-ଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକଂ ଶରଣମଂ ବ୍ରଜ' । ଯେତେବେଳେ ଆମେ ବିଶ୍ବାସ ଓ ପ୍ରେମ ସହିତ ନିଜକୁ ସମର୍ପଣ କରୁ, ଶ୍ରୀକୃଷ୍ଣ ଆମ ଜୀବନର ଦାୟିତ୍ବ ଗ୍ରହଣ କରିଥାନ୍ତି ଯାହାକି ଆମକୁ ତମାମ୍ ଦ୍ବନ୍ଦ, ଯନ୍ତ୍ରଣା, କ୍ଲେଶରୁ ମୁକ୍ତି ଦେଇଥାଏ । ଆମେ ଆଭ୍ୟନ୍ତରୀଣ ଶାନ୍ତି ଓ ଆଧ୍ୟାତ୍ମିକ ସନ୍ତୁଷ୍ଟି ପ୍ରାପ୍ତ କରୁ ।

ଏହା ମଧ୍ୟ ପଢନ୍ତୁ: ବିବାହ ପୂର୍ବରୁ ଅଣଦେଖା କରନ୍ତୁନି ଏସବୁ କଥା, ନହେଲେ ହଇରାଣ ହେବେ - RELATIONSHIP TIPS

ଏହା ମଧ୍ୟ ପଢନ୍ତୁ: ଖରାରେ ବସୁଛନ୍ତି କି ? ଜାଣିରଖନ୍ତୁ ବସିବାର ଠିକ୍ ସମୟ, କ'ଣ ମିଳେ ଲାଭ - RIGHT TIME FOR SUNBATH

Last Updated : Dec 13, 2024, 12:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.