ETV Bharat / lifestyle

କୁମାର ପୂର୍ଣ୍ଣିମା ସ୍ପେଶାଲ; ଘରେ ବନାନ୍ତୁ ପରିବା ପୁର ଦିଆ ସୁଆଦିଆ ମଣ୍ଡା ପିଠା

ଆଜି କୁଆଁରୀଙ୍କ କୁମାର ପୂର୍ଣ୍ଣିମା । ଏହି ଅବସରରେ ଘରେ ବନାନ୍ତୁ ପରିବା ପୁର ଦିଆ ସୁଆଦିଆ ମଣ୍ଡା ପିଠା ।

author img

By ETV Bharat Lifestyle Team

Published : 15 hours ago

କୁମାର ପୂର୍ଣ୍ଣିମା ସ୍ପେଶାଲ ପରିବା ପୁର ଦିଆ ସୁଆଦିଆ ମଣ୍ଡା ପିଠା
କୁମାର ପୂର୍ଣ୍ଣିମା ସ୍ପେଶାଲ ପରିବା ପୁର ଦିଆ ସୁଆଦିଆ ମଣ୍ଡା ପିଠା (ETV Bharat)

Vegetable stuff Manda Pitha: ଓଡ଼ିଆ ଘରେ ବାର ମାସ ଯାକ ବିଭିନ୍ନ ପର୍ବପର୍ବାଣୀ, ପୂଜା, ବ୍ରତରେ ନାନା ପ୍ରକାର ପିଠା ପ୍ରସ୍ତୁତ ହୁଏ । ସେମିତି ଏକ ମଣ୍ଡା ପିଠା । ନଡିଆ ପୁର ଦିଆ ମଣ୍ଡା ପିଠା ତ ସମସ୍ତେ ଖାଇଥିବେ । ହେଲେ କେବେ ପରିବା ପୁର ଦିଆ ସୁଆଦିଆ ମଣ୍ଡା ଖାଇଛନ୍ତି କି ? ଯଦି ନା, ତାହେଲେ ଆଜି କୁମାର ପୂର୍ଣ୍ଣିମାରେ ଘରେ ବନାନ୍ତୁ ଏହି ନିଆରା ଓ ସ୍ବାଦିଷ୍ଟ ମଣ୍ଡା ପିଠା । ଏହି ପିଠା ପାଟିକୁ ଯେମିତି ସୁଆଦିଆ, ଦେହକୁ ମଧ୍ୟ ହିତକର । ଲକ୍ଷ୍ମୀ ପୂଜା ତଥା କୁମାର ପୂର୍ଣ୍ଣିମା ଅବସରରେ ବିନା ପିଆଜ ରସୁଣରେ ଘରେ ପରିବା ମଣ୍ଡା ପ୍ରସ୍ତୁତ କରି ନିଜ ଖାଆନ୍ତୁ ଓ ପରିବାର ଲୋକଙ୍କୁ ଖୁଆନ୍ତୁ । ତେବେ ଚାଲନ୍ତୁ ଜାଣିବା କେମିତି ଏହାକୁ ତିଆରି କରିବେ ।

ଆବଶ୍ୟକୀୟ ସାମଗ୍ରୀ:-

  • ସୁଜି
  • ବିନ୍ସ
  • ଗାଜର
  • ଫୁଲକୋବି
  • ବନ୍ଧାକୋବି
  • ଗ୍ରୀନ ମଟର
  • ଆଳୁ
  • ତେଲ
  • ଲୁଣ
  • ହଳଦୀ
  • ଧନିଆ, ଜିରା ଗୁଣ୍ଡ
  • ଲଙ୍କା ଗୁଣ୍ଡ
  • ଗରମ ମସାଲା
ପରିବା ପୁର ଦିଆ ସୁଆଦିଆ ମଣ୍ଡା ପିଠା
ପରିବା ପୁର ଦିଆ ସୁଆଦିଆ ମଣ୍ଡା ପିଠା (ETV Bharat)

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ପରିବାଗୁଡିକୁ ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ । ବର୍ତ୍ତମାନ ଗ୍ୟାସ୍ ଲଗାଇ କଡେଇ ବସାନ୍ତୁ । କଡେଇରେ ଅଳ୍ପ ତେଲ ଗରମ କରି ଜିରା ପକାନ୍ତୁ । ଏଥିରେ ଏକ ଛୋଟ ଚାମଚ ଅଦା ଛେଚା ପକାଇ କଟା ପରିବା ସବୁ ପକାନ୍ତୁ । ଏହାପରେ ସ୍ବାଦ ଅନୁସାରେ ଲୁଣ, ହଳଦୀ, ଜିରା ଓ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଗରମ ମସାଲା ମିଶାନ୍ତୁ । ଏବେ ମସାଲାକୁ ଭଲ ଭାବେ ଗୋଳାଇ ସିଝିବା ପର୍ଯ୍ୟନ୍ତ ଢାଙ୍କୁଣିରେ ଘୋଡାଇ ରଖନ୍ତୁ ।

ଏବେ ସୁଜିରେ ଜନ୍ତୁଣି ତିଆରି କରିବା ପାଇଁ କଡେଇରେ ପାଣି ଗରମ କରନ୍ତୁ । ଏଥିରେ ସ୍ବାଦ ଅନୁସାରେ ଲୁଣ ଓ ଦୁଇ ଚାମଚ ଚିନି ପକାନ୍ତୁ । ପାଣି ଫୁଟିଲେ ସୁଜି ପକାଇ ଗୋଳାନ୍ତୁ । ଲଗାତାର ଗୋଳାଉଥିବେ ଯାହାଦ୍ବାରା ସୁଜି ଭଲ ଭାବରେ ମିଶିପାରିବ । ଏହି ସମୟରେ ଗ୍ୟାସ୍ ଆଞ୍ଚ ଧୀମା ରଖିବେ । ସୁଜି ଜନ୍ତୁଣି ଠିକ୍ ଭାବେ ପ୍ରସ୍ତୁତ ହୋଇଛି କି ନାହିଁ ଜାଣିବା ପାଇଁ ହାତରେ କିଛି ଜନ୍ତୁଣି ନେଇ ଗୋଲ କରନ୍ତୁ । ଯଦି ହାତରେ ସୁଜି ଲାଗୁନଥାଏ ତାହେଲେ ଜନ୍ତୁଣି ଭଲରେ ପ୍ରସ୍ତୁତ ହୋଇଯାଇଛି । ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

ଥଣ୍ଡା ହୋଇଗଲା ପରେ ରୁଟି ପାଇଁ ଅଟା ଚକଟିବା ଭଳି ଏହି ସୁଜି ଜନ୍ତୁଣିକୁ ଭଲ ଭାବେ ଚକଟନ୍ତୁ । ହାତରେ ଅଳ୍ପ ତେଲ ଲଗାଇ ଜନ୍ତୁଣିକୁ ଗୋଲ ଗୋଲ କରି ଏଥିରେ ପୂର୍ବରୁ ପ୍ରସ୍ତୁତ ପରିବା ପୁର ଦେଇ ମଣ୍ଡା ପିଠା ଆକାରରେ ବନାନ୍ତୁ । ଏହାପରେ କଡେଇରେ ତେଲ ଗରମ କରି ଏହି ପିଠାକୁ ଛାଣନ୍ତୁ । ଗ୍ୟାସ୍ ଆଞ୍ଚ ଅଧିକ ରଖିବେ । ଆପଣ ଚାହିଁଲେ ଏହାକୁ ନ ଛାଣି ପାରମ୍ପରିକ ମଣ୍ଡା ପିଠା ଭଳି ଇଟିଲି ଛାଞ୍ଚରେ ସିଝାଇ ପାରିବେ । ଏବେ ପ୍ରସ୍ତୁତ ହୋଇଗଲା ପରିବା ପୁର ଦିଆ ସ୍ବାଦିଷ୍ଟ ମଣ୍ଡା ପିଠା ।

ଏହା ମଧ୍ୟ ପଢନ୍ତୁ: ଦୁର୍ଗାପୂଜାରେ ଘରେ ବନାନ୍ତୁ ରସମଲାଇ, ମୁହଁରେ ଦେଉ ଦେଉ ମିଳେଇ ଯିବ

ଏହା ମଧ୍ୟ ପଢନ୍ତୁ: ପାର୍ବଣରେ ଘରେ ଚୁଟ୍‌କିରେ ବନାନ୍ତୁ ଗୁଲାବ ଜାମୁନ, ଯିଏ ଖାଇବ କହିବ ବାଃ ବାଃ

ଏହା ମଧ୍ୟ ପଢନ୍ତୁ: କମ୍‌ ବଜେଟରେ ରୋମାଣ୍ଟିକ ଟ୍ରିପ, ଶସ୍ତାରେ ବୁଲି ଆସନ୍ତୁ ଏସବୁ ଜାଗା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.