ETV Bharat / lifestyle

ବ୍ରଣ ଓ ତେଲିଆ ମୁହଁକୁ ଚମକାଇପାରେ ଏହି ଖାସ୍ ମାଟି

ଦାଗ, ବ୍ରଣ ମୁକ୍ତ ଚମକଦାର ଚେହେରା କାହାକୁ ବା ଲୋଡା ନାହିଁ । ନିଜ ମୁହଁକୁ ଚମକାଇବାକୁ ଚାହୁଁଥିଲେ ଲଗାନ୍ତୁ ଏହି ମାଟି ।

author img

By ETV Bharat Lifestyle Team

Published : 4 hours ago

ବ୍ରଣ ଓ ତେଲିଆ ମୁହଁକୁ ଚମକାଇପାରେ ଏହି ଖାସ୍ ମାଟି
ବ୍ରଣ ଓ ତେଲିଆ ମୁହଁକୁ ଚମକାଇପାରେ ଏହି ଖାସ୍ ମାଟି (ETV Bharat)

Multani Mitti benefits: କାହିଁ କେଉଁ କାଳରୁ ସ୍କିନ କେୟାର ଓ ବିଭିନ୍ନ ତ୍ବଚା ସମସ୍ୟାର ଚିକିତ୍ସା ଲାଗି ମୁଲତାନି ମାଟି ବ୍ୟବହାର କରାଯାଇଆସୁଛି । ଏହା ମୁହଁରେ ଦାଗ, ବ୍ରଣ ଦୂର କରିବାରେ ସହାୟକ ହୁଏ । ତ୍ବଚାକୁ ପ୍ରାକୃତିକ ଚମକ ଦିଏ । ଅନେକ ଲୋକ ମୁଲତାନି ମାଟି ଫେସପ୍ୟାକ୍ ବ୍ୟବହାର କରିଥାନ୍ତି । ତେବେ ଏହାର ବ୍ୟବହାର ତ୍ବଚାର ପ୍ରକାର ଉପରେ ନିର୍ଭର କରେ । ସବୁ ପ୍ରକାର ସ୍କିନ ପାଇଁ ଏହା ଉପଯୋଗୀ ହୋଇନପାରେ । ଏହି ଖବରରେ ଜାଣନ୍ତୁ ମୁଲତାନି ମାଟି ଲଗାଇବାର ଫାଇଦା ଓ ଏହା କେଉଁ ସ୍କିନ ପାଇଁ ଭଲ ।

ଏନେଇ ଚିକିତ୍ସକ ସୁବର୍ଣ୍ଣା ସିଂହ କୁହନ୍ତି, ମୁଲତାନି ମାଟି ତ୍ବଚାକୁ ପରିଷ୍କାର କରିବା, ବ୍ରଣ କମାଇବା ଓ ତେଲିଆ ଚର୍ମରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ଏହା ତ୍ବଚାକୁ ଥଣ୍ଡା ରଖେ ଏବଂ ଚମକ ବଢାଏ । ଏହି ମାଟି ଅନେକ ପ୍ରାକୃତିକ ତତ୍ତ୍ବରେ ଭରପୁର ଯେମିତିକି- କ୍ୟାଲସିୟମ, ମ୍ୟାଗ୍ନେସିୟମ, ଆଇରନ ଯାହା ତ୍ବଚା ପାଇଁ ଲାଭଦାୟକ । ମାତ୍ର ଏହାର ବ୍ୟବହାର ବିଭିନ୍ନ ତ୍ବଚା ପାଇଁ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଲୋକମାନେ ନିଜ ତ୍ବଚା ବିଷୟରେ ଭଲ ଭାବେ ଜାଣି ସେହି ଅନୁସାରେ ମୁଲତାନି ମାଟି ବ୍ୟବହାର କରିବା ଉଚିତ୍ ।

ମୁଲତାନି ମାଟି ଫାଇଦା:

ତେଲିଆ ସ୍କିନ କଣ୍ଟ୍ରୋଲ: ମୁଲତାନି ମାଟି ଖାସ୍ କରି ତେଲିଆ ସ୍କିନ ପାଇଁ ଅଧିକ ଉପଯୋଗୀ ହୋଇଥାଏ । ଏହା ତ୍ବଚାରୁ ଅତିରିକ୍ତ ତେଲ ଶୋଷି ନିଏ ଓ ତ୍ବଚାକୁ ସନ୍ତୁଳିତ ରଖେ । ଫଳରେ ମୁହଁରେ ଅଧିକ ତେଲ ଆସେ ନାହିଁ ।

ବ୍ରଣ କମାଇବା: ମୁଲତାନି ମାଟିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ମୁହଁର ଛିଦ୍ର ସଫା କରିଥାଏ ଓ ବ୍ରଣ ଦୂର କରିବାରେ ସାହାଯ୍ୟ କରେ । ଏହା ତ୍ବଚାରେ ଜମିଥିବା ମଇଳା ହଟାଇ ସଂକ୍ରମଣ ଓ ବ୍ରଣ ହେବାରୁ ରୋକେ ।

ମୁହଁରେ ଗ୍ଲୋ: ଏହା ମୁହଁରେ ଥିବା ଦାଗ ବ୍ରଣ କମ୍ କରି ପ୍ରାକୃତିକ ଚମକ ଫେରାଇଥାଏ । ମୁହଁରେ ଥିବା କଳାପଣ ଓ ପିଗମିଣ୍ଟେସନକୁ ମଧ୍ୟ କମ୍ କରେ । ତ୍ବଚାର ଗଭୀରକୁ ଯାଇ ମଇଲା ଓ ମୃତକୋଷିକାଗୁଡିକୁ ହଟାଏ । ଫଳରେ ଚେହେରା ଗ୍ଲୋ କରିଥାଏ ।

କିଏ ଲଗାଇବେନି ମୁଲତାନି ମାଟି

ଯଦିଓ ମୁଲତାନି ମାଟି ତ୍ବଚାରେ ଚମକ ଆଣିଥାଏ, ହେଲେ ଏହାର ଭୁଲ୍ ବ୍ୟବହାର ହାନିକାରକ ହୋଇପାରେ । ଯେମିତିକି:-

ଶୁଷ୍କ ତ୍ବଚା ପାଇଁ ଅନୁପଯୋଗୀ: ମୁଲତାନି ମାଟି ତ୍ବଚାରୁ ପ୍ରାକୃତିକ ତେଲ ଶୋଷି ନିଏ । ଯାହାଦ୍ବାରା ଡ୍ରାଏ ସ୍କିନ ବା ଶୁଷ୍କ ତ୍ବଚା ଥିବା ଲୋକଙ୍କୁ ଅଧିକ ଶୁଷ୍କତା/ଡ୍ରାଏନେସ୍ ଅନୁଭବ ହୁଏ । ଏହି କାରଣରୁ ମୁହଁ ଫାଟିବା, କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଯାଏ ।

ମୁହଁରେ ପୋଡାଜଳା: ସମ୍ବେଦନଶୀଳ ତ୍ବଚା (ସେନସିଟିଭି ସ୍କିନ)ରେ ଅଧିକ ମୁଲତାନି ମାଟି ଲଗାଇଲେ ପୋଡାଜଳା ହୋଇପାରେ ।

ଅତ୍ୟଧିକ ବ୍ୟବହାର ତ୍ବଚା ଦୁର୍ବଳ କରେ: ଯଦି ବାରମ୍ବାର ମୁଲତାନି ମାଟି ଲଗାଉଛନ୍ତି ତାହେଲେ ତ୍ବଚାରେ ପ୍ରାକୃତିକ ନମନୀୟତା କମିପାରେ ଓ ଏହା ଦୁର୍ବଳ ହୋଇପାରେ । ତେଣୁ ଏହି ମାଟି ସୀମିତ ମାତ୍ରାରେ ଠିକ୍ ଭାବେ ବ୍ୟବହାର କରିବା ଉଚିତ୍ ।

କେମିତି ଲଗାଇବେ ମୁଲତାନି ମାଟି:

ତ୍ବଚାର ପ୍ରକାର ଅନୁସାରେ ମୁଲତାନି ମାଟିକୁ ଗୋଲାପ ଜଳ, କ୍ଷୀର ଓ ମହୁ ସହ ମିଶାଇ ଲଗାଇ ପାରିବେ । ବିଶେଷକରି ତେଲିଆ ସ୍କିନ ପାଇଁ ଏହା ଅଧିକ ଉପଯୋଗୀ ।

ମୁଲତାନି ମାଟି ପେଷ୍ଟକୁ ଚେହେରା ଓ ବେକରେ ସମାନ ଭାବେ ଲଗାନ୍ତୁ । ଏହାକୁ ଲଗାଇବା ପୂର୍ବରୁ ଭଲ ଭାବେ ମୁହଁକୁ ସଫା କରନ୍ତୁ । 15-20ରୁ ମିନିଟ୍ ଯାଏଁ ପେଷ୍ଟ ଶୁଖିବାକୁ ଦିଅନ୍ତୁ । ଏହାପରେ ଉଷୁମ ପାଣିରେ ମୁହଁ ଧୁଅନ୍ତୁ । ତେବେ ସପ୍ତାହକୁ 1-2 ଥରରୁ ଅଧିକ ମୁଲତାନି ମାଟି ଲଗାଇବା ଅନୁଚିତ୍ । ନଚେତ୍ ଏହା ସ୍କିନକୁ ଅଧିକ ଡ୍ରାଏ କରିଦିଏ ।

ଏହା ମଧ୍ୟ ପଢନ୍ତୁ: 30 ବର୍ଷ ପରେ ବଢିପାରେ ଋତୁସ୍ରାବ ସମସ୍ୟା, ଗର୍ଭଧାରଣଠୁ ନେଇ ରକ୍ତସ୍ରାବ...

ଏହା ମଧ୍ୟ ପଢନ୍ତୁ: ମସ୍ତିଷ୍କ ପାଇଁ ମହୌଷଧୀ ଏହି ନୀଳ ରଙ୍ଗର ଫୁଲ

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.