ETV Bharat / international

ଚର୍ଚ୍ଚାରେ ମହମ୍ମଦ ମୋଖବର ? ରଇସିଙ୍କ ମୃତ୍ୟୁ ପରେ ହେବେ ଇରାନର ନୂଆ ରାଷ୍ଟ୍ରପତି ! - Mohammad Mokhber

Mohammad Mokhber set to become Iran President: ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଇରାନର ରାଷ୍ଟ୍ରପତି ହେବେ ମହମ୍ମଦ ମୋଖବର । ସେ କାମଚଳା ବା ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇବେ । ପଢନ୍ତୁ ତାଙ୍କ ସମ୍ପର୍କରେ

author img

By ETV Bharat Odisha Team

Published : May 20, 2024, 12:58 PM IST

କିଏ ଏହି ମହମ୍ମଦ ମୋଖବର ? ରଇସିଙ୍କ ମୃତ୍ୟୁ ପରେ ହୋଇପାରନ୍ତି ଇରାନ ରାଷ୍ଟ୍ରପତି
କିଏ ଏହି ମହମ୍ମଦ ମୋଖବର ? ରଇସିଙ୍କ ମୃତ୍ୟୁ ପରେ ହୋଇପାରନ୍ତି ଇରାନ ରାଷ୍ଟ୍ରପତି (ANI)

ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କର ମୃତ୍ୟୁ ସହିତ ଏବେ କିଏ ଏହି ଇସଲାମିକ ରାଷ୍ଟ୍ରର ନୂଆ ରାଷ୍ଟ୍ରପତି ହେବ ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଖବର ଆସୁଛି ଯେ, ଦେଶର ଉପରାଷ୍ଟ୍ରପତି ମହମ୍ମଦ ମୋଖବର ରାଷ୍ଟ୍ରପତି ହୋଇପାରନ୍ତି । ସେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି । ଏହା ଉପରେ ଏବେ ଶେଷ ମୋହର ବାଜିବା ବାକି ଅଛି ।

୧୯୫୫ ମସିହା ସେପ୍ଟେମ୍ବର ୧ ତାରିଖରେ ମହମ୍ମଦ ମୋକବରଙ୍କ ଜନ୍ମ । ସେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ଖୁବ୍ ନିକଟତର ଭାବେ ଜଣାଯାଆନ୍ତି । ୨୦୨୧ରେ ଇବ୍ରାହିମ ରଇସି ରାଷ୍ଟ୍ରପତି ହେବା ପରେ ମୋଖବର ପ୍ରଥମ ଉପରାଷ୍ଟ୍ରପତି ହୋଇଥିଲେ । ଏବେ ରାଷ୍ଟ୍ରପତି ରେସ୍‌ରେ ସେ ସବୁଠୁ ଆଗରେ ଅଛନ୍ତି । ଇରାନ ସମ୍ବିଧାନ ଅନୁସାରେ, ଯଦି ଦେଶର ରାଷ୍ଟ୍ରପତିଙ୍କ ମୃତ୍ୟୁ ହୁଏ ଅଥବା ଅନ୍ୟ କୌଣସି କାରଣ ଯୋଗୁଁ ସେ ପଦବୀରେ ନ ରୁହନ୍ତି ତାହେଲେ ଉପରାଷ୍ଟ୍ରପତି କାମଚଳା ବା ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇବେ । ଏଥିସହ ୫୦ ଦିନ ଭିତରେ ତାଙ୍କୁ ନୂଆ ରାଷ୍ଟ୍ରପତି ନିର୍ବାଚନ କରିବାକୁ ପଡିବ ।

କାମଚଳା ରାଷ୍ଟ୍ରପତି ଭାବେ ମୋଖବର ଇରାନ ପାର୍ଲାମେଣ୍ଟ ସ୍ପିକର ଏବଂ ନ୍ୟାୟପାଳିକା ମୁଖ୍ୟଙ୍କ ସହ ୩ ସଦସ୍ୟ ବିଶିଷ୍ଟ କାଉନସିଲର ଅଂଶ, ଯିଏକି ରାଷ୍ଟ୍ରପତିଙ୍କ ମୃତ୍ୟୁର ଆସନ୍ତା ୫୦ ଦିନ ଭିତରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ କରିବେ ।

ଏହା ମଧ୍ୟ ପଢନ୍ତୁ: ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତି ମୃତ; ଶୋକ ପ୍ରକାଶ କଲେ ମୋଦି - PRESIDENT EBRAHIM RAIS DIED

୨୦୨୩ ଅକ୍ଟୋବରରେ ଇରାନର ଏକ ଅଧିକାରୀ ଟିମ୍ ମସ୍କୋ ଗସ୍ତ କରି ଋଷିଆ ସେନା ବାହିନୀକୁ ମିସାଇଲ ଏବଂ ଡ୍ରୋନ ଯୋଗାଣ କରିବାକୁ ଚୁକ୍ତି କରିଥିଲେ । ମୋଖବର ଏହି ଟିମ୍‌ରେ ଏକ ଅଂଶ ରହିଥିଲେ । ଏଥିସହ ସେ ଖାମନେଇଙ୍କ ସହ ଜଡିତ ସେତାଡ ନିବେଶ ଫଣ୍ଡର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ୨୦୧୦ରେ ୟୁରୋପୀୟ ସଂଘ ଆଣବିକ ଏବଂ ବାଲାଷ୍ଟିକ ମିସାଇଲ ବ୍ୟବହାର ନେଇ କିଛି ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲା, ଏଥିରେ ମୋଖବର ସାମିଲ ଥିଲେ । ହେଲେ ଦୁଇ ବର୍ଷ ପରେ ଏହି ତାଲିକାରୁ ତାଙ୍କ ନାଁ ବାଦ୍ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.