ETV Bharat / international

ବିଶ୍ବକୁ ଫେରିଲା Mpox, ଗ୍ଲୋବାଲ ହେଲ୍ଥ ଏମରଜେନ୍ସି ଘୋଷଣା କଲା ହୁ’ - Mpox Global Health Emergency

author img

By ETV Bharat Odisha Team

Published : Aug 15, 2024, 9:09 PM IST

Mpox Global Health Emergency: ପୁଣି ବିଶ୍ବକୁ ଘାରିଲା ମଙ୍କିପକ୍ସ ଭୟ । ଆଫ୍ରିକାରେ ଦ୍ରୁତଗତିରେ ବଢୁଛି ସଂକ୍ରମଣ । ଚେତାବନୀ ଦେଲା WHO । ଜାଣନ୍ତୁ ମଙ୍କିପକ୍ସ କଣ ? କେମିତି ବ୍ୟାପେ କଣ ରହିଛି ଏହାର ଲକ୍ଷଣ । ପଢନ୍ତୁ ପୂରା ଖବର ।

WHO
WHO (ETV Bharat Odisha)

ନୂଆଦିଲ୍ଲୀ: ପୁଣି ବିଶ୍ବକୁ ଘାରିଲା ମଙ୍କିପକ୍ସ(Mpox) ଚିନ୍ତା । ଆଫ୍ରିକାରେ ମଙ୍କିପକ୍ସ ମାଡି ଚାଲିଥିବା ବେଳେ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)ରେ ଗ୍ଲୋବାଲ ହେଲ୍ଥ ଏମରଜେନ୍ସି ବା ବୈଶିକ ଜନସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରିଛି । ସାରା ବିଶ୍ବକୁ ଏହି ଭାଇରସ ବ୍ୟାପି ପାରେ ବୋଲି ଚେତାଇ ଦେଇଛି ହୁ ।

ଆଫ୍ରିକାରେ କାୟା ମେଲୁଛି ମଙ୍କିପକ୍ସ

ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଏହି ଭାଇରସ 116 ଦେଶକୁ ପ୍ରଭାବିତ କରିସାରିଛି । 'acute' ଗ୍ରେଡ 3କୁ ଏମରଜେନ୍ସି ଭାବେ କୁହାଯାଉଛି । WHO କହିଛି କି, ଆଫ୍ରିକାରେ ମଙ୍କିପକ୍ସ ମାଡି ଚାଲିଛି । ଚଳିତବର୍ଷ ଆଫ୍ରିକାରେ 14 ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ସେଥିରୁ 524 ଜଣଙ୍କ ମୃତ୍ୟୁ ହୋଇଛି । ଯାହା କି ଗତବର୍ଷ ଠାରୁ ସଂଖ୍ୟା ଅଧିକ ।

WHO
WHO (ETV Bharat)

କାହିଁକି ଏହି ଭାଇରସ ନାଁ ମଙ୍କିପକ୍ସ ?

Mpox ବା ମଙ୍କିପକ୍ସ । 1958 ମସିହାରେ ଡେନମାର୍କରେ ଏହି ଭାଇରସ ବିଷୟରେ ଜଣାପଡିଥିଲା । ମାଙ୍କଡ ଦେହରେ ଏହି ଭାଇରସକୁ ଚିହ୍ନଟ କରାଯାଇଥିଲା । ତେଣୁ ଏହାକୁ ମଙ୍କିପକ୍ସ ଭାବେ ନାମିତ କରାଯାଇଛି । ଏହି ଭାଇରସ କାରଣରୁ ଭାଇରାଲ ଫିବର ବା ଜ୍ବର ହୋଇଥାଏ ।

Mpox ଲକ୍ଷଣ କଣ ?

WHO
WHO (ETV Bharat)

ମଙ୍କିପକ୍ସ ଭୂତାଣୁ ସଂକ୍ରମଣ ହେଲେ ସଂକ୍ରମିତ ବ୍ୟକ୍ତିକୁ ଜ୍ବର ହୋଇଥାଏ । ସାଧାରଣ ଜ୍ବର ଭଳି ଆରମ୍ଭ ହୋଇଥିଲେ ବି ଏହା ପୁରା ଶରୀରକୁ କଷ୍ଟ ଦିଏ । ଲକ୍ଷଣ ଗୁଡିକ ହେଲା- ଜ୍ବର ହେବା, ମୁଣ୍ଡବିନ୍ଧା ହେବା, ମାଂସପେଶୀ ଦରଜ ହେବା । ପ୍ରଥମେ ମୁହଁରୁ ଆରମ୍ଭ ହୋଇ ଏହି ଭାଇରସ ପୁରା ଶରୀରରେ ବ୍ୟାପିଯାଏ ।

ପଶୁଙ୍କ ଠାରୁ ବ୍ୟାପେ ମଙ୍କିପକ୍ସ:

ସଂକ୍ରମିତ ପଶୁଙ୍କ ଠାରୁ ଏହି ଭାଇରସ ମଣିଷକୁ ବ୍ୟାପିଥାଏ । ସଂକ୍ରମିତ ଜୀବଜନ୍ତୁ ସମ୍ପର୍କରେ ଆସିବା ଫଳରେ ଏହା ହୋଇଥାଏ । ଏଥିସହ ଝାଡା-ବାନ୍ତି ସଂପର୍ଶରେ ଆସିବା ଫଳରେ ମଧ୍ୟ ହୋଇଥାଏ । ଜଣେ ବ୍ୟକ୍ତିର ନିଶ୍ବାସରୁ ମଧ୍ୟ ଅନ୍ୟ ଜଣଙ୍କୁ ଏହି ଭାଇରସ ସଂକ୍ରମିତ କରିପାରେ ।

ଚଳିତ ବର୍ଷ ଆଫ୍ରିକାରେ ମିଳିଲାଣି ଏତିକି ମାମଲା:

ଏହି ଭାଇରସ ଆଫ୍ରିକାରେ କାୟା ମେଲିବାରେ ଲାଗିଛି । ଚଳିତବର୍ଷ ଆଫ୍ରିକା ମହାଦ୍ବୀପରୁ 17 ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଲାଣି । ସେଥିରୁ 517 ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ଗତବର୍ଷ ତୁଳନାରେ 169 ପ୍ରତିଶତ ଅଧିକ ।

କେବେ ବ୍ୟାପିଥିଲା ମଙ୍କିପକ୍ସ ?

ଏହି ଭାଇରସ 2022 ମସିହାରେ ସାରା ବିଶ୍ବରେ ବ୍ୟାପଥିଲା । ବିଶେଷ କରି ଯୌନ ସମ୍ବନ୍ଧରୁ ମଧ୍ୟ ଏହା ବ୍ୟାପେ । ଏହାକୁ ଦୃଷ୍ଟିରେ WHO ଏହାକୁ ବୈଶିକ ଜନସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରିଥିଲା । ପରେ ଏହାକୁ ହଟାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Monkeypox: କୋରୋନା ପରେ ବିଶ୍ବ ମହାମାରୀ ତାଲିକାରୁ ହଟିଲା ମଙ୍କିପକ୍ସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.