ETV Bharat / international

ମସ୍କୋ ଆତଙ୍କୀ ଆକ୍ରମଣକୁ ଆମେରିକାର ନିନ୍ଦା, ୟୁକ୍ରେନରେ ରେଡ୍ ଆଲର୍ଟ - US condemns Moscow terror attack - US CONDEMNS MOSCOW TERROR ATTACK

US condemns Moscow terror attack: ଋଷ ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡା ନିନ୍ଦା କଲା ଆମେରିକା । ଅଧିକ ପଢନ୍ତୁ

US condemns Moscow terror attack
US condemns Moscow terror attack
author img

By ETV Bharat Odisha Team

Published : Mar 24, 2024, 10:37 AM IST

ହାଇଦ୍ରାବାଦ: ଋଷ ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡା ନିନ୍ଦା କଲା ଆମେରିକା । ଏଥିସହ ଶୋକସନ୍ତପ ପରିବାର ବର୍ଗକୁ ମଧ୍ୟ ସମବେଦନା ଜଣାଇଛି । ଅନ୍ୟପଟେ ଏହି ଆକ୍ରମଣ ପାଇଁ ଋଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନକୁ ଦାୟୀ କରିଥିବା ବେଳେ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ୟୁକ୍ରେନରେ ଆଲର୍ଟ ଜାରି କରାଯାଇଛି । ଆଉ ମଧ୍ୟ ଋଷରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି ।

ହ୍ୱାଇଟ ହାଉସ ମୁଖପାତ୍ର ଜନ କିର୍ବି ଏହାକୁ ଅତ୍ୟନ୍ତ ଭୟଙ୍କର କହିବା ସହ ଶୋକସନ୍ତପ ପରିବାର ସହ ଆମେ ରହିଛୁ ବୋଲି କହିଛନ୍ତି । ଆଉ ମଧ୍ୟ ୟୁଏସ ଷ୍ଟେଟ୍ ସେକ୍ରେଟାରୀ ଅଣ୍ଟୋନି ବ୍ଲିକେନ ଏହି ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ଆମେରିକା ବିରୋଧ କରିଆସିଛି ବୋଲି କହିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ବ୍ଲିକେନ ଲେଖିଛନ୍ତି ଯେ, 22 ମାର୍ଚ୍ଚରେ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆମେରିକା ପକ୍ଷରୁ କଡା ନିନ୍ଦା କରାଯାଉଛି । ଏହି ଜଘନ୍ୟ ଅପରାଧରେ ପୀଡିତ ପରିବାରକୁ ଆମେ ଗଭୀର ସମବେଦନା ଜଣାଉଛୁ ।

ଋଷ ରାଜଧାନୀ ମସ୍କୋରେ ଏକ କନସର୍ଟ ଚାଲିଥିବା ବେଳେ ହୋଇଥିବା ଆକ୍ରମଣ ଘଟଣାରେ ପାଖାପାଖି 133 ଜଣଙ୍କ ଜୀବନ ଯାଇଥିବା ବେଳେ 107 ଜଣ ଆହତ ହୋଇ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ତେବେ ଋଷର ଏକ ସରକାରୀ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ କରିଥିବା 4 ଜଣ ବନ୍ଧୁକଧାରୀ ସଂନ୍ଦିଗ୍ଧକୁ ଋଷର ଯାଞ୍ଚ ସମିତି ହେପାଜତରେ ନେଇଥିବା ବେଳେ ମସ୍କୋରେ ତଦନ୍ତ ଅଧିକାରୀମାନେ ସେମାନଙ୍କୁ ପଚରାଉଚରା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ମସ୍କୋ ଆକ୍ରମଣ ଘଟଣା: ମୃତ୍ୟୁସଂଖ୍ୟା 93କୁ ବୃଦ୍ଧି, 4 ଆକ୍ରମଣକାରୀଙ୍କ ସମେତ 11 ସନ୍ଦିଗ୍ଧ ଆତଙ୍କବାଦୀ ଅଟକ - Moscow Concert Hall Attack

ଅନ୍ୟପଟେ ଶନିବାର ସଂଧ୍ୟାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧିତ କରିବା ସମୟରେ ଏହି ଆକ୍ରମଣ ପଛରେ ୟୁକ୍ରେନର ଭୂମିକା ଥିବା ନେଇ ସନ୍ଦେହ କରିଥିଲେ । ସେହିପରି ଏହି ଆକ୍ରମଣକାରୀଙ୍କ କୌଣସି ଜାତୀୟତା ନାହିଁ । ସେମାନେ ନିରୀହ ଲୋକଙ୍କୁ ହତ୍ୟା କରିଛନ୍ତି । ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ପ୍ରଦାନ କରିବାକୁ ହେବ ବୋଲି ପୁଟିନ କଡା ଚେତାବନୀ ମଧ୍ୟ ଦେଇଥିଲେ ।

ପୁଟିନଙ୍କ ଅଭିଯୋଗକୁ ୟୁକ୍ରେନ ପକ୍ଷରୁ ଖଣ୍ଡନ କରାଯାଇଛି । ନିଜ ଉପରେ ଦୋଷ ଛଡାଇ ଅନ୍ୟ ଉପରେ ଦୋଷ ଲଦିବା ପାଇଁ ପୁଟିନ ଏଭଳି କହିଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି । ଦେଶର ରାଜଧାନୀ କିଭ ସମେତ ଅଧିକାଂଶ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଋଷ ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ମସ୍କୋ କ୍ରୋକସ ସିଟି ହଲରେ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆତତାୟୀମାନେ ଗୁଳିମାଡ ସହ ବିସ୍ଫୋରଣ ମଧ୍ୟ କରିଥିଲେ । ହଲରେ ନିଆଁ ମଧ୍ୟ ଲାଗି ଯାଇଥିଲା । ପ୍ରଥମେ ଏହି ଘଟଣାରେ ପ୍ରାୟ 60 ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ସାମ୍ନାକୁ ଆସିଥିବା ବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ 133 ଟପିଛି । ଅନ୍ୟପଟେ ଏହି ଆକ୍ରମଣ ପାଇଁ ଆତଙ୍କୀ ସଂଗଠନ ଆଇଏସଆଇଏସ ନିଜକୁ ଦାୟୀ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.