ETV Bharat / international

ପାକିସ୍ତାନକୁ ଝଟକା ଦେଲା ଆମେରିକା, କ୍ଷେପଣାସ୍ତ୍ର ପ୍ରକଳ୍ପକୁ ଉପକରଣ ଯୋଗାଉଥିବା 3ଚୀନ କମ୍ପାନୀ ବ୍ୟାନ - US Sanctions 3 Chinese Firms

author img

By ETV Bharat Odisha Team

Published : Apr 20, 2024, 1:43 PM IST

US Sanctions 3 Chinese Firms For Providing Ballistic Missile Tech To Pakistan: ପାକିସ୍ତାନ କ୍ଷେପଣାସ୍ତ୍ର ପ୍ରକଳ୍ପକୁ ଉପକରଣ ଯୋଗାଉଥିବା 3 ଚୀନ କମ୍ପାନୀ ଉପରେ ଆମେରିକାର କଟକଣା । ଅଧିକ ପଢନ୍ତୁ

ପାକିସ୍ତାନ କ୍ଷେପଣାସ୍ତ୍ର ପ୍ରକଳ୍ପକୁ ଉପକରଣ ଯୋଗାଉଥିବା 3 ଚୀନ କମ୍ପାନୀ ଉପରେ ଆମେରିକାର କଟକଣା

ହଇଦ୍ରାବାଦ: ସାମରିକ କ୍ଷମତା ବଢାଇବା ଲାଗି ‘ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଣାଳୀ ପ୍ରକଳ୍ପ’ ଆରମ୍ଭ କରିଥିବା ପାକିସ୍ତାନକୁ ବଡ ଝଟକା ଦେଇଛି ଆମେରିକା । ପାକିସ୍ତାନର ଏହି ପ୍ରକଳ୍ପ ପାଇଁ କ୍ଷେପଣାସ୍ତ୍ର ଓ ଅନ୍ୟ ଯୁଦ୍ଧ ଉପକରଣ ସାମଗ୍ରୀ ଗୁପ୍ତରେ ରପ୍ତାନୀ କରୁଥିବା ଚୀନର 3ଟି କମ୍ପାନୀ ଓ ବେଲାରୁସର ଗୋଟିଏ କମ୍ପାନୀ ବିରୋଧରେ ନିଷେଧାଦେଶ ଜାରି କରିଛି ଓ୍ବାଂଶିଟନ । ଏନେଇ ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୁହାଯାଇଛି ଯେ, ଏହି ସବୁ କମ୍ପାନୀ ପାକିସ୍ତାନର ‘ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଣାଳୀ’ ପ୍ରକଳ୍ପ ପାଇଁ କ୍ଷେପଣାସ୍ତ୍ର ଓ ଅନ୍ୟ ଯୁଦ୍ଧ ଉପକରଣ ଯୋଗାଉଥିଲେ । ଏହି କମ୍ପାନୀଗୁଡିକୁ ପ୍ରତିବନ୍ଧିତ ଘୋଷିତ କରାଯାଉଛି । ଏହି ପ୍ରତିବନ୍ଧିତ କମ୍ପାନୀଗୁଡିକ ମଧ୍ୟରେ ‘ସିଆନ ଲାଙ୍ଗଡେ ଟେକନୋଲୋଜି ଡେଭଲପମେଣ୍ଟ’, ‘ତିୟାନଜୀନ କ୍ରିୟଟିଭ ସୋର୍ସ ଇଣ୍ଟର ନ୍ୟାସନାଲ ଟ୍ରେଡ’, ‘ଗ୍ରୀନପେକ୍ଟ କମ୍ପାନୀ ଲିମିଟେଡ’ ନାମକ ତିନି ଘରୋଇ ଡିଫେନ୍ସ ସେକ୍ଟର ନିର୍ମାତା କମ୍ପାନୀ ରହିଛି । ଏହି କମ୍ପାନୀମାନେ ଯୁଦ୍ଧାସ୍ତ୍ର ଗବେଷଣା ଓ ଅନ୍ୟ ଉପକରଣ ଉତ୍ପାଦନ କରି ଏହାକୁ ରପ୍ତାନୀ କରିଥାନ୍ତି । ସେହିପରି ଆମେରିକା ଦ୍ବାରା ପ୍ରତିବନ୍ଧିତ ଘୋଷିତ ହୋଇଥିବା କମ୍ପାନୀଟି ହେଲା ବେଲାରୁସରୁ ସଞ୍ଚାଳିତ ହେଉଥିବା ‘ମିନକ୍ସ ହ୍ବିଲ ଟ୍ରାକ୍ଟର ପ୍ଲାଣ୍ଟ’ ରହିଛି ।

ଆମେରିକା ବିଦେଶ ବ୍ୟାପାର ପ୍ରବକ୍ତା ମାଥ୍ୟୁ ମିଲର କହିଛନ୍ତି, ଏହି ଶ୍ରେଣୀର ଯୁଦ୍ଧାସ୍ତ୍ର କିମ୍ବା ଯୁଦ୍ଧ ଉପକରଣ ରପ୍ତାନୀ କରିବା ବର୍ତ୍ତମାନର ବିଶ୍ବ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ଏହି ଯୁଦ୍ଧାସ୍ତ୍ର ବିନାଶକାରୀ ଶ୍ରେଣୀଭୁକ୍ତ ମଧ୍ୟ । ଏହି କମ୍ପାନୀଗୁଡିକର ପାକିସ୍ତାନ ସହ ଯୁଦ୍ଧାସ୍ତ୍ର ନିର୍ମାଣ, ଯୋଗାଣ ଓ ଅଧିଗ୍ରହଣ ପରି ପ୍ରକ୍ରିୟା ରହିଛି । ଏହାକୁ ପ୍ରତିବନ୍ଧିତ ଶ୍ରେଣୀଭୂକ୍ତ କରିବା ପାଇଁ ଆମେରିକା ଚିନ୍ତା କରିଛି ।

ଏହା ମଧ୍ୟ ପଢନ୍ତୁ :- 6ଷ୍ଠ ପର୍ଯ୍ୟାୟରେ 9ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା ପ୍ରିୟଦର୍ଶନୀ, ଚମ୍ପୁଆରୁ ସନାତନ ମହାକୁଡ - BJD candidates

ତେବେ ପାକିସ୍ତାନ ଏକଦା ଆମେରିକା ଠାରୁ ମଧ୍ୟ ଯୁଦ୍ଧାସ୍ତ୍ର କ୍ରୟ କରୁଥିଲା । ଆମେରିକା ନିର୍ମିତ ଏଫ-16 ପରି ଅତ୍ୟାଧୁନିକ ଲଢୁଆ ବିମାନ ମଧ୍ୟ ପାକିସ୍ତାନ କ୍ରୟ କରିବା ସହ ବ୍ୟବହାର ମଧ୍ୟ କରୁଛି । ବୈଶ୍ବିକ ରଣନୈତିକ ସ୍ଥିତିରେ ଏବେ ପରିବର୍ତ୍ତନ ଆସିଛି । ଏବେ ଆମେରିକା ଓ ପାକିସ୍ତାନ ମଧ୍ୟରେ ପୂର୍ବ ସମ୍ପର୍କ ନାହିଁ ବରଂ ପାକିସ୍ତାନ ଚୀନ ପ୍ରତି ଅଧିକ ନିକଟତର ହେବା ପରି ଦେଖାଯାଉଛି । ଏହିକ୍ରମରେ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା ପାକିସ୍ତାନକୁ ଏକ ବଡ ଝଟକା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.