ETV Bharat / international

ଆମେରିକା ମାନବାଧିକାର ରିପୋର୍ଟରେ ମଣିପୁର ହିଂସା, ବିବିସି ଚଢାଉ ଓ ନିଜ୍ଜାର ହତ୍ୟା ଉଲ୍ଲେଖ - US Human Rights Report - US HUMAN RIGHTS REPORT

US Human Rights Report: ଆମେରିକା ରିପୋର୍ଟରେ ମଣିପୁରରେ ମାନବାଧିକାର ଉଲ୍ଲଂଘନ ହୋଇଥିବା ଦାବି । ନିଜ୍ଜାର ହତ୍ୟାକାଣ୍ଡ ଠାରୁ ନେଇ ବିବିସି ଚଢାଉ ଯାଏଁ ବିଭିନ୍ନ ପ୍ରସଙ୍ଗ ରିପୋର୍ଟରେ ଉଲ୍ଲେଖ । ଅଧିକ ପଢନ୍ତୁ

ଆମେରିକା ମାନବାଧିକାର ରିପୋର୍ଟରେ ମଣିପୁର ହିଂସା, ବିବିସି ଚଢାଉ ଓ ନିଜ୍ଜାର ହତ୍ୟା ଉଲ୍ଲେଖ

author img

By ETV Bharat Odisha Team

Published : Apr 24, 2024, 9:12 AM IST

ନୂଆଦିଲ୍ଲୀ: ଆମେରିକା ବୈଦେଶିକ ବିଭାଗର ବାର୍ଷିକ ମାନବାଧିକାର ରିପୋର୍ଟ ୨୦୨୩ ପ୍ରକାଶ ପାଇଛି, ଯେଉଁଥିରେ ମଣିପୁର ହିଂସା ଠାରୁ ଆରମ୍ଭ କରି ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟାକାଣ୍ଡ, ବିବିସି କାର୍ଯ୍ୟାଳୟରେ ଚଢାଉ, ସାମ୍ବାଦିକଙ୍କ ବିରୋଧରେ ହିଂସା, ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଇତ୍ୟାଦି ବିଭିନ୍ନ ପ୍ରସଙ୍ଗରେ ଭାରତ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି । ମଣିପୁରରେ ହିଂସା ରୋକିବାରେ ଭାରତ ସରକାର ବିଫଳ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସୋମବାର ପ୍ରକାଶିତ ଏହି ବାର୍ଷିକ ରିପୋର୍ଟରେ ଦାବି କରାଯାଇଛି ଯେ, ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ସଂଘର୍ଷ ଯୋଗୁଁ ମେ' ୩ରୁ ୧୫ ନଭେମ୍ବର ୨୦୨୩ ମଧ୍ୟରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଛି । ୬୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଭାରତ ସରକାର ହିଂସା ରୋକିବାକୁ ସୁରକ୍ଷା ବଳ ମୁତୟନ କରିଥିଲେ, କର୍ଫ୍ୟୁ ଲଗାଇବା ସହ ଇଣ୍ଟରନେଟ ବନ୍ଦ କରିଥିଲେ । ଭାରତର ସୁପ୍ରିମକୋର୍ଟ ମଣିପୁର ହିଂସା ରୋକିବାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ସମାଲୋଚନା କରିଥିଲେ ଏବଂ ହିଂସା ଘଟଣାର ଯାଞ୍ଚ, ମାନବୀୟ ସହୟତା ପ୍ରଦାନ ଏବଂ ବାସଗୃହ ଓ ପୂଜାସ୍ଥଳଗୁଡିକର ପୁନଃନିର୍ମାଣ ପାଇଁ ଅଧିକାରୀ ନିଯୁକ୍ତ କରିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢନ୍ତୁ: ବ୍ରିଟେନରୁ ବିଦା ହେବେ ଶରଣାର୍ଥୀ ! ବିବାଦୀୟ ‘ରାଓ୍ବଣ୍ଡା ମାଇଗ୍ରାଣ୍ଟ ବିଲ’ ପାରିତ, ଜାଣନ୍ତୁ ଏହା ସମ୍ପର୍କରେ... - Rwanda Migrant Bill

ରିପୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ପ୍ରସଙ୍ଗ ମଧ୍ୟ ରହିଛି । ସୁପ୍ରିମକୋର୍ଟ ଗତବର୍ଷ ଅଗଷ୍ଟରେ ଏହି ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ । ଏନେଇ ଆମେରିକା ମାନବାଧିକାର ରିପୋର୍ଟରେ କୁହାଯାଇଛି, ଯଦିଓ ରାଜନୈତିକ ଦଳଗୁଡିକର ଗଠନ ଏବଂ ଯେକୌଣସି ସମୁଦାୟର ବ୍ୟକ୍ତିବିଶେଷ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାରେ କିଛି ପ୍ରତିବନ୍ଧକ ନାହିଁ ହେଲେ ରାଜନେତାମାନେ ସରକାରୀ ଅଧିକାରୀ ଏବଂ ନୀତିଗୁଡିକ ସମାଲୋଚନା କରିବା ଏବଂ ପ୍ରଚାର ପାଇଁ ମୁକ୍ତ ଭାବରେ ସୋସିଆଲ ମିଡିଆ ବ୍ୟବହାର କରିବାରେ ବାଧାର ସମ୍ମୁଖୀନ ହେଉଛନ୍ତି ।

ଆହୁରିମଧ୍ୟ କୁହାଯାଇଛି, ଗତବର୍ଷ ଫେବୃୟାରୀ ୧୪ରେ ବ୍ରିଟିଶ ବ୍ରଡକାଷ୍ଟର ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ ଅଫିସରେ ଆୟକର ବିଭାଗ ୬୦ ଘଣ୍ଟା କାଳ ଚଢାଉ କରିଥିଲା । ବିବିସି ଦ୍ବାରା ୨୦୦୨ ଗୁଜୁରାଟ ଦଙ୍ଗା ସମ୍ପର୍କିତ ''ଇଣ୍ଡିଆ: ଦ ମୋଦି କୋଶ୍ଚିନ'' ଡକ୍ୟୁମେଣ୍ଟାରୀ ଯେଉଁଥିରେ ମୋଦିଙ୍କୁ ଖଳନାୟକ ଭାବେ ଚିତ୍ରଣ କରାଯାଇଥିଲା, ଏହାର ରିଲିଜ ପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି । ଏଥିସହ ଖଲିସ୍ତାନୀ ଆତଙ୍କବାଦୀ ନଜ୍ଜାର ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ନେଇ କାନାଡାର ଅଭିଯୋଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ସେହିପରି ଜମ୍ମୁ-କାଶ୍ମୀର ସମେତ ଭାରତର ଆତଙ୍କବାଦୀ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ହେଉଥିବା ମାନବାଧିକାର ଉଲ୍ଲଂଘନ ସମ୍ପର୍କରେ ମଧ୍ୟ କୁହାଯାଇଛି ।

ଆମେରିକାର ଏହି ରିପୋର୍ଟ ଅନ୍ତରାଷ୍ଟ୍ରୀୟ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏନେଇ ଅଦ୍ୟାବଧି ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଜାରି ହୋଇନି । ତେବେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ ଆମେରିକାର ଏଭଳି ରିପୋର୍ଟକୁ ଖଣ୍ଡନ କରିବା ସହ ଏହା ଭୁଲ ସୂଚନା ଓ ତ୍ରୁଟିପୂର୍ଣ୍ଣ ବୁଝମଣା ଉପରେ ଆଧାରିତ ଏବଂ କିଛି ଆମେରିକୀୟ ଅଧିକାରୀଙ୍କ ଉଦ୍ଦେଶ୍ୟମୂଳକ ଓ ପକ୍ଷପାତପୂର୍ଣ୍ଣ ମନ୍ତବ୍ୟକୁ ଭିତ୍ତିକରି ପ୍ରକାଶିତ ହୋଇଥିବା ମନ୍ତ୍ରଣାଳୟ କହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.