ETV Bharat / international

US Elections: ଟ୍ରମ୍ପ ନା ହାରିସ, କାହାକୁ ସମର୍ଥନ କରୁଛନ୍ତି ପ୍ରବାସୀ ଭାରତୀୟ ? - US PRESIDENTIAL ELECTIONS

ରାଷ୍ଟ୍ରପତି ନିର୍ବାଚନକୁ ନେଇ ସରଗରମ ଆମେରିକା ରାଜନୀତି । 7 ରାଜ୍ୟରେ ଟ୍ରମ୍ପ ଓ ହାରିସଙ୍କ ମଧ୍ୟରେ ହେବ ହାଇଭୋଲଟେଜ ଫାଇଟ । କାହାକୁ ଯିବ ପ୍ରବାସୀ ଭାରତୀୟଙ୍କ ଭୋଟ ?

US Presidential Elections
US Presidential Elections (ANI)
author img

By ETV Bharat Odisha Team

Published : Nov 3, 2024, 1:16 PM IST

ହାଇଦ୍ରାବାଦ: ଆଉ ଦୁଇଦିନ ପରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ‘ଡେମୋକ୍ରାଟିକ’ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ଉପରାଷ୍ଟ୍ରପତି କମଲା ହାରିସ ଓ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଗାଦି ହାତେଇବାକୁ କସରତ ଚଳାଇଛନ୍ତି । ଏଥର କି’ଏ ପିନ୍ଧିବ ରାଷ୍ଟ୍ରପତି ତାଜ ? ଉପରାଷ୍ଟ୍ରପତି ହେବେ ରାଷ୍ଟ୍ରପତି ନା ପୂର୍ବତନ ରାଷ୍ଟ୍ରପତି ପୁରୁଣା ଆସନକୁ ଫେରିବେ ? ଏହାକୁ ନେଇ ସରଗରମ ଆମେରିକା ରାଜନୀତି । ନିର୍ବାଚନରେ ବିଜୟୀ ହେବା ପାଇଁ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ-ଆମେରିକୀୟ ସମୁଦାୟଙ୍କ ମତଦାନ ଉପରେ ଭରସା କରୁଛନ୍ତି ।

  • ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ପ୍ରବାସୀ ଭାରତୀୟଙ୍କ ଭୋଟ:

ଆମେରିକାରେ ପ୍ରାୟ 5.2 ମିଲିୟନ ଭାରତୀୟ ଆମେରିକୀୟ ରହୁଛନ୍ତି । ସେମାନଙ୍କ ମଧ୍ୟରୁ 2.3 ମିଲିୟନଙ୍କ ନିକଟରେ ଭୋଟ ଦେବାର ଅଧିକାର ରହିଛି । ଏହି ସଂଖ୍ୟା ନିର୍ବାଚନ ଫଳାଫଳ ଉପରେ ଦୃଢ ପ୍ରଭାବ ପକାଇପାରେ । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରବାସୀ ଭାରତୀୟଙ୍କ ମତଦାନ । ଯାହାକୁ ଏମାନଙ୍କ ଭୋଟ ଯିବ ସେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାର ଅଧିକ ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ-ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର କିଏ, ହାରିସ ନା ଟ୍ରମ୍ପ - US president election

ଏହା ମଧ୍ୟ ପଢନ୍ତୁ-ଆମେରିକା ନିର୍ବାଚନ: ଡେମୋକ୍ରାଟ ପ୍ରେସିଡେଣ୍ଟ ପ୍ରାର୍ଥୀ ହେଲେ କମଲା ହାରିସ୍, ଟ୍ରମ୍ପଙ୍କୁ ଟକ୍କର ଦେବେ ଭାରତୀୟ ବଂଶୋଦ୍ଭବ - US presidential elections

  • ଭାଗ ହେବ ପ୍ରବାସୀ ଭାରତୀୟଙ୍କ ଭୋଟ:

ଟ୍ରମ୍ପ ଏବଂ ହାରିସ୍ ଏହି ସମ୍ପ୍ରଦାୟ ପଖରେ ପହଞ୍ଚିବାକୁ ଉଦ୍ୟମ କରିଛନ୍ତି । କିଛି ଭାରତୀୟ ଆମେରିକୀୟ ବିଶ୍ୱାସ କରନ୍ତି ଯେ, ହ୍ୟାରିସ୍ ଏବଂ ଟ୍ରମ୍ପଙ୍କ ପାଇଁ ସମୁଦଯ ଭାଗ ହୋଇଛି । ଓ୍ବାସିଂଟନରେ ରହିଥିବା ଜଣେ ଭାରତୀୟ ଆମେରିକୀୟ ନାଗରିକ ଜୟପି ସିଂ କହିଛନ୍ତି ପିଟିଆଇକୁ କହିଛନ୍ତି, "ଭାରତୀୟ ମସୁଦାୟଙ୍କ ମଧ୍ୟରେ ଏକ ବିଭାଜନ ଅଛି । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ କିଛି ଲୋକ ରିପବ୍ଲିକାନ ପାର୍ଟିକୁ ଏବଂ କିଛି ଡେମୋକ୍ରାଟିକ ଦଳକୁ ସମର୍ଥନ କରନ୍ତି । ତାଙ୍କ କହିବା ଅନୁଯାୟୀ, ଡେମୋକ୍ରାଟ ତୁଳନାରେ ରିପବ୍ଲିକାନମାନେ ଧାର୍ମିକ ସ୍ୱାଧୀନତାକୁ ସମର୍ଥନ କରନ୍ତି ନାହିଁ । ଭାରତୀୟ ଆମେରିକୀୟ ସମୁଦାୟର ଏକ ବଡ ପ୍ରତିଶତ ରିପବ୍ଲିକାନ ପ୍ରତି ସମର୍ଥନ ବଢିବାରେ ଲାଗିଛି । ତାର କାରଣ ଦଳର ନୀତି ବ୍ୟବସାୟ ଉପଯୋଗୀ ବୋଲି ସେମାନେ ବିଶ୍ବାସ କରନ୍ତି ।

  • ପ୍ରବାସୀ ଭାରତୀୟଙ୍କ ପସନ୍ଦ ଟ୍ରମ୍ପ !

ଅଧିକାଂଶ ଭାରତୀୟ ଆମେରିକୀୟ ବ୍ୟବସାୟୀ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି । ଏହାର ଗୋଟିଏ କାରଣ ହେଉଛି ତାଙ୍କର ଇମିଗ୍ରେସନ ନୀତି (ଅନ୍ତର୍ଜାତୀୟ ଅତିକ୍ରମଣ ନୀତି) ଯାହା ବେଆଇନ ପ୍ରବାସୀ ଭାରତୀୟଙ୍କୁ ନଆଣିବା, ସ୍ଥାନୀୟ ଶ୍ରମିକଙ୍କୁ ଉପକୃତ କରିବା ଏବଂ ଚାକିରି ସୁଯୋଗ ସୃଷ୍ଟି କରିଥାଏ । ସେମାନେ ବିଶ୍ୱାସ କରନ୍ତି ଯେ, ଏହି ନୀତି ସେମାନଙ୍କୁ ଚାକିରି ଦେବାରେ ସାହାଯ୍ୟ କରିବ । ବ୍ୟବସାୟୀଙ୍କ ବ୍ୟତିତ ଅନ୍ୟ ଭାରତୀୟ ସମୁଦାୟ ମଧ୍ୟ ଟ୍ରମ୍ପଙ୍କୁ ଭରସା କରନ୍ତି । କାହିଁକିନା ସେମାନଙ୍କ ବିଶ୍ୱାସ ରହିଛି, ଯଦି ଟ୍ରମ୍ପ ଶାସନ ଗାଦିକି ଫେରନ୍ତି ଫେରିବେ ତେବେ ଅର୍ଥନୀତିରେ ଉନ୍ନତି ଆସିବ । ଟ୍ରମ୍ପଙ୍କ ବ୍ୟବସାୟ ପୃଷ୍ଠଭୂମି ରହିଛି ବୋଲି ସେମାନଙ୍କ ମତ । ଅନ୍ୟପକ୍ଷରେ, କମଲା ହାରିସଙ୍କ ବ୍ୟବସାୟିକ ପୃଷ୍ଠଭୂମି ନାହିଁ । ତେଣୁ ପୁଣି ଥରେ ରାଷ୍ଟ୍ରପତି ହେବାରେ ଟ୍ରମ୍ପଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ ବୋଲି ଭାରତୀୟ ଆମେରିକୀୟ ସୁଖଚାନ୍ଦ ସିଂ କହିଛନ୍ତି ।

  • ଡେମୋକ୍ରାଟିକ୍ ନୀତିକୁ ପସନ୍ଦ କରୁଛନ୍ତି ଆମେରିକୀୟ ଭାରତୀୟ:

ଅନ୍ୟ ଜଣେ ଭାରତୀୟ ଆମେରିକୀୟ ନାଗରିକ ମୁକୁନ୍ଦ ଆଗେଶ କହିଛନ୍ତି ଯେ, ସେ ମଧ୍ୟ ଦେଖିଛନ୍ତି ଯେ, ଗତ ତିନି ଦଶନ୍ଧି ମଧ୍ୟରେ ସମୁଦାୟ ରିପବ୍ଲିକାନ୍ସକୁ ସମର୍ଥନ କରୁଛନ୍ତି। ସେ କହିଛନ୍ତି, "ମୁଁ ଏଠାରେ ପ୍ରାୟ 35 ବର୍ଷ ରହିଆସିଛି । ଏଠାରେ ଥିବା ଭାରତୀୟ ମାନେ ଧୀରେ ଧୀରେ ଡେମୋକ୍ରାଟିକ୍ ଦଳ ଠାରୁ ମୁହଁ ଫେରାଇ ରିପବ୍ଲିକାନକୁ ସମର୍ଥନ କରୁଛନ୍ତି । ଏହାର କାରଣ ହେଉଛି ରିପବ୍ଲିକାନ୍ ବ୍ୟବସାୟ, ମୁକ୍ତ ଅର୍ଥନୀତି ଏବଂ ଟିକସ ହ୍ରାସ ଉପରେ ଗୁରୁତ୍ବ ଦେଇଥାଏ ।

  • 7ଟି ରାଜ୍ୟରେ ଟ୍ରମ୍ପ-ହାରିସଙ୍କ ମଧ୍ୟ କଡା ଟକ୍କର:

ଆସନ୍ତା ନଭେମ୍ବର 5 ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରହିଛି । ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି 7ଟି ରାଜ୍ୟରେ ଟ୍ରମ୍ପ ଓ କମଲାଙ୍କ ମଧ୍ୟରେ କଡା ପତ୍ରିଦ୍ବନ୍ଦ୍ବିତା ହେବ । ସେହି ରାଜ୍ୟ ଗୁଡିକ ହେଉଛି, ଜର୍ଜିଆ, ମିଚିଗାନ୍, ଆରିଜୋନା, ପେନସିଲଭାନିଆ, ନର୍ଥ କାରୋଲିନା, ୱିସ୍କନ୍ସିନ ଏବଂ ନେଭାଡାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.