ETV Bharat / international

ଆମେରିକା ନିର୍ବାଚନ: ଡେମୋକ୍ରାଟ ପ୍ରେସିଡେଣ୍ଟ ପ୍ରାର୍ଥୀ ହେଲେ କମଲା ହାରିସ୍, ଟ୍ରମ୍ପଙ୍କୁ ଟକ୍କର ଦେବେ ଭାରତୀୟ ବଂଶୋଦ୍ଭବ - US presidential elections

author img

By ETV Bharat Odisha Team

Published : Jul 27, 2024, 8:09 AM IST

Updated : Jul 27, 2024, 9:52 AM IST

US presidential elections: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ କମଲା ହାରିସ । ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଲଢିବେ ରାଷ୍ଟ୍ରପତି ନିର୍ବାଚନ । ଏନେଇ ଆନୁଷ୍ଠାନିକ ଭାବେ କଲେ ଘୋଷଣା । ପଢନ୍ତୁ ପୂରା ଖବର

Kamala Harris
Kamala Harris (@KamalaHarris)

ଓ୍ବାଂଶିଟନ: ଆମେରିକା ଇତିହାସରେ ପ୍ରଥମ । ଏହି ସୁପରପାୱାର ରାଷ୍ଟ୍ରର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ଥର ପ୍ରାର୍ଥୀ ହେଲେ ଜଣେ ଭାରତୀୟ ବଂଶୋଦ୍ଭବ । ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା କମଳା ହାରିସଙ୍କୁ ପ୍ରାର୍ଥୀ କଲା ଡେମୋକ୍ରାଟିକ ପାର୍ଟି । ରାଷ୍ଟ୍ରପତି ପ୍ରାର୍ଥୀପତ୍ରରେ ସ୍ବାକ୍ଷର କରିଥିବା ନେଇ ସେ ନିଜେ ଟ୍ବିଟ୍ କରି ଘୋଷଣା କରିଛନ୍ତି । ପ୍ରଥମ କୃଷ୍ଣକାୟ ମହିଳା ଓ ଦକ୍ଷିଣ ଏସୀୟ ଆମେରିକୀୟ ଭାବେ ଆମେରିକାର ମୁଖ୍ୟ ପଦରେ ଲଢିବେ କମଳା । ଗତଥର ଉପରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଥିବା ହାରିସ୍ ଏଥର ରାଷ୍ଟ୍ରପତି ନିର୍ବାଚନ ଲଢିବେ ।

'ପ୍ରତ୍ୟେକ ଭୋଟ୍‌ ଜିତିବାକୁ କଠିନ ପରିଶ୍ରମ କରିବି':

ଟ୍ବିଟ୍ କରି କମଳା ହାରିସ କହିଛନ୍ତି, ''ଆଜି ଆନୁଷ୍ଠାନିକ ଭାବେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଭାବେ ଫର୍ମରେ ଦସ୍ତଖତ କରିଛି । ପ୍ରତ୍ୟେକ ଭୋଟ୍ ନିଜ ସପକ୍ଷରେ କରିବାକୁ ମୁଁ କଠିନ ପରିଶ୍ରମ କରିବି । ନଭେମ୍ବରରେ ଆମର ଲୋକଶକ୍ତି ଅଭିଯାନର ବିଜୟ ହେବ । ''

ଏହା ମଧ୍ୟ ପଢନ୍ତୁ-ଆମେରିକା ରାଷ୍ଟ୍ରପତି ନିର୍ବାଚନ; ରେସ୍‌ରୁ ଓହରିଲେ, କ୍ୟାମ୍ପେନିଂ ବନ୍ଦ କଲେ ବାଇଡେନ୍; ଡେମୋକ୍ରାଟିକ୍ ଦଳର ନୂଆ ଚେହେରା କମଳା ହାରିସ ! କହିଲେ ଆମେ ଟ୍ରମ୍ପଙ୍କୁ ହରାଇବା - BIDEN QUITS PRESIDENTIAL RACE

ହାରିସଙ୍କୁ ଓବାମାଙ୍କ ସମର୍ଥନ:

US PRESIDENTIAL ELECTIONS
US PRESIDENTIAL ELECTIONS (ETV BHARAT ODISHA)

ଶୁକ୍ରବାର ଦିନ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସର୍ବସାଧାରଣରେ ସମର୍ଥନ କରିଥିଲେ । ରାଷ୍ଟ୍ରପତି ନିର୍ବାଚନରେ ​​ହାରିସଙ୍କ ବିଜୟ ନିଶ୍ଚିତ କରିବା ପାଇଁ ଆମେ ଯଥାସାଧ୍ୟ ଚେଷ୍ଟା କରିବୁ ବୋଲି କହିଛନ୍ତି ଓବାମା । ଟ୍ବିଟ କରି ଓବାମା କହିଛନ୍ତି, "ଏହି ସପ୍ତାହର ଆରମ୍ଭରୁ ମୁଁ ଓ ମୋର ପତ୍ନୀ ଆମର ବନ୍ଧୁ କମଲା ହାରିସଙ୍କୁ ଫୋନ କରିଥିଲୁ । ଆମେ ତାଙ୍କୁ କହିଥିଲୁ ଯେ ସେ ଆମେରିକାର ଜଣେ ଚମତ୍କାର ରାଷ୍ଟ୍ରପତି ହୋଇପାରିବେ ଏବଂ ତାଙ୍କ ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିଛି । ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଜିତିବା ପାଇଁ ଆମେ ସବୁ ପ୍ରକାର ପ୍ରୟାସ କରିବୁ । ହ୍ବାଇଟ ହାଉସ ପ୍ରେସ ସେକ୍ରେଟେରୀ କରାଇନ ଜାନ କହିଛନ୍ତି ଯେ, ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ଅପେକ୍ଷା ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଅନ୍ୟ କେହି ଯୋଗ୍ୟ ନୁହଁନ୍ତି ।

ହାରିସ-ଟ୍ରମ୍ପଙ୍କ ମଧ୍ୟରେ ଲଢେଇ:

ଆସନ୍ତା ନଭେମ୍ବର 5 ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏଥର ମଧ୍ୟ ରିପବ୍ଲିକାନ ଓ ଡେମୋକ୍ରାଟିକ ପାର୍ଟି ମଧ୍ୟରେ ଜୋରାଦାର ଲଢେଇ ଦେଖବାକୁ ମିଳିବ । କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପ ହେବେ ମୁହାଁମୁହିଁ । କାହା ଉପରେ ଭରସା କରିବେ ଜନତା ? କିଏ ଜିତିବ ଲୋକଙ୍କ ଆସ୍ଥା ? ଆଗାମୀ ଡିବେଟରେ କାହାର ପଲ୍ଲା ରହିବ ଭାରି ? ତା' ଉପରେ ସମସ୍ତଙ୍କ ନଜର । ଆମେରିକା ନିର୍ବାଚନରେ ଗତ ମାସରେ ବାଇଡେନ ଓ ଟ୍ରମ୍ପଙ୍କ ମଧ୍ୟରେ ପ୍ରଥମ ଡିବେଟ ହୋଇଥିଲା । କିନ୍ତୁ ଏଥିରେ ବାଇଡେନଙ୍କ ଉପରେ ଭାରି ପଡିଥିଲେ ଟ୍ରମ୍ପ । ଜୁଲାଇ 22 ତାରିଖରେ ଆମେରିକା ରାଷ୍ଟ୍ରପତି ରେସରୁ ଓହରିବା ନେଇ ଜୋ ବାଇଡେନ ଘୋଷଣା କରିଥିଲେ । ଏହାପରେ ଉପରାଷ୍ଟ୍ରପତି କମଳା ହାରିସଙ୍କ ନାମକୁ ଡେମୋକ୍ରାଟିକ୍ ଦଳର ନୂଆ ରାଷ୍ଟ୍ରପତି ଚେହେରା ଭାବେ ନୋମିନେଟ୍ କରିଥିଲେ ବାଇଡେନ୍ । ବାଇଡେନଙ୍କ ଓହରିବା ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ।

ଏହା ମଧ୍ୟ ପଢନ୍ତୁ-ଆମେରିକା ଇତିହାସରେ ପ୍ରଥମ, କୃଷ୍ଣକାୟ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚନ ଲଢିବେ କମଲା ! ଜାଣନ୍ତୁ ତାଙ୍କ ବିଷୟରେ... - US Elections 2024

କମଲା ହାରିସ କିଏ?:

KAMALA HARRIS
KAMALA HARRIS (ETV BHARAT ODISHA)

ବର୍ତ୍ତମାନ ଆମେରିକାର ଉପରାଷ୍ଟ୍ରପତି ରହିଛନ୍ତି କମଲା ହାରିସ । 2021 ଜାନୁଆରୀ 20 ତାରିଖରେ ସେ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ ଜଣେ କୃଷ୍ଣକାୟ ମହିଳା ଓ ଦକ୍ଷିଣ ଏସୀୟ ଆମେରିକୀୟ ଭାବେ ସେ ଏହି ପଦବୀ ପାଇଁ ନିର୍ବାଚିତ ହୋଇଥିଲେ । 59 ବର୍ଷୀୟା ହାରିସ 1964ରେ କାଲିଫର୍ଣ୍ଣିଆର ଓକଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା ଶ୍ୟାମାଲା ଗୋପାଳନ ଜଣେ ସ୍ତନ କର୍କଟ ଗବେଷକ ଥିଲେ ଯିଏକି ୟୁ.ସି ବରେଲିରେ ଏଣ୍ଡୋକ୍ରିନୋଲୋଜିରେ ଡକ୍ଟରେଟ ପଢିବା ପାଇଁ 1960ରେ ଆମେରିକା ଆସିଥିଲେ । ଯେଉଁଠାରେ ସେ ଅର୍ଥନୀତି ଅଧ୍ୟୟନ କରୁଥିବା ଜାମାଇକର ଡୋନାଲ୍ଡ ହାରିସଙ୍କୁ ଭେଟିଥିଲେ । କମଲାଙ୍କର ଏକ ଭଉଣୀ ମାୟା ହାରିସ ଅଛନ୍ତି, ଯିଏକି ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା ଏବଂ ହିଲାରୀ କ୍ଲିଣ୍ଟନ ରାଷ୍ଟ୍ରପତି ଅଭିଯାନରେ କାର୍ଯ୍ୟ କରିଛନ୍ତି । କମଲା ଯେତେବେଳେ 7 ବର୍ଷ ବୟସର ଥିଲେ ତାଙ୍କ ପିତାମାତାଙ୍କର ଛାଡପତ୍ର ହୋଇଯାଇଥିଲା । 2009ରେ ତାଙ୍କ ମାଆଙ୍କର ଦେହାନ୍ତ ହୋଇଥିଲା ।

ସର୍ବାଧିକ ଭୋଟ ବ୍ୟବଧାନରେ ଉପରାଷ୍ଟ୍ରପତି ହୋଇଥିଲେ କମଲା:

ଆମେରିକା ଗାଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ, ସିନେଟର ସଭାପତି ଭାବରେ ଉପରାଷ୍ଟ୍ରପତି କମଲା ଆମେରିକା ଇତିହାସରେ ଜଣେ ରେକର୍ଡ ହାସଲକାରୀ ନେତ୍ରୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି । ଆମେରିକା ଇତିହାସରେ ସେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଉପରାଷ୍ଟ୍ରପତି ମଧ୍ୟ । 200 ବର୍ଷର ରେକର୍ଡକୁ ଅତିକ୍ରମ କରିବାରେ ସଫଳ ହୋଇଥିଲେ କମଲା । ସେହିପରି ତାଙ୍କ କାର୍ଯ୍ୟକାଳରେ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଭୋଟ ପଡିଥିଲା । ଜଳବାୟୁ ସଙ୍କଟର ମୁକାବିଲା ପାଇଁ ସର୍ବବୃହତ ବିନିଯୋଗ ହୋଇଥିବା ଐତିହାସିକ ମୁଦ୍ରାସ୍ଫୀତି ହ୍ରାସ ଆଇନକୁ ପାସ୍ କରିବା ପାଇଁ ତାଙ୍କ ଅଧ୍ୟକ୍ଷତାରେ ଆମେରିକା କଂଗ୍ରେସରେ (ସଂସଦ) ନିର୍ଣ୍ଣାୟକ ଭୋଟ ପଡିଥିଲା ।

Last Updated : Jul 27, 2024, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.