ETV Bharat / international

ପାଲେଷ୍ଟାଇନକୁ ସହାୟତା ବନ୍ଦ କଲା ଆମେରିକା, ହମାସ ସହ ସଂପର୍କକୁ ନେଇ କାର୍ଯ୍ୟାନୁଷ୍ଠାନ

author img

By ETV Bharat Odisha Team

Published : Jan 27, 2024, 2:35 PM IST

Updated : Jan 27, 2024, 2:53 PM IST

US pauses UNRWA funding: ପାଲେଷ୍ଟାଇନ ଶରଣାର୍ଥୀଙ୍କୁ ସହାୟତା ଯୋଗାଇବା ବନ୍ଦ କଲା ଆମେରିକା । ଅକ୍ଟୋବର 7ରେ ଇସ୍ରାଏଲ ଉପରେ ଆକ୍ରମଣରେ ହମାସ ସହ ପାଲେଷ୍ଟାଇନର ସମ୍ପୃକ୍ତି ଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ପାଲେଷ୍ଟାଇନ ଶରଣାର୍ଥୀମାନଙ୍କୁ ସହାୟତା ଯୋଗାଇବା ବନ୍ଦ କଲା ଆମେରିକା । ଅକ୍ଟୋବର 7ରେ ଦକ୍ଷିଣ ଇସ୍ରାଏଲରେ ହମାସ ଆତଙ୍କୀ ସଂଗଠନର ଆକ୍ରମଣରେ ପାଲେଷ୍ଟାଇନର ସମ୍ପୃକ୍ତି ଥିବା ଅଭିଯୋଗ ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା । ପାଲେଷ୍ଟାଇନ ପାଇଁ କାମ କରୁଥିବା ୟୁଏନ ଏଜନ୍ସି UNRWAକୁ ସହାୟତା ଦେବା ବନ୍ଦ କରିଛି ଆମେରିକା । ଅନ୍ୟପଟେ ଏହି ଅଭିଯୋଗ ପରେ UNRWAର ଏକାଧିକ କର୍ମଚାରୀଙ୍କୁ ବରଖାସ୍ତ କରିବା ସହ ଏନେଇ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି UNRWA ମୁଖ୍ୟ ଫିଲିପ ଲାଜ୍ଜାରିନି । ୟୁଏନ ସାଧାରଣ ସମ୍ପାଦକ ଆଣ୍ଟୋନିଓ ଗୁଟେରେସ୍ ମଧ୍ୟ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସାମୟିକ ସମୟ ପାଇଁ ମାନବିକ ସହାୟତା ଯୋଗାଇବା ବନ୍ଦ କରିଛି ଆମେରିକା ।

100 ଦିନରୁ ଅଧିକ ଦିନ ହେଲା ଇସ୍ରାଏଲ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଅଧିକ ପ୍ରଭାବିତ ହେଉଛି ପାଲେଷ୍ଟାଇନ । ଇସ୍ରାଏଲ- ହମାସ ସଂଘର୍ଷ ମଧ୍ୟରେ ପାଲେଷ୍ଟାଇନରେ ଧ୍ୱଂସସ୍ତୁପରେ ପରିଣତ ହୋଇଛି । ଏହି ଆକ୍ରମଣ ଯୋଗୁଁ ପାଲେଷ୍ଟାଇନରେ ହଜାର ହଜାର ସାଧାରଣ ନାଗରିକ ପ୍ରାଣ ହରାଇଥିବା ହରାଇଛନ୍ତି ଯେଉଁଥିରେ ଶତାଧିକ ଶିଶୁ ଓ ମହିଳା ରହିଛନ୍ତି । ତେବେ ଏହି ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନକୁ ଭାରତ, ଆମେରିକା ସମେତ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । ଆମେରିକା ଅନେକ ପାଲେଷ୍ଟାଇନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କୁ ସହାୟତା ଯୋଗାଇ ଆସୁଥିଲା । ହେଲେ ଇସ୍ରାଏଲରେ ହୋଇଥିବା ଆକ୍ରମଣରେ ହମାସ ସହ ପାଲେଷ୍ଟାଇନର ମଧ୍ୟ ସମ୍ପୃକ୍ତି ଥିବା ଅଭିଯୋଗ ଆସିବା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଆମେରିକା ।

ଏହାମଧ୍ୟ ପଢନ୍ତୁ..ଯୁଦ୍ଧରେ ପରିବାରକୁ ହରାଇଥିଲେ ପାଲେଷ୍ଟାଇନ ସାମ୍ବାଦିକ, ଏବେ ଏୟାର ଷ୍ଟ୍ରାଇକରେ ଆଉ ଜଣେ ପୁଅ ମୃତ

ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ମଧ୍ୟରେ ସବୁଠୁ ଅଧିକ ପ୍ରଭାବିତ ହେଉଛି ପାଲେଷ୍ଟାଇନ । ଭାରତ, ଆମେରିକା ସମେତ ଅନେକ ଦେଶ ପାଲେଷ୍ଟାଇନକୁ ସହାୟତାର ହାତ ବଢାଇଛନ୍ତି । ବର୍ଷ ବର୍ଷ ଧରି ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ହୋଇଆସୁଛି । ତେବେ 1948ରେ ପାଲେଷ୍ଟାଇନରେ ଯୁଦ୍ଧ ପରେ 1949ରେ ଜାତିସଂଘ ଦ୍ବାରା UNRWA ଗଠନ କରାଯାଇଥିଲା । ଏହା ମାଧ୍ୟମରେ ପାଲେଷ୍ଟାଇନ ଶରଣାର୍ଥୀଙ୍କୁ ସହାୟତା ଯୋଗାଇ ଦିଆଯାଇଥାଏ । UNRWAରେ ପାଖାପାଖି 30ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି , ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ପାଲେଷ୍ଟାଇନ ଶରଣାର୍ଥୀ ଅଟନ୍ତି ଓ ଅଳ୍ପ ସଂଖ୍ୟାର ଅନ୍ତରାଷ୍ଟ୍ରୀୟ କର୍ମଚାରୀ ଅଛନ୍ତି ।

ତେବେ ଅକ୍ଟୋବର 7ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ UNRWA କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ଇସ୍ରାଏଲ ଅଭିଯୋଗ ଆଣିବା ସହ ଏବାବଦରେ ତଥ୍ୟ ପ୍ରଦାନ କରିବା ପରେ ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । UNRWAକୁ ସାମୟିକ ସମୟ ପାଇଁ ସହାୟତା ବନ୍ଦ କରିଛି । ଏନେଇ UNRWA ମୁଖ୍ୟ ଫିଲିପ ଲାଜ୍ଜାରିନି ଏନେଇ ସୂଚନା ପ୍ରଦାନ କରିଛନ୍ତି । ଏହି ଅଭିଯୋଗରେ ଏକାଧିକ କର୍ମଚାରୀଙ୍କୁ ବରଖାସ୍ତ କରିବା ସହ ଏନେଇ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି UNRWA ମୁଖ୍ୟ ।

Last Updated : Jan 27, 2024, 2:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.