ETV Bharat / international

ଜାହାଜରେ ବିଦ୍ୟୁତ୍‌ ସମସ୍ୟା ପାଇଁ ଭୁଶୁଡିଥିଲା ବାଲଟିମୋର ବ୍ରିଜ, ଗଲାଣି 6 ଜୀବନ - Baltimore Bridge collapse - BALTIMORE BRIDGE COLLAPSE

Baltimore Bridge collapse: ଜାହାଜ ପିଟି ହୋଇ ଆମେରିକାର ବାଲଟିମୋର ବ୍ରିଜ ଭୁଶୁଡିବା ଘଟଣା । ଉଦ୍ଧାର କାର୍ଯ୍ୟ ସାମୟିକ ସମୟ ପାଇଁ ସ୍ଥଗିତ । ଅଘଟଣରେ ନିଖୋଜ 6 ଜଣଙ୍କୁ ମୃତ ଅନୁମାନ କଲା ମେରିଲାଣ୍ଡ ପୋଲିସ । ବିଦ୍ୟୁତ ସମସ୍ୟା ଯୋଗୁଁ ଅଘଟଣ ଘଟିଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 27, 2024, 8:11 AM IST

ହାଇଦ୍ରାବାଦ: ଆମେରିକାର ବାଲଟିମୋର ବ୍ରିଜ ଭୁଶୁଡିବା ଘଟଣାରେ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ରାତିରେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଯାଉଥିବା ବେଳେ ସକାଳ ସମୟରେ ପୁନଃ ଆରମ୍ଭ ବୋଲି କୋଷ୍ଟ ଗାର୍ଡ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ଏହି ଅଘଟଣରେ ବର୍ତ୍ତମାନ ସୁଦ୍ଧା 6 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୋଷ୍ଟ ଗାର୍ଡ ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ବିଦ୍ୟୁତ ସମସ୍ୟା ଯୋଗୁ ଜାହାଜଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସରକାରୀ ସୁତ୍ରରୁ ପ୍ରକାଶ ପାଇଛି ।

ଭାରତୀୟ ସମୟ ଅନୁସାରେ ଗତକାଲି (ମଙ୍ଗଳବାର) ଭୋର 5ଟା 28 ସମୟରେ ବାଲଟିମୋର ସହରର ଫ୍ରାନ୍ସିସ ସ୍କଟ ବ୍ରିଜର ଏକ ପିଲରକୁ ଏକ କଣ୍ଟେନର ଜାହାଜ ଧକ୍କା ଦେଇଥିଲା । ଏହାପରେ 2.6 କିଲୋମିଟର ଲମ୍ବ ବିଶିଷ୍ଟ ପୋଲଟି ଭୁଶୁଡି ପଡି ସମ୍ପୂର୍ଣ୍ଣ ଭାବେ ପାଲପସ୍କୋ ନଦୀରେ ଲୀନ ହୋଇଯାଇଥିଲା । ପୋଲ ଉପରେ ଥିବା କିଛି ଗାଡି ମଧ୍ୟ ନଦୀରେ ଖସିପଡିଥିଲା । ପୋଲରେ ଧକ୍କା ଖାଇଥିବା ଜାହାଜଟି ସିଙ୍ଗାପୁରର ଥିବା ବେଳେ ଏଥିରେ 22ଜଣ କ୍ର୍ୟୁ ସଦସ୍ୟ ଥିଲେ । ଏହି ସମସ୍ତ ସଦସ୍ୟ ଭାରତୀୟ ବୋଲି ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. ଆମେରିକାରେ ପୋଲକୁ ଧକ୍କା ଦେଇଥିବା ଜାହାଜରେ ଥିଲେ 22 ଭାରତୀୟ କ୍ର୍ୟୁ ସଦସ୍ୟ, ସମସ୍ତେ ସୁରକ୍ଷିତ ଉଦ୍ଧାର - US Bridge Collapse

ଜାହାଜରେ ଥିବା କର୍ମଚାରୀଙ୍କ ମଧ୍ୟରୁ ଗତକାଲି ଜୀବିତ ଅବସ୍ଥାରେ 2 ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଆଉ ଜଣେ ସୁସ୍ଥ ଅଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ତୁରନ୍ତ ସର୍ଚ୍ଚ ଓ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା । ଘଟଣାସ୍ଥଳରେ ବୋଟ ଓ ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି ।ବର୍ତ୍ତମାନ ସୁଦ୍ଧା 6 ଜଣଙ୍କୁ ମୃତ ଅବସ୍ଥାରେ ନଦୀ ମଧ୍ୟରୁ ଉଦ୍ଧାର କରାଯାଇଛି । ପୋଲ ଭୁଶୁଡିବା ସମୟରେ ଏକାଧିକ ଯାନବାହନ ମଧ୍ୟ ନଦୀ ମଧ୍ୟରେ ପଡିଯାଇଥିବା ବେଳେ ସେଗୁଡିକୁ ମଧ୍ୟ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଦିନ ତମାମ ଉଦ୍ଧାର ଅପରେସନ ଚାଲିଥିବା ବେଳେ 6 ଜଣଙ୍କୁ ଉଦ୍ଧାର କରାଯାଇଛି । ରାତି ଯୋଗୁ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନରେ ସମସ୍ୟା ଉପୁଜିବାରୁ ସକାଳ 6ଟାରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ।

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ବାଲଟିମୋର ପୋର୍ଟରେ ସାମୟିକ ସମୟ ପାଇଁ ଜାହାଜ ଚଳାଚଳ ଉପରେ ରୋକ ଲଗାଯାଇଛି । ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ପୁନଃ ଜାହାଜ ଚଳାଚଳ ହେବ ବୋଲି ବାଇଡେନ କହିଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଥିବା ବେଳେ ପରବର୍ତ୍ତୀ ସମୟରେ ପୋଲର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର କରାଯିବ ବୋଲି କହିଛନ୍ତି ବାଇଡେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.