ETV Bharat / international

ବ୍ରିଟେନରୁ ବିଦା ହେବେ ଶରଣାର୍ଥୀ ! ବିବାଦୀୟ ‘ରାଓ୍ବଣ୍ଡା ମାଇଗ୍ରାଣ୍ଟ ବିଲ’ ପାରିତ, ଜାଣନ୍ତୁ ଏହା ସମ୍ପର୍କରେ... - Rwanda migrant bill

author img

By ETV Bharat Odisha Team

Published : Apr 23, 2024, 11:02 AM IST

Rwanda migrant bill pass in UK: ଆଉ ବ୍ରିଟେନରେ ମିଳିବନି ଶରଣାର୍ଥୀଙ୍କୁ ସ୍ଥାନ । ପାରିତ ହେଲା ବିବାଦୀୟ ‘ରାଓ୍ବଣ୍ଡା ମାଇଗ୍ରାଣ୍ଟ ବିଲ’ । ନିର୍ବାଚନ ଘୋଷଣାପତ୍ରରେ ସ୍ଥାନ ଦେଇଥିଲା ଶାସକ କଞ୍ଜରଭେଟିବ ପାର୍ଟି । ଜାଣନ୍ତୁ ଏହା ସମ୍ପର୍କରେ...

2 ବର୍ଷର ବିଳମ୍ବ ପରେ ବ୍ରିଟେନରେ ପାରିତ ହେଲା ‘ରାଓ୍ବଣ୍ଡା ମାଇଗ୍ରାଣ୍ଟ ବିଲ’,
2 ବର୍ଷର ବିଳମ୍ବ ପରେ ବ୍ରିଟେନରେ ପାରିତ ହେଲା ‘ରାଓ୍ବଣ୍ଡା ମାଇଗ୍ରାଣ୍ଟ ବିଲ’

ହାଇଦ୍ରାବାଦ: ବ୍ରିଟେନରେ ଆଉ ରହିପାରିବେନି ଅନୁପ୍ରବେଶ କରି ରହୁଥିବା ଶରଣାର୍ଥୀ । ବ୍ରିଟିଶ ସଂସଦରେ ବିବାଦୀୟ ‘ରାଓ୍ବାଣ୍ଡା ଶରଣାର୍ଥୀ ବିଲ’ ପାରିତ ହୋଇଛି । ଏହି ବିବାଦୀୟ ଆଇନ କାର୍ଯ୍ୟକାରୀ ହେବା ପରେ ବ୍ରିଟେନରେ ବିନା ବୈଧ ପ୍ରମାଣପତ୍ର ନଥିବା ଥିବା ବିଭିନ୍ନ ବିଦେଶୀ ଶରଣାର୍ଥୀଙ୍କୁ ଚିହ୍ନଟ କରି ପୂର୍ବ-ଆଫ୍ରିକୀୟ ଦେଶ ରାଓ୍ବାଣ୍ଡାରେ ଛାଡି ଦିଆଯିବ । ଏନେଇ ବ୍ରିଟେନ ଓ ରାଓ୍ବାଣ୍ଡା ସରକାର ମଧ୍ୟରେ ଏହି ଶରଣାର୍ଥୀ ପ୍ରତ୍ୟର୍ପଣ ପାଇଁ ଚୁକ୍ତି ମଧ୍ୟ ହୋଇସାରିଛି । ହେଲେ 2022 ରେ ଆଗତ ହୋଇଥିବା ଏହି ବିଲ ଦୀର୍ଘ 2ବର୍ଷ ଧରି ଝୁଲି ରହିଥିଲା । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହାକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦେଇଥିଲେ । ଏହା କେବଳ ସୁନକ କ୍ୟାବିନେଟ ନୁହେଁ ବରଂ ବ୍ରିଟେନରେ ବର୍ତ୍ତମାନ କ୍ଷମତାରେ ଥିବା ରକ୍ଷଣଶୀଳ ଦଳ (କଞ୍ଜରଭେଟିବ ପାର୍ଟି)ର ଆଭିମୁଖ୍ୟ ମଧ୍ୟ ।

2022 ରେ ବ୍ରିଟେନର ଏହି ଶରଣାର୍ଥୀ ସମସ୍ୟାକୁ ନେଇ ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ସେତେବେଳେ ବ୍ରିଟେନର ବିଭିନ୍ନ ସ୍ଥାନରେ ଏହି ଶରଣାର୍ଥୀଙ୍କ ସଂଖ୍ୟା 45,744 ଥିବା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଏକ ବିଶେଷଜ୍ଞ ଟିମ ଦ୍ବାରା କରାଯାଇଥିବା ଅନୁଧ୍ୟାନରେ ଆସିଥିଲା । ଏମାନଙ୍କ ମଧ୍ୟରୁ ସର୍ବାଧିକ ଶରଣାର୍ଥୀ କେବଳ ଫ୍ରାନ୍ସ ଓ ତଟୀୟ-ଉରୋପୀୟ ଦେଶରୁ ଇଂଲିସ ଚ୍ୟାନେଲ ଦେଇ ସମୁଦ୍ର ପାର କରି ବ୍ରିଟେନ ସୀମାରେ ଅନୁପ୍ରବେଶ କରିଥିବା ଜଣାପଡିଥିଲା । ପରବର୍ତ୍ତୀ ସମୟରେ ଏହି ସଂଖ୍ୟା 74,5000 ରେ ପହଞ୍ଚିଥିବା ବିଭିନ୍ନ ସୂତ୍ରରୁ ସୂଚନା ମିଳିଥିଲା ।

ବ୍ରିଟେନରୁ ବିଦା ହେବେ ଶରଣାର୍ଥୀ
ବ୍ରିଟେନରୁ ବିଦା ହେବେ ଶରଣାର୍ଥୀ

ମାନବାଧିକାର ଉଲ୍ଲଂଘନ ନେଇ ବିବାଦ:-

ହେଲେ ଏହି ବିଚାର ଆରମ୍ଭ ହେବା ପରଠାରୁ ଏହାକୁ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ବୋଲି କୁହାଯାଉଛି । ସେହିପରି ଜାତିଂସଘ ଶରଣାର୍ଥୀ ଶାଖା ମଧ୍ୟ ବ୍ରିଟେନର ଏହି ନୀତି ବିରୋଧରେ ରହିଛି । ବିଶ୍ବର ବିଭିନ୍ନ ମାନବାଧିକାର ସଂଗଠନ ଓ ବ୍ରିଟେନର ଏକାଧିକ ସଂଗଠନ ସମେତ ସାଧାରଣ ଜନତା ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ମାତ୍ର ବ୍ରିଟେନର କିଛି ଗୋଷ୍ଠୀ ଏହାକୁ ଦୃଢ ସମର୍ଥନ ମଧ୍ୟ କରୁଛନ୍ତି । କିନ୍ତୁ ଶରଣାର୍ଥୀଙ୍କୁ ସେମାନଙ୍କ ନିଜ ଦେଶକୁ ଫେରାଇବା ପରିବର୍ତ୍ତେ କୌଣସି ଏକ ତୃତୀୟ ଦେଶକୁ ଚୁକ୍ତି ମାଧ୍ୟମରେ ପ୍ରତ୍ୟର୍ପଣ କରିବାକୁ ମାନବାଧିକାରର ଖୋଲା ଉଲ୍ଲଂଘନ ବୋଲି ବିଚାର କରାଯାଉଛି ।

ଜାନୁଆରୀ 2025 ନିର୍ବାଚନ

ତେବେ ବର୍ତ୍ତମାନ ଏହାକୁ ପାରିତ କରିବା ସହିତ ବ୍ରିଟେନର ନିର୍ବାଚନକୁ ଯୋଡି ମଧ୍ୟ ଦେଖାଯାଉଛି । କାରଣ ଜାନୁଆରୀ 2025 ବ୍ରିଟେନର ସଂସଦୀୟ ନିର୍ବାଚନ ରହିଛି । ଏବେ କ୍ଷମତାରେ ଥିବା କଞ୍ଜରବେଟିବ ପାର୍ଟି ଏହାକୁ ଗତ ନିର୍ବାଚନର ଇସ୍ତାହାରରେ ମଧ୍ୟ ସ୍ଥାନ ଦେଇଥିଲା । ବ୍ରିଟେନର କିଛି ଲୋକେ ଶରଣାର୍ଥୀ ହଟାଇବା ପାଇଁ ମଧ୍ୟ ଚାପ ପକାଉଛନ୍ତି । ତେଣୁ ଆସନ୍ତା ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଚାହୁଛନ୍ତି । ଏବେ ବ୍ରିଟେନରେ ଏହି ବିଲ ପାସ ହୋଇଥିଲେ ସୁଦ୍ଧା ଏହାର କାର୍ଯ୍ୟକାରିତା ଏତେ ସହଜ ହେବ ନାହିଁ ବୋଲି ବିଚାର କରାଯାଉଛି ।

ବ୍ରିଟେନରୁ ବିଦା ହେବେ ଶରଣାର୍ଥୀ
ବ୍ରିଟେନରୁ ବିଦା ହେବେ ଶରଣାର୍ଥୀ

ଏହା ମଧ୍ୟ ପଢନ୍ତୁ :- ବିହାର ଓ ପଞ୍ଜାବରେ 7 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ - Congress Candidates

ରାଓ୍ବାଣ୍ଡା କାହିଁକି ବାଛିଲା ବ୍ରିଟେନ:-

ରାଓ୍ବାଣ୍ଡା ହେଉଛି ଏକ ପୂର୍ବ-ଆଫ୍ରିକୀୟ ଦେଶ । ଏହାର ଅର୍ଥନୀତି ଓ ଆଇନ ଶୃଙ୍ଖଳା ମଧ୍ୟ ବେଶ ଦୁର୍ବଳ । ଏହି ନୀତି କାର୍ଯ୍ୟକାରୀ କରିବା ପାଇଁ ରାଓ୍ବାଣ୍ଡାକୁ ବ୍ରିଟେନ ଚୟନ କରିବାର ଏହା ହିଁ କାରଣ ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଏହି ନୀତି କାର୍ଯ୍ୟକାରୀ କରିବା ପାଇଁ ବ୍ରିଟେନ ରାଓ୍ବାଣ୍ଡାକୁ 12 କୋଟି ପାଉଣ୍ଡର ରାଶି ମଧ୍ୟ ଦେବ । ଏହା ବ୍ୟତୀତ ଶରଣାର୍ଥୀଙ୍କୁ ସେଠାରେ ମୌଳିକ ସୁବିଧା ଯୋଗାଇବା ପାଇଁ ମଧ୍ୟ ବ୍ରିଟେନ ଅତିରିକ୍ତ ସହୟତା ଦେବା ପାଇଁ ରାଜି ହୋଇଛି । ହେଲେ ଶରଣାର୍ଥୀଙ୍କୁ ସେଠାରେ ପହଞ୍ଚାଇବା ପରେ ବ୍ରିଟେନ ସେମାନଙ୍କ ପରବର୍ତ୍ତୀ ଜୀବନ ଜୀବିକା ପାଇଁ ଉତ୍ତରଦାୟୀ ରହିବ ନାହିଁ, ବରଂ ରାଓ୍ବାଣ୍ଡା ସରକାରଙ୍କ ଦ୍ବାରା ସେମାନଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବା ନେଇ ଚୁକ୍ତିନାମାରେ ସର୍ତ୍ତାବଳି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.