ETV Bharat / international

ମା' ନର୍ସ ପିତା କାରିଗର; କେମିତି ଥିଲା ବ୍ରିଟେନ ନୂଆ ପିଏମ କିର୍‌ ଷ୍ଟାର୍ମରଙ୍କ ବାଲ୍ୟକାଳ ? - WHO IS UK NEW PM KEIR STARMER

author img

By ETV Bharat Odisha Team

Published : Jul 5, 2024, 4:44 PM IST

WHO IS UK NEW PM KEIR STARMER: ବ୍ରିଟେନରେ ପରିବର୍ତ୍ତନ ହୋଇଛି ସତ୍ତା । ଶାସନ କ୍ଷମତକୁ ଆସିଛି ଲେବର ପାର୍ଟି । 2020ରେ ଲେବର ପାର୍ଟିର ମୁଖ୍ୟ ହୋଇଥିଲେ କିର୍‌ ଷ୍ଟାର୍ମର । କମାଣ ସମ୍ଭାଳିବାର 4 ବର୍ଷ ଭିତରେ ପାର୍ଟି ପୁଣି କ୍ଷମତାକୁ ଫେରିଛି । ତେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା କିର୍‌ ଷ୍ଟାର୍ମର କିଏ ? କିପରି ଥିଲା ତାଙ୍କ ଯାତ୍ରା ? ଅଧିକ ପଢନ୍ତୁ

UK NEW PM KEIR STARMER
UK NEW PM KEIR STARMER (AP)

ନୂଆଦିଲ୍ଲୀ: ଆସିଛି ବ୍ରିଟେନ ନିର୍ବାଚନ ଫଳାଫଳ । ଦୀର୍ଘ 14ବର୍ଷ ପରେ ବ୍ରିଟେନରେ ହୋଇଛି ସତ୍ତା ପରିବର୍ତ୍ତନ । ମୁଖ୍ୟ ବିରୋଧୀ ଦଳ ନେତା ତଥା ବ୍ରିଟିଶ ଲେବର ପାର୍ଟି ନେତା କିର ଷ୍ଟାର୍ମର ହେବାକୁ ଯାଉଛନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଭାରତର ଜ୍ବାଇଁ ତଥା ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ ଋଷି ସୁନକଙ୍କୁ ପରାଜିତ କରି ଶାସନ ଗାଦିରେ ବସିବାକୁ ଯାଉଛନ୍ତି ଷ୍ଟାର୍ମର । ବ୍ରିଟେନରେ ଗତ 50ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି 60ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସାଧାରଣ ପରିବାରରୁ ଆସିଥିବା ଷ୍ଟାର୍ମରଙ୍କ ବାଲ୍ୟକାଳ କିପରି ଥିଲା ଓ ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ କିପରି ଥିଲା ତାଙ୍କ ସଂଘର୍ଷ ? ସେ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

କିର୍‌ ଷ୍ଟାର୍ମର କିଏ ?

1962 ମସିହା ସେପ୍ଟେମ୍ବର 2 ତାରିଖ ଲଣ୍ଡନର ସରି ନାମକ ଏକ ଛୋଟ ଗାଁରେ ଏକ ଶ୍ରମିକ ଶ୍ରେଣୀର ପରିବାରରେ ଜନ୍ମ ଗ୍ରହଣ କରିଥିଲେ କିର୍‌ ଷ୍ଟାର୍ମର । ତାଙ୍କ ବାଲ୍ୟକାଳ ସାଧାରଣ ନଥିଲା । ଅତି କଠିନ ପରିସ୍ଥିତି ଦେଇ ସେ ଗତି କରିଥିଲେ । ସଂଘର୍ଷମୟ ଜୀବନ ମଧ୍ୟରେ ସେ ନିଜ ପାଠପଢା ଜାରି ରଖିଥିଲେ । 1985 ମସିହାରେ ଲିଡସ୍‌ ୟୁନିଭର୍ସିଟିରେ ଲ'ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୟୁନିଭର୍ସିଟି ପହଞ୍ଚିବାରେ ସେ ପରିବାରରୁ ପ୍ରଥମ ଥିଲେ । ଓକିଲ ହେବା ପରେ ଗରିବଙ୍କ ପାଇଁ କେସ୍‌ ଲଢୁଥିଲେ ଓ ସେମାନଙ୍କ ଆଇନ ସମ୍ବନ୍ଧୀୟ ଜ୍ଞାନ ବାଣ୍ଟୁଥିଲେ ।

ବ୍ରିଟେନରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର
ବ୍ରିଟେନରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର (X)

ମା' ନର୍ସ ଓ ପିତା କାରିଗର:-

ସୁନକଙ୍କୁ ପରାଜିତ କରିଥିବା କିର୍‌ ଷ୍ଟାର୍ମରଙ୍କ ମାଆ ନ୍ୟାସନାଲ ହେଲ୍‌ଥ ସର୍ଭିସରେ ଜଣେ ନର୍ସ ଥିଲେ । ପିତା ଜଣେ କାରିଗର ଥିଲେ । ଷ୍ଟାର୍ମରଙ୍କ ମାଆଙ୍କୁ ଏକ ପ୍ରକାର ଆର୍ଥ୍ରାଇଟ୍ସ ରୋଗ ହୋଇଥିଲା । 2015ରେ ଷ୍ଟାର୍ମର ବ୍ରିଟିଶ ସଂସଦରେ ପହଞ୍ଚିବା ପୂର୍ବରୁ ତାଙ୍କର ମାଆଙ୍କ ମୃତ୍ୟୁ ଘଟିଥିଲା । ମାଙ୍କ ମୃତ୍ୟୁର 3ବର୍ଷ ପରେ ପିତା ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ଷ୍ଟାର୍ମରଙ୍କ ସମ୍ପର୍କ ମାଆଙ୍କ ସହିତ ଭଲ ଥିଲା ।

2007ରେ ବିବାହ:-

ପତ୍ନୀ ଭିକ୍ଟୋରିଆଙ୍କ ସହ କିର୍‌ ଷ୍ଟାର୍ମର
ପତ୍ନୀ ଭିକ୍ଟୋରିଆଙ୍କ ସହ କିର୍‌ ଷ୍ଟାର୍ମର (AP)

କିର୍‌ ଷ୍ଟାର୍ମର 2007 ମସିହାରେ ଭିକ୍ଟୋରିଆଙ୍କୁ ବିବାହ କରିଥିଲେ । ବିବାହର ଏକ ବର୍ଷ ପରେ ସେ ପବ୍ଲିକ ପ୍ରୋଜିକ୍ୟୁସନର ନିର୍ଦ୍ଦେଶକ ହୋଇଥିଲେ । ଏହାସହ ୟୁକେ କ୍ରାଉନ ପ୍ରୋଜିକ୍ୟୁସନର ସର୍ଭିସର ମୁଖ୍ୟ ମଧ୍ୟ ହୋଇଥିଲେ । ଷ୍ଟାର୍ମରଙ୍କ 2ଟି ସନ୍ତାନ ଅଛନ୍ତି । ସେ ସର୍ବଦା ମିଡିଆରୁ ନିଜ ସନ୍ତାନଙ୍କୁ ଦୂରେଇ ରଖିଆସିଛନ୍ତି । ଏପରିକି ତାଙ୍କ ସନ୍ତାନଙ୍କ ନାମ ମଧ୍ୟ କେବେ ସାର୍ବଜନୀନ କରିନାହାନ୍ତି ।

ରାଜନୈତିକ ଯାତ୍ରା:-

ଷ୍ଟାର୍ମର ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ଅଭିଜ୍ଞ ଆଇନଜୀବୀ ଥିଲେ । ଏହି କ୍ଷେତ୍ରରେ ସେ ପ୍ରତିଷ୍ଠା ଅର୍ଜନ କରିବା ପରେ ରାଜନୀତିରେ ପାଦ ଥାପିଥିଲେ । ଓକିଲ ଭାବେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିବାରୁ ରାଜନୀତିରେ ଏହା ତାଙ୍କୁ ବେଶ ସହାୟ ହୋଇଥିଲା । ଷ୍ଟାର୍ମର 2015ରେ 52 ବର୍ଷ ବୟସରେ ହୋଲବୋର୍ନ ଓ ସେଣ୍ଟ ପେନକ୍ରାସରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ବ୍ରିଟେନର ସ୍ୟାଡୋ କ୍ୟାବିନେଟରେ 1 ବର୍ଷ ପାଇଁ ଇମିଗ୍ରେସନ ମନ୍ତ୍ରୀ ଥିଲେ । 2016ରୁ 2020 ସ୍ୟାଡୋ ରାଜ୍ୟ ସଚିବ ମଧ୍ୟ ଥିଲେ । 2020 ଏପ୍ରିଲରେ ସେ ଲେବର ପାର୍ଟିର ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିଥିଲେ ।

ପଢନ୍ତୁ ଅନ୍ୟ କିଛି ଖବର

ନିର୍ବାଚନରେ ହାର ମାନିଲେ ସୁନକ, 14ବର୍ଷ ପରେ ସରକାରକୁ ଫେରିଲା ଲେବର ପାର୍ଟି, କେର୍ ଷ୍ଟାରମର ହେବେ ପ୍ରଧାନମନ୍ତ୍ରୀ

UK ନିର୍ବାଚନ : ଆଜି ଭୋଟ, କାଲି ଜନାଦେଶ, ସୁନକଙ୍କୁ ଗାଦିଚ୍ୟୁତ କରିବେ କି ଲେବର ଲିଡର !

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.