ETV Bharat / international

ନିର୍ବାଚନ ପୂର୍ବରୁ ମାନହାନି ମାମଲାରେ ଟ୍ରମ୍ପକୁ ଝଟକା, ଗଣିବେ 692 କୋଟି - ଟ୍ରମ୍ପଙ୍କ ନାଁରେ ଯୌନ ନିର୍ଯାତନା

Donald Trump Case: ଅଡୁଆ ଖିଅରେ ଛନ୍ଦି ହେଉଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲେଖିକା ଜୀନ କୈରୋଲ ଯୌନ ନିର୍ଯାତନା ଏବଂ ମାନହାନି ମାମଲାରେ ଟ୍ରମ୍ପ ଦେବେ କ୍ଷତିପୂରଣ । ଅଧିକ ପଢନ୍ତୁ

Donald Trump Case
Donald Trump Case
author img

By ETV Bharat Odisha Team

Published : Jan 27, 2024, 10:05 AM IST

ଓ୍ବାଶିଂଟନ: ନିର୍ବାଚନ ପୂର୍ବରୁ ମାନହାନି ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା । ଯୌନ ନିର୍ଯାତନା ଏବଂ ମାନହାନି ମାମ ଲା ରେ ଟ୍ରମ୍ପ ଗଣିବେ 83.3 ମିଲିୟନ ଡଲାର(692 କୋଟି) । ଲେଖିକା ଜୀନ କୈରୋଲ ଯୌନ ନିର୍ଯାତନା ଏବଂ ମାନହାନି ମାମଲାରେ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି ମ୍ୟାନହଟନ ଫେଡେରାଲ କୋର୍ଟ । 2024ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବଚନ ପାଇଁ ଡୋନାଲ୍ଡ ଟ୍ରମ୍ପ ଆଶାୟୀ ହୋଇ ରହିଥିବା ବେଳେ କୋର୍ଟଙ୍କ ଏହି ରାୟ ଏକ ପ୍ରକାର ଝଟକା ବୋଲି କୁହାଯାଇପାରେ ।

ମାନହାନି ପାଇଁ କୈରାଲ 10 ମିଲିୟନ ଡଲାର ଦାବି କରିଥିବା ବେଳେ କୋର୍ଟ 83.3 ମିଲିୟନ ଡଲାରର କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏହି ରାୟ ଶୁଣାଇବା ପରେ ମୁହଁ ଖୋଲିଛନ୍ତି ଟ୍ରମ୍ପ । କୋର୍ଟଙ୍କ ଏହି ନିର୍ଣ୍ଣୟ ହାସ୍ୟାସ୍ପଦ ଏବଂ ଏହା ବିରୋଧରେ ଆବେଦନ କରିବେ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ରିପୋର୍ଟ ଅନୁସାରେ, ପ୍ରାୟ 3 ଘଣ୍ଟାର ବିଚାର ପରେ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । କୋର୍ଟଙ୍କ କହିବା ଅନୁସାରେ, ଟ୍ରମ୍ପଙ୍କ ବାର୍ତ୍ତା କୈରାଲଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି । ତେଣୁ ଏହାର କ୍ଷତିପୂରଣ ଆବଶ୍ୟକ ବୋଲି କହିଛନ୍ତି କୋର୍ଟ । ଗତକାଲି(ଶୁକ୍ରବାର) କୋର୍ଟ ଶୁଣାଣି କରିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କୋର୍ଟରେ ଉପସ୍ଥିତ ରହିଥିଲେ । କିନ୍ତୁ ରାୟ ଶୁଣାଇବା ସମୟରେ କ୍ରୋଧିତ ହୋଇ ବାହାରକୁ ଚାଲିଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: Donald Trump: ବଢୁଛି ଟ୍ରମ୍ପଙ୍କ ଅଡୁଆ, ଲେଖିକା ଆଣିଲେ ଦୁଷ୍କର୍ମ ଅଭିଯୋଗ

ତେବେ ମୈନହଟାନର ଫେଡେରାଲ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ 77 ବର୍ଷୀୟ ଟ୍ରମ୍ପ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମୋ ବୟାନରେ କୈରାଲକୁ କୌଣସି ପ୍ରକାର କ୍ଷତି ପହଞ୍ଚିବ ନାହିଁ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ପ୍ରକାଶଥାଉକି, ଗତବର୍ଷ ଅର୍ଥାତ 2023 ମସିହାରେ ଏଲେ ପତ୍ରିକାର ସ୍ତମ୍ଭକାର ୭୯ ବର୍ଷୀୟା ଜୀନ କୈରୋଲ ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆଣିଥିଲେ । ୩୦ ବର୍ଷ ପୂର୍ବ ଟ୍ରମ୍ପ ତାଙ୍କୁ ନିର୍ଯାତନା ଦେବା ସହିତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲେ । ଲେଖିକା ଜୀନ କୈରୋଲଙ୍କ ଅଭିଯୋଗ ଅନୁସାରେ, "ଆମେରିକାର ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ୩୦ ବର୍ଷ ପୂର୍ବେ ଦୁଷ୍କର୍ମ କରିଥିଲେ । ମୁଁ ଯେତେବେଳେ ଏହି ବିଷୟରେ ସର୍ବସାଧାରଣରେ ଲେଖିଥିଲି, ସେତେବେଳେ ସେ ମୋତେ ମିଥ୍ୟାବାଦୀ ବୋଲି କହିଥିଲେ । ଫଳରେ ମୋର ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିଥିଲା । " ତେବେ ଏହି ଅଭିଯୋଗକୁ ଖଣ୍ଡନ କରି ଏହା ଏକ ପ୍ରକାର ଘୋଟାଲା ବୋଲି କହିଥିଲେ ଟ୍ରମ୍ପ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.