ETV Bharat / international

ବ୍ରିଟେନ ନିର୍ବାଚନ: କାହିଁକି ଗୁରୁବାର ହୁଏ ଭୋଟିଂ, ଜାଣନ୍ତୁ ରହସ୍ୟ - UK Elections On Thursday

author img

By ETV Bharat Odisha Team

Published : Jul 3, 2024, 8:40 PM IST

Why UK Elections On Thursday: କାହିଁକି ବ୍ରିଟେନରେ ଗୁରୁବାର ହୁଏ ଭୋଟିଂ ? ଜାଣନ୍ତୁ ୟୁକେ ପ୍ରଧାନମନ୍ତ୍ରୀ ନିର୍ବାଚନର ପ୍ରକ୍ରିୟା ।

UK Elections
UK Elections (ETV Bharat Odisha)

ଲଣ୍ଡନ: ଆସନ୍ତାକାଲି(ଗୁରୁବାର) ୟୁନାଇଟେଡ୍ କିଙ୍ଗଡମରେ ହେବ ଗଣତନ୍ତ୍ରର ମହାପର୍ବ । ୪ ଜୁଲାଇରେ ମତ ସାବ୍ୟସ୍ତ କରିବେ ଭୋଟର । ବିଗତ ନିର୍ବାଚନ ବିଷୟରେ ତର୍ଜମା କଲେ ଦେଖାଯାଏ ଯେ, ଏହି ସମସ୍ତ ନିର୍ବାଚନ ଗୁରୁବାର ଦିନ ହିଁ ଅନୁଷ୍ଠିତ ହୋଇଥିବାର ନଜିର ରହିଛି । ୧୨ ଡିସେମ୍ବର ୨୦୧୯ରେ ହୋଇଥିବା ନିର୍ବାଚନ ମଧ୍ୟ ଗୁରୁବାର ଅନୁଷ୍ଠିତ ହୋଇଥିଲା ।

UK Elections
UK Elections (ETV Bharat Odisha)

ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ନିଶ୍ଚୟ ଯେ, ଗୁରୁବାର ଦିନ ମତଦାନ ହେବା ପଛର କାରଣ କ'ଣ ହୋଇପାରେ ? ସମ୍ବିଧାନରେ ସେପରି କିଛି ନିୟମ ରହିଛି, ନା ଅନ୍ୟ କୌଣସି କାରଣରୁ ଏହି ପ୍ରକ୍ରିୟା ଚାଲିଆସୁଛି ? କହିରଖୁଛୁ, ଗୁରୁବାର ଦିନ ନିର୍ବାଚନ ଅନୁଷ୍ଠିତ ହେବା ନେଇ କୌଣସି ଆଇନଗତ ବ୍ୟବସ୍ଥା ନାହିଁ । ଆଇନ ଅନୁସାରେ, ଯେକୌଣସି ସପ୍ତାହରେ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇପାରିବ । ଯଦିଓ ୧୯୩୫ ପରଠାରୁ ପ୍ରତ୍ୟେକ ସାଧାରଣ ନିର୍ବାଚନ କେବଳ ଗୁରୁବାର ହିଁ ଅନୁଷ୍ଠିତ ହୋଇଆସୁଥିବାର ନଜିର ରହିଛି । ଏନେଇ ବିଧିଗତ ବ୍ୟବସ୍ଥା ନଥିବା ଜଣାପଡ଼ିଛି ।

ଅପରପକ୍ଷେ, ପାର୍ଲିଆମେଣ୍ଟସ ଆକ୍ଟ ୨୦୧୧ (ଦ ଫିକ୍ସଡ ଟର୍ମ) ଅନୁସାରେ, ମେ ମାସ ପ୍ରଥମ ସପ୍ତାହର ଗୁରୁବାର ଦିନ ନିର୍ବାଚନ ଅନୁଷ୍ଠିତ ହେବାର ନିୟମ ଥିଲେ ସୁଦ୍ଧା ତାହା ରଦ୍ଦ କରାଯାଇଛି ।

'ଦ ଫିକ୍ସଡ ଟର୍ମ ପାର୍ଲିଆମେଣ୍ଟସ' ଆକ୍ଟ କ'ଣ ?

ଫିକ୍ସଡ୍ ଟର୍ମ ପାର୍ଲାମେଣ୍ଟସ୍ ଆକ୍ଟ 2011ରେ ପାରିତ ହୋଇଥିବାବେଳେ ଏବଂ 24 ମାର୍ଚ୍ଚ 2022ରେ ରଦ୍ଦ କରାଯାଇଥିଲା । ସାଧାରଣ ନିର୍ବାଚନ ମଧ୍ୟରେ ୫ ବର୍ଷର ଅବଧି ସ୍ଥିର ହୋଇଛି । ହେଲେ ପୂର୍ବରୁ ନିର୍ବାଚନ ହୋଇପାରେ କିମ୍ବା କେବଳ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ନିର୍ବାଚନ ଅନୁଷ୍ଠିତ ହେବାର ନିୟମ ରହିଛି ।

୨୦୧୭ ଏପ୍ରିଲ ୧୯ ତାରିଖ ବୁଧବାର ଦିନ ସାଂସଦମାନେ ବହୁମତ ଦେଇ ୨୦୧୭ ଜୁନ ୮ ତାରିଖ ଗୁରୁବାର ଦିନ ନିର୍ବାଚନ ପାଇଁ ସ୍ଥିର କରିଥିଲେ । ସେହିପରି ୩୧ ଅକ୍ଟୋବର ୨୦୧୯ରେ ଡିସେମ୍ବର ୧୨ ତାରିଖ ଗୁରୁବାର ଦିନ ନିର୍ବାଚନ ହେବା ନେଇ ଧାର୍ଯ୍ୟ ହୋଇଥିଲା ।

ସାଧାରଣ ନିର୍ବାଚନ ତାରିଖ କିଏ ଧାର୍ଯ୍ୟ କରନ୍ତି?

ଏହି ତାରିଖ ନିର୍ଦ୍ଧାରଣ କରିବା କ୍ଷମତା ସରକାରଙ୍କ ରହିଛି । ସଂସଦ ଭଙ୍ଗ କରିବା ସହ ପ୍ରଧାନମନ୍ତ୍ରୀ ନିର୍ବାଚନ ତାରିଖ ଘୋଷଣା କରିଥାନ୍ତି ।

କେଉଁ ମତଦାତା ଦେବେ ଭୋଟ ?

ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ମତଦାତାମାନେ ନିଜର ମତ ସାବ୍ୟସ୍ତ କରିପାରିବେ । ଚଳିତ ନିର୍ବାଚନରେ ସ୍ଥାନୀୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ରାତି ୧୦ଟା ମଧ୍ୟରେ ହେବ ମତଦାନ । ପୋଷ୍ଟାଲ ବାଲାଟରେ ମଧ୍ୟ ମତଦାନର ବ୍ୟବସ୍ଥା ରହିଛି । ଫାର୍ଷ୍ଟ ପାଷ୍ଟ ଦ ପୋଷ୍ଟ( First Past The Post) ଅନୁସାରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହେବେ ।

ପ୍ରଧାନମନ୍ତ୍ରୀଙ୍କୁ କିଏ ଚୟନ କରିବେ?

ପ୍ରଧାନମନ୍ତ୍ରୀ ରାଜାଙ୍କ ଦ୍ବାରା ଚୟନ ହୋଇଥାନ୍ତି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ରାଜା ତାଙ୍କୁ ଶପଥ ପାଠ କରାଇଥାନ୍ତି । ଯେଉଁ ଦଳ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ବାଜିମାତ କରିଥାଏ, ସେହି ଦଳର ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥାନ୍ତି ।

ହଙ୍ଗ ପାର୍ଲିଆମେଣ୍ଟ (ଝୁଲା ସଂସଦ) କ'ଣ?

ଯଦି କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ଅସମର୍ଥ ହୁଅନ୍ତି ତେବେ ଏଭଳି ସ୍ଥିତିରେ ଝୁଲା ସଂସଦ (hung parliament) ଗଠନ ହୁଏ । ସର୍ବବୃହତ ଦଳ ସଂଖ୍ୟାଲଘୁ ସରକାର ଗଠନ କରିପାରିବେ କିମ୍ବା ୨ ବା ୨ରୁ ଉର୍ଦ୍ଧ୍ବ ଦଳ ମିଳିତ ଭାବେ ସରକାର ଗଠନ କରିପାରିବେ ।

ଏହା ବି ପଢନ୍ତୁ...ଗୁରୁବାର ବ୍ରିଟେନ ନିର୍ବାଚନ; ପ୍ରଧାନମନ୍ତ୍ରୀ ସୁନକଙ୍କ ସହ ମଇଦାନରେ ଏହିସବୁ ବଡ଼ ନେତା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.