ETV Bharat / international

ପାକିସ୍ତାନରେ କ୍ଷମତା ବଜାୟ ରଖିଲେ ଶେହଓ୍ବାଜ ସରିଫ, 2ୟ ଥର ପାଇଁ ହେଲେ ପ୍ରଧାନମନ୍ତ୍ରୀ - ପାକିସ୍ତାନ ନିର୍ବାଚନ

Shehbaz Sharif Returns As Pakistan's Prime Minister For 2nd Term: 2ୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେଲେ ଶେହଓ୍ବାଜ ସରିଫ । ପିଏମଏଲ-ଏନ ଓ ପିପିପି ମେଣ୍ଟ ଗଢିଲା ସରକାର । ଅଧିକ ପଢନ୍ତୁ

ପାକିସ୍ତାନରେ କ୍ଷମତାକୁ ଫେରିଲେ ଶେହଓ୍ବାଜ ସରିଫ, 2ୟ ଥର ପାଇଁ ହେଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Mar 3, 2024, 5:26 PM IST

ହାଇଦ୍ରାବାଦ: ନିର୍ବାଚନ ଫଳାଫଳ ଆସିବା ପରେ ପାକିସ୍ତାନରେ ସରକାର ଗଠନ ପାଇଁ ଲାଗିରହିଥିବା ଅସ୍ଥିରତା ଶେଷ ହୋଇଛି । ଶେହଓ୍ବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିବାକୁ ଯାଉଛନ୍ତି । କୌଣସି ଦଳକୁ ଏକକ ସଂଖ୍ୟା ଗରିଷ୍ଠତା ମିଳିନଥିଲା ବେଳେ ପିଏମଏଲ-ଏନ ଓ ପିପିପି ମେଣ୍ଟରେ ସରକାର ଗଠନ କରିଛନ୍ତି । ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ନେତୃତ୍ବାଧୀନ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ଓ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ବାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମିଳିତ ଭାବେ ସରକାର ଗଠନ କରିଛନ୍ତି ।

ତେବେ ପ୍ରଥମେ ନଓ୍ବାଜ ସରିଫଙ୍କ ନାମ ପ୍ରଧାନମନ୍ତ୍ରୀ ଭାବେ ପ୍ରସ୍ତାବିତ ହୋଇଥିଲା । ପୂର୍ବରୁ 3ଥର ପ୍ରଧାନମନ୍ତ୍ରୀ ହୋଇସାରିଥିବା ନଓ୍ବାଜ ଚଳିତଥର 4ର୍ଥ ଥର ପାଇଁ ଦାୟିତ୍ବ ଗ୍ରହଣ କରିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ । ଏହା ପରେ ଭାଇ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିବା ନେଇ ସହମତି ପ୍ରକାଶ ପାଇଥିଲା । ଶେହଓ୍ବାଜ ସରିଫଙ୍କ ଏହା ଦ୍ବିତୀୟ କାର୍ଯ୍ୟକାଳ ।

ପାକିସ୍ତାନ ନ୍ୟାସନାଲ ଆସେମ୍ବଲି (ସଂସଦ)ରେ ମୋଟ 336 ଆସନ ରହିଛି । ଫେବୃଆରୀ 8 ତାରିଖରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ, ପିପିପି ମାତ୍ର 54 ଆସନରେ ବିଜୟୀ ହୋଇଥିଲେ । ପିଏମଏଲ-ଏନ 75 ଓ ପିଟିଆଇ ସମର୍ଥିତ ପ୍ରାର୍ଥୀ ସର୍ବାଧିକ 93 ଆସନରେ ନିର୍ବାଚନ ଜିତିଥିଲେ । ଏକକ ଦଳ ଭାବେ ‘ପିଟିଆଇ’ ଆଗରେ ଥିଲେ ସୁଦ୍ଧା ସଂଖ୍ୟା ବହୁମତ ଠାରୁ ସମସ୍ତ 3 ପ୍ରମୁଖ ଦଳ ପଛରେ ରହିଥିଲେ । ଏହା ପରେ ମେଣ୍ଟ ଆଲୋଚନା ଆରମ୍ଭ ହୋଇଥିଲା । ଇମ୍ରାନ ଖାନଙ୍କୁ କ୍ଷମତାରୁ ଦୂରରେ ରଖିବା ନଓ୍ବାଜ ସରିଫ ଓ ବିଲାଓ୍ବାଲଙ୍କ ପାର୍ଟି ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ହେଲେ ଏହି ଆଲୋଚନା କୌଣସି କାରଣ ପାଇଁ ଝୁଲି ରହିବା ସହ ରାଜନୈତିକ ସଙ୍କଟ ଦେଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଟିକେଟ ଦେଲାନି ଦଳ, ରାଜନୀତିରୁ ସନ୍ୟାସ ନେଲେ ହର୍ଷବର୍ଦ୍ଧନ

ତେବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇମ୍ରାନ ଖାନଙ୍କ ସରକାର ସଂଖ୍ୟା ଅଭାବରୁ ସତ୍ତା ହରାଇଥିଲା । ଶେହେଓ୍ବାଜ ସରିଫ ପିପିପି ସମର୍ଥନରେ 2022 ଅଗଷ୍ଟରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ପିପିପି ନେତା ବିଲାଓ୍ବାଲଙ୍କୁ ବିଦେଶ ମନ୍ତ୍ରଣାଳୟ ମିଳିଥିଲା । ଏହା ପରବର୍ତ୍ତୀ ସମୟରେ କ୍ଷମତାରୁ ବରାଖସ୍ତ ହୋଇଥିବା ଇମ୍ରାନ ଖାନ ଏକାଧିକ ଘୋଟାଲା ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ସେ ଏବେ ମଧ୍ୟ ଜେଲରୁ ବାହାରିନାହନ୍ତି । ଏହାରି ମଧ୍ୟରେ ଦୋଷୀ ସାବ୍ୟସ୍ତ ହୋଇ ଚିକିତ୍ସା ଆଳରେ ଲଣ୍ଡନ ପଳାୟନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ପାକିସ୍ତାନ ପେରିଥିଲେ । କିଛି ମାମଲାରେ କୋର୍ଟ ତାଙ୍କୁ ଦୋଷମୁକ୍ତ ମଧ୍ୟ କରିସାରିଛନ୍ତି । ଏଥର ନିର୍ବାଚନରେ ଇମ୍ରାନଙ୍କ ସମର୍ଥିତ ପ୍ରାର୍ଥୀ ସର୍ବାଧିକ ଆସନ ଜିତିଥିଲେ ସୁଦ୍ଧା କ୍ଷମତାରୁ ଇମ୍ରାନଙ୍କୁ ଦୂରରେ ରଖିବାରେ ନଓ୍ବାଜ ଓ ବିଲାଓ୍ବାଲଙ୍କ ପାର୍ଟି ସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.