ETV Bharat / international

ବାଂଲାରେ ଥମୁନି ହିଂସା: ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହିଂସାତ୍ମକ ଆନ୍ଦୋଳନ, ଗଲାଣି 90ରୁ ଊର୍ଦ୍ଧ୍ବ ଜୀବନ - Bangladesh Protest

author img

By ETV Bharat Odisha Team

Published : Aug 4, 2024, 4:37 PM IST

Updated : Aug 5, 2024, 9:24 AM IST

Bangladesh Protest: ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ଜଳୁଛି ବାଂଲାଦେଶ । ହିଂସାତ୍ମକ ଆନ୍ଦୋଳନରେ 91 ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଦୋଳନକାରୀ ଛାତ୍ର ଗୋଷ୍ଠୀ ଏବଂ ଶାସକ ଦଳ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷରୁ ଏହି ଅଭାବନୀୟ ଘଟିଛି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହିଂସାତ୍ମକ ଆନ୍ଦୋଳନ; ୮ ଜଣଙ୍କ ମୃତ୍ୟୁ
ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହିଂସାତ୍ମକ ଆନ୍ଦୋଳନ; ୮ ଜଣଙ୍କ ମୃତ୍ୟୁ (ETV Bharat Odisha)

ଢାକା: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାତ୍ମକ ଆନ୍ଦୋଳନ ଥମିବାର ନାଁ ଧରୁନି । ହିଂସାରେ ଅଦ୍ୟାବଧି ୨୦୦ରୁ ଅଧିକ ମୃତ୍ୟୁ ହେଲାଣି, ମାତ୍ର ଏହି ସରକାରୀ ବିରୋଧୀ ଆନ୍ଦୋଳନ ଥମିବା ବଦଳରେ ଦିନକୁ ଦିନ ଅଧିକ ଉଗ୍ର ହେଉଛି । ଆଜି ପୁଣିଥରେ ଢାକାରେ ହିଂସାକାଣ୍ଡ ଘଟିଛି । ଆନ୍ଦୋଳନକାରୀ ଛାତ୍ର ଗୋଷ୍ଠୀ ଏବଂ ଶାସକ ଆୱାମୀ ଲିଗ୍ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହେବାରୁ 92 ଜଣଙ୍କର ମୃତ୍ୟୁ ହୋଇଛି, ଏଥିରେ ଅନେକ ଆହତ ହୋଇଛନ୍ତି । ଆନ୍ଦୋଳନକାରୀମାନେ ଢାକାର ମୁନିସଗଞ୍ଜ ଠାରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବିରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିବାବେଳେ ଆୱାମୀ ଲିଗ୍, ଛାତ୍ର ଲିଗ୍ ଏବଂ ଯୁବୋ ଲିଗ୍ କାର୍ଯ୍ୟକର୍ତ୍ତାଙ୍କ ସହିତ ସଂଘର୍ଷ ହୋଇଥିଲା ।

ହିଂସାତ୍ମକ ଆନ୍ଦୋଳନ
ହିଂସାତ୍ମକ ଆନ୍ଦୋଳନ (ETV Bharat Odisha)

ତେଜୁଛି ସରକାର ବିରୋଧୀ ଆନ୍ଦୋଳନ:

ଦୁଇ ପକ୍ଷର ମୁହାଁମୁହିଁରେ ଏହି ଆନ୍ଦୋଳନ ଉଗ୍ର ହିଂସାତ୍ମକ ରୂପ ନେଇଥିଲା । ତେବେ ଏଥିରେ ମୃତକଙ୍କ ପରିଚୟ ମିଳିପାରିନି । ଘଟଣା ପରେ ଶତାଧିକ ଛାତ୍ରଙ୍କ ସମେତ ଜନସାଧାରଣ ଢାକା ସାହାବଗଠାରେ ରାସ୍ତା ଅବରୋଧ କରିଛନ୍ତି । ଆଣ୍ଟି-ଡିସ୍‌କ୍ରିମିନେସନ(ଭେଦଭାବ ବିରୋଧି) ଛାତ୍ର ଆନ୍ଦୋଳନ(Anti-Discrimination Students Movement)ର ବିକ୍ଷୋଭକାରୀମାନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଏବଂ ହିଂସାରେ ପ୍ରାଣ ହରାଇଥିବା ଆନ୍ଦୋଳନକାରୀଙ୍କ ପାଇଁ ନ୍ୟାୟ ଦାବିରେ ନାରାବାଜି କରୁଛନ୍ତି । ଏଥିସହ ଢାକା ସାଇନ୍ସ ଲାବୋରଟୋରୀ, ଧାନମୋଣ୍ଡି, ମହମ୍ମଦପୁର, ମିରପୁର ୧୦, ରାମପୁରା, ତେଜଗାଓଁ, ଫାର୍ମଗେଟ, ପାନ୍ଥପଥ, ଉତ୍ତରାଠାରେ ବିକ୍ଷୋଭ ପ୍ରଦର୍ଶନ ଓ ରାଲି ପାଇଁ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ ଯୁଦ୍ଧର ପଦଧ୍ବନୀ: କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଇରାନ, ପଶ୍ଚିମ ରାଷ୍ଟ୍ରଙ୍କୁ ସହଯୋଗ ମାଗିଲା ଇସ୍ରାଏଲ - Iran Israel conflict

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଜି ସକାଳେ କେତେକ ଅଜ୍ଞାତ ବ୍ୟକ୍ତି ବଙ୍ଗବନ୍ଧୁ ଶେଖ୍ ମୁଜିବ ମେଡିକାଲ ୟୁନିଭର୍ସିଟିରେ(BSMMU) ଅନେକ ଗୁଡିଏ ଗାଡିମୋଟର ଜାଳି ଦେଇଥିଲେ । କିଛି ଲୋକେ ଠେଙ୍ଗାବାଡି ଧରି ହସ୍ପିଟାଲ ପରିସରରେ ପଶି କାର୍, ଆମ୍ବୁଲାନ୍ସ, ମୋଟର ସାଇକେଲ, ବସ୍ ଭଙ୍ଗାରୁଜା କରି ଆତଙ୍କ ଖେଳାଇଥିଲେ । ଏଥିରେ ହସ୍ପିଟାଲକୁ ଆସିଥିବା ରୋଗୀ, ଡାକ୍ତର ଓ କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ ।

କାହିଁକି ହେଉଛି ଆନ୍ଦୋଳନ:

୧୯୭୧ରେ ବାଂଲାଦେଶ ଓ ପାକିସ୍ତାନ ଯୁଦ୍ଧ ହୋଇଥିଲା । ଏଥିରେ ଲଢେଇ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ଘୋଷଣା ହୋଇଛି । ଏହି ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିବା ଏବଂ ଯୋଗ୍ୟତା ଭିତ୍ତିରେ ଚାକିରି ଦେବାକୁ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଏଥିରେ ଏବେ ସୁଦ୍ଧା ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

ଆଲୋଚନା ପ୍ରସ୍ତାବକୁ ଆନ୍ଦୋଳନକାରୀଙ୍କ ପ୍ରତ୍ୟାଖାନ:

ଶନିବାର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆଲୋଚନା ପାଇଁ ଏହି ଛାତ୍ର ଆନ୍ଦୋଳନର କୋର୍ଡିନେଟରଙ୍କୁ ଡକାଇଥିଲେ । ହସିନା କହିଥିଲେ, ''ମୁଁ ଆନ୍ଦୋଳକାରୀଙ୍କ ସହ ବସି ଆଲୋଚନା କରିବାକୁ ଚାହେଁ । ସେମାନେ କ'ଣ ଚାହୁଁଛନ୍ତି ଜାଣିବାକୁ ଚାହେଁ । ମୁଁ ହିଂସା ଚାହେଁନି ।'' ହେଲେ ଆଲୋଚନା ପ୍ରସ୍ତାବକୁ ଆନ୍ଦୋଳନକାରୀ ଛାତ୍ର ଗୋଷ୍ଠୀ ପ୍ରତ୍ୟାଖାନ କରିଦେଇଥିଲେ ।

Last Updated : Aug 5, 2024, 9:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.