ETV Bharat / international

ମକ୍କାରେ ବଢୁଛି ମୃତ୍ୟୁସଂଖ୍ୟା, ଆଖି ବୁଜିଲେଣି 13ଶହରୁ ଅଧିକ ହଜ୍‌ ତୀର୍ଥଯାତ୍ରୀ - Saudi Arabia Hajj deaths

author img

By ETV Bharat Odisha Team

Published : Jun 24, 2024, 9:42 AM IST

HAJJ PILGRIMS DEATH: ମକ୍କାରେ ପ୍ରାଣ ହରାଇଲେଣି 13ଶହରୁ ଅଧିକ ହଜ୍‌ ଯାତ୍ରୀ । ମୃତକଙ୍କ ମଧ୍ୟରେ 80 ପ୍ରତିଶତରୁ ଅଧିକ ଅଣଅଧିକୃତ ଯାତ୍ରୀ ଥିବା ସ୍ଥାନୀୟ ସରକାରଙ୍କ ସୂଚନା । ଅଧିକ ପଢନ୍ତୁ

ମକ୍କାରେ ଅସହ୍ୟ ଗ୍ରୀଷ୍ମପ୍ରବାହ, ଏପର୍ଯ୍ୟନ୍ତ ଆଖି ବୁଜିଲେଣି 13ଶହରୁ ଅଧିକ ହଜ ତୀର୍ଥଯାତ୍ରୀ
ମକ୍କାରେ ଅସହ୍ୟ ଗ୍ରୀଷ୍ମପ୍ରବାହ, ଏପର୍ଯ୍ୟନ୍ତ ଆଖି ବୁଜିଲେଣି 13ଶହରୁ ଅଧିକ ହଜ ତୀର୍ଥଯାତ୍ରୀ (ETV Bharat Odisha)

ହାଇଦ୍ରାବାଦ: ଇସଲାମ୍‌ ଧର୍ମାବଲମ୍ବୀଙ୍କ ପବିତ୍ର ‘ହଜ’ ଯାତ୍ରା ଜାରି ରହିଥିବା ବେଳେ ଏଥିରେ ଏବେ ସୁଦ୍ଧା ପ୍ରାୟ 13ଶହରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇସାରିଲାଣି । ସାଉଦି ଆରବିଆରେ ଏଥର ମାତ୍ରାଧିକ ଗ୍ରୀଷ୍ମପ୍ରବାହରୁ ସୃଷ୍ଟି ହୋଇଥିବା ଅପ୍ରୀତିକର ସ୍ଥିତିରେ ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡୁଛି ଓ ମୃତ୍ୟୁସଂଖ୍ୟା ବଢୁଥିବା ସ୍ଥାନୀୟ ସରକାର କହିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅଲ-ଜିଜିରା ଟିଭିରେ ପ୍ରସାରିତ ତଥ୍ୟ ଅନୁସାରେ, ଏବେ ସୁଦ୍ଧା 1301 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି ଓ ପ୍ରାୟ 100 ଜଣ ଅସୁସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ମୃତକଙ୍କ ମଧ୍ୟରେ ବିଭିନ୍ନ ଇସଲାମୀୟ ଦେଶରେ ନାଗରିକ ରହିଛନ୍ତି । ଏମାନଙ୍କ ମଧ୍ୟରେ ଇଜିପ୍ଟର ସର୍ବାଧିକ ନାଗରିକ ଥିବା କୁହାଯାଉଛି । ମୃତକଙ୍କ ପରିଚୟ ସ୍ପଷ୍ଟ କରିବା ଓ ସେମାନଙ୍କ ମୃତଦେହ ନିଜ ଦେଶକୁ ପଠାଇବା ନେଇ ସାଉଦି ଆରବିଆ ସରକାର ଚିନ୍ତା କରୁଛନ୍ତି ।

ତେବେ ସ୍ଥାନୀୟ ସରକାରୀ ସୂତ୍ର ଅନୁସାରେ, ଏହି ଯାତ୍ରାରେ ବହୁସଂଖ୍ୟାରେ ଅଣପଞ୍ଜୀକୃତ ବ୍ୟକ୍ତି ଅଂଶଗ୍ରହଣ କରିବା ପାଇଁ ମକ୍କା ପହଞ୍ଚୁଛନ୍ତି । ମକ୍କା ସହରରେ ମାତ୍ରାଧିକ ଭିଡ଼ ଓ ପ୍ରବଳ ଗୁଳୁଗୁଳି କାରଣରୁ ସେମାନେ ଗୁରୁତର ହୋଇପଡୁଛନ୍ତି । ସଠିକ ସମୟରେ ସମସ୍ତଙ୍କୁ ଚିକିତ୍ସା ସହାୟତା ମିଳିବା ସମ୍ଭବ ହେଉନଥିବାରୁ ଏପରି ଅଘଟଣ ଘଟିଛି । ଏବେ ସୁଦ୍ଧା ପ୍ରାଣ ହରାଇଥିବା ମୋଟ ମୃତକଙ୍କ ମଧ୍ୟରେ ପ୍ରାୟ 83 ପ୍ରତିଶତ ଅଣଅଧିକୃତ ବା ଅଣପଞ୍ଜୀକୃତ ହଜ୍‌ ଯାତ୍ରୀ । ପ୍ରତ୍ୟେକ 5ମୃତକଙ୍କ ମଧ୍ୟରେ 4ଜଣ ଏହି ବର୍ଗର ରହିଛନ୍ତି ।

ମକ୍କା ମସଜିଦ ସମ୍ପର୍କରେ...

ଇସଲାମ୍‌ ଧର୍ମର ସର୍ବୋଚ୍ଚ ପବିତ୍ର ଆରାଧାନାସ୍ଥଳୀ ହେଉଛି ସାଉଦି ଆରବିଆର ମକ୍କା ମସଜିଦ । ପ୍ରତିବର୍ଷ ଆୟୋଜିତ ‘ହଜ’ ଯାତ୍ରାରେ ବିଶ୍ବର ବିଭିନ୍ନ ଇସଲାମୀୟ ଦେଶରୁ ତୀର୍ଥଯାତ୍ରୀମାନେ ମକ୍କା ଯାତ୍ରା କରିଥାନ୍ତି । ଏହି ଯାତ୍ରା ପାଇଁ ସାଉଦି ଆରବିଆ ସରକାର ପ୍ରତିବର୍ଷ ବିଶେଷ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଥାନ୍ତି । ମକ୍କା ସହରରେ ଏହି ଯାତ୍ରା ବେଳେ ସର୍ବାଧିକ 1.8 ମିଲିୟନ୍ ଲୋକଙ୍କ ପ୍ରବେଶ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ପଞ୍ଜୀକୃତ ଯାତ୍ରୀମାନଙ୍କୁ ‘ହଜ’ ଲାଇସେନ୍ସ ବାବଦକୁ କିଛି ଅର୍ଥ ମଧ୍ୟ ଦେବାକୁ ପଡେ । ଏହି ଅଧିକୃତ ତୀର୍ଥଯାତ୍ରୀଙ୍କ ପାଇଁ ସାଉଦି ଆରବିଆ ସରକାର ରହଣୀ, ଖାଦ୍ୟ ଓ ପାନୀୟ, ଯାତ୍ରା ପାଇଁ ଶୀତତାପ ନିୟନ୍ତ୍ରିତ ବସ୍‌ ଓ ଅନ୍ୟ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଥାଏ । ମାତ୍ର ଏଥର ପ୍ରାୟ 83 ପ୍ରତିଶତ ଅଣଅଧିକୃତ ବା ଅଣପଞ୍ଜୀକୃତ ‘ହଜ’ ଯାତ୍ରୀ ମକ୍କା ସହରରେ ପହଞ୍ଚିଛନ୍ତି । ମାତ୍ରାଧିକ ଗୁଳିଗୁଳି କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ସରକାର କହିଛି । ଏହା ସହ ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- ଋଷରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ, 15ପୋଲିସ କର୍ମୀ ମୃତ - Terrorist Attacks in Russia

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.