ETV Bharat / international

ଗୁରୁବାର ବ୍ରିଟେନ ନିର୍ବାଚନ; ପ୍ରଧାନମନ୍ତ୍ରୀ ସୁନକଙ୍କ ସହ ମଇଦାନରେ ଏହିସବୁ ବଡ଼ ନେତା - UK National Election

author img

By ETV Bharat Odisha Team

Published : Jul 2, 2024, 8:46 PM IST

Updated : Jul 3, 2024, 6:30 AM IST

UK National Election: ଦୁଇ ଦିନ ପରେ ବ୍ରିଟେନ ସାଧାରଣ ନିର୍ବାଚନ । ୬୫୦ ଆସନ ବିଶିଷ୍ଟ ବ୍ରିଟେନ ସଂସଦ ପାଇଁ ନେତା ବାଛିବେ ବ୍ରିଟିଶବାସୀ । ବର୍ତ୍ତମାନ ବ୍ରିଟେନରେ କଞ୍ଜରଭେଟିଭ ପାର୍ଟି କ୍ଷମତାରେ ଥିବାବେଳେ ମୁଖ୍ୟ ବିରୋଧୀ ଦଳ ରହିଛି ଲେବର ପାର୍ଟି । ଅନ୍ୟ କିଛି ଛୋଟ ଛୋଟ ଦଳଗୁଡିକ ନିର୍ବାଚନ ରଣାଙ୍ଗନରେ ଅଛନ୍ତି । ହେଲେ ଏଥର ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟି ଏବଂ ଲେବର ପାର୍ଟି ମଧ୍ୟରେ କଡା ଟକ୍କର ହେଉଛି । ପଢନ୍ତୁ ପୁରା ଖବର

UK National Election
UK National Election (EV Bharat)

ଲଣ୍ଡନ: ଜୁଲାଇ ୪ ତାରିଖରେ ବ୍ରିଟେନରେ ହେବ ସାଧାରଣ ନିର୍ବାଚନ । ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ (UK) । ୬୫୦ ଆସନ ବିଶିଷ୍ଟ ବ୍ରିଟେନ ସଂସଦ ନିର୍ବାଚନ ଉପରେ ଏବେ ସାରା ଦେଶର ନଜର । ବର୍ତ୍ତମାନ ଏଠି ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟି କ୍ଷମତାରେ ରହିଛି । ତେବେ କ'ଣ ପୁଣିଥରେ କ୍ଷମତା ବଜାୟ ରଖିପାରିବେ କି ସୁନକ ? ନା ମୁଖ୍ୟ ବିରୋଧୀ ଦଳ ଲେବର ପାର୍ଟିକୁ ମିଳିବ ବହୁମତ ? ଏହାକୁ ନେଇ ଏବେ କଳ୍ପନଜଳ୍ପନା ଜାରି ରହିଛି । ଏହାରି ମଧ୍ୟରେ ଦୀର୍ଘ ୧୪ ବର୍ଷ ଧରି ସତ୍ତାରୁଢ଼ ଥିବା କଞ୍ଜରଭେଟିଭ ପାର୍ଟି ଏଥର ଲେବର ପାର୍ଟିଠାରୁ ପରାଜିତ ହୋଇପାରେ ବୋଲି ଅନେକ ସର୍ଭେରେ କୁହାଯାଇଛି । ତେଣୁ ଏଥର ସୁନକଙ୍କ ପାଇଁ ବିଜୟର ବାଟ ଏତେଟା ସହଜ ହେବନି ।

ଗତ ୧୪ ବର୍ଷରେ କଞ୍ଜରଭେଟିଭ ପାର୍ଟି ୫ ଭିନ୍ନ ପ୍ରଧାନମନ୍ତ୍ରୀ ଅଧିନରେ କ୍ଷମତାରେ ରହିଆସିଛି । ବ୍ରିଟେନର 'ଫାଷ୍ଟ ପାଷ୍ଟ ଦ ପୋଷ୍ଟ' ନିର୍ବାଚନ ପ୍ରଣାଳୀ ଅଧିନରେ କଞ୍ଜରଭେଟିଭ ଏବଂ ଲେବର ପାର୍ଟି ପାରମ୍ପରିକ ପ୍ରତିଦ୍ବନ୍ଦୀ ରୂପେ ବ୍ରିଟିଶ ରାଜନୀତିକୁ ନିୟନ୍ତ୍ରଣ କରିଆସିଛନ୍ତି । ଯେଉଁ କାରଣରୁ ଏହି ଦେଶରେ ଛୋଟ ଛୋଟ ଦଳଗୁଡିକ ନିର୍ବାଚନ ଜିତିବା ବା ସଂସଦକୁ (ହାଉସ୍ ଅଫ କମନ୍ସ) ନିର୍ବାଚିତ ହେବା ସାଧାରଣତଃ କଷ୍ଟସାଧ୍ୟ ଦେଖାଯାଏ । ତଥାପି ସେହି ଦୁଇ ପାରମ୍ପରିକ ଦଳ ବ୍ୟତୀତ ଲିବେରାଲ ଡେମୋକ୍ରାଟ୍ସ, ରିଫର୍ମ ୟୁକେ, ଦ ସ୍କଟିସ୍ ନ୍ୟାସନାଲ ପାର୍ଟି ଏବଂ ଦ ଗ୍ରୀନ୍ସ ଭଳି କେତେକ ପାର୍ଟି ଚଳିତ ନିର୍ବାଚନରେ ଟକ୍କର ଦେଉଛନ୍ତି । ଏହିସବୁ ଦଳର ଅନେକ ପ୍ରଭାବଶାଳୀ ନେତା ଏମିତି ଅଛନ୍ତି, ଯିଏକି ପ୍ରଧାନମନ୍ତ୍ରୀ ରେସରେ ରହିପାରନ୍ତି । ପଢନ୍ତୁ ସେମାନଙ୍କ ସମ୍ପର୍କରେ:-

କଞ୍ଜରଭେଟିଭ ପାର୍ଟି

ଋଷି ସୁନକ: ଭାରତୀୟ ବଂଶୋଦ୍ଭବ ୪୪ ବର୍ଷୀୟ ଋଷି ସୁନକ ୨୦୨୨ ଅକ୍ଟୋବରରେ କ୍ଷମତାକୁ ଆସିଥିଲେ । ଦେଶର ଅର୍ଥନୈତିକ ସଙ୍କଟ ମଧ୍ୟରେ ଯେତେବେଳେ କଞ୍ଜରଭେଟିଭ ପାର୍ଟି ନେତା ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ହେବାର ୪୫ ଦିନ ମଧ୍ୟରେ ଇସ୍ତଫା ଦେଲେ, ସେହି ସମୟରେ ପ୍ରଧାନମନ୍ତ୍ରୀ ଗାଦିରେ ବସିଥିଲେ ସୁନକ । ଏହି ଅକ୍ସଫୋର୍ଡ ଗ୍ରାଜୁଏଟ ଥିଲେ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ । ସୁନକ ପ୍ରତିଷ୍ଠିତ ଓ୍ବନିଚେଷ୍ଟର କଲେଜରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ପରେ ସେ ଅକ୍ସଫୋର୍ଡର ଲିଙ୍କନ୍ କଲେଜରୁ ଦର୍ଶନ ଶାସ୍ତ୍ର, ରାଜନୀତି ଏବଂ ଅର୍ଥନୀତି ମଧ୍ୟ ଅଧ୍ୟୟନ କରିଥିଲେ। ପରେ ଫୁଲବ୍ରାଇଟ୍ ସ୍କଲାର୍ ଭାବରେ କାଲିଫର୍ନିଆର ଷ୍ଟାନଫୋର୍ଡ ୟୁନିଭରସିଟିରୁ ଏମବିଏ ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ଗତ ନିର୍ବାଚନରେ ତାଙ୍କ ଦଳ ୩୬୫ ଆସନ ଜିତି ସରକାର ଗଢିଥିଲା ।

ସୁନକ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିଥିବା ଏବଂ ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିଥିବା ନେଇ ଜୋର୍ ଦେଉଛନ୍ତି । କିନ୍ତୁ ତାଙ୍କର ସମାଲୋଚନକଙ୍କ କହିବା କଥା, ସୁନକ ନିକଟରେ ରାଜନୈତିକ ନିର୍ଣ୍ଣୟ ନେବାର କ୍ଷମତା କମ୍ ଏବଂ ସେ ଜନସାଧାରଣଙ୍କ ସହ ସମ୍ପର୍କରେ ରହୁନାହାନ୍ତି । ଚଳିତ ନିର୍ବାଚନରେ କଞ୍ଜରଭେଟିଭ ପାର୍ଟି ଅନେକ ପ୍ରତିଶ୍ରୁତି ଦେଇଛି । ଯେମିତିକି, ଦେଶର ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ କରିବା, ପ୍ରତିବର୍ଷ ପ୍ରାୟ ୧୭ ବିଲିୟନ ପାଉଣ୍ଡ କର ହ୍ରାସ କରିବା, ସାର୍ବଜନିକ ସ୍ବାସ୍ଥ୍ୟସେବା ବ୍ୟୟ ବୃଦ୍ଧି ଏବଂ ୨୦୨୩ ସୁଦ୍ଧ ଦେଶର ପ୍ରତିରକ୍ଷା ବ୍ୟୟ ଜିଡିପିର ୨.୫ ପ୍ରତିଶତକୁ ବୃଦ୍ଧି କରିବା ଇତ୍ୟାଦି । ଏହାବ୍ୟତୀତ ଏହି ପାର୍ଟି ଦେଶରେ ଶରଣାର୍ଥୀଙ୍କ ସଂଖ୍ୟା ହ୍ରାସ କରିବା ଏବଂ ସେମାନଙ୍କୁ ରାୱାଣ୍ଡା ସ୍ଥାନାନ୍ତରଣ ପାଇଁ ମଧ୍ୟ ପ୍ରତିଶ୍ରୁତିରେ କହିଛି ।

ଲେବର ପାର୍ଟି:

କିର୍ ଷ୍ଟାରମର: 61 ବର୍ଷୀୟ ଷ୍ଟାରମର ହେଲେ ବିରୋଧୀ ଲେବର ପାର୍ଟି ନେତା । ସେ ଇଂଲଣ୍ଡ ଏବଂ ୱେଲ୍ସରେ ପବ୍ଲିକ ପ୍ରୋସକ୍ୟୁଟରର ନିର୍ଦ୍ଦେଶକ ରହିଥିଲେ ଏବଂ ୨୦୨୨ ଏପ୍ରିଲରୁ ଲେବର ପାର୍ଟିର ନେତା ଅଛନ୍ତି । ତାଙ୍କର ନେତୃତ୍ବରେ ଦେଶରେ ଲେବର ପାର୍ଟିର ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଛି । ଯଦି ଆକଳନ ସତ ହୁଏ ଏବଂ ଲେବର ପାର୍ଟି ନିର୍ବାଚନ ଜିତେ, ତାହେଲେ ଷ୍ଟାରମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।

ଗତ ନିର୍ବାଚନରେ ଲେବର ପାର୍ଟି ୬୫୦ ଆସନରୁ ୨୦୨ ଆସନ ଜିତି ବିରୋଧୀ ଦଳରେ ବସିଥିଲା । ୨୦୨୪ ନିର୍ବାଚନରେ କ୍ଷମତାକୁ ଆସିବା ପାଇଁ ଦଳ ୱେଲ୍‌ଥ କ୍ରିଏସନ, ନିବେଶ ପ୍ରୋତ୍ସାହନ, ରେଲୱେ ଭଳି ଭିତ୍ତିଭୂମିର ବିକାଶ, ଶକ୍ତି ସୁରକ୍ଷା କ୍ଷେତ୍ରର ବୃଦ୍ଧି ପାଇଁ ରାଷ୍ଟ୍ରାୟତ୍ତ କ୍ଲିନ ପାୱାର କମ୍ପାନୀ ପ୍ରତିଷ୍ଠା ଭଳି ଅନେକ ପ୍ରତିଶ୍ରୁତି ଦେଇଛି ।

ଲିବେରାଲ ଡେମୋକ୍ରାଟ:

ଚଳିତ ନିର୍ବାଚନରେ ଲେବର ପାର୍ଟି ସହ ଅନ୍ୟ କେତେକ ଦଳ ସହ କଞ୍ଜରଭେଟିଭ ପାର୍ଟି ପ୍ରତିଦ୍ବନ୍ଦିତା କରୁଛି । ସେଥିମଧ୍ୟରେ ଲିବେରାଲ ଡେମୋକ୍ରାଟ ଅନ୍ୟତମ । ଏହି ଦଳରୁ ଇଡ୍ ଡାଭେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି । ୫୮ ବର୍ଷୀୟ ଡାଭେ ୧୯୯୭ରେ ପ୍ରଥମ ଥର ବ୍ରିଟେନ ସାଂସଦଙ୍କୁ ନିର୍ବାଚିତ ହୋଇଥିଲେ । ସେ ପୂର୍ବତନ ଅର୍ଥନୀତି ଗବେଷକ ଥିବାବେଳେ ୨୦୧୨-୧୫ ପର୍ଯ୍ୟନ୍ତ କଞ୍ଜରଭେଟିଭ-ଲିବେରାଲ ଡେମୋକ୍ରାଟ ମେଣ୍ଟ ସରକାରରେ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ସେକ୍ରେଟାରୀ ଭାବେ କାର୍ଯ୍ୟ କରିଥିଲେ । ଗତ ନିର୍ବାଚନରେ ତାଙ୍କର ଦଳ ୧୧ଟି ଆସନ ଜିତିଥିଲା ।

ରିଫର୍ମ ୟୁକେ:

ବ୍ରିଟିଶ ରାଜନୀତିରେ ଦବଦବା ରଖୁଥିବା ରିଫର୍ମ ୟୁକେ ନେତା ନାଇଜେଲ ଫରେଜ ଏଥର ନିର୍ବାଚନ ଲଢିବା ନେଇ ଘୋଷଣା କରିବା କଞ୍ଜରଭେଟିଭ ପାର୍ଟି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏହି ୬୦ ବର୍ଷୀୟ ନେତା ଲମ୍ବା ସମୟ ଧରି ନିଜର ପ୍ରବାସୀ ବିରୋଧି ବୟାନବାଜି ଏବଂ ୟୁରୋସ୍କେପ୍ଟିକ ଆଭିମୁଖ୍ୟ ପାଇଁ ବେଶ୍ ଜଣାଶୁଣା । ବ୍ରେସ୍କିଟ (ୟୁରୋପୀୟ ସଂଘରୁ ୟୁକେ ଅଲଗା ହେବା ଆନ୍ଦୋଳନ)ର ପ୍ରମୁଖ ସମର୍ଥକ ଥିବା ଫରେଜ ବ୍ରିଟିଶ ମୂଲ୍ୟବୋଧକୁ ଗୁରୁତ୍ବ ଏବଂ ଶରଣାର୍ଥୀ ସଂଖ୍ୟା ହ୍ରାସ ଭଳି ପ୍ରତିଶ୍ରୁତି ଦେଇ କଞ୍ଜରଭେଟିଭ ପାର୍ଟିର ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି । ତେବେ ପୂର୍ବରୁ ୭ ଥର ସାଂସଦ ନିର୍ବାଚନ ଲଢିଥିଲେ ହେଁ କେବେବି ବିଜୟୀ ହୋଇନାହାନ୍ତି । ତାଙ୍କର ଦଳ ମଧ୍ୟ ଗତ ନିର୍ବାଚନରେ ଗୋଟିଏ ବି ଆସନ ଜିତିନଥିଲା ।

ଏହାବ୍ୟତୀତ ସ୍କଟିଶ ନ୍ୟାସନାଲ ପାର୍ଟି (ଏସଏନପି) ନେତା ଜନ ସ୍ବିନି ଏବଂ ଗ୍ରୀନ ପର୍ଟିର ନେତା କାର୍ଲା ଡେନିୟର ଏବଂ ଆଡରେନ ରାମସେ ମଧ୍ୟ ଏଥର ପ୍ରଧାନମନ୍ତ୍ରୀ ରେସରେ ରହିପାରନ୍ତି ବୋଲି କୁହାଯାଉଛି । ୩୮ ବର୍ଷୀୟ ଡେନିୟର ଜଣେ ମେକାନିକାଲ ଇଞ୍ଜିନିୟର ହୋଇଥିବାବେଳେ ସେ ପୂର୍ବରୁ ୱିଣ୍ଡ ଏନର୍ଜିରେ କାମ କରିଥିଲେ । ୨୦୧୧ସେ ସେ ଗ୍ରୀନ୍ସ ପାର୍ଟିରେ ସାମିଲ ହୋଇ ଦକ୍ଷିଣପଶ୍ଚିମ ଇଂଗ୍ରିଲ୍ସ ସିଟିରେ ସ୍ଥାନୀୟ ନେତା ଭାବେ କାର୍ଯ୍ୟ କରିଥିଲେ । ଗତ ନିର୍ବାଚନରେ ଗ୍ରୀନ ପାର୍ଟି ଗୋଟିଏ ଆସନ ଜିତିଥିଲା ।

Last Updated : Jul 3, 2024, 6:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.