ETV Bharat / international

ବିଦେଶରେ ଘୋଷଯାତ୍ରା: କାଳିଆ ପ୍ରେମରେ ବିଶ୍ବବ୍ରହ୍ମାଣ୍ଡ, ସୀମା ସରହଦ ଡେଇଁ ରଥ ଟାଣେ ଭକ୍ତ - Rath Yatra outside India - RATH YATRA OUTSIDE INDIA

Rath Yatra outside India, Devotees celebrate ratha yatra world wide: ଘୋଷଯାତ୍ରାରେ 9 ଦିନ ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଶ୍ରୀକ୍ଷେତ୍ର ସାଆନ୍ତେ । ଏହି ଅବସରରେ ଆସନ୍ତୁ ଜାଣିବା ଦେଶ ବାହାରେ କେଉଁ କେଉଁ ସ୍ଥାନରେ ପାଳିତ ହୁଏ କାଳିଆର ରଥଯାତ୍ରା । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି ।

Rath Yatra outside india
Rath Yatra outside india (ETV Bharat Odisha)
author img

By ETV Bharat Odisha Team

Published : Jul 6, 2024, 4:39 PM IST

ହାଇଦ୍ରାବାଦ: କାଳିଆ ପ୍ରେମରେ ସଭିଏଁ । ପିଲା କି ବୁଢା, ଦେଶବାସୀ ହୁଅନ୍ତୁ କି ବିଦେଶୀ, କାଳିଆ ପାଇଁ ସଭିଙ୍କ ମନ ଆତୁର । କଳା ଠାକୁରର ଟିକିଏ ଝଲକ ପାଇଁ ସବୁକିଛି ଭୁଲିଯାଏ ଭକ୍ତଟିଏ । ଭକ୍ତି ସାଗରରେ ନିଜକୁ ହଜାଇ ଭାବଗ୍ରାହୀ ପାଇଁ ହୋଇଯାଏ ଏକାକାର । ଭକ୍ତି ରସ ଭାବର ଦରିଆରେ ନିଜକୁ ତଲ୍ଲୀନ କରିଦିଏ ଭକ୍ତଟିଏ । ଆଉ ଯେତେବେଳେ ବରଷକେ ଥରେ ଚର୍ମଚକ୍ଷୁରେ କାଳିଆକୁ ଦେଖିବା, କାଳିଆ ପାଇଁ ସେବା କରିବାର ସମୟ ଆସିଛି ନିଜକୁ କେମିତି ରୋକି ପାରିବ ଛାର ମଣିଷଟିଏ । ଆଉ ସେଥିପାଇଁ ତ ବିଶ୍ବର ଯେଉଁ କୋଣ ଅନୁକୋଣରେ ଥିଲେ ବି ରଥଯାତ୍ରାରେ ନିଜକୁ ସାମିଲ କରିବାକୁ ନିଜକୁ ହଜାଇବାକୁ ନିଜକୁ ଲୀନ କରିବାକୁ ପଛାଏ ନାହିଁ ଭାବର ଠାକୁରର ଶ୍ରଦ୍ଧାଳୁଟିଏ । ତେବେ ପୁରୀ ରଥଯାତ୍ରା ବିଶ୍ବ ପ୍ରସିଦ୍ଧ ହୋଇଥିବା ବେଳେ ଆସନ୍ତୁ ଜାଣିବା ବିଶ୍ବର କେଉଁ କେଉଁ ସ୍ଥାନରେ ଗଡିଥାଏ କାଳିଆ ରଥ...

ଓଡିଆ ଜାତିର ପରିଚୟ ତଥା ଓଡିଶାର ଗର୍ବ ଗୌରବ ସବୁକିଛି ହେଉଛନ୍ତି କାଳିଆ ଠାକୁର । ତାଙ୍କ ଆଜ୍ଞା ବିନା ପତ୍ରଟିଏ ବି ହଲେନି । ଯାହା କିଛି ଘଟୁଛି ବା ଘଟିଥାଏ ସବୁ ତାଙ୍କରି ଆଜ୍ଞାରେ । ଏପରିକି ଅତୀତରେ କାହିଁ କେତେ ଥର ଶ୍ରୀମନ୍ଦିର ଉପରେ ଆକ୍ରମଣ ପରେ ମଧ୍ୟ ଓଡିଆ ସଂସ୍କୃତି ଆଉ ପରମ୍ପରାର ପରିଚୟ କାଳିଆ ଠାକୁରର ମନ୍ଦିର ଆଜିବି ସେମିତି ବିଦ୍ୟମାନ । ଓଡିଆ ଜାତିର ଅସ୍ଥିତ୍ବ ଏବଂ ଆସ୍ଥାର କେନ୍ଦ୍ର ଆଜିବି ସଭିଙ୍କୁ କରୁଛି ଆକର୍ଷିତ । ଏପରିକି ଅତୀତରେ 18 ଥର ଆକ୍ରମଣକୁ ସହିଛି ଶ୍ରୀମନ୍ଦିର । ବଡଦେଉଳର ସୁରକ୍ଷା ପାଇଁ କାଳେ କାଳେ ଓଡିଆଟି ତାର ପ୍ରାଣ ଦେବାକୁ କି ପଛାଇ ନାହିଁ । ଯେଉଁଥିପାଇଁ ଆଜି କେବଳ ସମଗ୍ର ଦେଶ କାହିଁକି ସାରା ଦୁନିଆରେ ନିଜର ସ୍ବତନ୍ତ୍ର ପାଇଛି ଶ୍ରୀମନ୍ଦିର । ଆଉ କାଳିଆ ପାଲଟି ଯାଇଛି ପୂରା ବିଶ୍ବବାସୀଙ୍କ ଠାକୁର । ଆଉ ଯେତେବେଳେ କାଳିଆର ରଥଯାତ୍ରା ସମୟ ଆସିଛି ଭକ୍ତଟିଏ ତାକୁ କେମିତି ସୀମା ସରଦହରେ ନିଜକୁ ବାନ୍ଧି ପାରିବ ।

କାଲିଠୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରାରେ 9 ଦିନ ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଶ୍ରୀକ୍ଷେତ୍ର ସାଆନ୍ତେ । ଏହି ଅବସରରେ ଆସନ୍ତୁ ଜାଣିବା ଦେଶ ବାହାରେ କେଉଁ କେଉଁ ସ୍ଥାନରେ ପାଳିତ ହୁଏ କାଳିଆର ରଥଯାତ୍ରା । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି ।

ଆମେରିକାରେ ରଥଯାତ୍ରା: ବିଶ୍ବର ସର୍ବ ଶକ୍ତିମାନ ତଥା ସବୁଠୁ ଧନୀ ରାଷ୍ଟ୍ର ହେଉଛି ଆମେରିକା । ଏହି ଦେଶର ବିଭିନ୍ନ ଧର୍ମର ଏବଂ ସଂପ୍ରଦାୟର ଲୋକ ବସବାସ କରିଥାନ୍ତି । ଏହା ସହିତ ଆମ ଭାରତୀୟ ମାନେ ମଧ୍ୟ ଲକ୍ଷାଧିକ ସଂଖ୍ୟାରେ ବସବାସ କରିଥାନ୍ତି । ତେବେ ଆମେରିକାର ନର୍ଥ କରୋଲିନା ପ୍ରଦେଶରେ ଅନୁଷ୍ଠିତ ହୋଇଥାଏ ରଥଯାତ୍ରା । ନର୍ଥ କରୋଲିନା ହିନ୍ଦୁ ସମାଜ (ଏଚଏସଏନସି) ପକ୍ଷରୁ ଆମେରିକାର ସଡକରେ ଗଡିଥାଏ ଜଗା ରଥ । 26 ଫୁଲ ଲମ୍ବ ଏବଂ 13 ଫୁଟ ଓସାରର ରଥରେ ବିରାଜିତ ହୋଇଥାନ୍ତି ତିନି ଠାକୁର । ଏହା ଆମେରିକାର ସବୁଠୁ ବଡ ରଥ ଭାବେ ପରିଚିତ । ଏହା ସହିତ ଆମେରିକାର ଜର୍ଜିଆ, ଆଲଫାରେଟିଆ ପ୍ରାନ୍ତର ଜଗନ୍ନାଥ ଶ୍ରଳାଳୁମାନେ ରଥଯାତ୍ରା ସମ୍ପାଦନ କରିଥାନ୍ତି । ପୁରୀରେ ରଥ ଗଡିବାର ଦିନକ ପରେ ଏଠାରେ ଗଡିଥାଏ ରଥ । ଏହାସହିତ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ୱାଶିଂଟନରେ ରଥଯାତ୍ରା: ବଡଦାଣ୍ଡ ନୁହେଁ ଆମେରିକାର ଚକଚକିଆ ବିସ୍ତୃତ ଓସରିଆ ରାସ୍ତାରେ ଗଡିଲା ଜଗାରଥ । ତିନି ରଥ ନୁହେଁ, ଗୋଟିଏ ରଥରେ ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟ, ଘଣ୍ଟି, ଢେଲ ନାଦରେ ଭକ୍ତିମୟ ପରିବେଶରେ ଜଗା ପ୍ରେମରେ ତଲ୍ଲୀନ ସଭିଏଁ । ରଥଯାତ୍ରା ଅବସରରେ ପ୍ରବାସୀ ଓଡିଆ ସୁଦୂର ଆମେରିକାରେ ରହି କାଳିଆ ଠାକୁରର ରଥଯାତ୍ରା ପାଳନ କରିଛନ୍ତି । ଆମେରିକା ଓ୍ବାଶିଂଟନ (ଷ୍ଟେଟ୍) ବୋଥେଲ୍ ଠାରେ କିଛି ପ୍ରବାସୀ ଓଡିଆ ଘଣ୍ଟି, ଢୋଲ ଆଦି ବଜାଇ ରଥ ଟାଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ୩ ରଥ ନଥିଲେ ମଧ୍ୟ ଗୋଟିଏ ରଥରେ ୩ ଠାକରଙ୍କୁ ରଥାରୂଢ କରି ଅତି ଆନନ୍ଦର ସହିତ ରଥ ଟାଣୁଛନ୍ତି କିଛି ଓଡିଆ । ଜଗନ୍ନାଥ ନାମରେ କମ୍ପୁଛି ଚତୁର୍ଦ୍ଦିଗ । ଏହି ରଥଟଣା ସମୟରେ ଅନ୍ୟ କିଛି ବିଦେଶୀ ଭକ୍ତ ମଧ୍ୟ ସାମିଲ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆମ ରାଜ୍ୟରେ ବିନା ଭକ୍ତରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସୁପ୍ରିମକୋର୍ଟ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥ ଟାଣିବାକୁ ମଧ୍ୟ ବାରଣ କରିଛନ୍ତି । ତେବେ ଏଠାରେ ଆନନ୍ଦ ଉଲ୍ଲାସର ସହକାରେ କୁନି ରଥଟାଣି ରଥଯାତ୍ରା ପାଳନ କରିଛନ୍ତି ପ୍ରବାସୀ ଓଡିଆ । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆମ ରାଜ୍ୟ ସହିତ ବିଦେଶରେ ମଧ୍ୟ ପାଳନ କରୁଥିବାର ଅନେକ ଦୃଶ୍ୟ ଦେଖିବାକୁ ମିଳେ । ବିଦେଶରେ ଘଣ୍ଟ, ଢୋଲ ସହିତ ରଥ ଟାଣିଥାନ୍ତି ଅନେକ ବିଦେଶୀ ଭକ୍ତ ।

ଫ୍ରାନ୍ସରେ ରଥଯାତ୍ରା: ଭାରତର ଅନ୍ୟତମ ବନ୍ଧୁ ଦେଶ ହେଉଛି ଫ୍ରାନ୍ସ । ଏହି ଦେଶରେ ମଧ୍ୟ ବିଭିନ୍ନ ସମ୍ପ୍ରଦାୟ ଏବଂ ଧର୍ମୀୟ ଲୋକ ବସବାସ କରନ୍ତି । ଏହାର ରାଜଧାନୀ ପ୍ୟାରିସରେ ମଧ୍ୟ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରବାସୀ ଭାରତୀୟ ଏବଂ ପ୍ରବାସୀ ଓଡିଆ ଏହି ରଥଯାତ୍ରା ପାଳନ କରିଥାନ୍ତି । ସହରର କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକ ଷ୍ଟେଜ ହୋଇଥାଏ । ଯେଉଁ ଠାରୁ ରଥ ଗଡିବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ଭାରତୀୟ କଳା ସଂସ୍କୃତିର ପ୍ରଦର୍ଶନ ସହିତ ନୃତ୍ୟ ଏବଂ ଶାସ୍ତ୍ରୀୟ ସଂଗୀତ ପରିବେଷଣ ହୋଇଥାଏ । ପ୍ରତିବର୍ଷ ସହରରେ ପାଖାପାଖି 5 ଘଣ୍ଟିଆ ରଥଯାତ୍ରା ପ୍ରୋସେଶନ ହୋଇଥାଏ । ଏହିସମୟରେ ପ୍ୟାରିସବାସୀ ଅତି ଉତ୍ସାହର ସହିତ ଏହି ରଥ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି ।

ଇଟାଲୀରେ ରଥଯାତ୍ରା: ୟୁରୋପ ମହାଦେଶର ଅନ୍ୟତମ ପ୍ରମୁଖ ଦେଶ ଇଟାଲୀରେ ଧୁମଧାମରେ ପାଳିତ ହୁଏ । ରୋମରେ ଗଡିଥାଏ ବିରାଟକାୟ କାଠ ରଥ । ରଥାଋଢ ଜଗନ୍ନାଥ, ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ସହର ପରିକ୍ରମା କରିଥାଏ । ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଦିପନାର ସହିତ ରଥଯାତ୍ରାରେ ସାମିଲ ହୋଇଥାନ୍ତି ହଜାର ହଜାର ଭକ୍ତ । ସୂଚନା ଅନୁସାରେ, 2015 ମସିହା ପରଠାରୁ ଏହି ସହରରେ ଗଡୁଛି କାଳିଆ ରଥ । ରୋମର ପିଜା ଡେଲ୍ ପୋପୋଲୋ ପଏଣ୍ଟରୁ ଆରମ୍ଭ ହୋଇ ଡେଲ୍ କର୍ସୋ ସ୍କୋୟାର ପର୍ଯ୍ୟନ୍ତ ଗଡିଥାଏ ରଥ । ପ୍ରସାଦରେ ମିଳେ ମିଠା ଏବଂ ଫଳ । ତେବେ ଏଠାରେ ସେମିତେ କୌଣସି ନିର୍ଦ୍ଧାରିତ ଦିନରେ ରଥଯାତ୍ରା ହୁଏନାହିଁ । ହିନ୍ଦୁ ଏବଂ ବଂଲା କମ୍ୟୁନିଟି ପକ୍ଷରୁ ତାରିଖ ନିର୍ଦ୍ଧାରିତ ହୋଇଥାଏ ।

ବ୍ରିଟେନରେ ରଥଯାତ୍ରା: ଲଂଣ୍ଡନରେ ମଧ୍ୟ ରଥଯାତ୍ରା ଅନୁ୍ଷ୍ଠିତ ହୋଇଥାଏ । ଇସକନ୍ ଟ୍ରଷ୍ଟ ପକ୍ଷରୁ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ହଜାର ହଜାର ଲୋକଙ୍କ ଗହଣରେ ଲଣ୍ଡନ ସଡକରେ ଗଡିଥାଏ ରଥ ।

ନେପାଳ ଏବଂ ଶ୍ରୀଲଙ୍କାରେ ରଥଯାତ୍ରା: ପଡୋଶୀ ରାଷ୍ଟ୍ର ନେପାଳ ଏବଂ ଶ୍ରୀଲଙ୍କାରେ ମଧ୍ୟ ଅନୁଷ୍ଠିତ ହୋଇଥାଏ ରଥଯାତ୍ରା । ହଜାର ହଜାର ଶ୍ରଦ୍ଧାଳୁ ଉତ୍ସାହର ସହିତ ରଥ ଟାଣିବା ସହିତ ନାମ ସଂକିର୍ତ୍ତନରେ ନିଜକୁ ହଜାଇ ଦେଇଥାନ୍ତି ।

ଇସଲାମୀୟ ଦେଶରେ ରଥଯାତ୍ରା: ପାକିସ୍ତାନ କରାଚୀ ସମେତ ଦୁବାଇରେ ମଧ୍ୟ ଅନୁଷ୍ଠିତ ହୋଇଥାଏ ରଥଯାତ୍ରା । କରାଚୀର ସ୍ବୀମୀ ନାରାୟଣ ମନ୍ଦିରର ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥାଏ ରଥଯାତ୍ରା । ପାଖାପାଖି 4 ହଜାର ଭକ୍ତଙ୍କ ଗହଣରେ ହୋଇଥାଏ ରଥଯାତ୍ରା । ହିନ୍ଦୁ ଦେବାଦେବୀ, ଶ୍ରୀମଦଗୀତା ଏବଂ ଜଗନ୍ନାଥ ସଂସ୍କୃତି ସହିତ ରଥଯାତ୍ରାର ପ୍ରଚାର ପ୍ରସାରଣ ପାଇଁ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ମାତ୍ର 1 ପ୍ରତିଶତ ଥିବା ସତ୍ତ୍ବେ ହଜାର ହଜାର ହିନ୍ଦୁ ମାନେ ଏଥିରେ ସାମିଲ ହୋଇଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.