ETV Bharat / international

ପଞ୍ଚମ ଥର ପାଇଁ ଋଷର ରାଷ୍ଟ୍ରପତି ହେଲେ ଭ୍ଲାଦିମାର ପୁଟିନ, କହିଲେ ଶତ୍ରୁ ସହ ସୁଧାରିବେ ସମ୍ପର୍କ - Vladimir Putin Oath ceremony

author img

By ETV Bharat Odisha Team

Published : May 7, 2024, 5:42 PM IST

Vladimir Putin Oath ceremony: ପଞ୍ଚମ ଥର ପାଇଁ ଋଷର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଭ୍ଲାଦିମାର ପୁଟିନ । କହିଲେ ଏମିତି

Vladimir Putin Oath ceremony
Vladimir Putin Oath ceremony (PHOTO- ANI)

ମସ୍କୋ: ଆଗାମୀ 5 ବର୍ଷ ପାଇଁ ପୁଣିଥରେ ଋଷର ରାଷ୍ଟ୍ରପତି ଭାବେ ଶପଥ ହେଲେ ଭ୍ଲାଦିମାର ପୁଟିନ । ଆଜି(ମଙ୍ଗଳବାର) ପୁଟିନ ମସ୍କୋର ଗ୍ରାଣ୍ଡ କେମଲିନ୍ ପ୍ୟାଲେସରେ 5ମ ଥର ପାଇଁ ଶପଥ ନେଇଛନ୍ତି । 33 ଶବ୍ଦରେ ଶପଥ ନେଲେ ପୁଟିନ । ପ୍ରକାଶ ଥାଉକି, ଗ୍ରାଣ୍ଡ କେମଲିନ୍ ହେଉଛି ସେହି ସ୍ଥାନ ଏଠାରେ ଋଷର ରାଜପରିବାରର ତିନି ରାଜା (ଆଲେକ୍ସଜାଣ୍ଡାର୍-୨, ଆଲେକ୍ସଜାଣ୍ଡାର୍ -3 ଏବଂ ନିକୋଲସ୍-୨) ବିଜୟ ମୁକୁଟ ପିନ୍ଧିଥିଲେ ।

ଶପଥ ଗ୍ରହଣ କରିବା ପରେ ପୁଟିନ କହିଛନ୍ତି, "ଆମେ ଆହୁରି ଶକ୍ତିଶାଳୀ ହେବୁ । ଯେଉଁ ଦେଶ ଆମକୁ ଶତ୍ରୁ ବୋଲି ଭାବୁଛନ୍ତି, ସେହି ଦେଶ ସହିତ ସମ୍ପର୍କ ସୁଧାର କରିବା ପାଇଁ ଚେଷ୍ଟା କରିବୁ । ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ମୁଁ ସବୁକିଛି କରିବି ।" କହିରଖୁଛି କି, ଋଷରେ ମାର୍ଚ୍ଚ 15-17ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହାପର ଠାରୁ ଭୋଟଗଣନା ଆରମ୍ଭ ହୋଇଥିଲା । ପୁଟିନ 88 ପ୍ରତିଶତ ଭୋଟ୍ ପାଇଥିଲେ । ଅନ୍ୟପଟେ ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ ନିକୋଲେ ଖାରିତୋନୋବ ମାତ୍ର 4 ପ୍ରତିଶତ ଭୋଟ୍ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଋଷରେ ପୁଣି ପୁଟିନ ରାଜ, ରେକର୍ଡ ବିଜୟ ସହ ପଞ୍ଚମଥର ପାଇଁ ହେଲେ ରାଷ୍ଟ୍ରପତି

ପ୍ରଥମେ 2000 ମସିହାରେ ରାଷ୍ଟ୍ରପତି ହୋଇଥିଲେ ପୁଟିନ:- ବ୍ରିଟେନ୍, ଆମେରିକା ଭଳି ଅନେକ ୟୁରୋପୀୟ ଦେଶ ଋଷରେ ଭ୍ଲାଦିମିର ପୁଟିନଙ୍କ ଶପଥ ଗ୍ରହଣ ସମାରୋହକୁ ବୟକଟ କରିଛନ୍ତି । 2000 ମସିହାରେ ପୁଟିନ ପ୍ରଥମ ଥର ପାଇଁ ଋଷର ରାଷ୍ଟ୍ରପତି ହୋଇଥିଲେ । ମଙ୍ଗଳବାର ଦିନ ଶପଥ ଗ୍ରହଣ ବୈଠକରେ ପୁଟିନ ଗ୍ରାଣ୍ଡ କ୍ରେମଲିନ୍ ପ୍ୟାଲେସରେ ପହଞ୍ଚିଥିଲେ । ଲୋକମାନେ ତାଙ୍କୁ କରତାଳି ଦେଇ ସ୍ବାଗତ କରିଥିଲେ । ଏହାପରେ 21 ରାଉଣ୍ଡ ଗୁଳି ଚାଳନା କରଯାଇ ସାଲ୍ୟୁଟ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପୁଟିନଙ୍କ ସହ କଥା ହେଲେ ମୋଦି, ପୁନଃନିର୍ବାଚିତ ହେବା ପାଇଁ ଜଣାଇଲେ ଶୁଭେଚ୍ଛା

ଋଷର ଏହି ଶପଥ ଗ୍ରହଣ ସମାରୋହରେ ଫେଡେରାଲ୍ କାଉନସିଲର ସଦସ୍ୟ, ରାଜ୍ୟ ଡୁମାର ସଦସ୍ୟ, ହାଇକୋର୍ଟର ବିଚାରପତି, ରାଷ୍ଟ୍ରଦୂତ ଏବଂ ବିଭିନ୍ନ ଦେଶର କୂଟନୀତିଜ୍ଞ ଅଂଶଗ୍ରହଣ କରିଥିଲେ । କୁହାଯାଏ ଯେ 2018 ମସିହାରେ ପୁଟିନଙ୍କ ଚତୁର୍ଥ ଶପଥ ଗ୍ରହଣ ସମାରୋହରେ ପୂର୍ବତନ ଜର୍ମାନ ଚାନସେଲର ଗେର୍ହଡ ସ୍କ୍ରୋଡର୍ଙ୍କ ସମେତ ପ୍ରାୟ 6 ହଜାର ଲୋକ ଯୋଗ ଦେଇଥିଲେ । 1498ରୁ ରୁଷରେ ଏହି ପ୍ରଥା ଜାରି ରହିଛି । ଋଷର ରାଷ୍ଟ୍ରପତି ଦେଶର ସମ୍ବିଧାନ ଉପରେ ହାତ ରଖି ଶପଥ ଗ୍ରହଣ କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.