ETV Bharat / international

ଇସ୍ରାଏଲ-ଗାଜା ଯୁଦ୍ଧ ମଧ୍ୟରେ ଇସ୍ତଫା ଦେଲେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 26, 2024, 5:16 PM IST

Palestinian PM Shtayyeh Resigned over Gaza War and West Bank Violence: ଇସ୍ତଫା ଦେଲେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ମହମ୍ମଦ ସତାୟେହ । ରାଷ୍ଟ୍ରପତି ଅବ୍ବାସଙ୍କୁ ପଠାଇଲେ ଇସ୍ତଫାପତ୍ର । ଅଧିକ ପଢନ୍ତୁ

ଇସ୍ତଫା ଦେଲେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ
ଇସ୍ତଫା ଦେଲେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ଇସ୍ରାଏଲ-ଗାଜା ମଧ୍ଯରେ ଯୁଦ୍ଧ ଜାରି ରହିଥିବା ବେଳେ ଆଜି ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ମହମ୍ମଦ ସତାୟେହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫାପତ୍ର ରାଷ୍ଟ୍ରପତି ମହମ୍ମୁଦ ଅବ୍ବାସଙ୍କୁ ପଠାଇ ଦେଇଛନ୍ତି । ଗାଜାରେ ଆକ୍ରମଣ, ଓ୍ବେଷ୍ଟବ୍ୟାଙ୍କ ଓ ଜେରୁଜେଲମରେ ହୋଇଥିବା ହିଂସା କାରଣରୁ ସେ ଇସ୍ତଫା ଦେଉଥିବା ପତ୍ରରେ ଉଲ୍ଲେଖ କରିଛନ୍ତି । ଯଦି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ସ୍ବୀକାର ହୁଏ, ତେବେ ସରକାରର ମଧ୍ୟ ପତନ ହେବ । ଏପରି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଇସ୍ତଫା ଗ୍ରହଣ କରାଯାଇଛି କି ନାହିଁ ସେ ନେଇ ରାଷ୍ଟ୍ରପତି ଅବ୍ବାସଙ୍କ କାର୍ଯ୍ୟାଳୟ କିଛି ସ୍ପଷ୍ଟ କରିନି ।

ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯଦି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରାଯାଏ, ତେବେ ରାଷ୍ଟ୍ରପତି ଅବ୍ବାସ ‘ପାଲେଷ୍ଟାଇନ ଇନଭେଷ୍ଟମେଣ୍ଟ ଫଣ୍ଡ’ର ଅଧ୍ୟକ୍ଷ ମହମ୍ମଦ ମୁସ୍ତାଫାଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ତତ୍କାଳ ଘୋଷଣା କରିପାରନ୍ତି । ତେବେ ଏହି ଇସ୍ତଫା ଅନ୍ୟ ଏକ ଦିଗକୁ ମଧ୍ୟ ଇଙ୍ଗୀତ କରୁଛି । ଗାଜାରେ ପାଲେଷ୍ଟାଇନର ଅଧିକୃତ ଶାସନରେ ସଂସ୍କାରମୂଳକ ପରିବର୍ତ୍ତନ ଚାହୁଁଛି ଆମେରିକା । ତେଣୁ ଏହି କାରଣରୁ ପ୍ରଧାନମନ୍ତ୍ରୀ ଇସ୍ତଫା ମହମ୍ମଦ ସତାୟେହ ଦେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ନିକଟରେ ଗାଜାର ଶାସନ କ୍ଷମତା ପୁଣି ଥରେ ପାଲେଷ୍ଟାଇନ ହାତକୁ ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନରେ ଗାଜାରେ ଏବେ ପାଲେଷ୍ଟାଇନ ନିୟନ୍ତ୍ରଣରୁ ବାହାରେ ରହିଛି । ସମ୍ପୂର୍ଣ୍ଣ ଗାଜା ପଟି ଏବେ ଶରଣାର୍ଥୀ ଶିବିରରେ ପରିବର୍ତ୍ତିତ ହୋଇଛି । ଯୁଦ୍ଧ ଶେଷ ହେବା ପରେ ଏହାର ଶାସନ କ୍ଷମତା ପୁଣି ଥରେ ପାଲେଷ୍ଟାଇନ ହାତକୁ ନଫେରିପାରେ ବୋଲି ଇସ୍ରାଏଲ ସଙ୍କେତ ମଧ୍ୟ ଦେଇସାରିଛି । ଏହାରି ମଧ୍ୟରେ ଯଦି ଗାଜାରେ ‘ହମାସ’ ଗୋଷ୍ଠୀର ଅନ୍ତ ପରେ ଇସ୍ରାଏଲ ସେନା ଯୁଦ୍ଧ ସମାପ୍ତ ଘୋଷଣା କରେ, ତେବେ ପୁରୁଣା ନିୟମରେ ସଂସ୍କାର ପାଇଁ ଆମେରିକା ଯୋଜନା ରଖିଛି । ଯାହା ପାଲେଷ୍ଟାଇନର ଗାଜାରେ ନିୟନ୍ତ୍ରଣକୁ ଦୁର୍ବଳ କରିଦେବ ।

ଏହା ମଧ୍ୟ ପଢନ୍ତୁ :- ଭାରତ ଟେକ୍ସ 2024 ଉଦଘାଟନ କଲେ ମୋଦି, 'ପରମ୍ପରା ସହିତ ପ୍ରଯୁକ୍ତିବିଦ୍ୟାକୁ ଯୋଡୁଛି ଭାରତ ଟେକ୍ସ'

ଗତବର୍ଷ ଶେଷ ଭାଗରୁ ଗାଜାରେ ଇସ୍ରାଏଲର ସାମରିକ ଅପରେସନ ଜାରି ରହିଛି । ଭୂମଧ୍ୟ ସାଗର ଉପକୂଳରେ ଅବସ୍ଥିତ ଗାଜାପଟି ପାଲେଷ୍ଟାଇନ ଏକ ନିୟନ୍ତ୍ରଣାଧୀନ ଅଞ୍ଚଳ । ଏହା ଆତଙ୍କବାଦୀ ଗୋଷ୍ଠୀ ‘ହମାସ’ ନିୟନ୍ତ୍ରଣରେ ରହିଥିଲା । ‘ହମାସ’ ଗୋଷ୍ଠୀ ଇସ୍ରାଏଲ ଉପରେ ରକେଟ ମାଡ କରିବା ପରେ ଇସ୍ରାଏଲ ସେନା ଗାଜାରେ ଯୁଦ୍ଧ ଘୋଷଣା କରିଥିଲା । ଯାହା ଏବେ ମଧ୍ୟ ଜାରି ରହିଛି । ପରେ ଜେରୁଜେଲମ ଓ ପାଲେଷ୍ଟାଇନ ମୁଖ୍ୟାଳୟ ଓ୍ବେଷ୍ଟବ୍ୟାଙ୍କରେ ମଧ୍ୟ ଆକ୍ରମଣ ଓ ହିଂସା ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ଏବେ ପ୍ରଧାନମନ୍ତ୍ରୀ ମହମ୍ମଦ ସତାୟେହ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.