ETV Bharat / international

ପାକିସ୍ତାନ ନିର୍ବାଚନରେ ମୁମ୍ବାଇ ଆକ୍ରମଣ ମାଷ୍ଟର ମାଇଣ୍ଡ ହାଫିଜ, ନୂଆ ଦଳ ଗଢ଼ି ଲଢୁଛି ନିର୍ବାଚନ

author img

By ETV Bharat Odisha Team

Published : Feb 5, 2024, 3:06 PM IST

Pakistan General Election: ପାକିସ୍ତାନ ସାଧାରଣ ନିର୍ବାଚନରେ ମୁମ୍ବାଇ ଆତଙ୍କୀ ହାମଲାର ମାଷ୍ଟର ମାଇଣ୍ଡ ହାଫିଜ ସଇଦ ସାମିଲ । ଜେଲରେ ରହି କରୁଛି ରାଜନୀତି । ଅଧିକ ପଢନ୍ତୁ

Pakistan General Election
ହାଫିଜ ସଇଦ

ଇସଲାମାବାଦ: ପାକିସ୍ତାନ ନିର୍ବାଚନରେ ସାମିଲ ହୋଇଛି 2008 ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଆତଙ୍କବାଦୀ ହାଫିଜ ସଇଦ । ନିର୍ବାଚନରେ ନୂଆ ପାର୍ଟି ଭାବେ ସାମିଲ ହୋଇଥିବା ମକରାଜି ମୁସଲିମ ଲିଗ ନାମକ ପାର୍ଟି, ଆତଙ୍କବାଦୀ ହାଫିଜ ସଇଦର ହୋଇଥିବା ଚର୍ଚ୍ଚା ହେଉଛି । ଏହି ଦଳ ପକ୍ଷରୁ ନାମାଙ୍କନ ଭରିଥିବା ପ୍ରାର୍ଥୀମାନେ ହାଫିଜ ସଇଦର ପୁଅ ଓ ସମ୍ପର୍କୀୟମାନେ ହୋଇଥିବା ଜଣାପଡିଛି । ଏନେଇ ପାକିସ୍ତାନର ଜାତୀୟ ଗଣମାଧ୍ୟମଗୁଡ଼ିକରେ ଖବର ପ୍ରକାଶ ପାଇଛି ।

ପାକିସ୍ତାନ ସାଧାରଣ ନିର୍ବାଚନକୁ ଆଉ 3 ଦିନ ବାକି । 8 ଫେବ୍ରୁଆରୀରେ ହେବାକୁ ଯାଉଛି ପାକିସ୍ତାନ ସାଧାରଣ ନିର୍ବାଚନ । ଯାହାକୁ ନେଇ ଦେଶର ମାହୋଲ ବେଶ୍ ସରଗରମ ରହିଛି । ଦେଶର ବିଭିନ୍ନ ସ୍ଥାନରେ ପ୍ରାକ୍- ନିର୍ବାଚନୀ ହିଂସା ବି ଦେଖିବାକୁ ମିଳିଛି । ଏହାମଧ୍ୟରେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ନିର୍ବାଚନରେ ପରୋକ୍ଷ ଭାବେ ସାମିଲ ହୋଇଛି ବିଶ୍ୱ ଆତଙ୍କବାଦୀ ହାଫିଜ ସଇଦ । 2008 ମସିହାରେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ପରୋକ୍ଷ ଭାବେ ନିର୍ବାଚନରେ ସାମିଲ ହୋଇଛି । ଏକ ନୂଆ ପାର୍ଟି ଗଠନ କରି ସେ ନିର୍ବାଚନରେ ସାମିଲ ହୋଇଥିବା ଜଣାପଡିଛି । ।

ଏହାମଧ୍ୟ ପଢନ୍ତୁ.. ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ଆଉ ଏକ ଝଟକା, ତୋଷଖାନା ମାମଲାରେ 14 ବର୍ଷ ଜେଲ୍

ପାକିସ୍ତାନ ସାଧାରଣ ନିର୍ବାଚନରେ ମରକାଜି ମୁସଲିମ ଲିଗ ନାମକ ଏକ ନୂଆ ପାର୍ଟି ସାମିଲ ହୋଇଛି । ଏହି ଆତଙ୍କବାଦୀ ହାଫିଜ ସଇଦର ହୋଇଥିବା କୁହାଯାଉଛି । ଗଣମାଧ୍ୟମ ସଂସ୍ଥାରେ ପ୍ରସାରିତ ଖବର ଅନୁଯାୟୀ, ମରକାଜି ମୁସଲିମ ଲିଗ ନାମକ ଏକ ନୂଆ ଦଳ ମୁଣ୍ଡ ଟେକିଥିବା ବେଳେ ଦେଶର ବିଭିନ୍ନ ସହରରେ ଏହି ଦଳର ନେତା ନାମାଙ୍କନ ଭରିଛନ୍ତି । ଏହି ଦଳର ନେତାମାନେ ହାଫିଜ ସଇଦର ପୁଅ, ସମ୍ପର୍କୀୟ ଓ ଲସ୍କର ଏ ତୋୟବା, ଜମାତ ଉଦ ଦାବା ଭଳି ପ୍ରତିବନ୍ଧିତ ମୁସଲିମ ଲିଗ ସହ ଜଡିତ ଲୋକମାନେ ହୋଇଥିବା ଜଣାପଡିଛି ।

ହାଫିଜ ସଇଦକୁ ପାକିସ୍ତାନରର ଆତଙ୍କବାଦ ବିରୋଧି ନ୍ୟାୟାଳୟ ଆତଙ୍କବାଦୀ ସଂଗଠନକୁ ଫଣ୍ଡିଂ ଯୋଗାଉଥିବା ନେଇ ଏକାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ 31 ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ବର୍ତ୍ତମାନ ସେ ଲାହୋର ଜେଲରେ କଏଦୀ ଜୀବନ କାଟୁଛି । ତେବେ 2008 ମସିହାର ଡିସେମ୍ବର 10 ତାରିଖରେ ମିଳିତ ଜାତିସଂଘ ହାଫିଜକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିଥିଲା । 2008 ମସିହା ନଭେମ୍ୱର 26 ତାରିଖରେ ମୁମ୍ବାଇ ହୋଇଥିବା ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ହାଫିଜ ସଇଦ । ଲସ୍କର ଏ ତୋଏବା ଆତଙ୍କୀ ସଂଗଠନର 10 ଜଣ ସଦସ୍ୟ ମୁମ୍ବାଇରେ ହିଂସାକାଣ୍ଡ ଘଟାଇଥିଲେ । ଏହି ହାମଲାରେ 175 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 300 ଜଣ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.