ETV Bharat / international

ଚାକିରିରେ ସଂରକ୍ଷଣ ବିରୋଧରେ ହିଂସା; 25 ମୃତ, ଶତାଧିକ ଆହତ, କାହିଁକି ଘଟିଲା ହିଂସା, ରହିଛି 1971 ଯୁଦ୍ଧ ସହ ଲିଙ୍କ୍ ? - Bangladesh quota violence

author img

By ETV Bharat Odisha Team

Published : Jul 19, 2024, 10:44 AM IST

Bangladesh quota violence: ସରକାରୀ ଚାକିରିରେ ସଂରକ୍ଷଣ ବିରୋଧରେ ଜଳୁଛି ବାଂଲାଦେଶ । ସରକାରୀ ଟିଭି ଚ୍ୟାନେଲରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ । ମୃତ୍ୟୁ ସଂଖ୍ୟା 25ରେ ପହଞ୍ଚିଲା । ଅଧିକ ପଢନ୍ତୁ

Bangladesh quota violence
Bangladesh quota violence (AP Photo)

ଢାକା: ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ବାଂଲାଦେଶରେ ଉଗ୍ରରୂପ ଧାରଣ କରିଛି ବିକ୍ଷୋଭ ପ୍ରଦର୍ଶନ । ଛାତ୍ରଗୋଷ୍ଠୀ ଓ ପୋଲିସ ମୁହାଁମୁହିଁ ହେବାରୁ 19 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସୋମବାର ଠାରୁ ଢାକା ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଏହି ବିଦ୍ରୋହରେ ବର୍ତ୍ତମାନ ସୁଦ୍ଧା 25 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 6 ଜଣ ଢାକାର ଉତ୍ତରାଞ୍ଚଳର ହୋଇଥିବା ବେଳେ 13 ଜଣ ପୋର୍ଟାଲ ସାମ୍ବାଦିକ ରହିଛନ୍ତି ।

ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରୀ: ବାଂଲାଦେଶରେ ହିଂସା ଘଟଣାକୁ ନେଇ ସେଠାରେ ଥିବା ଭାରତୀୟଙ୍କୁ ସଜାଗ ରହିବାକୁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର । ଜରୁରୀ କାମ ନଥିଲା ବାହାରକୁ ନଆସିବାକୁ ଆଡଭାଇରୀରରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଇନଷ୍ଟାଗ୍ରାମରେ ସ୍ବାମୀଙ୍କୁ ଛାଡପତ୍ର ଦେଲେ ଦୁବାଇ ରାଜକୁମାରୀ; ଲେଖିଲେ ଏମିତି କାରଣ - Dubai Princess Divorces Husband

ସରକାରୀ ଟିଭି ଚ୍ୟାନେଲରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ: ହସିନା ସରକାରଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଆନ୍ଦୋଳନ ତେଜିଛି । ଗତକାଲି ଶେଖ ହାସିନା ବିଟିଭିକୁ ସାକ୍ଷାତକାର ଦେଇଥିଲେ । ଏହାପରେ ଉକ୍ତ ସରକାରୀ ଟିଭି ଚ୍ୟାନେଲରେ ପଶି ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ । ଶତାଧିକ ଗାଡି ପୋଡିଯିବା ସହ କିଛି ଲୋକ ଭିତରେ ଫସି ରହିଥିଲେ । ପରିସ୍ଥିତି ଅଣାୟତ ହେବାରୁ ପୋଲିସ କଠୋର ନୀତି ଆପଣାଇଥିଲା । ବିକ୍ଷୋଭକାରୀ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହେବାରୁ 19 ଜଣଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ବାଂଲାଦେଶରେ ଶିକ୍ଷାନୁଷ୍ଠାନ ଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି ।

କାହିଁକି ଘଟିଲା ହିଂସା ?: 1971 ମସିହାରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏଥରେ ଲଢେଇ କରିଥିଲା ସ୍ବାଧୀନତା ସଂଗ୍ରାମୀ ସନ୍ତାନଙ୍କୁ ସରକାରୀ ଚାକିରିରେ 30 ପ୍ରତିଶତ ସଂରକ୍ଷଣ ରହିଛି । ସୁପ୍ରମକୋର୍ଟ ସରକାରୀ ଚାକିରି ସଂରକ୍ଷଣରେ ରୋକ ରୋକ ଲଗାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ରାୟକୁ ଲାଗୁ କରୁନାହାନ୍ତି । ଏହି କୋଟାକୁ ବନ୍ଦ କରିବାକୁ ଦାବି କରୁଛନ୍ତି ବିକ୍ଷୋଭକାରୀ । ସେମାନଙ୍କ କହିବା ଅନୁଯାୟୀ, ଏକି କୋଟା ହସିନାଙ୍କ ସମର୍ଥକଙ୍କ ପାଇଁ ଲାଭଦାୟକ ହୋଇଥିବା ବେଳେ, ଭୋଦଭବ କରାଯାଉଛି । ତେଣୁ ଯୋଗ୍ୟତା ଆଧାରରେ ଚାକିରି ଦିଆଯାଉ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.