ETV Bharat / international

ବାଂଲାଦେଶରେ ନୂଆ ସରକାର, ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ହେଲେ ନୋବେଲ ବିଜେତା ମହମ୍ମଦ ୟୁନୁସ - YUNUS APPOINTED INTERIM GOVT HEAD - YUNUS APPOINTED INTERIM GOVT HEAD

Nobel Laureate Muhammad Yunus Oath Taking Ceremony: ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶରେ ଗଠନ ହେଲା ମଧ୍ୟବର୍ତ୍ତୀକାଳୀନ ସରକାର । ରାଷ୍ଟ୍ରର ନୂଆ ମୁଖିଆ ଭାବେ ଶପଥ ନେଲେ ନୋବେଲ ବିଜେତା ମହମ୍ମଦ ୟୁନୁସ । ଅଧିକ ପଢନ୍ତୁ

Muhammad Yunus
Muhammad Yunus (AP)
author img

By ETV Bharat Odisha Team

Published : Aug 8, 2024, 10:56 PM IST

ଢାକା: ବାଂଲାଦେଶରେ ଆସିଲା ନୂଆ ସରକାର । ରାଷ୍ଟ୍ରର ଅନ୍ତରୀଣ ବା ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରମୁଖ ଭାବେ ଶପଥ ଗ୍ରହଣ କରିଛନ୍ତି ନୋବେଲ ବିଜେତା ମହମ୍ମଦ ୟୁନୁସ । ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ରାଷ୍ଟ୍ରପତି ମହଲ 'ବଙ୍ଗ ଭବନ'ରେ 84 ବର୍ଷୀୟ ୟୁନୁସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରର ନୂଆ ମୁଖିଆ ଭାବେ ୟୁନୁସ ଶପଥ ନେବା ପରେ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ନେତୃତ୍ବରେ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଶାନ୍ତି ବଜାୟ ରହିବା ସହ ହିନ୍ଦୁଙ୍କୁ ସୁରକ୍ଷା ପ୍ରଦାନ କରାଯିବ ବୋଲି ମୋଦି ଆଶାବ୍ୟକ୍ତ କରିଛନ୍ତି ।

ବାଂଲାଦେଶର ନୂଆ ମୁଖିଆ ୟୁନୁସ:-

ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶରେ ଗଠନ ହୋଇଛି ମଧ୍ୟବର୍ତ୍ତୀକାଳୀନ ସରକାର । ଅନ୍ତରୀଣ ସରକାରର ମୁଖ୍ୟ ଭାବେ ରାଷ୍ଟ୍ରପତି ମହଲରେ ଶପଥ ଗ୍ରହଣ କରିଛନ୍ତି ପ୍ରଫେସର ମହମ୍ମଦ ୟୁନୁସ । ଏହି ଶପଥ ଗ୍ରହଣ ସମାରୋହରେ ହସିନାଙ୍କ ଦଳ ପକ୍ଷରୁ କେହି ପ୍ରତିନିଧି ଉପସ୍ଥିତ ନଥିଲେ । ୟୁନୁସଙ୍କ କ୍ୟାବିନେଟରେ 16ଜଣଙ୍କୁ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ 2ଜଣ ଆନ୍ଦୋଳନକାରୀ ଛାତ୍ର ନେତା ଅଛନ୍ତି ।

ଶୁଭେଚ୍ଛା ବାର୍ତ୍ତାରେ କଣ କହିଲେ ମୋଦି:-

ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହେବା ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି X ସାଇଟ୍‌ରେ ଏକ ପୋଷ୍ଟ କରି କହିଛନ୍ତି, "ପ୍ରଫେସର ମହମ୍ମଦ ୟୁନୁସଙ୍କୁ ତାଙ୍କର ନୂତନ ଦାୟିତ୍ବ ଗ୍ରହଣ ପାଇଁ ମୋର ଶୁଭେଚ୍ଛା । ହିନ୍ଦୁ ତଥା ଅନ୍ୟ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ନିରାପତ୍ତାକୁ ସୁନିଶ୍ଚିତ କରି ଶୀଘ୍ର ସ୍ବାଭାବିକ ସ୍ଥିତିର ପୁନଃ ସ୍ଥାପିତ ହେବ ବୋଲି ଆଶା କରୁଛୁ । ଶାନ୍ତି, ନିରାପତ୍ତା ତଥା ବିକାଶ ଲାଗି ଉଭୟ ଦେଶର ଲୋକଙ୍କ ଆକାଂକ୍ଷା ପୂରଣ କରିବାକୁ ବାଂଲାଦେଶ ସହିତ କାମ କରିବା ଲାଗି ଭାରତ ପ୍ରତିଶ୍ରୁତିବଦ୍ଧ ।"

ଏହା ବି ପଢନ୍ତୁ- ସେନା ସମର୍ଥିତ ଅନ୍ତରୀଣ ସରକାର ଦେଖିବ ବାଂଲାଦେଶ, ହସିନାଙ୍କ ପାର୍ଟିର 20 ନେତାଙ୍କୁ କରାଗଲାଣି ହତ୍ୟା

ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ଅର୍ଥନୀତିଜ୍ଞ-ରାଜନେତା ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଭାବରେ ମଙ୍ଗଳବାର ନିଯୁକ୍ତ କରାଯାଇଥିଲା । ସରକାରୀ ଚାକିରିରେ ବିବାଦୀୟ କୋଟା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ବ୍ୟାପକ ବିରୋଧ ପରେ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇ ଭାରତ ଆସିଥିଲେ । ଫଳରେ ବାଂଲାଦେଶର ଦୀର୍ଘ 15ବର୍ଷ ସରକାରର ପତନ ଘଟିଥିଲା ।

କିଏ ମହମ୍ମଦ ୟୁନୁସ ?

୮୪ ବର୍ଷୀୟ ମହମ୍ମଦ ୟୁନୁସ୍ ୨୦୦୬ ମସିହାରେ ନୋବେଲ ଶାନ୍ତି ସମ୍ମାନ ଲାଭ କରିଥିଲେ । ଦେଶରେ ଗରୀବି ହଟାଇବା ପାଇଁ ତାଙ୍କୁ ଏହି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ୟୁନୁସ ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ସଂସ୍ଥାପକ । ସେ ଗ୍ରାମାଞ୍ଚଳରେ ୧୦୦ ଡଲାରରୁ କମ୍ ଋଣ ଯୋଗାଇ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାରେ ସାହାଯ୍ୟ କରିଥିଲେ । ଶେଖ୍ ହସିନାଙ୍କ ଜଣେ ବଡ ସମାଲୋଚକ ଥିଲେ ୟୁନୁସ । ୨୦୧୧ରେ ହସିନା ସରକାର ତାଙ୍କୁ ଗ୍ରାମୀଣ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇଥିଲେ । ହସିନା ସରକାରରେ ତାଙ୍କ ବିରୋଧରେ ୧୯୦ଟି ମାମଲା ରୁଜୁ ହୋଇଥିଲା । ଚଳିତ ବର୍ଷ ଜନୁଆରୀରରେ ଶ୍ରମ ଆଇନ ଉଲ୍ଲଂଘନ ମାମଲାରେ ତାଙ୍କୁ ୬ ମାସ ଜେଲ୍ ଦଣ୍ଡ ମଧ୍ୟ ମିଳିଥିଲା ।

ଏହା ବି ପଢନ୍ତୁ- କିଏ ଏହି ମହମ୍ମଦ ୟୁନୁସ୍ ? ହସିନା ଯିବା ପରେ ବାଂଲାଦେଶରେ ଚଳାଇବେ ଅନ୍ତରୀଣ ସରକାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.