ETV Bharat / international

ସାରା ବିଶ୍ୱ ରାମମୟ: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା, ନ୍ୟୁୟର୍କରେ ଲଡ୍ଡୁ ବଣ୍ଟନ

author img

By ETV Bharat Odisha Team

Published : Jan 22, 2024, 8:56 AM IST

Pran Pratistha celebration: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ବିଶ୍ୱ ଉତ୍ସବମୁଖର । ନ୍ୟୁୟର୍କରେ ବଣ୍ଟାଗଲା ଲଡ୍ଡୁ । ଅଧିକ ପଢନ୍ତୁ

Pran Pratistha celebration
ସାରା ବିଶ୍ୱ ରାମମୟ

ନ୍ୟୁୟର୍କ: ଆଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ କେବଳ ଦେଶ ନୁହେଁ ବିଶ୍ୱର କୋଣ ଅନୁକୋଣ ରାମମୟ । ସବୁଠି ଗୁଞ୍ଜରିତ ହେଉଛି ରାମ ନାମ । ଦେଶ ବିଦେଶରେ ପାଳନ କରାଯାଉଛି ପ୍ରାଣ ପ୍ରତିଷ୍ଠା ମହୋତ୍ସବ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ରବିବାର ଦିନ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ 'ଓଭରସିଜ ଫ୍ରେଣ୍ଡ୍‌ସ ଅଫ ରାମ୍ ମନ୍ଦିର୍' ସଦସ୍ୟମାନେ ମିଠା ବାଣ୍ଟିଛନ୍ତି । ପ୍ରେମ ଭଣ୍ଡାରୀ ନାମକ ଏକ ସଂଗଠନର ସଦସ୍ୟମାନେ ଆମେରିକାରେ ମିଠା ବାଣ୍ଟିବା ସହ ବେଶ୍ ଖୁସିରେ ପାଳନ କରିଛନ୍ତି ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶଂସା କରିଛି ସଂଗଠନ । ଏହି କାର୍ଯ୍ୟକ୍ରମ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ ଲୋକଙ୍କୁ ସଂଯୋଗ କରିଛି ବୋଲି କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ରାମମୟ ଅଯୋଧ୍ୟା ନଗରୀ, ଆଜି ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା

ନ୍ୟୁୟର୍କରେ ରବିବାର ଭାରତୀୟ ପ୍ରବାସୀମାନେ ପାଳନ କରିଛନ୍ତି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏନେଇ ପ୍ରେମ ଭଣ୍ଡାରୀ ସଂଗଠନର ସଦସ୍ୟମାନେ କହିଛନ୍ତି, 'ଏଭଳି ଦିବ୍ୟ ସମୟ ଆମ ଜୀବନକାଳରେ ଦେଖିବାକୁ ମିଳିବ ତାହା କେବେ ଭାବିନଥିଲୁ । ଆଉ କିଛି ସମୟ ପରେ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଅଯୋଧ୍ୟା ଭଳି ଟାଇମ୍ସ ସ୍କୋୟାରରେ ଲୋକମାନେ ବେଶ ଧୁମଧାମରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରୁଛନ୍ତି । ଭାରତୀୟ ପ୍ରବାସୀମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରୁଛନ୍ତି ।'

ଏହାମଧ୍ୟ ପଢନ୍ତୁ.. ପ୍ରାଣ ପ୍ରତିଷ୍ଠା ଉତ୍ସବ: ସକାଳୁ ହୋମଯଜ୍ଞ ଆରମ୍ଭ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସମ୍ପର୍କରେ...

ଆଉ ମଧ୍ୟ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଯୋଗୁ ଭଗବାନ ଶ୍ରୀରାମ ବନବାସରୁ ଫେରି ଆସିଛନ୍ତି । ସାରା ବିଶ୍ୱର ପରିବେଶ ଏବେ ରାମମୟ । ଏହା କେବଳ ଭାରତର 140କୋଟି ଲୋକଙ୍କୁ ନୁହେଁ ବରଂ ବିଦେଶରେ ରହୁଥିବା ଭାରତୀୟ ପ୍ରବାସୀମାନଙ୍କୁ ମଧ୍ୟ ଯୋଡି ରଖିଛି । ଆଜିର ଦିନ ଦୀପାବଳି ଠାରୁ କୌଣସି ଗୁଣରେ କମ ନୁହେଁ ।

ତେବେ ଆମେରିକାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ସେଠାରେ ଥିବା ଭାରତୀୟ ପ୍ରବାସୀମାନେ ଏକାଠି ହୋଇଛନ୍ତି । ଏକାଧିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଆମେରିକାରେ ଏହି ଐତିହାସିକ ଉତ୍ସବକୁ ଧୁମଧାମରେ ପାଳନ କରାଯାଉଛି । ନ୍ୟୁୟର୍କ, ଓ୍ବାଶିଂଟନ, ଡିସି, ବୋସଷ୍ଟୋନ, ଟାଇମ୍ସ ସ୍କୋୟାର, ଲସ୍‌ଆଞ୍ଜେଲ୍ସ, ସାନଫ୍ରାନସିସ୍କୋ ସମେତ ଅନେକ ସ୍ଥାନରେ ପାଳନ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.