ETV Bharat / international

ଜାପାନର ଏହି NGOକୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ଜାପାନର ସ୍ୱଚ୍ଛାସେବୀ ସଂଗଠନ ନିହୋନ ହିଡାନକ୍ୟୋ ନୋବେଲ ଶାନ୍ତି ପୁରସ୍କାର । ଏହି ସଂଗଠନ ଦଶନ୍ଧି ଧରି ପରମାଣୁ ବୋମାର ଭୟାବହତା ନେଇ ସଚେତନ କରୁଛି ।

author img

By ETV Bharat Odisha Team

Published : 2 hours ago

Updated : 46 minutes ago

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା । ନିହୋନ ହିଡାନକ୍ୟୋକୁ ମିଳିବ ଏହି ପୁରସ୍କାର । ହିରୋସୀମା ନାଗାସାକିରେ ଲୋକଙ୍କ ପାଇଁ କାର୍ଯ୍ୟ କରୁଛି ଏହି ସଂଗଠନ । ଜାପାନର ‘ନିହୋନ ହିଡାନକ୍ୟୋ’ ସଂଗଠନକୁ ନୋବେଲ । ବିଶ୍ବକୁ ଆଣବିକ ଅସ୍ତ୍ରରୁ ମୁକ୍ତ ଉଦ୍ୟମ ପାଇଁ ନୋବେଲ । ହିରୋସୀମା ଓ ନାଗାସାକିରେ କାର୍ଯ୍ୟ କରୁଛି ସଂଗଠନ । ଭବିଷ୍ୟତରେ ଯେପରି ଆଣବିକ ଅସ୍ତ୍ର ବ୍ୟବହାର ନହୁଏ ସେଥିପାଇଁ ଉଦ୍ୟମ ଚଳାଇଛି ସଂଗଠନ ।

ବର୍ଷ 2024 ପାଇଁ ଘୋଷଣା ହୋଇଛି ନୋବେଲ ଶାନ୍ତି ପୁରସ୍କାର (Nobel Peace Prize 2024) । ଜାପାନର ସ୍ବଚ୍ଛାସେବୀ ସଂଗଠନକୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଜାପାନର ଏନଜିଓ ସଂଗଠନ ନିହୋନ ହିଡାନକ୍ୟୋକୁ ବିଶ୍ବର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।

Nobel Peace Prize 2024
Nobel Peace Prize 2024 (@NobelPrize)

ନିହୋନ ହିଡାନକ୍ୟୋ ପରମାଣୁ ବୋମା ଆକ୍ରମଣରେ ପୀଡିତ ଲୋକଙ୍କୁ ନେଇ ଗଠିତ ସ୍ବେଚ୍ଛାସେବୀ ସଂଗଠନ । ଏହି ସଂଗଠନ ଦଶନ୍ଧି ଦଶନ୍ଧି ଧରି ପରମାଣୁ ବୋମାର ଭୟାବହତା ନେଇ ସଚେତନ କରିଆସୁଛି । ପରମାଣୁ ବୋମା ବିଭୀଷିକାରୁ ବଞ୍ଚି ଯାଇଥିବା ଲୋକଙ୍କ ପାଇଁ କାମ କରୁଛି । ହିରୋସିମା, ନାଗାସାକି ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ସଂସ୍ଥା । ବିଶ୍ବକୁ ପରମାଣୁ ବୋମା ମୁକ୍ତ କରିବାକୁ ସଚେତନତା ସୃଷ୍ଟି କରୁଛି ସଂଗଠନ ।

ଏହା ବି ପଢନ୍ତୁ - ପଦାର୍ଥ ବିଜ୍ଞାନରେ ୨ ବୈଜ୍ଞାନିକଙ୍କୁ ନୋବେଲ

ଏହା ବି ପଢନ୍ତୁ- ମେଡିସିନରେ ନୋବେଲ: ଭିକ୍ଟର ଆମ୍ବ୍ରୋସ-ଗ୍ୟାରୀ ରୁଭ୍‌କୁନଙ୍କୁ ମିଳିବ ପୁରସ୍କାର - NOBEL PRIZE MEDICINE

ଏହା ବି ପଢନ୍ତୁ- Nobel Peace Prize 2023: ନର୍ଗେସ ମହମ୍ମଦି ପାଇବେ ନୋବେଲ ଶାନ୍ତି ପୁରସ୍କାର

ଏହା ବି ପଢନ୍ତୁ- Nobel Peace Prize 2022: ବେଲାଋଷ ଆଇନଜୀବୀ, ୨ ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର

ଏହା ବି ପଢନ୍ତୁ- Nobel Peace Prize 2021: ଦୁଇ ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର

ସୋମବାର ମେଡିସିନରେ ନୋବେଲ ପାଇଁ ଦୁଇ ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଥିଲା । ମଙ୍ଗଳବାର (ଆଜି) ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ବୁଧବାର ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । ଏହା ବ୍ୟତୀତ ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ଅର୍ଥନୀତି କ୍ଷେତ୍ରରେ ଏହି ପୁରସ୍କାର ବିଜେତା ଅକ୍ଟୋବର ୧୪ରେ ଘୋଷଣା କରାଯିବ ବୋଲି ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା ହୋଇଛି ।

ପଦାର୍ଥ ବିଜ୍ଞାନରେ ୨ ବୈଜ୍ଞାନିକଙ୍କୁ ନୋବେଲ

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର (Nobel Prize 2024) ଘୋଷଣା । ନୋବେଲ ତାଲିକାରେ ଅଛନ୍ତି ୨ ଜଣ ପଦାର୍ଥ ବିଜ୍ଞାନୀ । ଜନ ଜେ. ହୋପଫିଲ୍ଡ (John J. Hopfield), ଜିଓଫ୍ରେ ଇ. ହିଣ୍ଟନ (Geoffrey E. Hinton)ଙ୍କୁ ମିଳିବ ନୋବେଲ । ସ୍ୱିଡେନର ଷ୍ଟକହୋମ ସ୍ଥିତ କାରୋଲିନସ୍କା ପ୍ରତିଷ୍ଠାନରେ ମଙ୍ଗଳବାର ପଦାର୍ଥ ବିଜ୍ଞାନୀ ନୋବେଲ ବିଜେତାଙ୍କ ନାମ ଘୋଷଣା ଗତ 8 ତାରିଖରେ ଘୋଷଣା କରାଯାଇଥିଲା ।

ମେଡିସିନରେ ନୋବେଲ: ଭିକ୍ଟର ଆମ୍ବ୍ରୋସ-ଗ୍ୟାରୀ ରୁଭ୍‌କୁନଙ୍କୁ ମିଳିବ ପୁରସ୍କାର

ମେଡିସିନରେ ନୋବେଲ ପୁରସ୍କାର ଘୋଷଣା । ମେଡିସିନରେ ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରୀ ରୁଭ୍‌କୁନଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ମାଇକ୍ରୋଆରଏନଏ (microRNA) ଏବଂ ଟ୍ରାନ୍ସକ୍ରିପସନ୍ ଜିନ୍ ନିୟନ୍ତ୍ରଣ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ପାଇବେ ଏହି ଦୁଇ ବୈଜ୍ଞାନିକ ।

Last Updated : 46 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.