ETV Bharat / international

ଗାଜାର ଏକ ଆଶ୍ରୟ କ୍ୟାମ୍ପରେ ଇସ୍ରାଏଲ ସେନାର ଆକ୍ରମଣ ! ଶତାଧିକ ମୃତ, 700 ରୁ ଅଧିକ ଆହତ

author img

By ETV Bharat Odisha Team

Published : Feb 29, 2024, 9:14 PM IST

Israeli Forces Open Fire On People In Gaza At Aid Point, 104 Killed: ଗାଜାରେ ଆଶ୍ରୟ କ୍ୟାମ୍ପରେ ଇସ୍ରାଏଲ ସେନାର ଆକ୍ରମଣରେ ଶତାଧିକ ପାଲେଷ୍ଟାନୀୟଙ୍କ ମୃତ୍ୟୁ । 7ଶହରୁ ଅଧିକ ଆହତ ସୂଚନା । ଅଧିକ ପଢନ୍ତୁ

ଗାଜାରେ ଆଶ୍ରୟ କ୍ୟାମ୍ପରେ ଇସ୍ରାଏଲ ସେନାର ଆକ୍ରମଣ ! ଶତାଧିକ ମୃତ

ହାଇଦ୍ରାବାଦ: କିଛି ଦିନର ବ୍ୟବଧାନ ମଧ୍ୟରେ ଗାଜାରେ ପୁଣି ବଡଧରଣର ଆକ୍ରମଣ କରିଛି ଇସ୍ରାଏଲ ସେନା । ଉତ୍ତର ଗାଜାରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ଏହି ଆକ୍ରମଣ ହୋଇଛି । ଏଥିରେ ପ୍ରାୟ ଶତାଧିକ ପାଲେଷ୍ଟାନୀୟଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗାଜାର ଅଭିଯୋଗ ଅନୁସାରେ, ଏହି କ୍ୟାମ୍ପରେ ଖାଦ୍ୟ ଓ ଅନ୍ୟ ରିଲିଫ ସାମଗ୍ରୀ ବିତରଣ ହେଉଥିବା ବେଳେ ଇସ୍ରାଏଲୀ ଫୋର୍ସ ଏହି ଅତର୍କିତ ଆକ୍ରମଣ କରିଛି । ଏବେ ସୁଦ୍ଧା 104ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଷଷ୍ଟ ହୋଇଥିବା ବେଳେ ପ୍ରାୟ 7ଶହ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଆହତଙ୍କ ମଧ୍ୟରେ ବହୁ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଥିବା ଗାଜା ପକ୍ଷରୁ ଦାବି କରାଯାଇଛି ।

ତେବେ ଇସ୍ରାଏଲ ପକ୍ଷରୁ ଏହି ଘଟଣା ସମ୍ପର୍କରେ କୁହାଯାଇଛି ଯେ, ଉତ୍ତର ଗାଜାର ଏକ ସ୍ଥାନରେ ଏକତ୍ରିତ ହୋଇଥିବା ଲୋକଙ୍କ ଠାରୁ କୌଣସି ବିପଦ ଆଶଙ୍କା କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ମୃତାହତ ସଂଖ୍ୟା ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ କୌଣସି ସୂଚନା ଦେଇନି । 104 ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଓ 7ଶହରୁ ଅଧିକ ସାଧାରଣ ଲୋକେ ଆହତ ହୋଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ବାସଭବନରେ ଲଞ୍ଚ ପାଇଁ ସିନ୍ଦେ, ଫଡନାଭିସ୍‌ ଓ ଅଜିତ ପାଓ୍ବାରଙ୍କୁ ଶରଦଙ୍କ ନିମନ୍ତ୍ରଣ

ଗତବର୍ଷ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ହିଂସା ଏବେ ପର୍ଯ୍ୟନ୍ତ ଅନ୍ତ ହେବାର ନାଁ ନେଉନାହିଁ । ଗାଜାରୁ ସଞ୍ଚାଳିତ ହେଉଥିବା ହମାସ ଆତଙ୍କୀ ସଂଗଠନ ପ୍ରଥମେ ଇସ୍ରାଏଲ ଉପରେ ପ୍ରବଳ ରକେଟ ମାଡ କରିଥିଲା । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସୀମାରେ ମଧ୍ୟ ପ୍ରବେଶ କରି ଗୁଳିମାଡ କରିଥିଲେ । ଏଥିରେ ଇସ୍ରାଏଲର ପ୍ରାୟ 14ଶହ ନାଗରିକଙ୍କ ପ୍ରାଣହାନୀ ହୋଇଥିଲା । ମୃତକଙ୍କ ମଧ୍ୟରେ ସେନାର ଯବାନ ମଧ୍ୟ ଥିଲେ । ଏହା ପରେ ଇସ୍ରାଏଲ ସିଧା ଯୁଦ୍ଧ ଘୋଷଣା କରିଥିଲା । ଏବେ ସୁଦ୍ଧା ଇସ୍ରାଏଲ ଆକ୍ରମଣରେ ଗାଜାରେ ପ୍ରାୟ 20 ହଜାର ଲୋକଙ୍କ ପ୍ରାଣହାନୀ ଘଟିସାରିଛି । ପ୍ରଥମେ ଏୟାରଷ୍ଟ୍ରାଇକ କରିବା ପରେ ଏବେ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି ଇସ୍ରାଏଲ ସେନା । ଏକାଧିକ ପର୍ଯ୍ୟାୟର ଅସ୍ତ୍ରବିରତି ଘୋଷାଣା ହେବା ପରେ ପୁଣି ଥରେ ହିଂସା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.