ETV Bharat / international

ଆରବ ଉପକୂଳରୁ ଇସ୍ରାଏଲ ସମ୍ବନ୍ଧିତ ଜାହାଜ ଜବତ କଲା ଇରାନ, ଇସ୍ରାଏଲ ସେନା ଦେଲା ପରିଣାମ ଭୋଗିବାର ଚେତାବନୀ - Iran Seizes Israeli Ship

author img

By ETV Bharat Odisha Team

Published : Apr 13, 2024, 7:33 PM IST

Iran Israeli Seizes Ship Off UAE Coast: ଇସ୍ରାଏଲ- ଇରାନ ତିକ୍ତତା ଉପରେ ସମଗ୍ର ବିଶ୍ବର ନଜର । ଯେକୌଣସି ମୁହୂର୍ତ୍ତରେ ପରସ୍ପର ଉପରେ ଆକ୍ରମଣ କରିପାରନ୍ତି ଉଭୟ ଦେଶ । ଇସ୍ରାଏଲ ସମ୍ବନ୍ଧିତ ଜାହାଜ ଜବତ କଲା ଇରାନ ସେନା । ଇସ୍ରାଏଲ ସେନା କହିଲା ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ । ଅଧିକ ପଢନ୍ତୁ

ଆରବ ଉପକୂଳରୁ ଇସ୍ରାଏଲ ସମ୍ବନ୍ଧିତ ଜାହାଜ ଜବତ କଲା ଇରାନ

ହାଇଦ୍ରାବାଦ: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧର କଳାବାଦଲ । କ୍ରମଶଃ ଜଟିଳ ହେବାରେ ଲାଗିଛି ଇସ୍ରାଏଲ-ଇରାନ ମଧ୍ୟରେ ତିକ୍ତତା । କୌଣସି ପରିସ୍ଥିତିରେ ଇରାନ, ଇସ୍ରାଏଲ ଉପରେ ଆକ୍ରମଣ କରିବାର ଆଶଙ୍କା ମଧ୍ୟରେ ଇରାନ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛି । ଏମିରେଟ୍ସ ଉପକୂଳରେ ଇସ୍ରାଏଲ ସମ୍ବନ୍ଧିତ ଏକ ଜାହାଜକୁ ଜବତ ମଧ୍ୟ କରାଯାଇଛି । ଇରାନ ସେନାର ଏକ ହେଲିକପ୍ଟରରେ ରିଭୋଲୁସନାରୀ ଗାର୍ଡର ଯବାନମାନେ ସମ୍ପୃକ୍ତ ଜାହାଜରେ ଅବତରଣ କରି ଏହାକୁ କବଜାକୁ ନେଇଛନ୍ତି । ଏକଥା ତେହେରାନ ପକ୍ଷରୁ ଘୋଷଣା କରାଯିବା ପରେ ଇସ୍ରାଏଲ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ଏଥିପାଇଁ ଇରାନକୁ ପରିଣାମ ଭୋଗିବାକୁ ପଡିବ ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ପକ୍ଷରୁ ଖୋଲା ଚେତାବନୀ ଦିଆଯାଇଛି ।

ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ)ର ପ୍ରବକ୍ତା ଡାନିଏଲ୍ ହାଗାରୀ ଏକ ଭିଡିଓ ଜାରି କରି କହିଛନ୍ତି, ଇରାନର ଏପରି କାର୍ଯ୍ୟ ଉତ୍ତେଜନା ବୃଦ୍ଧି କରିବାକୁ ଯଥେଷ୍ଟ । ଏଥିପାଇଁ ଇରାନକୁ ପରିଣାମ ଭୋଗିବାକୁ ପଡିବ । ଇସ୍ରାଏଲର ଏହି ଖୋଲା ଚେତାବନୀ ପ୍ରତିଆକ୍ରମଣର ସଙ୍କେତକୁ ଆହୁରି ସ୍ପଷ୍ଟ କରିଛି । କିଛି ଅନ୍ତର୍ଜାତୀୟ ଗଣମାଧ୍ୟରେ ପ୍ରସାରିତ ଖବର ଅନୁସାରେ, ଏହି କଣ୍ଟେନର ଜାହାଜଟି ପର୍ତ୍ତୁଗାଲର । ଏହା ଗତ କିଛି ଦିନ ହେବ ଆରବ ଉପକୂଳରେ ଥିଲା । ଏହା ଇସ୍ରାଏଲ ସହ ବାଣିଜ୍ୟିକ ଭାବେ ସମ୍ପୃକ୍ତ ମଧ୍ୟ । ତେବେ ଆଜି ଅପରାହ୍ନରେ ଏହାକୁ ଜବତ କରାଯିବା ପରେ ଆରବ ସାଗରର ଇରାନ ଅଧିକୃତ ସାମୁଦ୍ରିକ କ୍ଷେତ୍ର ମଧ୍ୟକୁ ନିଆଯାଇଛି । ଏହି ଜାହାଜରେ ଇସ୍ରାଏଲ ନାଗରିକ ଅଛନ୍ତି, କିମ୍ବା ଅନ୍ୟ କେଉଁ ଦେଶର କେତେ ନାଗରିକ ଅଛନ୍ତି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଏହି ତିକ୍ତତା ମଧ୍ୟରେ ଆମେରିକା ମଧ୍ୟ ଏଣ୍ଟ୍ରି ମାରିବାରେ ପଛରେ ନାହିଁ । ଆମେରିକା ନିଜର ଘନିଷ୍ଠ ସହଯୋଗୀ ଇସ୍ରାଏଲକୁ ସହଯୋଗ କରିବା ପାଇଁ ଏକ ଯୁଦ୍ଧ ଜାହାଜ ଆରବ ସାଗରରେ ମୁତୟନ କରିସାରିଛି । ଇରାନ ଯଦି ଇସ୍ରାଏଲ ଉପରେ ଏୟାର ଷ୍ଟ୍ରାଇକ କିମ୍ବା ଡ୍ରୋନ ଷ୍ଟ୍ରାଇକ କରିବ, ତେବେ ଆମେରିକା ନୌସେନା ପକ୍ଷରୁ ମଧ୍ୟ ପ୍ରତିଜବାବ ଦିଆଯାଇପାରେ । ବୈଶ୍ବିକ ସ୍ଥିତିରେ ଦଶନ୍ଧି ଧରି ଆମେରିକା ଓ ଇରାନ ମଧ୍ୟରେ ପ୍ରଛନ୍ନ ତିକ୍ତତା ରହିଥିବା ମଧ୍ୟ ସ୍ପଷ୍ଟ । ଲୋହିତ ସାଗର ଓ ଆରବ ଖାଡିରେ ବାରମ୍ବାର ଜାହାଜ ଆକ୍ରମଣ ଓ ‘ହାଉଥି’ ଆତଙ୍କୀ ଗୋଷ୍ଠୀର କାର୍ଯ୍ୟାକଳାପ ବୃଦ୍ଧି ହେବାକୁ ନେଇ ଆମେରିକା ଇରାନକୁ ଦାୟୀ କରିଥିଲା । ଇରାନର ସମର୍ଥନରେ ୟେମେର ‘ହାଉଥି’ ଆତଙ୍କୀ ଗୋଷ୍ଠୀ ଲୋହିତ ସାଗରୀୟ କ୍ଷେତ୍ରରେ ଅସ୍ଥିରତ ସୃଷ୍ଟି କରୁଛି ବୋଲି ଆମେରିକା ଅଭିଯୋଗ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- ‘ଇଦ’ ସମ୍ବୋଧନରେ ଇରାନ ମୁଖ୍ୟଙ୍କ ଖୋଲା ଚେତାବନୀ, ‘ଇସ୍ରାଏଲ ଦଣ୍ଡ ପାଇବା ଉଚିତ ଓ ନିଶ୍ଚିତ ପାଇବ’ - Iran threatens to Israel

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତମାସ ପ୍ରାରମ୍ଭରେ ଇସ୍ରାଏଲ ବାୟୁସେନା ସିରିୟାରେ ଥିବା ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ପ୍ରାୟ 12 ଜଣଙ୍କର ପ୍ରାଣହାନୀ ହୋଇଥିଲା । ମୃତକଙ୍କ ମଧ୍ୟରେ ଇରାନ ରିଭୋଲୁସନାରୀ ଗାର୍ଡର 7ଜଣ ଯବାନ ଓ ଅନ୍ୟ ଇରାନୀୟ ଅଧିକାରୀ ମଧ୍ୟ ଥିଲେ । ତେବେ ଏହି ଅଭିଯୋଗକୁ ଇସ୍ରାଏଲ ସ୍ବୀକାର କରିନଥିଲା । କିନ୍ତୁ ପୂର୍ବରୁ ଗାଜା ଆକ୍ରମଣ ପରଠାରୁ ଇସ୍ରାଏଲ ଓ ଇରାନ ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ଥିବା ବେଳେ ଏବେ ଏହା ଆହୁରି ଜଟିଳ ହେବାକୁ ଯାଉଛି । ଇଦ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅସବରରେ ଇରାନର ସର୍ବୋଚ୍ଚ ଶାସକ ଇସ୍ରାଏଲକୁ ନିଶ୍ଚିତ ଜବାବ ମିଳିବ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.