ETV Bharat / international

କିର୍ଗିଜସ୍ତାନରେ ଭିଡହିଂସାରେ 4 ପାକିସ୍ତାନୀ ଛାତ୍ର ମୃତ, ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି - Kyrgyzstan violence - KYRGYZSTAN VIOLENCE

Mob Violence In Kyrgyzstan: ଭିଡହିଂସାରେ 4 ପାକିସ୍ତାନୀ ଛାତ୍ରଙ୍କ ମୃତ୍ୟୁ ପରେ ଭାରତୀୟଙ୍କ ସୁରକ୍ଷା ନେଇ ବଢିଲା ଚିନ୍ତା । ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ । ସ୍ଥିତି ଉପରେ କଡା ନଜର ରଖିଛି ନୂଆଦିଲ୍ଲୀ । ଅଧିକ ପଢନ୍ତୁ

କିର୍ଗିଜସ୍ଥାନରେ ଭିଡହିଂସାରେ 4 ପାକିସ୍ତାନୀ ଛାତ୍ର ମୃତ, ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି
କିର୍ଗିଜସ୍ଥାନରେ ଭିଡହିଂସାରେ 4 ପାକିସ୍ତାନୀ ଛାତ୍ର ମୃତ, ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 3:03 PM IST

ହାଇଦ୍ରାବାଦ: କିର୍ଗିଜସ୍ତାନରେ ଅଣସ୍ଥାନୀୟ ତଥା ବିଦେଶୀ ଛାତ୍ରଙ୍କ ବିରୋଧରେ ହିଂସା ଦେଖାଯାଇଛି । ଗତକାଲି ହିଂସାରେ ପାକିସ୍ତାନର 4 ଛାତ୍ରଙ୍କୁ ହତ୍ୟା କରିଛନ୍ତି ଦଙ୍ଗାକାରୀ । ସମଗ୍ର କିର୍ଗିଜସ୍ତାନ ରାଜଧାନୀରେ ହାଇଆଲର୍ଟ ଜାରି କରାଯାଇଛି । ଏପରି ସ୍ଥିତିରେ ଭାରତୀୟ ଛାତ୍ର ଓ ନାଗରିକଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢିଛି । ସେମାନଙ୍କ ପାଇଁ ଗାଇଡଲାଇନ ଜାରି କରିଛି ଭାରତୀୟ ଦୂତାବାସ । ସମସ୍ତ ଭାରତୀୟଙ୍କୁ ନିରାପଦ ସ୍ଥାନରେ ରହିବା ଓ ବାହାରକୁ ନବାହାରିବା ପାଇଁ ଗାଇଡଲାଇନରେ କୁହାଯାଇଛି । କୌଣସି ସହାୟତା ପାଇଁ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ମଧ୍ୟ କୁହାଯାଇଛି ।

ଘଟଣା ସମ୍ପର୍କରେ କିର୍ଗିଜସ୍ତାନରେ ଥିବା ଭାରତୀୟ ଦୂତାବାସ ଟ୍ବିଟ୍‌ କରି କହିଛି,‘‘ଘଟଣା ସମ୍ପର୍କରେ ଆମେ ଅବଗତ ହେବା ପରେ ଭାରତୀୟ ଛାତ୍ର ଓ ଅନ୍ୟ ନାଗରିକଙ୍କ ସହ ଯୋଗାଯୋଗରେ ରହିଛୁ । ଏବେ ସ୍ଥିତି ସ୍ଥିର ରହିଛି । ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ସହ କୌଣସି ସହାୟତା ପାଇଁ ଦୂତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଅନ୍ୟପଟେ ଦୂତାବାସର ଗାଇଡଲାଇନ ଓ ସ୍ଥିତି ସମ୍ପର୍କରେ ବିଦେଶ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସ୍ଥିତି ଉପରେ ନୂଆଦିଲ୍ଲୀ ତୀକ୍ଷ୍ଣ ନଜର ରଖିଛି । ଦୂତାବାସ ଘଟଣା ସମ୍ପର୍କରେ ନଜର ରଖିଛି । ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :- ସ୍ବାତୀ ମାଲିଓ୍ବାଲ ମାମଲାରେ ସିସିଟିଭି ଫୁଟେଜ ଜାରି କଲା AAP, ବିଭବ କୁମାରଙ୍କୁ ଉଠାଇନେଲା ପୋଲିସ - Swati Maliwal Assault case

13 ତାରିଖରୁ ଏହି ହିଂସାତ୍ମକ ସ୍ଥିତି ଦେଖିବାକୁ ମିଳିଛି । ସ୍ଥାନୀୟ ଛାତ୍ର ଓ ଇଜିପ୍ଟର ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣରୁ ହିଂସା ଘଟିଥିଲା । ଏହାର ଭିଡିଓ ଭାଇରାଲ ହୋଇଥିଲା । ଏହି ହିଂସା ସମ୍ପର୍କରେ ଜଣାପଡିବା ପରେ ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି ହୋଇଥିଲା । ବିଭିନ୍ନ ସ୍ଥାନରେ ସ୍ଥାନୀୟ ଛାତ୍ରଗୋଷ୍ଠୀ ଓ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଗତକାଲି ହୋଇଥିବା ହିଂସାରେ 4 ଜଣ ପାକିସ୍ତାନୀ ଛାତ୍ର ପ୍ରାଣ ହରାଇଥିଲେ । ଏବେ ମଧ୍ୟ କିଛି ସ୍ଥାନରେ ହିଂସାତ୍ମକ ସ୍ଥିତି ଲାଗି ରହିଛି । ବିଭିନ୍ନ ଦେଶର ଦୂତାବାସ ସେମାନଙ୍କର ଦେଶର ଛାତ୍ର ଓ ନାଗରିକଙ୍କ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଭାରତ ମଧ୍ୟ ନିଜ ନାଗରିକଙ୍କ ପାଇଁ ପରାମର୍ଶ ଜାରି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.