ETV Bharat / international

ଭଗବତ ଗୀତା ପାଠ କରି ଶପଥ ନେଲେ ଅଷ୍ଟ୍ରେଲିଆର ଭାରତୀୟ ବଂଶଜ ସିନେଟର - Australia

Indian-origin Australian Senator Varun Ghosh takes oath on Bhagavad Gita: ଅଷ୍ଟ୍ରେଲିଆ ସଂସଦରେ ଗୀତା ପାଠ କରି ଶପଥ ନେଲେ ଭାରତୀୟ ବଂଶଜ ସିନେଟର ବରୁଣ ଘୋଷ । ଅଧିକ ପଢନ୍ତୁ

ଭଗବତ ଗୀତା ପାଠ କରି ଶପଥ ନେଲେ ଅଷ୍ଟ୍ରେଲିଆର ଭାରତୀୟ ବଂଶଜ ସିନେଟର

author img

By ETV Bharat Odisha Team

Published : Feb 6, 2024, 10:03 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ସଂସଦରେ ଭଗବତ ଗୀତା ପାଠ କରି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଜଣେ ଭାରତୀୟ ବଂଶଜ ସିନେଟର । ଏହି ଭାରତୀୟ ବଂଶୋଦ୍ଭୋବ ସିନେଟର ହେଉଛନ୍ତି ରାହୁଲ ଘୋଷ । ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥର ବାସିନ୍ଦା ବରୁଣ ଅଷ୍ଟ୍ରିଲଆର ସିନେଟକୁ ସଦସ୍ୟ ଭାବେ ମନୋନିତ ହୋଇଛନ୍ତି । ସେ ପ୍ରତିନିଧିତ୍ବ କରୁଥିବା ଲେଜିସିଲେଟିଭି କାଉନସିଲ ଓ ଆସମ୍ବଲି ତାଙ୍କୁ ସିନେଟର (ଜାତୀୟ ବ୍ୟବସ୍ଥାପିକାର ସଦସ୍ୟ) ଭାବେ ମନୋନିତ କରିବା ପରେ ସେ ଆଜି ଗୃହରେ ସଦସ୍ୟ ପଦର ଶପଥ ପାଠ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନିଜଙ୍କ ସହ ବରୁଣ ଘୋଷ

ତେବେ ସେ ଜଣେ ବଂଶାନୁକ୍ରମିକ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିବାରୁ ନିଜ ଧାର୍ମିକ ଆସ୍ଥା ଅନୁସାରେ, ଭଗବତ ଗୀତା ପାଠ କରି ଶପଥ ଗ୍ରହଣ କରିଛନ୍ତି । ତେବେ ସେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ଆନ୍ଥୋନା ଆଲବନିଜ ଓ ଅନ୍ୟ ମନ୍ତ୍ରୀ ତଥା ସିନେଟରଙ୍କ ସହ ସାକ୍ଷାତ କରିଛନ୍ତି । ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ବିଭିନ୍ନ ଦେଶର ଶାସନ ବ୍ୟବସ୍ଥାରେ ଭାରତୀୟ ବଂଶୋଦ୍ଭୋବଙ୍କ ପ୍ରତିନିଧିତ୍ବ ରହିଛି । ହେଲେ ବିଦେଶୀ ସଂସଦରେ ଗୀତା ପାଠ କରି ଶପଥ ନେବାରେ ବରୁଣ ପ୍ରଥମ ଭାରତୀୟ ବଂଶୋଦ୍ଭବ ବୋଲି କୁହାଯାଉଛି ।

ବରୁଣଙ୍କ ସମ୍ପର୍କରେ...

ଭଗବତ ଗୀତା ପାଠ କରି ଶପଥ ନେଲେ ଅଷ୍ଟ୍ରେଲିଆର ଭାରତୀୟ ବଂଶଜ ସିନେଟର
ଭଗବତ ଗୀତା ପାଠ କରି ଶପଥ ନେଲେ ଅଷ୍ଟ୍ରେଲିଆର ଭାରତୀୟ ବଂଶଜ ସିନେଟର

ବରୁଣଙ୍କ ଜନ୍ମ ଭାରତରେ ହୋଇଥିଲା । ତାଙ୍କୁ ମାତ୍ର 17 ବର୍ଷ ବୟସ ହୋଇଥିବା ବେଳେ 1980 ମସିହାରେ ତାଙ୍କ ପରିବାର ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ସେଠାରେ ବରୁଣ ଉଚ୍ଚଶିକ୍ଷା ଶେଷ କରିଥିଲେ । ଓ୍ବେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟରୁ ସେ କଳା ଓ ଆଇନରେ ଉଚ୍ଚଶିକ୍ଷା ଶେଷ କରିବା ପରେ ଜଣେ ବାରିଷ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ୟୁରୋପ ଗସ୍ତ କରି ପ୍ରତିଷ୍ଠିତ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ଲ’ ପାସ କରିଥିଲେ । ସେ ସେଠାରେ ଜଣେ ସ୍କଲାର ଭାବେ ସମ୍ମାନିତ ମଧ୍ୟ ହୋଇଥିଲେ । ଏହା ପରେ ସେ ନ୍ୟୁ-ୟର୍କରେ ଜଣେ ଫାଇନାନ୍ସ ଆର୍ଟର୍ଣ୍ଣି ଭାବେ କାମ କରିଥିଲେ । ପରେ ସେ ଆମେରିକାର ରାଜଧାନୀ ଓ୍ବାଶିଂଟନ ଡିସିରେ ବିଶ୍ବବ୍ୟାଙ୍କର କନସଲଟାଣ୍ଟ ଭାବେ ମଧ୍ୟ କାର୍ଯ୍ୟ କରିବାର ଅବସର ପାଇଥିଲେ । ଏହା ପରେ ସେ ପୁଣି ଅଷ୍ଟ୍ରେଲିଆ ଫେରିଥିଲେ ।

ଅଷ୍ଟ୍ରେଲିଆ ଲେବର ପାର୍ଟିରୁ ରାଜନୈତିକ ଜୀବନ ଆରମ୍ଭ:- 2015ରେ ସେ ଅଷ୍ଟ୍ରେଲିଆ ଫେରିବା ପରେ ଲେବର ପାର୍ଟିରେ ଯୋଗଦାନ କରି ରାଜନୀତିରେ ପ୍ରବେଶ କରିଥିଲେ । 2019ରେ ଅଷ୍ଟ୍ରେଲିଆରେ ସେ ଲେବର ପାର୍ଟି ଟିକେଟରେ ସାଧାରଣ ନିର୍ବାଚନ ଲଢିଥିଲେ । ହେଲେ ଏଥିରେ ତାଙ୍କୁ ପରାଜିତ ହେବାକୁ ପଡିଥିଲା । କିଛି ବର୍ଷ ଦଳରେ କାମ କରିବା ପରେ ଏବେ ସେ ସିନେଟର ଭାବେ ସଂସଦକୁ ମନୋନିତ ହୋଇଛନ୍ତି ।

ଆମେରିକା ଓ ୟୁରୋପ ଶାସନରେ ବ୍ୟବସ୍ଥାରେ ଏକାଧିକ ଚର୍ଚ୍ଚିତ ଭାରତୀୟ ବଂଶଜ:- ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବଂଶଧର ଋଷି ସୁନକ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଅଛନ୍ତି । ସେହିପରି ଆମେରିକାର ଉପରାଷ୍ଟ୍ରପତି କମଲା ହାରିଶ ମଧ୍ୟ ଜଣେ ଭାରତୀୟ ବଂଶଜ । ଏହା ବ୍ୟତୀତ ଆମେରିକା, ୟୁରୋପର ଏକାଧିକ ଦେଶର ଶାସନ ବ୍ୟବସ୍ଥାରେ ଭାରତୀୟ ବଂଶଜଙ୍କ ପ୍ରତିନିଧିତ୍ବ ରହିଛି । ଏଥର (2024) ରେ ହେବାକୁ ଥିବା ଆମେରିକା ସାଧାରଣ ନିର୍ବାଚନରେ ମଧ୍ୟ ଏକାଧିକ ଭାରତୀୟ ବଂଶଜ ଆଶାୟୀ ପ୍ରାର୍ଥୀଙ୍କ ନାମ ରାଷ୍ଟ୍ରପତି ପଦ ଦୌଡରେ ଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.