ନୂଆଦିଲ୍ଲୀ: ଫିଲିପାଇନ୍ସକୁ ଭାରତର ଭେଟି । ଭାରତର ବ୍ରହ୍ମାସ୍ତ୍ର କୁହାଯାଉଥିବା ସୁପରସୋନିକ କ୍ରୁଜ ମିସାଇଲ 'ବ୍ରହ୍ମୋସ'କୁ ଫିଲିପାଇନ୍ସକୁ ରପ୍ତାନୀ କଲା ଭାରତ । ସି-17 ଗ୍ଲୋବମାଷ୍ଟର ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ସାହାଯ୍ୟରେ ଏହି ମିସାଇଲକୁ ପଠାଯାଇଛି । ତେବେ ଉଭୟ ଦେଶ ପାଇଁ ଏହି ଚୁକ୍ତିନାମା ବେଶ ଗୁରୁତ୍ୱ ବହନ କରୁଥିଲା । କାରଣ ଚୀନ ଓ ଫିଲିପାଇନ୍ସ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ସମୟରେ ଚୀନର ଦାଦାଗିରିର ମୁକାବିଲା କରିବା ପାଇଁ ଏହି ମିସାଇଲ ବେଶ ଫିଲିପାଇନ୍ସ ପାଇଁ ବେଶ ଗୁରୁତ୍ୱବହନ କରେ । ଅନ୍ୟପଟେ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବାକୁ ପ୍ରୟାସ କରୁଥିବା ଭାରତକୁ ଏହି ଚୁକ୍ତି ଏକ ନୂଆ ଦିଗ ପ୍ରଦାନ କରିଛି ।
ଜାନୁଆରୀ 2022ରେ ବ୍ରାହ୍ମୋସ ମିସାଇଲ କ୍ରୟ ନେଇ ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । 37କୋଟି 50 ଲକ୍ଷ ଟଙ୍କାରେ ବ୍ରହ୍ମୋସକୁ କ୍ରୟ କରିଛି ଫିଲିପାଇନ୍ସ । 290 କିଲୋମିଟର ପରିସରରେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ରପ୍ତାନୀ କରିବା ପାଇଁ ଏହା ପ୍ରଥମ ଚୁକ୍ତି ରହିଥିଲା । ତେବେ ଦକ୍ଷିଣ ଚୀନ ସାଗରରେ ଚୀନର ଦାଦାଗିରି ବଢୁଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଏହି ମିସାଇଲ ବେଶ ଗୁରୁତ୍ୱ ସାବ୍ୟସ୍ତ ହେବ । ଅନ୍ୟପଟେ ଫିଲିପାଇନ୍ସ ନୌସେନା ଆମେରିକା ସହ ମଧ୍ୟ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଉପଲବ୍ଧି, ମାର୍ଚ୍ଚରେ 'ବ୍ରହ୍ମୋସ' ବିକିବ ଭାରତ
'ବ୍ରହ୍ମୋସ'କୁ ଭାରତର 'ବ୍ରହ୍ମାସ୍ତ୍ର କୁହାଯାଏ । ଏହାକୁ ଋଷର ସହାୟତାର ପ୍ରସ୍ତୁତ କରିଛି ଭାରତର ଡିଆରଡିଓ । ବ୍ରହ୍ମୋସ ଦୁନିଆର ସବୁଠୁ ଦ୍ରୁତଗତିରେ ଆକ୍ରମଣ କରିବାର କ୍ଷମତା ରଖେ । ଏହାକୁ ଭାରତର ସି-17 ଗ୍ଲୋବମାଷ୍ଟର ବିମାନ ଯୋଗେ ଫିଲିପାଇନ୍ସ ରପ୍ତାନୀ କରାଯାଇଛି । ଭାରତ ଓ ଫିଲିପାଇନ୍ସ ମଧ୍ୟରେ ଜାନୁଆରୀ ମାସ 2022ରେ ଏହି ମିସାଇଲ କ୍ରୟ ବିକ୍ରୟ ନେଇ ଚୁକ୍ତି ହୋଇଥିଲା । ଏହି ଡିଲ ଭାରତ ପାଇଁ ମଧ୍ୟ ବେଶ ଲାଭଦାୟକ ଅଟେ । କାରଣ ଏହି ଡିଲ ପରେ ଭାରତ ଅସ୍ତ୍ରଶସ୍ତ୍ର ନିର୍ମାତା ଦେଶ ଭାବରେ ବିଶ୍ୱରେ ଆଉ ଏକ ସଫଳତା ହାସଲ କରିଛି । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ନିଜକୁ ଗୋଟେ ପାଦ ନେଇଛି ଦେଶ ।
ସୂଚନାଯୋଗ୍ୟ, ଦକ୍ଷିଣ ଏସିଆର ଅନେକ ଦେଶ ବ୍ରହ୍ମୋସ ମିସାଇଲ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିରେ ଇଣ୍ଡୋନେସିଆ, ଭିଏତନାମ ଭଳି ଦେଶ ମଧ୍ୟ ସାମିଲ ହୋଇଛନ୍ତି । ଭିଏତନାମ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ଭାରତ ସହିତ 625 ନିୟୁତ ଡଲାରର ଚୁକ୍ତି କରିବାକୁ ଇଚ୍ଛା ପ୍ରକାଶ କରିଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା ।