ETV Bharat / international

ବିମାନ ଯାତ୍ରୀଙ୍କ ପାଇଁ ମୃତ୍ୟୁର ଯନ୍ତା ପାଲଟିଛି କାଠମାଣ୍ଡୁ ! ପୁଣି ହେଲିକପ୍ଟର କ୍ରାସ, ୫ ମୃତ - Helicopter Crash in Nepal

author img

By ETV Bharat Odisha Team

Published : Aug 7, 2024, 7:44 PM IST

Helicopter Crashes In Nepal: ନେପାଳରେ ପୁଣି ହେଲିକପ୍ଟର କ୍ରାସ ନେଲା 5 ଜୀବନ । ଗତମାସ 24 ତାରିଖରେ ପ୍ଲେନ କ୍ରାସରେ ପ୍ରାଣ ହରାଇଥିଲେ 18 ଯାତ୍ରୀ । ବିମାନ ଯାତ୍ରୀଙ୍କ ପାଇଁ ମୃତ୍ୟୁର ଯନ୍ତା ପାଲିଟିଛି କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ । ଅଧିକ ପଢନ୍ତୁ

ନେପାଳରେ ପୁଣି ହେଲିକପ୍ଟର କ୍ରାସ, 5 ମୃତ
ନେପାଳରେ ପୁଣି ହେଲିକପ୍ଟର କ୍ରାସ, 5 ମୃତ (ETV Bharat Odisha)

ହାଇଦ୍ରାବାଦ: ନିକଟରେ ବଡଧରଣର ବିମାନ ଦୁର୍ଘଟଣା ଦେଖିଥିବା ନେପାଳରେ ଆଜି ପୁଣି ଏକ ହେଲିକପ୍ଟର କ୍ରାସ ହୋଇଛି । ଏଥିରେ ପାଇଲଟଙ୍କ ସମେତ ଯାତ୍ରା କରୁଥିବା ସମସ୍ତ 5 ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଚୀନର ନାଗରିକ ହୋଇଥିବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ରାଜଧାନୀ କାଠମାଣ୍ଡୁର ଉତ୍ତର-ପଶ୍ଚିମ ପର୍ବତାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । କେଉଁ କାରଣରୁ ଦୁର୍ଘଟଣା ଘଟିଛି, ସେନେଇ ତଦନ୍ତ ଜାରି ରହିଛି ।

କାଠମାଣ୍ଡୁରେ ପୁଣି ହେଲିକପ୍ଟର କ୍ରାସ:

ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ନେପାଳର ‘ଏୟାର ଡାଏନଷ୍ଟି’ ଆଭିଏସନ ସଂସ୍ଥାର ଏକ ହେଲିକପ୍ଟର (9N-AJD) କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରସୁଆ ଅଭିମୁଖେ ଉଡାଣ ଭରିଥିଲା । ଏହାକୁ ଜଣ ପାଇଲଟ ଉଡାଉଥିବା ବେଳେ ଏଥିରେ 4ଜଣ ଚୀନ ନାଗରିକ ଯାତ୍ରା କରୁଥିଲେ । ମାତ୍ର କିଛି ମିନିଟର ଉଡାଣ ପରେ ହେଲିକପ୍ଟରଟି କାଠମାଣ୍ଡୁର ଉତ୍ତର-ପଶ୍ଚିମ ପର୍ବତାଞ୍ଚଳ ଆକାଶରେ ଥିବା ସମୟରେ ରାଡାର ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ପରେ ଏହା କ୍ରାସ ହୋଇଥିବା ଜଣାପଡିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏଥିରେ ହେଲିକପ୍ଟରର ଅବଶେଷ ସହ ସମସ୍ତ 5 ମୃତଦେହ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାର କାରଣ ସମ୍ପର୍କରେ ଜାଣିବା ପାଇଁ ତଦନ୍ତ ଜାରି ରହିଛି । ପ୍ରାଥମିକ ଭାବେ ଯାନ୍ତ୍ରିକ ତ୍ରୁଟି କିମ୍ବା ଲୋ-ଭିଜିବିଲିଟି ପାଇଁ ହେଲିକପ୍ଟରଟି କ୍ରାସ ହୋଇଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଟେକଅଫ୍‌ ବେଳେ ରନୱେରେ ପ୍ଲେନ୍ କ୍ରାସ: ଜଳିଗଲେ ୧୮ ଯାତ୍ରୀ, ନେପାଳରେ ବାରମ୍ବାର ବିମାନ ଦୁର୍ଘଟଣା ପଛର ରହସ୍ୟ ! - Nepal Plane crash

  • ଗତମାସରେ ବିମାନ ଦୁର୍ଘଟଣାରେ ଯାଇଥିଲା 18 ଜୀବନ:-

ଗତମାସ (ଜୁଲାଇ) 24 ତାରିଖରେ ନେପାଳ ରାଜଧାନୀ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା । ଟେକ୍‌ ଅଫ୍ କରିବା ବେଳେ ରନ-ୱେରେ କ୍ରାସ ହୋଇଥିଲା ଏକ ଯାତ୍ରାବାହୀ ବିମାନ । ଦୁର୍ଘଟଣାରେ ୧୮ ଜଣ ଯାତ୍ରୀ ଜଳିଯାଇଥିଲେ । ଏହି ବିମାନଟି କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୋଖରା ଅଭିମୁଖେ ଉଡାଣ ଭରୁଥିଲା । ଏଥିରେ କ୍ରୁ ମେମ୍ବରଙ୍କ ସମେତ ମୋଟ 18ଜଣ ଟେକ୍ନିକାଲ ଷ୍ଟାଫ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।

  • ନେପାଳରେ ବିମାନ ଦୁର୍ଘଟଣାର ଇତିହାସ:-

ନିକଟ ଅତୀତରେ ନେପାଳରେ ଅନେକ ବିମାନ ଦୁର୍ଘଟଣା ଘଟିଛି । 1955 ମସିହା ପରଠାରୁ ନେପାଳ ଅତିକମରେ 69ଟି ବିମାନ ଦୁର୍ଘଟଣା ଦେଖିଛି । ଏଥିମଧ୍ୟରୁ 45ଟି ଭୟଙ୍କର ଦୁର୍ଘଟଣା ଥିଲା । ଏଥିରେ ପ୍ରାୟ 900 ଲୋକଙ୍କର ମୃତ୍ୟୁ ଘଟିଛି । ବାରମ୍ବାର ଦୁର୍ଘଟଣା କାରଣରୁ ନେପାଳ ଅନ୍ତର୍ଜାତୀୟ ସ୍ତରରେ କିଛି କଟକଣାର ସାମ୍ନା ମଧ୍ୟ କରିବାକୁ ବାଧ୍ୟ ହୋଇଛି । 2013 ମସିହାରେ ୟୁରୋପୀୟ ୟୁନିଅନ ନେପାଳର ସମସ୍ତ ଏୟାରଲାଇନ୍ସକୁ ୟୁରୋପୀୟ ଆକାଶମାର୍ଗରେ ଉଡାଣ ଭରିବାକୁ ନିଷେଧାଦେଶ ଜାରି କରିଥିଲା । 2022 ମସିହା ନଭେମ୍ବର ମାସରେ ଏହି କଟକଣାକୁ ପୁନଃସମୀକ୍ଷା କରାଯାଇଥିଲେ ସୁଦ୍ଧା ସୁରକ୍ଷା କାରଣରୁ ଏବେ ପର୍ଯ୍ୟନ୍ତ ବଳବତ୍ତର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.