ETV Bharat / international

କିଏ ଏହି 28 ବର୍ଷୀୟ ଜୋର୍ଡାନ ବାର୍ଡେଲା, ହୋଇପାରନ୍ତି ଫ୍ରାନ୍ସର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ - New PM of France

Jordan Bardella in France politics: କିଏ ଏହି 28 ବର୍ଷୀୟ ଜୋର୍ଡାନ ବାର୍ଡେଲା । ଯିଏ ହୋଇପାରନ୍ତି ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ । କଣ ତାଙ୍କ ରାଜନୈତିକ କ୍ୟାରିୟର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 8, 2024, 8:20 PM IST

ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଦେଖିବ ଫ୍ରାନ୍ସ: କିଏ ଏହି 28 ବର୍ଷୀୟ ଜୋର୍ଡାନ ବାର୍ଡେଲା
ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଦେଖିବ ଫ୍ରାନ୍ସ: କିଏ ଏହି 28 ବର୍ଷୀୟ ଜୋର୍ଡାନ ବାର୍ଡେଲା (ETV Bharat Odisha)

ହାଇଦ୍ରାବାଦ: ଫ୍ରାନ୍ସ ସଂସଦୀୟ ନିର୍ବାଚନରେ ଜନାଦେଶ ପ୍ରକାଶ ପାଇସାରିଛି । ଏହି ଘଟଣାକ୍ରମରେ ଫ୍ରାନ୍ସ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଦେଖିପାରେ । 28 ବର୍ଷୀୟ ଜୋର୍ଡାନ ବାର୍ଡେଲା ହୋଇପାରନ୍ତି ଫ୍ରାନ୍ସର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । କଠୋର ଦକ୍ଷିଣପନ୍ଥୀ ରାଜନୈତିକ ଦଳ ‘ନ୍ୟାସନାଲ ରାଲି’ର ଯୁବନେତା ନେତା ତଥା ୟୁନିଭର୍ସିଟି ଡ୍ରପଆଉଟ ଛାତ୍ର 28 ବର୍ଷୀୟ ଜୋର୍ଡାନ ବାର୍ଡେଲା ଏବେ ପ୍ରଧାନମନ୍ତ୍ରୀ ରେସରେ ଆଗରେ ଅଛନ୍ତି । ଦକ୍ଷିଣପନ୍ଥୀ ରାଜନୈତିକ ଦଳ ନ୍ୟାସନାଲ ରାଲିର ବର୍ତ୍ତମାନର ମୁଖ୍ୟ ହେଉଛନ୍ତି ଜୋର୍ଡାନ ବାର୍ଡେଲା ।

ପ୍ରାଥମିକ ଜୀବନ ଏବଂ ଶିକ୍ଷା:

ବାର୍ଡେଲା 1995 ମସିହାରେ ଉତ୍ତର ପ୍ୟାରିସର ଉପକଣ୍ଠ ସେଇନ୍-ସେଣ୍ଟ-ଡେନିସରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ସେ ମୂଳ ଫରାସୀ ନୁହନ୍ତି । ତାଙ୍କ ପିତାମାତା ଥିଲେ ଆଲଜେରିଆର ମୂଳ ଇଟାଲୀୟ ବଂଶଜ । ମାତ୍ର ସେମାନେ ସେଇନ୍-ସେଣ୍ଟ-ଡେନିସ ଚାଲିଆସିଥିଲେ । ବାର୍ଡେଲା ଏକ ଘରୋଇ ବିଦ୍ୟାଳୟରେ ପାଠ ପଢା ଶେଷ କରିବା ପରେ ବିଶ୍ବବିଦ୍ୟାଳୟରେ ପାଠ ପଢା ଆରମ୍ଭ କରିଥିଲେ । ମାତ୍ର ତାହା ସମ୍ପୂର୍ଣ୍ଣ କରିପାରିନାହାନ୍ତି । ତାଙ୍କ ନାମରେ ଏପର୍ଯ୍ୟନ୍ତ କୌଣସି ବିଶ୍ବବିଦ୍ୟାଳୟ ଡିଗ୍ରୀ ନାହିଁ । ମାତ୍ର 17 ବର୍ଷ ବୟସରେ ସେ ‘ନ୍ୟାସନାଲ ରାଲି’ ମାଧ୍ୟମରେ ଫରାସୀ ରାଜନୀତିରେ ପ୍ରବେଶ କରିଥିଲେ ।

‘ନ୍ୟାସନାଲ ରାଲି’ର ମୁଖ୍ୟ ମରିନ ଲେ ପେନ ତାଙ୍କୁ ରାଜନୈତିକ ଶିଷ୍ୟ ଭାବେ ଫରାସୀ ରାଜନୀତିକୁ ଆଣିଥିଲେ । ପରେ ଏକାଧିକ ଗୁରୁଦାୟିତ୍ବ ମଧ୍ୟ ତାଙ୍କ କାନ୍ଧରେ ନ୍ୟସ୍ତ କରାଯାଇଥିଲା । ଏପରିକି ସେ କିଛି ବର୍ଷ ମଧ୍ୟରେ ପାର୍ଟିର ସର୍ବୋଚ୍ଚ କମାଣ୍ଡ ମଧ୍ୟ ସମ୍ଭାଳିଥିଲେ । ବିଶ୍ବବିଦ୍ୟାଳୟରୁ ଅଧାରୁ ପାଠ ପଢା ଛାଡିଥିବା ଜୋର୍ଡାନ ବାର୍ଡେଲା 2019 ରେ ସେ ଦଳର ଉପାଧ୍ୟକ୍ଷ ପଦ ଗ୍ରହଣ କରିଥିଲେ । ମରିନ ଲେ ପେନଙ୍କୁ ବାର୍ଡେଲାଙ୍କ ରାଜନୈତିକ ଗୁରୁ ବା ମେଣ୍ଟର ବୋଲି କୁହାଯାଏ ।

ଏହା ପୂର୍ବରୁ ବାର୍ଡେଲା ୟୁରୋପୀୟ ସଂଘରେ ଦ୍ବିତୀୟ ସର୍ବକନିଷ୍ଠ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିବାର ରେକର୍ଡ କରିଛନ୍ତି । ଚଳିତ ନିର୍ବାଚନରେ ସେ ହିଁ ପାର୍ଟିର ନିର୍ବାଚନୀ କମାଣ ସମ୍ଭାଳିଥିଲେ । 2022 ରେ ପାର୍ଟିର ମୁଖ୍ୟ ହେବା ପରେ ଚଳିତଥର ତାଙ୍କ ନେତୃତ୍ବରେ ଦଳ ନିର୍ବାଚନ ଲଢିଥିଲା । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ତାଙ୍କ ନେତୃତ୍ବରେ ନ୍ୟାସନାଲ ରାଲି ଭଲ ପ୍ରଦର୍ଶନ କରିଥିଲା । ଗତକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ନ୍ୟାସନାଲ ରାଲି 143 ଆସନରେ ବିଜୟ ହାସଲ କରିଛି ।

ନ୍ୟାସନାଲ ରାଲିର ଅଧ୍ୟକ୍ଷ କିଏ:-

ଫ୍ରାନ୍ସ ରାଜନୀତିରେ ଗତଥର ବିରୋଧୀ ଦଳ ଭୂମିକାରେ ଥିବା ଏହି ନ୍ୟାସନାଲ ରାଲି ଏକ ଦକ୍ଷିଣପନ୍ଥୀ ରାଜନୈତିକ ସଂଗଠନ । 1972 ରେ ଫ୍ରାନ୍ସ ଦକ୍ଷିଣପନ୍ଥୀ ଆନ୍ଦୋଳନରୁ ଏହା ଜନ୍ମ ନେଇଥିଲା । ଏହାର ପ୍ରତିଷ୍ଠାତା ହେଉଛନ୍ତି ମରିନ ଲେ ପେନ । ବର୍ଷ 2022 ରେ ଏହି ପାର୍ଟିର ମୁଖ୍ୟ ହୋଇଥିଲେ ଜୋର୍ଡାନ ବାର୍ଡେଲା । ଏହା ମରିନ ଲେ ପେନଙ୍କ ଇଚ୍ଛା ଅନୁସାରେ କରାଯାଇଥିଲା । ଏହା ପୂର୍ବରୁ ସେ ଦଳର ଉପାଧ୍ୟକ୍ଷ ଦାୟିତ୍ବରେ ଥିଲେ । ଚଳିତଥର ଦଳ ଭଲ ପ୍ରଦର୍ଶନ କରିବା ପରେ ସେ ଏବେ ଫ୍ରାନ୍ସ ଇତିହାସର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ମାତ୍ର ସେ ଫ୍ରାନ୍ସର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ହାସଲ କରିପାରିବେ କି ନାହିଁ, ତାହା ଖୁବଶିଘ୍ର ସ୍ପଷ୍ଟ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.