ETV Bharat / international

ଅଷ୍ଟ୍ରେଲିଆରେ ପାଣିରେ ବୁଡି ୪ ଭାରତୀୟଙ୍କ ମୃତ୍ୟୁ - Death in Mass Drowning

Four Indians Die In Australia: ଅଷ୍ଟ୍ରେଲିଆରେ ଫିଲିପ୍ ଆଇଲ୍ୟାଣ୍ଡରେ ଥିବା ଅସୁରକ୍ଷିତ ବିଚରେ ଘଟିଛି ହୃଦୟ ବିଦାରକ ଦୁର୍ଘଟଣା । ସମୁଦ୍ରରେ ବୁଡି ୪ ଭାରତୀୟ ମୃତ୍ୟୁବରଣ କରିଛନ୍ତି । ଅଧିକ ପଢନ୍ତୁ

ଅଷ୍ଟ୍ରେଲିଆରେ ପାଣିରେ ବୁଡି ୪ ଭାରତୀୟଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Jan 26, 2024, 7:03 AM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଘଟିଛି ଏକ ହୃଦୟ ବିଦାରକ ଦୁର୍ଘଟଣା । ଭିକ୍ଟୋରିଆ ରାଜ୍ୟରେ ସମୁଦ୍ରରେ ବୁଡି ୪ ଭାରତୀୟ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାଟି ଗତ ବୁଧବାର ଫିଲିପ୍ ଆଇଲ୍ୟାଣ୍ଡରେ ଥିବା ଅସୁରକ୍ଷିତ ବିଚରେ ଘଟିଛି । ତେବେ ଗତ ୨୦ ବର୍ଷ ମଧ୍ୟରେ ଏହା ସବୁଠୁ ଦୁଃଖଦ ଦୁର୍ଘଟଣା ବୋଲି ଜରୁରୀକାଳୀନ ସେବା କର୍ତ୍ତୃପକ୍ଷ କହିଛନ୍ତି ।

ସରକାରଙ୍କ ଜରୁରୀ କାଳୀନ ସେବା ତରଫରୁ କୁହାଯାଇଛି ଯେ ମୃତକ ମାନେ ବୁଧବାର ଦିନ ଅପରାହ୍ନ ୩.୩୦ ସମୟରେ ସମୁଦ୍ର ମଧ୍ୟରେ ବୁଡି ଯାଇଥିଲେ । ଲାଇଫ ସେଭିଙ୍ଗ ଭିକ୍ଟୋରିଆ ଏଜେନ୍ସିକୁ ଉକ୍ତ ୪ ଜଣଙ୍କୁ ଉଦ୍ଧାର କରିବା ପାଇଁ ସହାୟତା ମଗାଯାଇଥିଲା । ଘଟଣାସ୍ଥଳ ଠାରୁ ଠାରୁ କିଛି କିଲୋମିଟର ଦୂରତାରେ ଥିବା ପାଟ୍ରୋଲଡ ହୋଇଥିବା ଲାଇଫଗାର୍ଡ ସାଇଟ ସେମାନେ ଥିଲେ ବୋଲି ଲାଇଫ ସେଭିଙ୍ଗ ଭିକ୍ଟୋରିଆ ଏଜେନ୍ସିର କମାଣ୍ଡର କେନ ଟ୍ରେଲୋର କହିଛନ୍ତି ।

ଟ୍ରେଲୋର କହିଛନ୍ତି ଯେ ଆମର ଲାଇଫ ଗାର୍ଡ ପହଞ୍ଚିବା ପରେ ସେଠାରେ ଥିବା ଅଫ ଡ୍ୟୁଟି ବଡିଗାର୍ଡ ମାନେ ପାଣି ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କୁ ଆମ ରେସ୍କ୍ୟୁ ବୋଟ ପାଣି ମଧ୍ୟରୁ ଉଦ୍ଧାର କରିଥିଲା । ସେମାନେ ଅଚେତ ଥିବା ସହ କୌଣସି ପ୍ରକାର ପ୍ରତିକ୍ରିୟା ଦେଖାଇ ନ ଥିଲେ । ଉଦ୍ଧାରକାରୀ ଦଳ ସେମାନଙ୍କୁ ସିପିଆର୍ ଦେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିଥିଲା । ଅଧିକାରୀ ମାନଙ୍କ ତରଫରୁ ମୃତକଙ୍କ ନାମ ପ୍ରକଟ କରାଯାଇନାହିଁ । ଆପ୍ରାଣ ଉଦ୍ୟମ ସତ୍ତ୍ବେ ଉକ୍ତ ତିନି ଜଣଙ୍କ ଘଟଣା ସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ... କ୍ରାସ୍ ପରେ ଜଳିଗଲା ଋଷ ସେନା ବିମାନ, 60 ୟୁକ୍ରେନ ଯୁଦ୍ଧବନ୍ଦୀଙ୍କ ମୃତ୍ୟୁ ଆଶଙ୍କା

ଏ ସମ୍ପର୍କରେ ଅଷ୍ଟ୍ରେଲିଆରେ କାନବେରା ସ୍ଥିତ ଭାରତୀୟ ହାଇକମିଶନର ଆଜି ସୋସିଆଲ ମିଡିଆ ଏକ୍ସରେ ମୃତକ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଲେଖିଛନ୍ତି,"ଅଷ୍ଟ୍ରେଲିଆର ଫିଲିପ ଆଇଲ୍ୟାଣ୍ଡରେ ୪ ଜଣ ଭାରତୀୟମାନଙ୍କ ପାଣିରେ ବୁଡି ମୃତ୍ୟୁ ଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ମାନଙ୍କ ଆତ୍ମାର ସଦଗତି କାମନା କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛୁ । ସମସ୍ତ ପ୍ରକାର ସହାୟତା ଦେବା ପାଇଁ ଆମେ ପ୍ରସ୍ତୁତ ଅଛୁ ।"

ମୃତକ ମାନଙ୍କ ମଧ୍ୟରେ ୨୦ ବର୍ଷୀୟ ଜଣେ ପୁରୁଷ ଓ ୨ ଜଣ ମହିଳା ଥିବା ବେଳେ ଅନ୍ୟ ଜଣେ ୪୩ ବର୍ଷୀୟ ମହିଳା ଅଛନ୍ତି ଓ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି କହିଛନ୍ତି ଭିକ୍ଟେରିଆ ପୋଲିସ କମିଶନର କାରେନ ନିହୋମ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତ ୪୩ ବର୍ଷୀୟ ମହିଳା ଜଣକ ଛୁଟି କାଟିବା ପାଇଁ ଅଷ୍ଟ୍ରେଲିଆ ଆସିଥିବା ବେଳେ ଅନ୍ୟ ୩ ଜଣ ମେଲବର୍ଣ୍ଣର କ୍ଲାଏଡ ଅଞ୍ଚଳରେ ରହୁଥିଲେ । ଉଦ୍ଧାର କରିବା ପରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ବର୍ଷୀୟ ଯୁବତୀ ଜଣଙ୍କ ଆଲଫ୍ରେଡ ହସ୍ପିଟାଲକୁ ଯିବା ବାଟରେ ଜୀବନ ଚାଲି ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.