ETV Bharat / international

ଇସ୍ରାଏଲରେ 'ଅଲ ଜଜିରା' ବ୍ୟାନ୍, ଆତଙ୍କୀ ଚ୍ୟାନେଲ କହିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ - Al Jazeera ban in Israel

author img

By ETV Bharat Odisha Team

Published : Apr 2, 2024, 7:29 AM IST

Al Jazeera ban in Israel: ଇସ୍ରାଏଲରେ 'ଅଲ ଜଜିରା' ଗଣମାଧ୍ୟମ ଚ୍ୟାନେଲ ପ୍ରସାରଣ ଉପରେ ରୋକ୍ ଲଗାଇଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ହମାସ ସାଙ୍ଗରେ ସାମିଲ ଥିବା ସହିତ ଦେଶର ହିଂସା ସୃଷ୍ଟି କରୁଥିବା ଭଳି ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ

Al Jazeera ban in Israel
Al Jazeera ban in Israel

ହାଇଦ୍ରାବାଦ: ଇସ୍ରାଏଲରେ 'ଅଲ ଜଜିରା' ଗଣମାଧ୍ୟମ ଚ୍ୟାନେଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଏହାକୁ ଆତଙ୍କବାଦୀ ଚ୍ୟାନେଲ ଭାବେ ଦର୍ଶାଇବା ସହ ନିଜ ଦେଶରେ ପ୍ରସାରଣ ଉପରେ ରୋକ୍ ଲଗାଇଛନ୍ତି । ଏନେଇ ସଂସଦରେ ଏକ ଆଇନ ପାରିତ କରାଯିବା ପରେ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଆଉ ମଧ୍ୟ ଏହି ଚ୍ୟାନେଲ ଦେଶର ସୁରକ୍ଷାରେ କ୍ଷତି ପହଞ୍ଚାଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ନେତାନ୍ୟାହୁ ଅନ୍ତର୍ଜାତୀୟ ଗଣମାଧ୍ୟମ ଚ୍ୟାନେଲ 'ଅଲ ଜଜିରା'କୁ ଆତଙ୍କୀ ଚ୍ୟାନେଲ କହିବା ସହ ଦେଶରେ ଏହାର ପ୍ରସାରଣ ଉପରେ ରୋକ୍ ଲଗାଇଛନ୍ତି । ସେ କହିଛନ୍ତି ଯେ, ଅକ୍ଟୋବର 7ରେ ହୋଇଥିବା ହମାସ୍ ଆକ୍ରମଣରେ ସାମିଲ ହେବା ସହ ଏହି ଚ୍ୟାନେଲ ଇସ୍ରାଏଲ ବିରୋଧରେ ହିଂସା ସୃଷ୍ଟି କରୁଛି । ଏହି 'ଆତଙ୍କବାଦୀ ଚ୍ୟାନେଲ' ଇସ୍ରାଏଲରେ ପ୍ରସାରଣ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନେତାନ୍ୟାହୁ । ସଂସଦରେ ଏନେଇ ଏକ ଆଇନ ପ୍ରଣୟନ କରିବା ପରେ 'ଅଲ ଜଜିରା' ପ୍ରସାରଣକୁ ଇସ୍ରାଏଲରୁ ନିବୃତ୍ତ କରିଛନ୍ତି । ନୂତନ ନିୟମ ଅନୁଯାୟୀ ଚ୍ୟାନେଲର ପ୍ରସାରଣକୁ ବନ୍ଦ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ମୋର ଉଦ୍ଦେଶ୍ୟ ବୋଲି କହିଛନ୍ତି ନେତାନ୍ୟାହୁ ।

ଏହାମଧ୍ୟ ପଢନ୍ତୁ... ନେତାନ୍ୟାହୁଙ୍କର ହେବ ହାର୍ନିଆ ଅସ୍ତ୍ରୋପଚାର, ସାମୟିକ ଦାୟିତ୍ବରେ ରହିବେ ଇସ୍ରାଏଲର ଉପ-ପ୍ରଧାନମନ୍ତ୍ରୀ ଲେଭିନ - Netanyahu To Undergo Hernia Surgery

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏନେଇ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ଆତଙ୍କୀ ଚ୍ୟାନେଲ 'ଅଲ ଜଜିରା' ଏବେ ଇସ୍ରାଏଲରେ ପ୍ରସାରଣ ହେବ ନାହିଁ । ଚ୍ୟାନେଲର କାର୍ଯ୍ୟରେ ରୋକ ଲଗାଇବା ପାଇଁ ଏକ ନୂତନ ଆଇନ ପାରିତ ହୋଇଛି । ଏହି ଆଇନ ଅନୁଯାୟୀ କାର୍ଯ୍ୟ କରିବା ମୋର ସଂକଳ୍ପ ଅଟେ ।

ଅନ୍ୟପଟେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟାମାନ ସାମ୍ନାକୁ ଆସିଛି । ଆମେରିକା ଏହାକୁ ଚିନ୍ତାଜନକ ବିଷୟ କହିଛି । ହ୍ୱାଇଟ ହାଉସ୍ ପ୍ରେସ୍ ସଚିବ କୈରିନ ଜିନ ପିୟରେ ଅଲ ଜଜିରା ଉପରେ ଇସ୍ରାଏଲ ଲଗାଇଥିବା ଅଭିଯୋଗକୁ ଚିନ୍ତାଜନକ କହିଛନ୍ତି । ସେ କହିଛନ୍ତି ଯେ, ଆମେ ଗଣମାଧ୍ୟମର ସ୍ୱତନ୍ତ୍ରତା ଉପରେ ବିଶ୍ୱାସ କରୁ । ଯଦି ଏହି ରିପୋର୍ଟରେ ସତ୍ୟତା ରହିଛି ତେବେ ଏହା ଆମମାନଙ୍କ ପାଇଁ ଚିନ୍ତାଜନକ ବିଷୟ ଅଟେ ।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର 7 ତାରିଖରେ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଥିଲା । ଏହାପଠରୁ 2 ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧର କଭରେଜ ବେଳେ ଅଲ ଜଜିରାର ଅନେକ ସାମ୍ବାଦିକ ପ୍ରାଣ ହରାଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.