ETV Bharat / international

ଜାପାନରେ ଶକ୍ତ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 6.6 - Strong Earthquake in Japan - STRONG EARTHQUAKE IN JAPAN

STRONG EARTHQUAKE IN JAPAN: ଶକ୍ତ ଭୂକମ୍ପ ଝଟକାରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ତୀବ୍ରତା 6.6 ରେକର୍ଡ ହୋଇଛି । ଅଧିକ ପଢନ୍ତୁ

JAPAN EARTHQUAKE
JAPAN EARTHQUAKE
author img

By ETV Bharat Odisha Team

Published : Apr 18, 2024, 4:26 PM IST

ଟୋକିଓ: ଶକ୍ତ ଭୂମିକମ୍ପ ଝଟକାରେ ଥରିଲା ଜାପାନର ଦକ୍ଷିଣ-ପଶ୍ଚିମାଞ୍ଚଳ । ଏଥିରେ 9 ଜଣ ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସେପରି କୌଣସି ବଡ଼ ଧରଣର କ୍ଷତି ହୋଇନଥିବା ବେଳେ ସୁନାମି ଆଲର୍ଟ ମଧ୍ୟ ନାହିଁ । ତେବେ ଏହି ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା 6.6 ରେକର୍ଡ ହୋଇଥିବା ବେଳେ ସମୁଦ୍ର ପୃଷ୍ଠରୁ ପ୍ରାୟ 50 କିଲୋମିଟର ତଳ ପର୍ଯ୍ୟନ୍ତ ଝଟକା ଅନୁଭୂତ ହୋଇଥିବା ଜାପାନୀ ପାଣିପାଗ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି ।

କ୍ୟୁଶୁ ଦ୍ବୀପରେ ଥିବା ଏହିମ ପ୍ରିଫେକ୍ଚର, କୋଚି ଏବଂ ଓଟାଠାରେ ଲୋକେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିଙ୍କ ସୂଚନାନୁସାରେ ବୁଧବାର ବିଳମ୍ବିତ ରାତ୍ରି ତଥା ଗୁରୁବାର ଅନୁଭୂତ ହୋଇଥିବା ଏହି ଭୂକମ୍ପରେ ଏହିମ ପ୍ରିଫେକ୍ଚଠାରେ 6 ଜଣ, କୋଚିରେ ଜଣେ ଓ ଓଟା ଏବଂ କ୍ୟୁଶୁଠାରେ 2 ଜଣ ଆହତ ହୋଇଛନ୍ତି । ଏମାନେ ଘରେ ପଡ଼ିଯିବା ଫଳରେ ଆହତ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଚୀନ ବି ଥରିଲା

କୋଚିର ସୁକୁମୋ ସହରର ଅନେକ ସ୍ଥାନରେ ପାଣି ପାଇପ ଫାଟିଯାଇଥିବା ବେଳେ ଏହିମ ସ୍ଥିତ ଏକ ବୁଦ୍ଧ ମନ୍ଦିରରୁ ପଥର ଖସିଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ସେହିପରି ଛାତର ଟାଇଲ ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି । ଶିକୋକୁ ଓ କ୍ୟୁଶୁଠାରେ 3ଟି ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଥିବା ବେଳେ ତାହା ଉପରେ ଭୂକମ୍ପର କୌଣସି ପ୍ରଭାବ ପଡ଼ିନଥିବା ନ୍ୟୁକିୟର ରେଗୁଲେସନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- Earthquake In Japan: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ

ଚଳିତ ମାସ ଏପ୍ରିଲ 4ରେ ଥରିଥିଲା ଜାପାନ:- 2024 ଏପ୍ରିଲ 4 ତାରିଖ ସକାଳୁ ସକାଳୁ ଭୂକମ୍ପରେ ଥରିଥିଲା ଜାପାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.3 ରେକର୍ଡ କରାଯାଇଥିଲା । ଜାପାନର ହୋସୁଂରେ ଏହି ବଡ ଧରଣର ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ଝଟକା ଚୀନ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।

ସୂଚନା ଥାଉ କି ପ୍ରଶାନ୍ତ 'ରିଙ୍ଗ ଅଫ ଫାୟାର' ଭାବରେ ଜାପାନ ହେଉଛି ବିଶ୍ବର ଭୂକମ୍ପ ପ୍ରବଣ ଅଞ୍ଚଳ ମଧ୍ୟରୁ ଅନ୍ୟତମ । ଗତ ମାର୍ଚ୍ଚ 2011ରେ 9.0 ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଥଇବା ବେଳେ ପରବର୍ତ୍ତୀ ସୁନାମି ଜାପାନର ଉତ୍ତର-ପୂର୍ବ ଉପକୂଳରେ ଥିବା ବୃହତ ଅଞ୍ଚଳକୁ ଧ୍ବଂସ କରିଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ 20 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା ​​ଏବଂ ଫୁକୁସିମା ଡାଇଚି ପରମାଣୁ ତରଳିବାରେ ଲାଗିଥିଲା । ଜାନୁଆରୀ 1ରେ ନୋଟୋର ଉତ୍ତର-କେନ୍ଦ୍ରୀୟ ଅଞ୍ଚଳରେ 7.6 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି 241 ଜଣଙ୍କର ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.