ETV Bharat / health

ବଢୁଛି ଆତ୍ମହତ୍ୟା ପ୍ରବଣତା; ବର୍ଷକୁ ଜୀବନ ହାରୁଛନ୍ତି 7 ଲକ୍ଷ, ପ୍ରେମରେ ବିଫଳ କାରଣ ! - World suicide prevention day

author img

By ETV Bharat Health Team

Published : Sep 10, 2024, 12:06 PM IST

Updated : Sep 10, 2024, 1:10 PM IST

World suicide prevention day: ଭାରତରେ ବଢୁଛି ଆତ୍ମହତ୍ୟା ମାମଲା । ଖାସ୍ କରି ଯୁବବର୍ଗ ମଧ୍ୟରେ ଅଧିକ ଆତ୍ମହତ୍ୟା ପ୍ରବଣତା ଦେଖାଯାଉଛି । ଏହି ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ ହେଉଛି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ । ପଢନ୍ତୁ ଏହାର ମହତ୍ତ୍ବ ଓ ଇତିହାସ ସମ୍ପର୍କରେ

ବଢୁଛି ଆତ୍ମହତ୍ୟା ପ୍ରବଣତା; ବର୍ଷକୁ ଜୀବନ ହାରୁଛନ୍ତି 7 ଲକ୍ଷ
ବଢୁଛି ଆତ୍ମହତ୍ୟା ପ୍ରବଣତା; ବର୍ଷକୁ ଜୀବନ ହାରୁଛନ୍ତି 7 ଲକ୍ଷ (ETV Bharat)

ହାଇଦ୍ରାବାଦ: ଭାରତରେ ଉପରମୁହାଁ ରହିଛି ଆତ୍ମହତ୍ୟା ଗ୍ରାଫ୍ । ବେଶ୍ କିଛି ବର୍ଷ ହେଲା, ଉଭୟ ଦେଶ ଓ ରାଜ୍ୟରେ ଆତ୍ମହତ୍ୟା ମାମଲା ବଢିଚାଲିଛି । ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଅଧିକ ଦେଖାଯାଉଛି ଆତ୍ମହତ୍ୟା ପ୍ରବଣତା । କିଏ ପ୍ରେମରେ ବିଫଳ ହୋଇ ତ ଆଉ କିଏ ପରୀକ୍ଷାରେ ଫେଲ୍ ହେବାରୁ ନିଜ ଜୀବନ ନେଇଯାଉଛି । କିଛି ଦିନ ହେଲା ରାଜସ୍ଥାନ କୋଟାରେ ସିରିଜ୍ ଛାତ୍ର ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏଠାରେ ନିଟ୍, ଜେଇଇ ମେନ୍ ଓ ଆଇଆଇଟି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ମୃତ୍ୟୁକୁ ଶ୍ରେୟ ମାନୁଛନ୍ତି । ବିଭିନ୍ନ ପଦକ୍ଷେପ ସତ୍ତ୍ବେ କୋଟା ଆତ୍ମହତ୍ୟା ରୋକାଯାଇପାରୁନି । ଏହାବାଦ୍ ସରକାରଙ୍କ ମାଳ ମାଳ କୃଷକ କଲ୍ୟାଣକାରୀ ଯୋଜନା ସତ୍ତ୍ବେ ଚାଷୀ ଆତ୍ମହତ୍ୟାରେ ମଧ୍ୟ ସମ୍ପୂର୍ଣ୍ଣ ବିରାମ ଲାଗିପାରିନି ।

ମୁଖ୍ୟତଃ ଆତ୍ମହତ୍ୟାର ପ୍ରମୁଖ କାରଣ ପ୍ରେମ ବ୍ୟାପାର, ପରୀକ୍ଷାରେ ବିଫଳତା, ପାରିବାରିକ ବିବାଦ ଓ ଆର୍ଥିକ ସମସ୍ୟା । ପ୍ରତି ମିନିଟ୍‌ରେ ବିଭିନ୍ନ କାରଣରୁ କେଉଁଠି ନା କେଉଁଠି କେହି ଆତ୍ମହତ୍ୟା କରୁଛି । ତେଣୁ ସାରା ବିଶ୍ବରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନସଚେତନା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 10 ତାରିଖରେ ପାଳନ ହେଉଛି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ।

ବଢୁଛି ଆତ୍ମହତ୍ୟା ପ୍ରବଣତା; ବର୍ଷକୁ ଜୀବନ ହାରୁଛନ୍ତି 7 ଲକ୍ଷ, ପ୍ରେମ-ପରୀକ୍ଷାରେ ବିଫଳ ନେଉଛି ଜୀବନ
ବଢୁଛି ଆତ୍ମହତ୍ୟା ପ୍ରବଣତା; ବର୍ଷକୁ ଜୀବନ ହାରୁଛନ୍ତି 7 ଲକ୍ଷ, ପ୍ରେମ-ପରୀକ୍ଷାରେ ବିଫଳ ନେଉଛି ଜୀବନ (ETV Bharat)

ଇତିହାସ ଓ ମହତ୍ତ୍ବ:

ଆଜି ଆତ୍ମହତ୍ୟା ନିରୋଧ ଦିବସ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଅନ୍ତର୍ଜାତୀୟ ଆତ୍ମହତ୍ୟା ନିରୋଧ ସଂଗଠନ (International Association for Suicide)ର ମିଳିତ ଆନୁକୂଲ୍ୟରେ 2003ରୁ ପ୍ରତିବର୍ଷ ଆତ୍ମହତ୍ୟା ନିରୋଧ ଦିବସ ପାଳନ ହୋଇଆସୁଛି । ଯାହା ସ୍ପଷ୍ଟ ବାର୍ତ୍ତା ଦିଏ ଯେ, ଆତ୍ମହତ୍ୟାକୁ ରୋକାଯାଇପାରିବ । ଆତ୍ମହତ୍ୟା ଏକ ଗୁରୁତର ସାର୍ବଜନିକ ସମସ୍ୟା ଅଟେ, ଯାହାର ପରିଣାମ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସୁଦୂରପ୍ରସାରୀ ।

ଚଳିତ ବର୍ଷର ଥିମ୍:

ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସର ଚଳିତ ବର୍ଷର ଥିମ୍ ରହିଛି- 'ଆପୋଷ ଆଲୋଚନା ମାଧ୍ୟମରେ ଆତ୍ମହତ୍ୟା ଧାରଣାର ସମାଧାନ କରିବା ।' ଆତ୍ମହତ୍ୟାକୁ ନେଇ ଧାରଣା ବଦଳାଇବା । ନୀରବ ନରହି ଓ ଲୋକଲଜ୍ଜାକୁ ନ ଡରି ଅନ୍ୟ ସହ ଆଲୋଚନା କରିବା ।

ଭାରତରେ ବଢୁଛି ଆତ୍ମହତ୍ୟା ମୃତ୍ୟୁ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆକଳନ ଅନୁସାରେ, ପ୍ରତିବର୍ଷ 7 ଲକ୍ଷରୁ ଅଧିକ ଲୋକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହେଉଛି । ସେଥିମଧ୍ୟରୁ 77 ପ୍ରତିଶତ ମାମଲା ସ୍ବଳ୍ପ ଓ ମଧ୍ୟମ ଆୟବର୍ଗ ଦେଶରେ ଘଟୁଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB)ର 2022 ତଥ୍ୟ ଅନୁସାରେ, ବିଶ୍ବବ୍ୟାପୀ ଆତ୍ମହତ୍ୟା ତାଲିକାରେ ଭାରତ ସର୍ବାଗ୍ରେ । ପ୍ରତି 1 ଲକ୍ଷ ଜନସଂଖ୍ୟାରେ ଆତ୍ମହତ୍ୟା ହାର 12.4 ପ୍ରତିଶତ । 2022ରେ ଦେଶରେ ପ୍ରାୟ 1 ଲକ୍ଷ 71 ହଜାର ଲୋକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା, ଯାହାକି 2021 ତୁଳନାରେ 4.2 ପ୍ରତିଶତ ଓ 2018 ତୁଳନାରେ 27 ପ୍ରତିଶତ ଅଧିକ ।

ଅଧ୍ୟୟନରୁ ଜଣାପଡେ ଯେ, ଆତ୍ମହତ୍ୟା କରୁଥିବା ପ୍ରାୟ 50ରୁ 90 ପ୍ରତିଶତ ଲୋକ ଚିନ୍ତା, ଅବସାଦ ଭଳି ମାନସିକ ବ୍ୟାଧି ପୀଡିତ ।

ନିଜ ଜୀବନ ନେଉଛନ୍ତି ଛାତ୍ରଛାତ୍ରୀ:

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକ ଆତ୍ମହତ୍ୟା ପ୍ରବଣତା ବଢୁଛି । ରାଜସ୍ଥାନ କୋଟାରେ ସିରିଜ୍ ଛାତ୍ର ଆତ୍ମହତ୍ୟା ଏହାର ଏକ ଝଲକ । NCRB 2022 ରିପୋର୍ଟରେ ଅନୁସାରେ, ଦେଶରେ ଅଧିକ ଆତ୍ମହତ୍ୟା ପ୍ରବଣ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ଆଗରେ । ଏଠାରେ ସର୍ବାଧିକ 1834 ଜଣ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶ (1308) ଦ୍ବିତୀୟ, ତାମିଲନାଡୁ (1246) ତୃତୀୟ ରହିଛି । 2020ରେ ଦେଶରେ ଛାତ୍ର ଆତ୍ମହତ୍ୟା ସଂଖ୍ୟା 12 ହଜାର 526 ଥିଲା । 2022ରେ 13 ହଜାର 089 ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।

ସେନା ବାହିନୀରେ ଆତ୍ମହତ୍ୟା ପ୍ରବଣତା:

କେବଳ ସାଧାରଣ ନାଗରିକ ନୁହେଁ, ବେସାମରିକ କର୍ମଚାରୀ ତଥା ଦେଶ ସୁରକ୍ଷାରେ ମୁତୟନ ଯବାନଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ମଧ୍ୟ ଉଦବେଗଜନକ ରହିଛି । 2014ରୁ 2021 ମଧ୍ୟରେ ଭାରତୀୟ ସେନା ବାହିନୀରେ 787 ଜଣ ଯବାନଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ କେବଳ ଅର୍ଦ୍ଧସାମରିକ ବଳରେ 591, ସ୍ଥଳସେନାରେ 36, ବାୟୁସେନାରେ 160ଟି ଆତ୍ମହତ୍ୟା ମାମଲା ରହିଛି ।

ଯେଉଁମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରହିଛି, ସେମାନଙ୍କୁ ମାନସିକ ଚିକିତ୍ସା ଜରୁରୀ । କାଉନସେଲିଂ ଓ ପରିବାର ଲୋକଙ୍କ ସହଯୋଗ ଓ ସମର୍ଥନରେ ଏହାକୁ ରୋକାଯାଇପାରିବ ।

ଏହା ମଧ୍ୟ ପଢନ୍ତୁ: ବିନା ଔଷଧ ବି ଭଲ ହୋଇଯିବ ସିଆଟିକା ଯନ୍ତ୍ରଣା; ଘରେ ଏମିତି କରନ୍ତୁ ଉପଚାର - Sciatica Pain

ଏହା ମଧ୍ୟ ପଢନ୍ତୁ: 5 ମିନିଟ୍‌ରେ ବନାନ୍ତୁ ଏହି ହେଲ୍‌ଦି ବ୍ରେକଫାଷ୍ଟ; କମିବ ଓଜନ, ରହିବେ ଫିଟ୍ - Tasty healthy breakfast

ଏହା ମଧ୍ୟ ପଢନ୍ତୁ: ରୁଟି ତିଆରି ବେଳେ ଜମାରୁ ବି କରନ୍ତୁନି ଏମିତି ଭୁଲ, ହୋଇପାରେ ମାରାତ୍ମକ ରୋଗ - Roti on Direct Flame Not good

Last Updated : Sep 10, 2024, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.