ETV Bharat / health

ମୁଣ୍ଡରେ ସାମାନ୍ୟ ଆଘାତ ସାଜିପାରେ ମୃତ୍ୟୁର କାରଣ, ସତର୍କତା ଜରୁରୀ

author img

By ETV Bharat Odisha Team

Published : Mar 20, 2024, 11:30 AM IST

World Head Injury Awareness Day: ପ୍ରତିବର୍ଷ ମାର୍ଚ୍ଚ 20ରେ "ବିଶ୍ୱ ମସ୍ତିଷ୍କ ଆଘାତ ସଚେତନତା ଦିବସ" ବା ୱାର୍ଲ୍ଡ ହେଡ୍ ଇଞ୍ଜୁରି ଆୱାରନେସ୍ ଡେ' ପାଳନ କରାଯାଏ । ମୁଣ୍ଡରେ ଆଘାତର ଗମ୍ଭୀରତାକୁ ଏଡାଇବା ପାଇଁ ସତର୍କତା ଜରୁରୀ । ଅଧିକ ପଢନ୍ତୁ,

World Head Injury Awareness Day
World Head Injury Awareness Day

ହାଇଦ୍ରାବାଦ: ମାନବ ଶରୀରର ମସ୍ତିଷ୍କ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଟେ । ତେବେ ମୁଣ୍ଡରେ କୌଣସି ଛୋଟ ଆଘାତ ଲାଗିବା ଦ୍ବାରା ମଧ୍ୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଏବଂ ମସ୍ତିଷ୍କର ବଡ କ୍ଷତି ଘଟାଇବାର ସମ୍ଭାବନା ରହିଥାଏ । ବେଳେବେଳେ ଏହା ଅକ୍ଷମତା କରିଦେବା ସହିତ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ତେଣୁ ମୁଣ୍ଡରେ କୌଣସି ପ୍ରକାର ଆଘାତକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଯଦି କୌଣସି ପ୍ରକାର ଲକ୍ଷଣ, ଆଘାତ ଲାଗେ ତାହାଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କରାଇବା ଜରୁରୀ ଅଟେ । ତେବେ ପ୍ରତିବର୍ଷ ମାର୍ଚ୍ଚ 20ରେ "ବିଶ୍ୱ ମସ୍ତିଷ୍କ ଆଘାତ ସଚେତନତା ଦିବସ" ବା ୱାର୍ଲ୍ଡ ହେଡ୍ ଇଞ୍ଜୁରି ଆୱାରନେସ୍ ଡେ' ପାଳନ କରାଯାଏ । ମୁଣ୍ଡରେ ଆଘାତର ଗମ୍ଭୀରତାକୁ ଏଡାଇବା ପାଇଁ ସତର୍କତା କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ ।

ମୁଣ୍ଡରେ ଆଘାତ କାହିଁକି ବିପଜ୍ଜନକ ?: ମୁଣ୍ଡରେ ଆଘତକୁ ବୟସ୍କଙ୍କଠାରେ ଅକ୍ଷମତା ଏବଂ ମୃତ୍ୟୁର ଏକ ସାଧାରଣ କାରଣ ଭାବରେ ବିବେଚନା କରାଯାଇଥାଏ । କେବଳ ଦୁର୍ଘଟଣା ଯୋଗୁଁ ମୁଣ୍ଡରେ ଆଘାତ ଲାଗିଥାଏ ତାହା ନୁହେଁ ବରଂ ଖେଳିବା, ଡେଇଁବା ସମୟରେ ମଧ୍ୟ ଲାଗିଥିବା ସାମାନ୍ୟ ଆଘାତ ଗୁରୁତର ସମସ୍ୟା ସୃଷ୍ଟି କରିପାରେ ଏବଂ କେତେକ କ୍ଷେତ୍ରରେ ମୃତ୍ୟୁର ମଧ୍ୟ କାରଣ ସାଜିଥାଏ ।

ଉତ୍ତରାଖଣ୍ଡର ଜଣେ ଅର୍ଥୋପେଡିକ୍ ବିଶେଷଜ୍ଞ ଡାକ୍ତର ହେମ ଯୋଶୀଙ୍କ କହିବା ଅନୁସାରେ, "କୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗିବା ପରେ ଯଦି ମୁଣ୍ଡରେ କ୍ଷତ ଚିହ୍ନ ଦେଖାଯାଏ, ଯନ୍ତ୍ରଣା ହୁଏ, ଆଖି ଫୁଲିଯିବା ଏବଂ ଆଖିପତା ବନ୍ଦ ହେବା, ନାକ କିମ୍ବା କାନରୁ ରକ୍ତସ୍ରାବ, ବେକରେ କଠିନତା, ଦେଖିବା ଏବଂ କହିବାରେ ଅସୁବିଧା ହୁଏ ତାହାଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଆବଶ୍ୟକ । ଯଦି ପ୍ରାରମ୍ଭିର ଲକ୍ଷଣକୁ ଅଣଦେଖା କରାଯାଏ ଏବଂ ସଠିକ ସମୟରେ ଚିକିତ୍ସା କରାନଯାଏ ତାହାଲେ ପରିଣାମ ଗମ୍ଭୀର ହେବାର ସମ୍ଭାବନା ରହିଛି । "

ଏହା ମଧ୍ୟ ପଢନ୍ତୁ: ମୁଣ୍ଡରେ ଆଘାତ ଲାଗିବାର ଦଶନ୍ଧି ପରେ ଜ୍ଞାନଶକ୍ତି ହ୍ରାସ ଅଧିକ ଖରାପ ହୋଇପାରେେ

ଦିବସ ପାଳନର ଉଦ୍ଦେଶ୍ୟ: ସରକାରୀ ଆକଳନ ଅନୁସାରେ, ସାରା ବିଶ୍ବରେ ପ୍ରତି 4ମିନିଟରେ ଜଣେ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁବରଣ କରିଥାଆନ୍ତି । ଭାରତରେ ଏହା 7 ମିନିଟ ରହିଛି । ଅର୍ଥାତ ପ୍ରତି 7 ମିନିଟରେ ଜଣଙ୍କର ମୃତ୍ୟୁ ହୋଇଥାଏ । ବିଶ୍ବରେ ପ୍ରାୟ 5 ପ୍ରତିଶତରୁ ଅଧିକ ଲୋକ ଦୁର୍ଘଟଣାରେ ମୁଣ୍ଡରେ ଆଘତ ଯୋଗୁଁ ମୃତ୍ୟୁ ହୋଇଥାଏ । ସରକାରୀ ତଥ୍ୟ ଅନୁଯାୟୀ, 2022 ମସିହାରେ ଭାରତରେ ମୋଟ 4 ଲକ୍ଷ 61 ହଜାରରୁ ଅଧିକ ସଡକ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ 1 ଲକ୍ଷ 68 ହଜାର ଲୋକ ମୃତ୍ୟୁ ବରଣ କରିଥିଲେ । ସଡକ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମୁଣ୍ଡରେ ଆଘାତ ଲାଗିବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ବିଷୟରେ ସଚେତନ କରାଇବା ବିଶ୍ୱ ମସ୍ତିଷ୍କ ଆଘାତ ସଚେତନତା ଦିବସର ମୂଳ ଉଦ୍ଦେଶ୍ୟ ଅଟେ । ଗାଡି ଚଳାଇବା ସମୟରେ ହେଲମେଟ ପିନ୍ଧିବା, ସ୍କାଏକିଂ ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଖେଳ ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ।

କିଭଳି ରହିବେ ସତର୍କ: ଯାନବାହାନ ଚଳାଇବା ସମୟରେ ସତର୍କତା ଅବଲମ୍ବନ, ହେଲମେଟ୍ ପିନ୍ଧିବା ଜରୁରୀ ଅଟେ ।

ନିୟନ୍ତ୍ରଣ ଗତିରେ ଗାଡ଼ି ଚଳାନ୍ତୁ ।

ଗାଡ଼ି ଚଳାଇବା ସମୟରେ ମଦ୍ୟପାନ କିମ୍ବା କୌଣସି ପ୍ରକାର ନିଶା ସେବନ କରନ୍ତୁ ନାହିଁ ।

ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ ।

ଖେଳକୁଦ ସମୟରେ ବ୍ୟାପକ ସତର୍କତା ଅବଲମ୍ବନ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.