ETV Bharat / health

ଓଜନ କମାଇବାକୁ ଚାହାଁନ୍ତି କି ? କେଉଁ ରୁଟି ଆପଣଙ୍କ ପାଇଁ ହିତକର... - types of Rotis for Weight loss

author img

By ETV Bharat Odisha Team

Published : Jul 14, 2024, 2:28 PM IST

Updated : Jul 16, 2024, 11:29 AM IST

types of Rotis for Weight loss: ମୋଟାପଣକୁ ନେଇ ଚିନ୍ତିତ କି ? ରୁଟି ଆପଣଙ୍କ ପାଇଁ ଓଜନ ହ୍ରାସ କରିବାରେ ସାଜିପାରେ ରାମବାଣ । ତେବେ ରୁଟି ବିଭିନ୍ନ ପ୍ରକାରର ଥିବାବେଳେ କେଉଁ ରୁଟି ଆପଣଙ୍କ ପାଇଁ ହିତକର । ପଢନ୍ତୁ ଏହି ଖବର..

types of Rotis for Weight loss
types of Rotis for Weight loss (ETV Bharat)

ହାଇଦ୍ରାବାଦ: ଫିଟ ଆଣ୍ଡ୍ ଫାଇନ ରହିବାକୁ କାହାକୁ ବା ନାପସନ୍ଦ । ଆଜିକାଲି ସମସ୍ତେ ନିଜକୁ ପତଳା ରଖିବାକୁ ଚାହାନ୍ତି । ହେଲେ ସମୟ ଅଭାବରୁ ଘଣ୍ଟା ଘଣ୍ଟା ବ୍ୟାୟାମ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ତେବେ ଆପଣଙ୍କ ଖାଦ୍ୟଭାସ ଆପଣଙ୍କ ଶରୀର ଉପରେ ଅଧିକ ପ୍ରଭାବ ପକାଇଥାଏ । ଉପଯୁକ୍ତ ଖାଦ୍ୟ ଶରୀରକୁ ସୁସ୍ଥ ଓ ସତେଜ ରଖିଥାଏ । ଅଧିକାଂଶ ଲୋକେ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି । ଆଉ ଏହି ରୁଟି ହିଁ ଓଜନ କମାଇବାର ରାମବାଣ । ଜାଣନ୍ତୁ ରୁଟି କିଭଳି ଆପଣଙ୍କ ଓଜନକୁ ହ୍ରାସ କରିଥାଏ ।

types of Rotis for Weight loss
types of Rotis for Weight loss (image RKC)

ରୁଟି କିଭଳି ହ୍ରାସ କରିଥାଏ ଓଜନ: ଯେଉଁମାନେ ନିଜ ମୋଟାପଣକୁ ନେଇ ଚିନ୍ତିତ ସେମାନଙ୍କ ଏହି ଖବରଟି ବେଶ ଜରୁରୀ । ଓଜନ କମାଇବା ପାଇଁ ଚାହୁଁଥିଲେ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ରୁଟି । କିନ୍ତୁ ଏହା କେଉଁ ଅଟାରେ ଆପଣ ଏହି ରୁଟି ପ୍ରସ୍ତୁତ କରୁଛନ୍ତି ତାହା ଜରୁରୀ । କିଛି ରୁଟିରେ କ୍ୟାଲୋରୀ କମ ରହିଥାଏ ଓ ସୁକ୍ଷ୍ମ ପୋଷକ ତତ୍ତ୍ୱ ରହିଥାଏ । ଜାଣନ୍ତୁ କେଉଁ ଅଟାରୁ ତିଆରି ରୁଟି ସ୍ୱାସ୍ଥ୍ୟପ୍ରତି ଅଧିକ ଭଲ ।

ଏହାମଧ୍ୟ ପଢନ୍ତୁ..ମଧୁମେହ ରୋଗୀ ରାତିରେ ରୁଟି ଖାଇ ପାରିବେ କି ? ଜାଣନ୍ତୁ

ଗହମ ଅଟାରୁ ପ୍ରସ୍ତୁତ ରୁଟି: ଅଧିକାଂଶ ଭାରତୀୟମାନେ ଗହମ ଅଟାରୁ ପ୍ରସ୍ତୁତ ରୁଟି ଅଧିକ ଖାଇଥାନ୍ତି । ଏଥିରେ ୭୦ରୁ ୮୦ ପ୍ରତିଶତ କ୍ୟାଲୋରି ରହିଥାଏ । ଏଥିରେ ଭିଟାମିନ ବି ଓ ଖଣିଜ ଭରପୁର ଥାଏ ।

ମାଣ୍ଡିଆ ଅଟାରୁ ପ୍ରସ୍ତୁତ ରୁଟି: ମାଣ୍ଡିଆ ରୁଟିରେ କ୍ୟାଲସିୟମ, ଫାଇବର, ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଭରପୁର ରହିଥାଏ । ଏହାକୁ ଆପଣ ପ୍ରତିଦିନ ଖାଦ୍ୟରେ ସାମିଲ କରିପାରିବେ । ଏହି ରୁଟି ଖାଇବା ଦ୍ୱାରା ହାଡ ସୁସ୍ଥ ରହିଥାଏ ।ମଧୁମେହ (ଡାଇବେଟିସ) ରୋଗୀମାନଙ୍କ ପାଇଁ ଏହି ରୁଟି ବେଶ ହିତକାରୀ । ମାଣ୍ଡିଆ ରୁଟିରେ ୮୦-୯୦ ପ୍ରତିଶତ କ୍ୟାଲୋରୀ ରହିଥାଏ ।

ଓଜନ କମାଇବାକୁ ଚାହାଁନ୍ତି କି ? କେଉଁ ରୁଟି ଆପଣଙ୍କ ପାଇଁ ହିତକର...
ଓଜନ କମାଇବାକୁ ଚାହାଁନ୍ତି କି ? କେଉଁ ରୁଟି ଆପଣଙ୍କ ପାଇଁ ହିତକର... (image RKC)

ମଲ୍ଟିଗ୍ରେନ ରୁଟି: ବିଭିନ୍ନ ସାମଗ୍ରୀରେ ପ୍ରସ୍ତୁତ ଏହି ମଲ୍ଟିଗ୍ରେନ ରୁଟି ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ ଓ ପୋଷକ ତତ୍ୱ ରହିଥାଏ । ଏଥିରେ ଫାଇବର ପ୍ରଚୁର ପରିମାଣରେ ଥାଏ । ଯେଉଁମାନେ ନିଜ ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ରୁଟି ବେଶ ଲାଭଦାୟକ ଅଟେ । ଏହି ମଲ୍ଟିଗ୍ରେନ ରୁଟିରେ ୮୦ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଲୋରୀ ରହିଥାଏ । ନିଜ ଖାଦ୍ୟରେ ଏହି ରୁଟିକୁ ନିଶ୍ଚିତ ସାମିଲ କରନ୍ତୁ ।

ଏହାମଧ୍ୟ ପଢନ୍ତୁ.. ଅଟା ଚକଟିବା ପରେ ମହିଳାମାନେ କାହିଁକି ଅଟା ଗୁଳାରେ ଆଙ୍ଗୁଠି ଚିହ୍ନ ପକାନ୍ତି, ଏହାର କାରଣ କ'ଣ ? - Fingerprints On Atta Dough

ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ: ଏହି ତଥ୍ୟ ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ପ୍ରଦାନ କରାଯାଉଛି । ଯେହେତୁ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭିନ୍ନ ରହିଥାଏ ତେଣୁ ଆପଣ ଏହି ଡାଏଟ ଫଲୋ କରିବା ପୂର୍ବରୁ ନିଜ ଡାକ୍ତରଙ୍କ ସହ ପରାମର୍ଶ କରିନେବାର ଆବଶ୍ୟକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2024, 11:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.